ନୀରବ ଚିତ୍କାର
ନୀରବ ଚିତ୍କାର
ଗୋଟିଏ ଗାଁ ସେ ଗାଁ ଚାରିପଟେ ଘେରି ରହିଛି ନିଘଞ୍ଚ ଜଙ୍ଗଲ। ସେ ଗାଁ ଟା ସିନା ଛୋଟ କିନ୍ତୁ ସେ ଗାଁ ରେ ଯେତେ ପର୍ବ ପର୍ବାଣୀ ଆଉ କୋଉଠି ଦେଖିବାକୁ ମିଳିବନି। ଅବଶ୍ୟ ଆଜିକାଲିକା ଯୁଗରେ ଗାଁ ର ଯୁବପିଢି ପାଠ ପଢି ବାହାର ବିଦେଶ ଗଲେଣି କିନ୍ତୁ ନିଜ ଗାଁ ର ପାଣି ପବନ କୁ କେବେ ଭୂଲିନାହାନ୍ତି। ଗାଁ ର ମୁଖ୍ୟ ପର୍ବ ହେଲା ଦଣ୍ଡଯାତ୍ରା କେହି କେହି ଏହାକୁ ଝାମୁ ଯାତ୍ରା ବି କୁହନ୍ତି। ସେ ପର୍ବ ଚୈତ୍ର ମାସ ରେ କରାଯାଏ । ଏହି ସମୟ ରେ ହିଁ ବାହାର ବିଦେଶ ରେ ଥିବା ଲୋକେ ମାନେ ଗାଁ କୁ ବୁଲି ଆସନ୍ତି। ଏ ଗାଁ ଟା ଯେତେ ଆଧୁନିକ ହେଲେବି କଣ ହେଲା ନିଜର ପୁରୁଣା ସଂସ୍କୃତି କୁ କେବେ ହେଲେ ଭୁଲିନି । ଆଜିବି ବଞ୍ଚାଇ ରଖିଛି ତାର କଳା ଆଉ ସଂସ୍କୃତି। ସେ ଗାଁ ରେ ନିଜ ନିଜ କାମ ରେ ସମସ୍ତେ ବ୍ୟସ୍ତ। ଗାଁ ରେ ଯେତେବେଳେ କିଏ ନିଜର କାମରୁ ଟିକେ ମୁକ୍ତି ପାଏ ପ୍ରାୟ ଦଶ ବାର ଜଣ ଲୋକ ବସିପଡନ୍ତି ତାସ ଖେଳରେ।
ସତେ ଯେମତି ସେ ବରଗଛ ଟା ଅନେଇ ବସିଥିଲା ତା ମଣ୍ଡପ ରେ କେହି ଜଣେ ଆସି ବସୁ। ଗାଁ ରେ ଯେତେ ବି ଲୋକ ସମସ୍ତେ ଅନ୍ୟ ଉପରେ ନିର୍ଭର। ଗାଁ ରେ ପର୍ବ ପର୍ବାଣୀ ହେଉ କି ବାହାଘର ହେଲେ ଗାଁ ର ଅଧିକାଂଶ ଲୋକ ମାନେ ସାହାଯ୍ୟ କରନ୍ତି ସମସ୍ତେ ଭୋଜିଭାତ ଓ ଅନାନ୍ୟ ସାହାଯ୍ୟ ରେ ମାତି ଯାଆନ୍ତି ସେହି ଲୋକ ମାନଙ୍କ ଭିତରୁ ମୁଖ୍ୟ ନାୟକ ସାଜେ "ନବ"। ଗାଁ ର ଯେତେ ପର୍ବ ପର୍ବାଣୀ ଭଲ ମନ୍ଦ ବାହାଘରର ଯାହା ବି ହେଉ ଏମିତି କି କେହି ଜଣେ ମରିଗଲେ ସେ ସବୁଥିରେ ସାହାଯ୍ୟ କରେ। ଲୋକ ଟା ର ବୟସ ପ୍ରାୟ ଚାଳିଶି ରୁ ପଇଁଚାଳିଶି ବର୍ଷ ହେବ ଲୋକ ଟାକୁ ଦଇବ ଏମିତି ଗଢିଛି ଯେ ପିଲା ବେଳୁ ସେ କଥା କହିବାର କ୍ଷମତା ହରାଇ ଦେଇଛି
ଆଉ ମାନସିକ ସ୍ତରରେ ବି ଟିକେ ଅଳ୍ପ ।କଞ୍ଚା ଓଡିଆ ରେ କହିବାକୁ ଗଲେ ଟିକେ ବୁଦ୍ଧୁ। ଲୋକଟା ଭାରି ଭଲ। କିନ୍ତୁ ଯେତେ ବେଳେ ତାକୁ କେହି ରଗାଇ ଦିଏ ତାକୁ ସମ୍ଭଳିବଟା ଭାରି ଜଟିଳ। ରାଗିବନି ବା କାହିଁକି କଥା ରେ ଅଛି ଅତି ଲେମ୍ବୁ ଚିପୁଡ଼ିଲେ ପିତା ସେହଭଳି ମଜା ର ଗୋଟିଏ ହାର ଥାଏ ଯଦି ତାହା ଅତିକ୍ରମ କରେ ତାହେଲେ ଯିଏ ନହେଲେ ବି ରାଗିଯାଇ ପାରେ।ସେ ଭାରି ପରିଶ୍ରମୀ ଗରିବ ହେଲେ ତାର ଲୋଭ, ମୋହ ମାୟା କିଛି ନାହିଁ। ତାକୁ ଯଦି କିଏ ଭଲ ବୋଲି କହିଦେଲା ସେ ଭାରି ଖୁସି। କହିବେନି ବା କାହିଁକି ସେ ଯେତିକି ଗାଁ ପାଇଁ କରିଛି ଆଉ କିଏ କରିବ। ଗାଁ ର ଯେତେ ବି କାମ ହୁଏ ସେହି ତ ଅଧା କାମ କରିଦିଏ। ଆଉ ପ୍ରତିବଦଳ ରେ ପଇସା ନୁହେଁ ଯଦି ଭୋଜି ଭାତ ହେଉଥିବ ଟିକେ ଭୋଜି ପାଇଁ। ବିଚରା ର ଗୋଟିଏ ଛୋଟିଆ ପୁଅ ଟିଏ। ସେ କିନ୍ତୁ ଭାରି ଚାଲାକ। ନବ ତାକୁ ଏ ଜଗତ କର୍ତ୍ତା କେମିତି ଗଢିଛି କେଜାଣି ଜୀବନ ରେ ବହୁତ୍ ଅତ୍ୟାଚାର ସହିଛି। କଣ ବା କରିବ ନିଜେ ତ ମୁଁହ ଖୋଲି ନିଜର ଦୁଃଖ ଜଣାଇ ପାରେନା।
ସେମିତି ପରିସ୍ଥିତିରେ ଯଦି ତୁମେ ତାର ଆଖି ଦୁଇଟି କୁ ଦେଖିବ ତାହେଲେ ଲାଗିବ ସତେ ଯେମିତି ତାର ପାଟି କଥା ନ କହି ପାରିଲେ କଣ ହେଲା ତାର ସେ ଲୁହ ଭରା ଆଖି ବହୁତ୍ କଛି କହିବାକୁ ଚେଷ୍ଟା କରେ।
ମନରେ ଗୋଟିଏ ସନ୍ଦେହ ହେଉଥିବ ଯେ ନବ ତ ସମସ୍ତକୁ ସାହାଯ୍ୟ କରେ ତାକୁ କିଏ କାଇଁ ହଇରାଣ କରିବ?
କରନ୍ତି ଏମିତି ସେମିତି ନୁହେଁ ସତେ ଯେମିତି ସେ ବହୁତ୍ ବଡ ଧରଣ ର ଭୁଲ କରିଦେଇଛି । ଯଦି ବି କିଛି ପ୍ରତିବାଦ କରେ
ତାର ସେ ନୀରବତା ତାକୁ ତାର ନାୟ ପାଇବାର ଅଧିକାର ଛଡ଼ାଇ ନିଏ
ତଥାପି ସମସ୍ତଙ୍କ ଜୀବନ ରେ ଖାଲି ଅତ୍ୟାଚାର ତାହା ନୁହେଁ
ତାର ବିଭିନ୍ନ ପ୍ରକାରର ଦୁଷ୍ଟାମୀ ବି ରହିଛି। ଆଉ ସେ ଦୁଷ୍ଟାମୀ ଗୁଡ଼ିକ ଭାରି ମଜାଳିଆ ଭାଗ:-୨
ଏଇ ସ୍ୱାର୍ଥପର ଦୁନିଆରେ କିଏ କାହାର। ଅବଶ୍ୟ ପୂର୍ବ କାଳ ରେ ଗାଁ ର ଲୋକ ମାନେ ବହୁତ୍ ବିଶ୍ବାସୀ ଥିଲେ ଏବେ ଆସ୍ତେ ଆସ୍ତେ ଏ ସବୁ ବିଶ୍ୱାସ କରିବା କଷ୍ଟକର। ଏବେ ମଣିଷ କାହା ଉପରେ ବିଶ୍ୱାସ କରିବା ନିଜର ବୋକାମି । ପୁରୁଣା କାଳରୁ ଗୋଟାଏ ଲୋକ କଥା ଅଛି ଆପଣା ସୁନା ତ ଭେଣ୍ଡି। ସେହିଭଳି ନବ ଜୀବନ ରେ ବି ସେହି ଭଳି ଅତ୍ୟାଚାର ର ବିଜୁଳି ତା ମୁଣ୍ଡ ଉପରେ ପଡିଥିଲା
ଦିନକର କଥା ସ୍କୁଲ ରେ ଶିଶୁ ଦିବସ ପାଳନ କରାଯାଉଥାଏ
ଶିଶୁ ଦିବସ କାରଣ ରୁ ସ୍କୁଲ ରେ ବହୁ ଆଡମ୍ବର ରେ ଶିକ୍ଷକ ମାନଙ୍କ ଦ୍ଵାରା ଗୋଟାଏ ଭୋଜି ର ଆୟୋଜନ କରା ଯାଇଥାଏ।
ପିଲାମାନେ ସବୁ ଖେଳ କୁଦ ରେ ବ୍ୟସ୍ତ। ସେଇ ସମୟରେ ନବ ଯାଇଥାଏ ପୋଖରୀ ଗାଧେଇବା ପାଇଁ। ସେ ଗାଧୁଆ ସାରି ସ୍କୁଲ ପାଖ ପଡିଆ ରେ ଚାଲି ଚାଲି ଯାଉଥାଏ ଘରକୁ। ସେଠି କିଛି ପିଲା ଖେଳୁ ଥିଲେ। ସେଇ ଭିତରୁ ଗୋଟିଏ ଦୁଷ୍ଟ ପିଲାଟିଏ ସେ ନବ କୁ ଅଭଦ୍ର ଇଙ୍ଗିତ କରେ। ନବ ବିଚରା କଣ କହିବ ସେ ତା ଇଙ୍ଗିତ କୁ ଅଣଦେଖା କରି ଆଗକୁ ବଢ଼ି ଚାଲେ।
ସେ ଦୁଷ୍ଟ ପିଲା ଟି ଗୋଟାଏ ଗଛ ଆଢ଼ୁଆଳ ରେ ରହି ମୁଠାଏ ହେବ ବାଲି ନେଇ ତା ଦେହ କୁ ଫୋପାଡି ଦିଏ ବିଚରା ଟି ସଙ୍ଗେ ସଙ୍ଗେ ଗାଧେଇ ଆସିଚି । ସେ ପିଲା ଟିର ଏମିତି କୁ ବ୍ୟବହାର ରେ ରାଗିଗଲା ତାର ସେ ମୁକ ପାଟିରେ ଗୁଁ ଗୁଁ ହୋଇ ତାକୁ ଆଖି ତରାଟି ଦେଖିଲା । ପିଲା ଟି ଏତିକି କରିଦେଇ ସଙ୍ଗେ ସଙ୍ଗେ ଦୌଡ଼ି ସେପଟକୁ ପଳେଇଲା।ନବ ଆଉ କିଛି ନକରି ପାଖ ନଳକୂପ ରୁ ତା ଦେହ ରେ ଲାଗିଥିବା ଧୂଳି କୁ ସଫା କରି ବାହାରିଲା ବେଳକୁ।ସେଠାରେ ଥିବା ପିଲା ମାନେ ତା ପଛରେ ଏମିତି ଲାଗିଲେ ସତେ ଯେମିତି ଭୋକିଲା ଶିଆଳ ମାନେ ଗୋଟାଏ ଖାଦ୍ୟ ପଛରେ ପଡ଼ି ଯାଆନ୍ତି। ସେ ବିଚରା ପିଲା ମାନଙ୍କ ଭିତରୁ କାହାକୁ ବା ଧରିବ। ସେ ଯେତେ ଥର ସେଠୁ ଆସି ବାକୁ ଚେଷ୍ଟା କରୁଥାଏ ସେ ଦୁଷ୍ଟ ପିଲା ଗୁଡାକ ତାର କାନ୍ଧରେ ପଡ଼ିଥିବା ଓଦା ଗାମୁଛା ଟାକୁ ଛଡ଼ାଇ ନେଇଯାଆନ୍ତି ଆଉ ତାକୁ କୁହନ୍ତି ଏ ଗାମୁଛା ଟାକୁ ଆମେ ତଳେ ପକେଇ ଦବୁ।ଏମିତି କିଛି ହଇରାଣ କରିବାକୁ ଲାଗିଲେ। ନବ ର କ୍ରୋଧ ପୁରା ସୀମା ପାର ହୋଇଗଲା ସେ ପୁରା ରାଗିଯାଇ ସେ ପିଲା ମାନଙ୍କୁ ମାରିବା ପାଇଁ ଗୋଡେଇଲା
ସେହିଭିତରୁ ଧରା ପଡ଼ିଲା ଯିଏ ଏ ସବୁ ଆରମ୍ଭ କରିଥିଲା ।
ନବ ପୁରା ରାଗିଯାଇ ସେ ପିଲା ର ଗାଲକୁ ଦୁଇ ଚଟକଣି ମାରି ରାଗରେ ତାର ସେ ଅକୁହା ପାଟିରେ ରାଗି କଣ କେଜାଣି କହିଲା କେବଳ ସେ ଜାଣି ଥିବ।
ଏ ପିଲା ଟି ଯେତେବେଳେ ନବ ଠୁ ମାଡ଼ ଖାଇଲା। ସଙ୍ଗେ ସଙ୍ଗେ ଯାଇ ତା ଶିକ୍ଷକ ଙ୍କ ଆଗରେ ମିଛ ଅଭିଯୋଗ ଦେଲା କଣ ନା ଆମେ ଖେଳୁଥିଲୁ ଆମ ଗାଁ ନବ ପାଗଳ ଆସି ଆମ ବଲ ନେଇଗଲା ଆଉ ଆମେ ମାଗିବାରୁ ମୋତେ ସେ ମାରିଲା
ଶିକ୍ଷକ ଭାବିଲେ ଯେହେତୁ ସେ ପାଗଳ ସେ କରିଥିବା ସ୍ଵାଭାବିକ କଥା। ଶିକ୍ଷକ ବା ଆଉ କଣ କରିବେ ସେ କହିଲେ କି ତୁ ଯାଇ ଏ କଥା ତୁମ ଘରେ ଜଣେଇବୁ ତୁମ ଘର ଲୋକ ଯାହା କରିବେ।
ସ୍କୁଲ ଛୁଟି ହେବା ପରେ ସେ ଯାଇ ତା ବାପା ଙ୍କ ଆଗରେ ସବୁ ଜଣାଇଲା ତା ବାପା ରାଗି ପୁରା ନିଆଁ। ତା ବାପା ଏ କଥା ଶୁଣିଲା ପରଠୁ ନବ କୁ ଖୋଜିବାରେ ଲାଗିଲେ। ସେଇ ଦିନ ତାକୁ ପାଇଲେନି। ତା ପର ଦିନ ସକାଳୁ ସେ ନବ କୁ ପାଇ
ତା ବାପା ଏମିତି ନୃଂସସ ହେଇଗଲା ସତେ ଯେମିତି ନବ ଏତେବଡ଼ ଅପରାଧ କରିଛି ଯେ ତାକୁ ନ ମାରିଲେ ସତେ ଯେମିତି କିଛି ବାଟ ନାହିଁ। ତା ବାପା ରାଗିଯାଇ ଗୋଟାଏ ବଡ ବେଗୁନିଆ ବାଡି ଧରି ସେ ନବ ର ରାସ୍ତା କୁ ଜଗିଲେ।
ଆଉ କାଲିର ପୁଅ ଦେଇଥିବା ମିଛ ଅଭିଯୋଗ କୁ ପଚାରି ତାର ସେ ଫୁଙ୍ଗୁଳା ପିଠିକୁ ଏମିତି ଭାବରେ ମାରିଲେ ସତେ ଯେମିତି
ତାଙ୍କର ପୂର୍ବ ଜନ୍ମର ରାଗ।
ଲୋକ ମାନେ ଅଟକାଇବାକୁ ଚେଷ୍ଟା କରିଥିଲେ ସତ । ହେଲେ ସେ ପିଲାଟିର ମିଛ ଅଭିଯୋଗ ଶୁଣି ଗାଁ ଲୋକ କହିବାକୁ ଲାଗିଲେ ୟାକୁ ମାଡ଼ ଦରକାର ନହେଲେ ୟାର ପାଗଳାମି ଦିନକୁ ଦିନ ବଢିବାକୁ ଲାଗିବ।
ବିଚରା ନବ ଆଉ କଣ କରିପାରିବ ବିଚାରା ସହିପରୁଛି ନା କହି ପାରୁଚି। ନିଜର ଭୁଲ ନଥାଇ ବି ନିଜର ଭୁଲ ସ୍ୱୀକାର କରିବାକୁ ବାଧ୍ୟ ହୁଏ।
ତା ପରେ ସିନା ଗାଁ ଲୋକ ତାକୁ ଛାଡ଼ିଦେଲେ। କିନ୍ତୁ ତାର ସେ ନିର୍ବୋଧ ମନ ରେ ପ୍ରଶ୍ନ ଖେଳିଉଠେ । ମୋର କେଉଁ ଜନ୍ମ ର ପାପର ଭାରକୁ ମୁ ଏଇ ଜନ୍ମ ରେ ଭୋଗ କରୁଛି।
ମୋତେ ଯଦି ଠାକୁର ମୁକ ନ କରି ଥାଆନ୍ତା ଏ ସ୍ୱାର୍ଥପର ମଣିଷ କୁ ମୁ ଠିକ୍ ଜବାବ ଦେଇ ଥାନ୍ତି
ଭାଗ:-୩
ଏମିତି ବହୁତ କିଛି ତା ସହିତ ଘଟିଛି। ନବ ଟା ସିନା ଏତେ ଅତ୍ୟାଚାର ସହୁଛି କିନ୍ତୁ ତାର ସେ ନିର୍ଦ୍ଦୋଷ ମନଟାକୁ ଶାନ୍ତ କରି ତାର ଜୀବନ ରାସ୍ତା ରେ ଦୁଃଖେ ସୁଖେ ଚାଲି ଥାଏ।
କଥା ସିନା କହିପାରେନା। କିନ୍ତୁ ତାର ଚଗଲାମି ବହୁତ୍ ଅଛି।
ଏମିତି ଚାଗଲାମି ଛୋଟ ପିଲା ବି କରିବେନି। ଆଉ ତାର ଦୟା ଭାବ ବି ଅଛି। ନବର ମାନବିକତା ମହାନ୍ ତା ଜୀବନରେ ଘଟିଥିବା କିଛି ଦୟା ପୂର୍ଣ୍ଣ କର୍ତ୍ତବ୍ୟ ରୁ ଗୋଟାଏ..............
ସେ ଘଟଣା ର କେତେ ଦିନ ପର ର କଥା । ସନ୍ଧ୍ୟା ସମୟ ହୋଇ ଗଲାଣି। ଗାଁ ରେ ଗୋଟିଏ ନିୟମ ଅଛି ଯେ ଯାହାର ଗାଈ ଗୋରୁ ରଖିଛନ୍ତି ସେମାନେ ପାଳି କରି ପ୍ରତ୍ୟେକ ଦିନ ଗାଈ ମାନଙ୍କୁ ଚରାଇ ବାକୁ ନେବେ। ନବ ର ବି ଦୁଇ ଚାରୋଟି ଗାଈ ବାଛୁରୀ ଅଛନ୍ତି ଗାଁ ର ନିୟମ ଅନୁସାରେ ନବ ର ସେଇ ଦିନ ପାଳି ପଡିଥିଲା ପାଖ ଜଙ୍ଗଲ କୁ ସେ ଗାଈ ଚରାଇବାକୁ ଗଲା ଆଉ ସନ୍ଧ୍ୟା ବେଳକୁ ଘରକୁ ଫେରୁଥିଲା ଆଉ ତାର ନଜର ପଡେ ଦୁଇ ଚାରିଜଣ ପିଲା ଖେଳୁଥିଲେ।ଏମିତି ଖେଳୁ ଖେଳୁ ସେମାନେ ପଳେଇ ଆସନ୍ତି ରାସ୍ତା ଉପରକୁ ହଠାତ୍ ଗୋଟିଏ ମଟର ସାଇକଲ ଟେ ଆସି ଗୋଟିଏ ପିଲା ଦେହରେ ଧକ୍କା ହେଇଗଲା। ଏ ଦୃଶ୍ୟ ଦେଖି ନବ ର ଆଖି ପୁରା ବୁଜି ହେଇଗଲା ନବ ସଙ୍ଗେ ସଙ୍ଗେ ଦଉଡ଼ି ଜାଇ ଦେଖେତ ପିଲା ର ବେଶି କିଛି ହେଇନି। କିନ୍ତୁ ଜୋରରେ ପଡ଼ି ଯାଇଥିବା ହେତୁ ତାର ଗୋଡ଼ ହାତ ଛିଡି ଗଲା। ସେ ସାଙ୍ଗେ ସାଙ୍ଗେ ସେ ପିଲା ଟାକୁ ନିଜ ଦୁଇ ହାତ ରେ ଟେକି ତାଙ୍କ ଘରେ ନେଇ ଛାଡ଼ି ଆସିଲା। ଆଉ ତାର ସେ ତାର ସେ ଅକୁହା ଠାର ରେ ତାଙ୍କ ଘରେ କହିଲା ଏମିତି ସବୁ ଘଟିଛି। ଆଉ ପିଲାକୁ ଖେଳିବାକୁ ବାହାରକୁ ଛାଡନି ତା ଗୋଡ଼ ହାତ ରେ ମଲମ ଲଗେଇ ଦିଅ।
ଇଏ ତ ଗୋଟିଏ କଥା ...
ଆଉ ଦିନେ ରାତିରେ ଗାଁ ରେ ଜଣକର ବାହାଘର ହେଉଥାଏ ବରଯାତ୍ରୀ ଯିବ ବୋଲି ନବ ପୁରା ସଜବାଜ ହୋଇ ଚାଲି ଚାଲି ବର ର ଘର ଆଡେ ଯାଉଥାଏ ।ତା ପଛରୁ ଦୁଇ ଜଣ ଅଠର ଉଣେଇଶ ବର୍ଷର ଟୋକା ମଦ ପିଇ ଜୋର୍ ରେ ସାଇକଲ ଚଳାଇ ତା ପଛ ପଟୁ ଆସିଲେ। ନବ ଏମିତି ଭେଷ ଭୂଷା ଦେଖି ଜାଣି ଗଲେ ଯେ ନବ ବରଯାତ୍ରୀ ରେ ଯିବ ନବ କୁ ମଜା ରେ କହିଲେ....
କିରେ ନବ କୁଆଡେ ଭୋଜି ଖାଇ ହଉ ଚାଲ୍ ଚାଲ୍ ଆଜି ତ
ମାଛ ମାଉଁସ ଉଡିବ ଆଉ।
ଏମିତି ଗାଉଁଲି ଭାଷା ରେ ତାକୁ କହି ଜୋରରେ ଆଗକୁ ଗଲାବେଳ କୁ ଟିକେ ଅନ୍ଧାରିଆ ରାସ୍ତା ପଡେ ରାସ୍ତା ଉପରେ କେତେ ଗୁଡିଏ ଗାଈ ସୋଇ ଥାନ୍ତି ସେମାନେ ତ ନିଶାରେ ଆଉ ସେମାନଙ୍କୁ କି ଜଣା ଯେ ଆଗରେ ଗାଈ ଗୁଡାକ ଶୋଇଛନ୍ତି।
ସେମାନେ ଜୋର୍ ରେ ସାଇକଲ ଚଳାଇ ପୁରା ଜୋର ରେ ଗାଈ ମାନଙ୍କ ଦେହରେ ପିଟି ହୋଇ ଆଗକୁ ଛିଟିକି କି ଫୋପାଡି ହୋଇ ପଡିଲେ । ଏହାକୁ ଦେଖି ନବ ଦୌଡ଼ି ଯାଇ ତାଙ୍କୁ ଉଠାଇଲା ଆଉ ସେ ମଦ ର ଗନ୍ଧ ବାରି ଜାଣିଗଲା ଯେ ସେମାନେ ମଦ ପିଇଛନ୍ତି ବୋଲି ଆଉ ତାର ଠାର ରେ ତାଙ୍କୁ କହିଲା ଏ ଗୁଡାକ ଭଲ ଜିନିଷ ନୁହେଁ ବୋଲି ଆକୁ ପିଇଲେ ଦେହ ଖରାପ ହୁଏ । ତା କଥା କୁ କିଏ ଶୁଣୁଛି ସେମାନଙ୍କୁ ସେ ସାହାଯ୍ୟ କଲେ ସୁଦ୍ଧା ବି ସେମାନେ ତା କଥା କୁ ନମାନି ଆଗକୁ ଚାଲି ଗଲେ। କିଏ ଶୁଣିଛି ତା କଥା ତା କଥା ର କିଛି ମୂଲ୍ୟ ଥିଲେ ସିନା।ତା କଥା କୁ ଅଣଦେଖା କରି ଚାଲିଗଲେ ସିନା ଯଦି ତା ଜାଗା ରେ ଯଦି ଆଉ କିଏ ଭଲ ଲୋକ ଥିଲେ ଦି ଚାପୁଡ଼ା ମାରିଥିଲେ ତାଙ୍କ କଥା ଟା ମୁଣ୍ଡରେ ପଶି ଥାଆନ୍ତା ଦୁନିଆରେ ତ ଏମିତି ଲୋକ ମାନଙ୍କ କଥା କୁ ଖାତିର ନ କରି ଅଣଦେଖା
କରିଦେଉ ଛନ୍ତି। ସତେ ଯେମିତି ତାଙ୍କ କଥାର କିଛି ମୂଲ୍ୟ
ନାହିଁ ।
ଦିନ ପରେ ଦିନ ଏମିତି ଗଡି ଚାଲୁ ଥାଏ ଗାଁ ରେ ଚୈତ୍ର ମାସ ଦଣ୍ଡ ଯାତ୍ରା ପାଖେଇ ଆସିଲା। ଗାଁ ରେ ଆଖଡ଼ା ସବୁ ସିଖୁ ଥାନ୍ତି
ଦଣ୍ଡ ଯାତ୍ରା ରେ ରାତିରେ ଏକ ପୌରାଣିକ ନାଟକ ଅନୁଷ୍ଠିତ ହୁଏ ଏହା ପୂର୍ବ କାଳରୁ ରହି ଆସିଛି। ସମସ୍ତେ ଏହି ଦଣ୍ଡ ଯାତ୍ରା କୁ ଭାରି ଭଲ ଭାବରେ ପାଳନ କରନ୍ତି ପୁରା ଗୋଟେ ମାସ ଆମିଷ ଛାଡ଼ି ଏହାକୁ ଭାରି ଧୁମ୍ ଧାମରେ ପାଳନ କରନ୍ତି।
ଏଇ ଦଣ୍ଡଯତ୍ରା ରେ ନାଟକ ପାଇଁ ସବୁ କଳାକାର ମାନଙ୍କୁ ନିଜର ଚରିତ୍ର ଅନୁସାରେ ନିଜର ପୋଷାକ ଦିଆ ଯାଉ ଥାଏ।
ଗୋଟେ ମଜାଳିଆ କଥା ହେଲା ନବ ଏ ସବୁ ଦେଖି ସେଠାରେ ଥିବା ଷଣ୍ଢ ଚରିତ୍ର ର ପୋଷାକ ଦେଖି ନବ ସେ ପୋଷାକ ଧରି ଜଣକୁ ଠାର ରେ କହିଲା ମୁ ଏଇଟା ହେବି। ନବ ର କଥା ଶୁଣି ସମସ୍ତେ କହିଲେ ନା ନା ତୁ ଆକୁ ହେବୁନି ତତେ ଦିଆ ହେବନି।
ଏମିତି ମଜାରେ କହିଲେ ଆଉ ତାଠୁ ଛଡ଼ାଇ ନେଇଗଲେ।
ନବ ର ମନ ହେଇଛି ମାନେ ସେ ନେବ ଯେମିତି ହେଲେବି।
ସେଠାରେ ପ୍ରାୟ ସମସ୍ତଙ୍କୁ କହିଲା ତା ଠାରରେ। ତାକୁ ପ୍ରାୟ ସମସ୍ତେ ମନାକଲେ ନବ ଥୟ ହୋଇ ଠିଆ ହେଲା ଆଉ କେତେ ସମୟ ପରେ ସେଇ ଷଣ୍ଢ ପୋଷାକ କୁ ନେଇ ଧାଇଁ ଧାଇଁ ଘରକୁ ଗଲା ଆଉ ତା ପଛରେ କେତେ ଜଣ ଗୋଡାଇଲେ କିନ୍ତୁ ତାର ଏ ପିଲାଳିଆମି ଗୁଣ ଯୋଗୁ ତାକୁ ସେତେ କିଛି କହିଲେନି।
ନବ ର ଯାହା ଜିଦି ତାହା ସେ ହାସଲ କରେ। ତାର ଏମିତି ଗୁଣ ଯୋଗୁ ହିଁ ସମସ୍ତେ ତାକୁ ହଇରାଣ କରନ୍ତି। ସେ ପୁଣି ତାଠୁ ବୟସ ରେ ବହୁତ୍ ଛୋଟ ଛୋଟ ପିଲା। ବଡ ମାନେ ପ୍ରତିରୋଧ କଲେ ସେମାନେ କୁହନ୍ତି ଆମେ ସେମିତି ମଜା ରେ ଲାଗୁଚୁ ନା ଆଉ।
ଏମିତି ତାଙ୍କ କଥା କୁ ବେଖାତିରି କରନ୍ତି। ନବ ବି ପିଲା ଙ୍କ ସହିତ ମିଶି ପିଲା ହେଇ ଯାଏ। ସତେ ଯେମିତି ତା ଦୁନିଆ ରେ ସେ କେତେ ବେଳେ ଖୁସିରେ ଥାଏ ଆଉ ରାଗ ରେ ଆଉକେତେବେଳେ ଦୁଃଖରେ। ଏମିତି କେତେ କାମ ତାର ଛୋଟ ପିଲା ବି ଏମିତି କିଛି କରିବେନି।
ଆମ ସମାଜ ରେ ଏମିତି ଲୋକ ମାନଙ୍କର କଥା କୁ ଅଣଦେଖା କରିଦିଅନ୍ତି। ସେ ଗାଁ ଲୋକ ଙ୍କର ସେ ଅଣଦେଖା ହେତୁ ଗାଁ ଗୋଟାଏ ଜୀବନ କୁ ହରାଇ ବସିଥିଲା। ଘଟଣା ଟି ହେଲା..........
ଖରା ଦିନ ସମୟ ର ଜଙ୍ଗଲ ରେ ନିଜ ନିଜ ତୋଟା ରେ କାଜୁ ଆଉ ଆମ୍ବ ଗଛ ଗୁଡାକ ଅଧିକାଂଶ ଲୋକେ ଗାଁ ର ଖରା ଦିନେ ଯାଆନ୍ତି ଆମ୍ବ ଗୋଟେଇବାକୁ। ନବ ଆଉ ଗାଁ ର ଆଉଜଣେ ଲୋକ ଦୁଇ ଜଣ ଯାକ ଯାଇଥିଲେ ଜଙ୍ଗଲ କୁ ଆମ୍ବ ଗୋଟେଇବକୁ। ଉଦୁଉଦିଆ ଖରାବେଳ । ଦୁଇ ଜଣବ୍ୟସ୍ତ ଥାଏ ଆମ୍ବ ଗୋଟାଇ ବାରେ ପଛରୁ ବହୁତ୍ ଜୋରରେ ଗୋଟାଏ ଶବ୍ଦ ହେଲା ଦୁଇ ଜଣ ଯାକ ପଛକୁ ବୁଲି ଦେଖିଲା ବେଳକୁ ସେ ବୁଦା ମୂଳରେ ଖସ ଖସ ଶବ୍ଦ ସୁଭାଗଲା ହଠାତ୍ ନବ ସହିତ ଲୋକଟା ନବକୁ କହିଲା
ଆରେ ନବ ଠେକୁଆ ନହେଲେ ବାରହା ହେଇଥିବ । ସେ ଲୋକ ଟା ନଵକୁ କହିଲା ତୁ ଏଠୁ କୁଆଡେ ଯିବୁନି ମୁ ଦେଖି ଆସେ ସେଇଟା କଣ। ସେ ଲୋକଟା ଯେତେ ବେଳେ ଦେଖିବାକୁ ଗଲା ହଠାତ୍ ଗୋଟିଏ କଳା ବିରାଟ କାୟ ଭାଲୁ ତା ଉପରେ ମାଡ଼ି ବସିଲା। ସେତିକି ବେଳେ ସେ ଲୋକ ଟାର
ଚିତ୍କାର ଶୁଣି ନବ ସାହାସ କରି ଦେଖିବାକୁ ଗଲା ବେଳକୁ। ଭାଲୁ ଟି ସେ ଲୋକଟାକୁ ମାଡ଼ି ବସିଛି। ଏହା ଦେଖି ନବ ତା ପ୍ରାଣ ବଞ୍ଚାଇ ଗାଁ ରେ ଆସି ଜଣାଇବାକୁ ଚେଷ୍ଟା କରେ। କିନ୍ତୁ ଲୋକ ମାନେ ତା କଥା ଶୁଣିବାକୁ ନାରାଜ ତା କଥାକୁ ଅଣଦେଖା କରି ଯିଏ ଯାହା କାମରେ ବ୍ୟସ୍ତ । ନବ କିନ୍ତୁ ତାର କୌଶଳ ଛାଡ଼ିଲାନି ସିଧା ଧାଇଁ ଗଲା ସେ ଲୋକଟା ର ଘରକୁ। ସେ ଲୋକଟାର ପୁଅ କୁ ବୁଝାଇ ବାକୁ ଚେଷ୍ଟା କଲା କିନ୍ତୁ ସେ କିଛି ତା କଥା ବୁଝି ପାରିଲାନି । ନବ ପୁରା ରାଗି ତା ହାତ କୁ ଭିଡ଼ି ଭିଡ଼ି ତାକୁ ଜଙ୍ଗଲ କୁ ନେଇଗଲା। ଆଉ ଯେତେବେଳେ
ସେ ଲୋକଟାର ପୁଅ ସେଠି ଯାଇ ପହଞ୍ଚିଲା ବହୁତ୍ ଡେରି ହୋଇ ଯାଇ ଥିଲା....
ଯଦି ନବର କଥାକୁ ଗାଁ ଲୋକ ଶୁଣିଥାନ୍ତେ ତାହେଲେ ହୁଏତ ଏ ନିରୀହ ଜୀଵନ ଟା ବଞ୍ଚି ପାରିଥାନ୍ତା।
କେବଳ ନବ ନୁହେଁ ଏଇ ନବ ଭଳି ଦୁନିଆ ରେ କେତେ ଅଛନ୍ତି
କିନ୍ତୁ ଆମେ ତାଙ୍କ କଥା କୁ ଅଣଦେଖା କରିଦେଉଛେ।
ହୁଏତ ଆମର ଏ ବ୍ୟବହାର ଯୋଗୁ ସେମାନେ ନିଜକୁ ଏକୁଟିଆ ବୋଲି ଭାବୁଥିବେ। ଆଉ ତାଙ୍କ କଥା କୁ ଆମେ ମହତ୍ତ୍ଵ ନ ଦେଲେ ଆମେ ନିଜେ ହିଁ ବିପଦ ର ସମ୍ମୁଖୀନ ହେବା
କିଏ ଶୁଣିଛି ତାଙ୍କର ସେ ନୀରବ ଚିତ୍କାର............
