STORYMIRROR

JASOBANTA SAHU

Others

3  

JASOBANTA SAHU

Others

ଓଡ଼ିଶାର ଖ୍ୟାତି

ଓଡ଼ିଶାର ଖ୍ୟାତି

1 min
164

       ଓଡିଶାର ଖ୍ୟାତି

ଚାରିଆଡ଼େ ଖ୍ୟାତ      ଓଡ଼ିଶା ମହତ୍ତ୍ବ

        କାହାକୁ? ଅବା ନ ଜଣା,

ଏ ବିଶ୍ବ ବକ୍ଷରେ       ଓଡ଼ିଶାର ସ୍ବର

       କେଉଁଠି? ଅବା ନ ଗଣା।


ଜଗତର ନାଥ       କାଳିଆ ସାଆନ୍ତ

        ଓଡ଼ିଶା ବଡ ଠାକୁରେ,

ମାଁ କାଳୀଜାଇ       ପ୍ରତ୍ୟକ୍ଷ ଈଶ୍ବରୀ

       ଚିଲିକା ଜଳ ଭଣ୍ଡାରେ।


ମହା ମହା ନଦୀ    ମହା ମହା ଦ୍ବୀପ

       ଓଡ଼ିଶାର ପ୍ରତିକୋଣେ,

ମହାନଦୀ ଜଳ     ହୋଇଲେ ପ୍ରବଳ

       କଟକ ଭସାଇ ନିଏ।


ଓଡ଼ିଶା ରାଇଜେ    ବନ୍ୟା, ବାତ୍ଯା ପୁଣି

          ଆସଇ ମାଡି ମରୁଡ଼ି,

ପ୍ରକୃତିର ଏହି      କାଳରୂପ ଦେଖି

      ଜୀବ ହୁଆ ଯାଏ ଉଡ଼ି।


ସାଧବର ପୁଅ    ବେପାର ଆଶାରେ

        ଯାଏ ଦୂର ରାଇଜକୁ,

କେତେକାଳ ଗଲେ    ଧନରତ୍ନ ସାଥେ

        ଫେରଇ ନିଜ ପୁରକୁ।


କେତେ? ନରପତି      ମହାଯଶା ଅବା

     କେତେ କେତେ? ବୀରନରେ,

ଜନମିଲେ ପୁଣି     ଓଡ଼ିଶା ରାଇଜେ

        ଘରେ ଘରେ ପୁରେ ପୁରେ।


କେତେ କେତେ? ଶତ୍ରୁ   ଆସି ଓଡ଼ିଶାକୁ

          ଶାସନ କରିଲେ କେତେ?

ତଥାପି ନୋହିଲା     ଓଡ଼ିଶା ଖଣ୍ଡିତ

          ଶତ୍ରୁର ଶାସନ ହାତେ।


ମହାଯୋଦ୍ଧା ମାନେ    କରିଲେ ସମର

       ଶତ୍ରୁ ଆଗେ ହେଲେ ଠିଆ,

ଓଡ଼ିଶା ଅଖଣ୍ଡ     ଏକତା ଶକ୍ତିରେ

        ଉଡିଲା ବିଦେଶୀ ହିଆ।


ଓଡ଼ିଆ ବୀର ଯେ   ପାଇକମାନେ ସେ

          ଜାତିର ଏ ମେରୁଦଣ୍ଡ,

ଦେଶର ଜାତିର     ସୁରକ୍ଷା ନିମିତ୍ତ

      ରଣରଂଗେ ହେଲେ ରୁଣ୍ଡ।


ଏମିତି ଅନେକ    ଦୁଃଖକଷ୍ଟ ସହି

         ଓଡ଼ିଶା ଏ ଜନ୍ମଭୂଇଁ,

କ୍ରୁର କାଳଚକ୍ରେ    ଦଗ୍ଧ ଦଗ୍ଧ ହୋଇ

        ରଖିଛି ଖ୍ୟାତି ଏ ମହୀ।

                                        



Rate this content
Log in