ବଡ଼ ମାଆ
ବଡ଼ ମାଆ
ବଡ଼ ମାଆ ତୁମେ ଯେଉଁଦିନ ଏ ସଂସାର ଛାଡ଼ି ଗଲ ସେଦିନ କାହିଁକି କେଜାଣି ତୁମକୁ ବହୁତ୍ ଖୋଜା ଖୋଜା ଲାଗିଥିଲା।ତୁମ ସହିତ ଅତିବାହିତ ହୋଇଥିବା ସମୟ ଗୁଡ଼ିକ ବହୁତ୍ ମନେ ପଡ଼ୁଥିଲା।କାହିଁକି କେଜାଣି ସବୁ ସେ ପୁରୁଣା ଦିନ ଆଖି ସାମ୍ନାରେ ନାଚି ଯାଉଥିଲା।ତୁମର ସେ ଗହମ ଚାଷ,ପିଆଜ ଚାଷ,ମାଣ୍ଡିଆ ଚାଷ,ସବୁ ମୋ ଆଖି ସାମ୍ନାରେ ଦେଖା ଯାଉଥିଲା। ମୁଁ" ଦେବା ଭାଇଙ୍କୁ ସେଦିନ ଫୋନ କଲି ଓ ପଚାରିଲି ଦେବା ଭାଇ ମୋତେ କଣ ସମସ୍ତେ ଭୁଲି ଯାଉଛ । ମାମା ମଧ୍ୟ ଟିକେ ମନେ ପକାଉନାହନ୍ତି।ଦେବା ଭାଇ ନିଦରେ ଥିଲେ ବୋଧହୁଏ ଅଳସୀ ମାରି କହିଲେ ନାଇଁରେ ସେମିତି କିଛି ନାହିଁ।ମୁଁ ଟିକେ ବ୍ୟସ୍ତ ରହୁଛି ଆଉ ମୁଁ ଘରେ ନାହିଁ,ମୁଁ ଏବେ ବ୍ରହ୍ମପୁରରେ ଅଛି,ଆଉ ମାମାଙ୍କ ଦେହ ଟିକେ ଖରାପ ଅଛି ଏବେ ତାଙ୍କୁ ହସ୍ପିଟାଲ୍ ନେଉଛନ୍ତି। ମୁଁ ପଚାରିଲି କଣ ହେଲା କି? ଉତ୍ତର ଦେଲେ ତାଙ୍କ ଦେହ ଟିକେ ଅଧିକ ଖରାପ ଅଛି।ମୁଁ କହିଲି ଠିକ୍ ଅଛି । କେମିତି କଣ ମୋତେ କହିବ, ଭାଇ କହିଲେ ଠିକ୍ ଅଛି ।ଫୋନ କାଟିଦେଲେ ।ମୁଁ ଖାଇ ଶୋଇ ପଡ଼ିଲି। ତା ପରଦିନ ସକାଳୁ 4 ଟା ସମୟରେ ଦେବାଶିଷ ଭାଇଙ୍କ ଫୋନ ଆସିଥିଲା ।ମୁଁ ନିଦରେ ଥିବାରୁ ଆଉ ଉଠାଇନଥିଲି। ସକାଳ 8 ଟା ସମୟରେ ମୋବାଇଲ ଦେଖି ତାଙ୍କୁ ଫୋନ କଲି ପଚାରିଲି "ଭାଇ ଆପଣଙ୍କର ଫୋନ ଆସିଥିଲା "?ଧୀର କଣ୍ଠରେ ଉତ୍ତର ଦେଲେ" ହଁ କରିଥିଲି,ମୁଁ ପଚାରିଲି କଣ ହେଲା କି । କହିଲେ ଆଉ ମାମା ନାହାନ୍ତି ।" ମାନେ, କହିଲେ କାଲି ରାତିରେ ଆମକୁ ଛାଡ଼ି ଚାଲିଗଲେ।ମୋତେ ଏମିତି ଲାଗିଲା ସତେ ଯେମିତି ଆକାଶରୁ ମେଘ ଖଣ୍ଡଟା ହଠାତ୍ ଛିଣ୍ଡିଗଲା । ଯେଉଁଠି ବସିଥିଲି ସେଇଠି ହିଁ ଦଶ ମିନିଟ୍ ପର୍ଯ୍ୟନ୍ତ ଆଉ ଉଠି ପାରିନଥିଲି । ଆଉ ଉଠିବାକୁ ମନ ହେଉନଥିଲା, ତା ପରେ ଭାଇ କହିଲେ ଏବେ ସ୍ୱର୍ଗଦ୍ୱାରରୁ ଫେରୁଛି।ମୁଁ ପୁରା ଭାଙ୍ଗି ପଡ଼ିଥିଲି ନିଜ ମା ନହେଲେ ବି ପୁଅ ଭଳି ସ୍ନେହ କରୁଥିଲ। ଯେବେଠୁ ଗାଁ ଛାଡି ପୁରୀରେ ଥିଲେ ସେବେଠୁ ବହୁତ୍ କମ୍ ଥର ଦେଖା ହୋଇଥିଲା।ନାନୀ କହୁଥିଲେ ତୁମ ଏ ଅସମୟରେ ଚାଲିଯିବା ଆମର ପରିବାର ଉପରେ ଦୁଃଖର ପାହାଡ଼ ପଡ଼ିଲା ଭଳି ଲାଗୁଛି।ତାଙ୍କ ପୁଅ ଝିଅଙ୍କୁ ଆଉ କିଏ କୋଳିରେ ଧରି ଗେଲ କରିବ।କିଏ ତାଙ୍କୁ ଗାଧୋଇ ଦେବ ,କିଏ ବୁଲେଇ ବୁଲେଇ ଖୁଆଇବ ତାଙ୍କ ପୁଅ ଝିଅ ତୁମକୁ ବହୁତ୍ ମନେ ପକାଉଛନ୍ତି। ସେ ପୁରୁଣା ଦିନ ସବୁ ମୋ ଆଖି ସାମ୍ନାରେ ନାଚି ଯାଉଛି।ମାମା ତୁମେ ଯେଉଁଠି ଥାଅ ନା ଭଲରେ ଥାଅ ।ମାମା ତୁମ ସ୍ନେହ ଓ ଭଲପାଇବା ସାରା ଜୀବନ ଆମେ ଭୁଲି ପାରିବୁନି। ତୁମେ ଯେଉଁଠି ଥାଅ ଆମ ଉପରେ ସଦା ତୁମ ଆଶିର୍ବାଦ ଥାଉ। ଆଇ ମିସ୍ ୟୁ ମାମା
