STORYMIRROR

Bhagirathi Pati

Others

3  

Bhagirathi Pati

Others

ଶିକ୍ଷକ

ଶିକ୍ଷକ

1 min
230

ଦୀପ ଟିଏ ଭଳି ନିଜେ ଜଳି ଜଳି

ଆଲୋକ ସେ ଦେଇ ଥାନ୍ତି,

ଜ୍ଞାନର ତୂଳୀରେ ରଙ୍ଗ ଭରି ଦେଇ

ଚମକ ସେ ଦେଇଥାନ୍ତି ।


ଭୋକିଲା ପେଟରେ ସବୁ ସ୍ଵପ୍ନ ଦେଖି

ସବୁଜିମା ଭରି ଥାନ୍ତି,

ତମାମ ଜୀବନ ସମର୍ପିତ ହୋଇ

ସାହାରା ସେ ଦେଇଥାନ୍ତି ।


ମାନ ଅଭିମାନ ତ୍ୟାଗ କରି ସିଏ

ବିଶୃଙ୍ଖଳିତ ପଥ ପରେ,

ଶୃଙ୍ଖଳା ଜ୍ଞାନ ରେ ଥାଳ ଟିଏ ଭରି

ଥାଆନ୍ତି ଅବୋଧ ମନରେ।


ମଣିଷ ତିଆରି କାରଖାନା ଗଢି

ସମାଜରେ ଛାପ ଛାଡ଼ନ୍ତି,

ଖରା ବର୍ଷା ଶୀତ କାକର ରେ ଭିଜି

ସ୍ଵାଭିମାନି ଟିଏ ହୋଇଥାନ୍ତି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from Bhagirathi Pati