STORYMIRROR

Parambrahma Tripathy

Others

3  

Parambrahma Tripathy

Others

ପାଞ୍ଚ ରଙ୍ଗ ବନ୍ଧୁତ୍ୱର

ପାଞ୍ଚ ରଙ୍ଗ ବନ୍ଧୁତ୍ୱର

1 min
608


ମାସ ମାସ ମୁଁ ଫୋନ କରେନି। ହେଲେ ଯେତେବେଳେ ବି କିଛି ଅସୁବିଧା ହୁଏ ପ୍ରଥମେ ତାକୁ ହିଁ ଫୋନ କରେ। ଗୋଟେ କି ଦିଇଟା ରିଙ୍ଗରେ ଉଠେଇବ, ଆଉ କହିବ ଠିକ ଅଛି, କରି ଦେଉଛି। ଦିନେ ପଚାରିଲି ତାକୁ, ବାଧେନି ତତେ? ମୁଁ କେବଳ ମୋ ଦରକାର ବେଳେ ହିଁ ତତେ ଫୋନ କରେ? ହସିକି କହିଥିଲା ମଧୁସ୍ମିତା, ତୁମ ଭଲ ସମୟରେ ତୁମ ପାଖରେ ହଜାରେ, ଖରାପ ସମୟରେ ତ କେବଳ ମୁଁ। ସେଇଟା ବି ମୋ ଠାରୁ ଛଡେଇବ ନା କଣ?

ପ୍ରମୋସନ ପାଇଁ ଗୋଟାଏ ପୋଷ୍ଟ ଅଛି, ତୁ ନହେଲେ ମୁଁ। ମୁଁ କହିଲି, ତୁ କହ କଣ କରିବା। ଆଶିଷ ଚୌଧୁରୀ କହିଲା ଦବା ଇଣ୍ଟରଭିୟୁ, ଆମ ଭିତରୁ ହିଁ ଜଣେ କିଏ ଉପର ପୋଷ୍ଟକୁ ଯିବା ଦରକାର, ବାହାରୁ କେହି ନୁହଁ। ତୋର ହେଲେ ମୁଁ ଏଠୁ ଚାକିରୀ ଛାଡ଼ିବି ଆଉ ମୋର ହେଲେ ତୁ। ତୁ ମୋ ବସ କି ମୁଁ ତୋ ବସ, ତା ଠାରୁ ବଡ଼ ଆମ ଫ୍ରେଣ୍ଡସିପ।

ସିଏ କେବେ ମିଛ କହିପାରେନି, କଂଫିଡେଣ୍ଟଲି କହିଲା ପ୍ରଣବ। କଥା ସରିଲା ସେଇଠି। ମେଟ୍ରୋରେ ଫେରିଲା ବେଳକୁ ମୋ ଆଖିରେ ଆଖି ମିଶେଇ କହିଲା ଆଉ ଟିକେ ହେଇଥିଲେ ଧରା ପଡ଼ିଥାନ୍ତୁ। ଯୋଉଟା କରି ପାରିବୁନି କହୁଛୁ କାଇଁକି ଯେ? ଛାଡ଼, ବିରିୟାନି ପ୍ୟାକ କରେଇ ହିଁ ନେଇଯିବା।

ଇଲେକ୍ସନରେ ଠିଆ ହେଲେ ଫେଲ ହେବୁ। ଅନ୍ତତଃ ମୁଁ ତ ତୋ ଏ ବରବାଦୀର ସାକ୍ଷୀ ହେବିନି। ମୁଁ କହିଲେ ତୁ ତୋ ନିଷ୍ପତ୍ତି ପରିବର୍ତ୍ତନ କରିବୁନି ମୁଁ ଜାଣିଛି, ହେଲେ ତତେ ଭୋଟ ଦେଇ ତୋ ବରବାଦୀର ମୁଁ ଅଂଶୀଦାର ହେବିନି। 97ରେ ଏତିକି କହି ପଛକୁ ନ ଅନାଇ ହଷ୍ଟେଲ ଛାଡି ଯାଇଥିଲା ପ୍ରବୋଧ। ମୁଁ ଜିତିଲି, ବର୍ଷେ ତା ସଙ୍ଗେ କଥା ହେଇନି, ହେଲେ ମୋର ସବୁ ଛୋଟ ସଫଳତାରେ ଯିଏ ସବୁଠୁ ଅଧିକ ଖୁସି ହୁଏ ସେ ହେଲା ପ୍ରବୋଧ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍