RAKESH MUDULI

Others

4.4  

RAKESH MUDULI

Others

ମୁଁ ଓ ମୋ ବନ୍ଧୁ କଲମ

ମୁଁ ଓ ମୋ ବନ୍ଧୁ କଲମ

6 mins
179


ନିବୁୁୁଜ୍ ଡାଏରୀର ପୃଷ୍ଠା ଲେଉଟାଉ ଲେଉଟାଉ ମଝି ଫର୍ଦ୍ଦରେ ଶୋଇଯାଇଥିଲେ ମୋର ବନ୍ଧୁ କଲମ । ତା'ଙ୍କୁ ଉଠେଇ ପଚାରିଲି ହେ ମୋର ପ୍ରିୟର ବନ୍ଧୁ! ତୁମେ କ'ଣ ପାଇଁ ଏମିତି ଅଚାନକ ଶୋଇ ଯାଇଛ ? କଣ ତୁମର ଦେହ ଭଲ ନାହିଁ କି ? ନା ଅନ୍ୟ କିଛି କାରଣ ଅଛି ତୁମ ମନ ମଧ୍ୟରେ ।

ମୋର ବନ୍ଧୁ କଲମ : ଉତ୍ତର ଦେଲେ, ନା ମୋର କିଛି ହେଇଚି ନା ମୁଁ ହଠାତ୍ ଶୋଇ ରହିବାର ଅନ୍ୟ କିଛି କାରଣ ଅଛି । ମୁଁ ନ ଶୋଇ ବାସ୍ ଅଟକି ରହିଯାଇଛି କିଛି ଆଖି ଲାଖି ଯିବା ଦୃଶ୍ୟ ଦେଖି ଏବଂ ମନରେ ଖାଲି ଘୂରି ବୁଲୁଛି ସେ ଦୃଶ୍ୟ ଅହରହ ।

ମୁଁ : ଆଛା! ତୁମେ ଏମିତି କ'ଣ ଦେଖିଲ କି ? ଯାହା ଦେଖିକି ତୁମ ଆଖି ଲାଖି ଗଲା ଆଉ ତୁମେ ଶୋଇ ଗଲ ।

ମୋର ବନ୍ଧୁ କଲମ : ହଁ, ତମେ ମଧ୍ୟ ସେ ଦୃଶ୍ୟ ଦେଖିଲେ ଚକିତ ହେଇଯିବ । ଚାଲ ମୁଁ ତୁମକୁ ସେ ଦୃଶ୍ୟ ଦେଖାଇ ଆଣିବି ।

ମୁଁ : ହଉ ଚାଲ ଯିବା ।

                  

ମୋର ବନ୍ଧୁ କଲମ : ପଦିଏ କବିତା କହୁଛି ଶୁଣ ।

ମୁଁ : ତୁମେ ପୁଣି କବିତା.... କେବେ ଠାରୁ ହୋ ବନ୍ଧୁ । ହଉ ଶୁଣାଅ ।

ମୋର ବନ୍ଧୁ କଲମ :

     ଚାଲ ବନ୍ଧୁ ଯିବା ଦେଖିଣ ଦୃଶ୍ୟ,

     ଯେଉଁ ଦୃଶ୍ୟରେ କି ଅଛି ଅନେକ ରହସ୍ୟ ।

ମୁଁ : ଆଛା! ବନ୍ଧୁ, ଶୁଣ ତ ତମେ ସେତେବେଳେ କହିଲ କି ଆଖି ଲାଖି ଯିବା ଦୃଶ୍ୟ ଦେଖିବାକୁ ଯିବା କିନ୍ତୁ ସେଇଠି ପୁଣି କି ରହସ୍ୟ । ତୁମେ କ'ଣ ମୋତେ ଏବେ ସେ ରହସ୍ୟର କାରଣ କହିପାରିବ ?

ମୋର ବନ୍ଧୁ କଲମ : କ୍ଷମା କରିବ ବନ୍ଧୁ । ମୁଁ ଯଦି ତୁମ ଆଗରେ ସେ ରହସ୍ୟର ପର୍ଦ୍ଦାଫାସ୍ କରିଦେବି ତା'ହେଲେ ସେ ଦୃଶ୍ୟ ଦେଖିବାର ମଜା କିଛି ବି ଉପଭୋଗ କରିପାରିବ ନାହିଁ ତୁମେ ।

ମୋର ବନ୍ଧୁ କଲମ : ଆଉ ପଦିଏ କବିତା ଶୁଣ ।

    ଶୁଣ ଶୁଣ ବନ୍ଧୁ! ଧର ତୁମେ ଧୈର୍ଯ୍ୟ,

    ଦେଖିଲେ ଜାଣିବ ସେ ଦୃଶ୍ୟର ରହସ୍ୟ ।

    ଚକିତ ହେବ ତୁମେ ସେ ରହସ୍ୟ ଦେଖି,

    ତୁମେ ବି କହିବ ହେ ବନ୍ଧୁ! ମୋ ଆଖି ଯାଉଛି ଲାଖି ।

ମୁଁ : ବାଃ! ବାଃ! ଆଛା, ବନ୍ଧୁ ମୁଁ ବି ପଦିଏ କହୁଛି ଶୁଣ ।

    ଚାଲ ବନ୍ଧୁ ଘେନି ଯିବା ନ କରି ଡେରି,

    ରହିପାରୁ ନାହିଁ ମୁଁ ଆଉ ଥୟ ଧରି ।

    

ମୋର ବନ୍ଧୁ କଲମ : ହଁ ବନ୍ଧୁ ହଁ ।

ମୁଁ : ହଉ ଚାଲ ଯିବା ।

(ମୁଁ ଓ ମୋର ବନ୍ଧୁ ଦୃଶ୍ୟ ଦେଖିବାକୁ ଯିବା ବାଟର କିଛି କଥା ।)

ମୁଁ : ହେ ବନ୍ଧୁ! ମୁଁ କିଛି କହିବାକୁ ଚାଁହୁଛି ତୁମକୁ ହେଲେ କେମିତି କହିବି କିଛି ଜାଣିପାରୁ ନାହିଁ

ମୋର ବନ୍ଧୁ କଲମ : ବନ୍ଧୁ ମୋର, ମନରେ କୌଣସି ଦ୍ଵିଧା ନ ରଖି ଯାହା ବି କହିବାକୁ ଚାଁହୁଛ କୁହ ।

ମୁଁ : ହଉ, ତା'ହେଲେ କହୁଛି ଶୁଣ ।

ମୋର ବନ୍ଧୁ କଲମ : ଯାହା ବି କହିବ ତା'କୁ କବିତା ମାଧ୍ୟମରେ ପ୍ରକାଶ ଯଦି କରନ୍ତ କିପରି ହୁଅନ୍ତା କୁହ ତ ।

ମୁଁ : ଏ ତ ଅତି ଉତ୍ତମ କଥା । ଶୁଣ ମୋର ବନ୍ଧୁ କଲମ....

   କି ଅବା କହିବି କିପରି କହିବି

       ପାରୁନାହିଁ ମୁଁ ଯେ ଜାଣି ।

   ବର୍ଣ୍ଣିବା ପାଇଁ ମୁ ଭାଷା ପାଉ ନାହିଁ

       କେମିତି ବର୍ଣ୍ଣିବି ଏ କାହାଣୀ ।

ମୋର ବନ୍ଧୁ କଲମ : ହେ ବନ୍ଧୁ! ତୁମେ କ'ଣ କହୁଚ ମୁଁ କିଛି ବୁଝିପାରୁନାହିଁ । ଯାହା କହୁଚ ସିଧାସଳଖ କୁହ ।

ମୁଁ : ଶୁଣ ମୋର ବନ୍ଧୁ, ତୁମ ସହ ବନ୍ଧୁ ବାନ୍ଧିବା ଦିନଠାରୁ ଆଜି ପର୍ଯ୍ୟନ୍ତ ତୁମଠାରୁ ବହୁତ କିଛି ଶିଖିଚି । ହଁ, ଖାଲି ଶିଖିନି ତୁମେ ମୋତେ ମୋ ଜୀବନର ପ୍ରତି କ୍ଷେତ୍ରରେ ସାହାଯ୍ୟ କରିଛ ଓ ସହାୟ ମଧ୍ୟ ହୋଇଛ ।

ମୁଁ : ହୁଏ ତ ତୁମର ମୂଲ୍ୟ ହୋଇଥାଇପାରେ କିଛି ପଇସା ଏବଂ ହୋଇଥାଇପାରେ ତୁମ ତନୁ ଦୁର୍ବଳ ତଥାପି ତୁମେ କେତେ ଯେ ହୃଦମନ୍ଦିର ଥରାଇ ଦେଇଛ । ଅନ୍ୟମାନଙ୍କ ବନ୍ଧୁ ପରି ମୋର ମଧ୍ୟ ବନ୍ଧୁ ସାଜିଛ ।

ମୋର ବନ୍ଧୁ କଲମ : ବନ୍ଧୁ, ତୁମେ ଏପରି କାହିଁକି କହୁଛ ?

ମୁଁ : ତୁମ ପାଇଁ ପଦେ....

      ସବୁ ସମ୍ପର୍କର ଉର୍ଦ୍ଧ୍ବରେ ବନ୍ଧୁତ୍ୱ

          ଈଶ୍ବରଙ୍କ ଶ୍ରେଷ୍ଠ ସୃଷ୍ଟି,

      ମାନ ଅଭିମାନ ଯେତେ ଥାଉ ହେଲେ

          ସଦା ଏଠି ପ୍ରେମ ବୃଷ୍ଟି ।

      ରକ୍ତର ସମ୍ପର୍କ ନ ଥାଇ ବି ଅଛି

          ଭରସା ଆଉ ବିଶ୍ୱାସ,

      ବନ୍ଧୁତ୍ୱ ଅମର କେବେ ତୁଟେ ନାହିଁ

          ଅଟକି ଗଲେ ନିଶ୍ୱାସ ।

ମୋର ବନ୍ଧୁ କଲମ : ବାଃ! ବାଃ!....

ମୁଁ : ହଉ ଚାଲ ଯିବା ।

            

ମୁଁ : ବନ୍ଧୁ ମୋର ଆଉ କେତେ ବାଟ ? ସେ ଦୃଶ୍ୟ ଦେଖିବା ପାଇଁ ମୋ ମନ ଅତ୍ୟନ୍ତ ବ୍ୟଗ୍ର ହୋଇ ଉଠିଲାଣି ଏବଂ ମନ ମଧ୍ୟ ଅନେକ ଆକାଙ୍କ୍ଷା ଜମା ହୋଇସାରିଲାଣି ।

ମୋର ବନ୍ଧୁ କଲମ : ବନ୍ଧୁ ହେ! ପ୍ରତ୍ୟେକଟି ମଣିଷର ଜୀବନରେ ଦୁଇଟି ମୋଡ଼ ଆସିଥାଏ ଗୋଟେ ଭଲ ଓ ଅନ୍ୟଟି ମନ୍ଦ ଏବଂ ମଣିଷ ସର୍ବଦା ଭଲ ମୋଡ଼କୁ ଆପଣେଇ ଥାଏ । ସେପରି ଆମେ ଦୁହେଁ ଦୃଶ୍ୟ ଦେଖିବାକୁ ଗତି କରୁଥିବା ରାସ୍ତାରେ ମଧ୍ୟ ଦୁଇଟି ମୋଡ଼ ଅଛି ଗୋଟିଏ ଭଲ ଆଉ ଗୋଟେ ମନ୍ଦ । ଭଲ ରାସ୍ତା ଦେଇ ଗଲେ ଟିକେ ଡେରିରେ ପହଂଚିବା ଓ ମନ୍ଦ ରାସ୍ତା ଦେଇ ଗଲେ ଆମେ ଟିକେ ଶୀଘ୍ର ପହଂଚିବା । ତ ତମେ କୁହ ବନ୍ଧୁ ଆମେ କେଉଁ ରାସ୍ତା ଦେଇ ଯିବା ?

ମୁଁ : ଆମେ ଭଲ ରାସ୍ତା ଦେଇ ଯିବା ।

ମୋର ବନ୍ଧୁ କଲମ : ହଉ ଚାଲ ଯିବା ।

(କିଛି ବାଟ ଅତିକ୍ରମ କଲା ପରେ....)

ମୋର ବନ୍ଧୁ କଲମ : ବନ୍ଧୁ ହେ! ଦେଖ ପାହାଡ ତଳର ସେ ଦୃଶ୍ୟ ।

    କି ସୁନ୍ଦର ଆହା! ମନ ମୋହୁଛି,

    ଶୀଘ୍ର ଆସ ହାତ ଠାରି ଡାକୁଛି ।

    ଦୂରରୁ ଦେଖ ତା'ର ହୀରା ଚମକ ଚେହେରା,

    ନିକଟରୁ ନିକଟତର ହେଲେ ଲାଗିବ ସେ ନିଆରା ।

    

ମୁଁ : ଆଛା! ସତେ ନା କ'ଣ ବନ୍ଧୁ ? ଯେତିକି ଯେତିକି ପାଖେଇ ଆସୁଛି ସେ ଦୃଶ୍ୟ ସେତିକି ସେତିକି ତମେ ମୋତେ ଉତ୍ୟେଜିତ କରିଦେଉଛ ।

ମୋର ବନ୍ଧୁ କଲମ : ହା.... ହା.... ହେଇ ପା ଆସିଗଲା ତୁମେ ଦେଖିବାକୁ ଥିବା ଦୃଶ୍ୟ ।

ମୁଁ : ଏବେ ତା'ହେଲେ ମୋ ଅପେକ୍ଷାର ଅନ୍ତ ହେବ । କିନ୍ତୁ କାଇଁ, କେଉଁଠି ?

ମୋର ବନ୍ଧୁ କଲମ : ପ୍ରଥମେ ତୁମେ ତୁମର ଆଖି ବନ୍ଦ କର ମୁଁ ତୁମ ହାତ ଧରି ନେଇଯିବି ଆଉ ପହଞ୍ଚାଇ ଦେବି ତୁମ ଅପେକ୍ଷାର ଅନ୍ତ ଜାଗାରେ ।

ମୁଁ : ହଉ ଚାଲ ।

ମୋର ବନ୍ଧୁ କଲମ : ଏବେ ଆଖି ଖୋଲି ତୁମ ଅପେକ୍ଷାର ଭରପୁର୍ ଉପଭୋଗ କର ।

ମୁଁ : ଇଏ କ'ଣ ଯେ, ବନ୍ଧୁ । ଇଏ ତ ଗୋଟେ ବଗିଚା ମାତ୍ର । ଆଉ ଏ ବଗିଚାରେ ତ ଅନେକ ବୃକ୍ଷ ଲତା ସବୁ ଅଛନ୍ତି ସେ ସବୁ ମୁଁ ଦେଖିପାରୁଛି ହେଲେ ମୋର ଅପେକ୍ଷାରତ ଦୃଶ୍ୟକୁ ମୁଁ ଦେଖିପାରୁନାହି ।

ମୋର ବନ୍ଧୁ କଲମ : ଇଏ ମାତ୍ର ଏକ ବଗିଚା ନୁହେଁ । ଏ ବଗିଚାରେ ଭରି ରହିଛି ଅନେକ କିଛି । ତୁମେ ଯଦି ସେସବୁକୁ ଠିକ ରୂପେ ବୁଝିପାରିଲ ତା'ହେଲେ ତୁମେ ତୁମର ଅପେକ୍ଷାର ଅନ୍ତ ଅଥବା ଦୃଶ୍ୟର ରହସ୍ୟର ଠିକଣା ସବୁକୁ ପାଇପାରିବ । ତା' ଛଡା ମୁଁ ଅଛି ତୁମକୁ ତୁମର ଅବୁଝା କଥାର ଅବସାନ କରିବା ପାଇଁ । ତୁମେ କ'ଣ ପାଇଁ ବ୍ୟସ୍ତ ହେଉଛ । ତୁମେ ବାସ୍ ଦୃଶ୍ୟର ମଜା ନିଅ ।

ମୁଁ : ତୁମେ ଠିକ କହିଛ ବନ୍ଧୁ । ତଥାପି ମୁଁ ନିଜେ ଜାଣିବାକୁ ଚେଷ୍ଟା କରୁଛି ଏବଂ ତା'କୁ ନିଜେ ମଧ୍ୟ ପ୍ରକାଶ କରୁଛି ତୁମ ଆଗରେ ।

ମୋର ବନ୍ଧୁ କଲମ : ହଁ, ବନ୍ଧୁ ତୁମେ ଠିକ୍ କହିଛ ।

              

ମୁଁ : କେତେ ଯେ କବିତା ଓ ଗଳ୍ପାଦି ବୃକ୍ଷ । କବିତା ରୂପି ବୃକ୍ଷର ପୁଷ୍ପ ଧାରୀ ଶବ୍ଦ ଗୁଡାକ କବିତାକୁ ଅତ୍ୟନ୍ତ ସୁସଜ୍ଜିତ କରନ୍ତି ଓ ଗଳୃାଦି ବୃକ୍ଷ ତ ଚତୁର୍ଦ୍ଦିଗକୁ ବିଶାଳକାୟ ବରଗଛ ପରି ତା'ର ଚଉବାହା ମେଲାଇ ରଖିଛି । ଶବ୍ଦ ରୂପି ପକ୍ଷୀଗୁଡ଼ାକ ଉଡିଆସି ବସି ଯାଆନ୍ତି ଉଭୟ ବୃକ୍ଷରେ ଏବଂ ଶବ୍ଦ ରୂପି ପକ୍ଷୀ ମାନେ ତାଙ୍କର କାକଳି ଶବ୍ଦ କରି ଜଣାଇ ଦିଅନ୍ତି ତାଙ୍କର ସ୍ଵର୍ନିୟ ମହତ୍ୱ । ସୃଷ୍ଟି କରନ୍ତି ସେ ଭିନ୍ନ ନାମୀ ଭିନ୍ନାର୍ଥ । ରଙ୍ଗର ରଙ୍ଗୋଲି ଯେପରି ରଙ୍ଗ ରଙ୍ଗର ମିଶ୍ରଣରେ ଅନ୍ୟ ଏକ ରଙ୍ଗର ଆବିର୍ଭାବ ହୁଏ ସେହିପରି ଇଏ ମଧ୍ୟ ସୃଷ୍ଟି କରିଚାଲେ ତା'ର ନିଜସ୍ୱ ରଙ୍ଗୋଲି ଯେଉଁଥିରେ ଭରି ରହିଥାଏ ଅନେକ ମାଦକତା, ମାଧୁର୍ଯ୍ୟତା, ଆତ୍ମିୟତା, ଜ୍ଞାନାଦି । ନାରୀକୁ ଯେମିତି ସର୍ବଗୁଣା ସମ୍ପର୍ଣ୍ଣ କୁହାଯାଇଥାଏ ଇଏ ମଧ୍ୟ ଠିକ୍ ସେପରି ତା'ର ଗୁଣର ଗାରିମାକୁ ପ୍ରଦର୍ଷିତ କରିଥାଏ ଭିନ୍ନ ଜାଗାରେ ଭିନ୍ନ ଅର୍ଥ ନେଇ । ବଗିଚାର କୋଣ ଅନୁକୋଣରେ ତା'ର ସୌନ୍ଦର୍ଯ୍ୟ ଚମକିତ କରିନେଉଛି । ଛୋଟ ଛୋଟ ସୁନ୍ଦର ଶବ୍ଦ ରୂପି ଫୁଲ ସବୁ ବଗିଚାଟିକୁ ସୌନ୍ଦର୍ଯ୍ୟରେ ଏମିତି ଭରପୁର୍ କରିଦେଇଛି ଯେ ଆଖିକୁ ହଟାଇ ହେଉନାହିଁ । ଏହାର ବଳରେ କେତେ ଯେ ମୁନି, ଋଷି, ପଣ୍ଡିତ ଆଦି ବ୍ୟକ୍ତି ମାନେ ମହାମୁନି, ମହର୍ଷି, ମହାପଣ୍ଡିତ ହୋଇଛନ୍ତି ଖାଲି ଏତିକି ନୁହେଁ ଅଜ୍ଞାନୀ ହୋଇଛି ଜ୍ଞାନୀ ଏବଂ ମୂର୍ଖ ବି ପାଲଟିଛି ପଣ୍ଡିତ । ବଗିଚାରେ ମଉଳା ଫୁଲ ପରି କିଛି ଶବ୍ଦ ମଧ୍ୟ ମଉଳିଲା ଭଳି ଏଣେତେଣେ ପଡିଥାଏ କିନ୍ତୁ ମଉଳା ଫୁଲ ଆମର କୌଣସି କାମରେ ଆସେ ନାହିଁ ହେଲେ ଶବ୍ଦ ଫୁଲ ଯେତେ ମଉଳି ଯାଉ ନା କାହିଁକି ସଦାସର୍ବଦା ଆମର କାମରେ ଆସିଥାଏ । ଯୁଆଡେ ବି ଦେଖ ଶବ୍ଦ ଚାତୁରୀର ଦାନା ଏଣେତେଣେ ବିଛାଡ଼ି ହୋଇପଡିଛି । ସତେ ଯେମିତି ଅସରନ୍ତି ଭଣ୍ଡାରଟିଏ । ଏଇ ବହୁରୂପି କେତେବେଳେ ଯେ କେଉଁ ରୂପ ନେଇ କିପରି ତା'ର ଭାବକୁ ପ୍ରକାଶ କରେ କିଛି ଜଣାପଡ଼େନା । କେବେକେବେ ତ ୟାକୁ ନେଇ ସୃଷ୍ଟି ହୋଇଯାଏ କବିତା ସାଗର, ସାଗରରୁ ପୁଣି ସମୁଦ୍ର ଆଉ କେବେ କେବେ ଗଳ୍ପ ପାହାଡ଼, ପାହାଡରୁ ପୁଣି ଘଞ୍ଛ ଜଙ୍ଗଲ ।

ମୋର ବନ୍ଧୁ କଲମ : ବାଃ! ବାଃ! ବନ୍ଧୁ, ତୁମେ ତ ମୋ ଭାବନା ସାଗରରୁ ତୁମ ନୌକା ରୂପି ଭାବାର୍ଥକୁ ପାର ହୋଇଗଲ । ଚମତ୍କାର....

ମୁଁ : ଯେତେ ବର୍ଣ୍ଣନା କଲେ ମଧ୍ୟ ଏ ଦୃଶ୍ୟର ରହସ୍ୟ ଅବର୍ଣ୍ଣନୀୟ ହୋଇଯାଉଛି । ତଥାପି ମୁଁ ମୋ ଚେଷ୍ଟାକୁ ଜାରି ରଖି ବର୍ଣ୍ଣନା କଲି ।

ମୋର ବନ୍ଧୁ କଲମ : ତୁମ ଚେଷ୍ଟା ସଫଳ ହୋଇଛି ବନ୍ଧୁ ।

ମୁଁ : କ'ଣ କହି ତୁମକୁ ବନ୍ଧୁ ମୁଁ ଧନ୍ୟଵାଦ ଜଣାଇବି କିଛି ଜାଣିପାରୁନାହିଁ । ଏମିତି ଏପରି ଦୃଶ୍ୟ ଦେଖାଇଲ ମୋ ଆଖି ଚକିତ ହୋଇରହିଗଲା ଏବଂ ପାଟି ହୋଇଗଲା ମୋ ବାକ୍ ଶୂନ୍ୟ, ଶରୀର ହେଲା ମୋ ସ୍ତବ୍ଧ ।

ମୋର ବନ୍ଧୁ କଲମ : ସତରେ ବନ୍ଧୁ ଏ ଦୃଶ୍ୟ ଅବର୍ଣ୍ଣନୀୟ ।

ମୁଁ : ହଁ ।

ମୋର ବନ୍ଧୁ କଲମ : ହଉ ଚାଲ ଯିବା ।

 

                  


Rate this content
Log in