STORYMIRROR

Prasanta Pradhan

Others

3  

Prasanta Pradhan

Others

ନାରୀ

ନାରୀ

1 min
347


ଆଉ କେତେ ତୁ ଜଳିବୁ

ତୁ ସଳିତା ଭଳି ଜଳି ଜଳି 

ଅନ୍ୟକୁ ଆଲୁଅ ଦେଖାଇ

ନିଜେ ଜଳି ସାଇଲୁଣି,

ଆଉ କେତେ ତୁ କାନ୍ଦିବୁ ,

ଅନ୍ୟର ଦୁଃଖ ରେ ଦୁଃଖୀ ହୋଇ

କାନ୍ଦି କାନ୍ଦି ଆଜି ତୋ ପଣତଟା

ଭିଜେଇ ସାଇଲୁଣୀ ।


ଆଉ କେତେ ତୁ ସହିବୁ

ଦିନ ରାତି ଖଟି ଖଟି ହାତ ଦୁଇଟା

ତୋ ପଥର ଭଳି ହୋଇ ସାରିଲାଣି

ଆଉ କେତେ ତୁ ସାହିବୁ

ଦିନରାତି ନିର୍ଯାତନାର ଶିକାରହେଉଛୁ

ତଥାପି ପରିବାର ର ଇଯତ୍ ଦେଖି

କାହା ସାମ୍ନାରେ ଖୋଲି କହି ପାରୁନୁ

ଆଉ ଶେଷରେ ନିଜେ ଆତ୍ମହତ୍ୟା

କିମ୍ବା ହତ୍ୟା ର ଶିକାର ହେଉଛୁ ।


ତଥାପି କଣ ତୋ ଆଖିରୁ ପଟି ଖୋଲି ପାରୁନୁ

ଭୂଳିଯା ସେ ସବୁ କଥା

ନିଜକୁ ତୁ ଷ୍ଟ୍ରଙ୍ଗ କର ଆଉ ବନିଯା ତୁ 

ରାଣୀ ଲକ୍ଷ୍ମିବାଇ

ସଜକର୍ ତୋର ସେହି ଘୋଡ଼ା

ଉଠା ତୋର ସେହି ତରୁଆଲ

ଆଉ ସେହି ରକ୍ତ ପିପାସୁ ମାନଙ୍କୁ

ସଂହାର କର ।


ଯେଉଁ ଦିନ ତୁ ତାଙ୍କ ଆଖିରେ ଆଖି

ମିଶେଇ କଥା କହି ପାରିବୁ,

ତାଙ୍କ ପାଦରେ ପାଦ ମିଶେଇ ଚାଲିବୁ,

ତାଙ୍କ ସହିତ ଯୁଦ୍ଧ କରି ପାରିବୁ,

ନିଜର ଅଧିକାର ସାବ୍ୟସ୍ତ କରି ପାରିବୁ 

ସେଦିନ ସେମାନେ ତତେ ସମ୍ମାନ ଦେବେ।


ନହେଲେ ଏ ରାକ୍ଷସ ମାନଙ୍କ ଆଖିରୁ

ତୁ ବର୍ତ୍ତି ଯାଇ ପାରିବୁ ନାହିଁ

ଏମାନେ ତୋର ମାଂସ କୁ 

ଚୋବେଇ ଖାଇ ଯିବେ 

ଦେଖ, ଦେଖ ତୋ ଆଖି ସାମ୍ନାରେ

କେତେ ନିର୍ଭୟା,ଇତିଶ୍ରୀ, ବେବିନା

ସଲିତ ଭଳି ଜଳି ଜଳି ଲିଭି ଗଲେ।


ଘର ଅଗଣାରେ ବସି କାନ୍ଦିଲେ 

କିଛି ଲାଭ ହେବନି।

ଉଠ ଆଉ ସହରକୁ ଥରେ ବୁଲି ଦେଖିଯା 

ତୋର ସାଙ୍ଗ,ମା,ଭଉଣୀ ମାନେ

କେମିତି କବାଟ କୋଣେ ବସି

କାନ୍ଦୁଛନ୍ତି ତାଙ୍କର ପରିବାର ର ସମ୍ମାନକୁ ଜଗି 

ଓ ପୁଅ ଝିଅ ଙ୍କ ମୁହଁକୁ ଦେଖି।


ତୁ ଯା ସେମାନଙ୍କୁ ଏକାଠି କର ଓ

ନିଜର ପ୍ରାପ୍ୟ ପାଇଁ ଲଢେଇ କର।

ନାରୀ ରୁ ନାରାୟଣୀ ହୋଇ ଯା

କାଳୀ ରୂପକୁ ଧାରଣ କରି ପାପୀ

ମାନଙ୍କୁ ବିନାଶ କର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from Prasanta Pradhan

ନାରୀ

ନାରୀ

1 min ପଢ଼ନ୍ତୁ