STORYMIRROR

Shraddhanjali Dash

Children Stories Others Children

3  

Shraddhanjali Dash

Children Stories Others Children

ମୁକ୍ତିଶିଖା

ମୁକ୍ତିଶିଖା

5 mins
175


ଜଣେ ପ୍ରକୃତ ବନ୍ଧୁ ହେବା ବଡ଼ ଦାୟିତ୍ୱ ।ଏଥିପାଇଁ ଆପଣଙ୍କୁ ବିଶ୍ୱସ୍ତ ସତ୍ୟପରାୟଣ, ଆନ୍ତରିକ, ମିତ୍ରଭାବାପନ୍ନ, କ୍ଷମାଶୀଳ ,ଦୟାଶୀଳ, ମୁକ୍ତହୃଦୟ ହେବାକୁ ପଡ଼େ। ସାହାଯ୍ୟ, ସମର୍ଥନ, ଓ ସହାନୁଭୂତି ଦେବାକୁ ପ୍ରସ୍ତୁତ ହୋଇ ରହିବାକୁ ହେବ।

କ୍ଷମାଶୀଳ ,ଦୟାଶୀଳ, ଆନ୍ତରିକ ଏ ସବୁ ରୁ ମନେପଡ଼ିଲା କିଛି ଖାଟାମିଠା କାହାଣୀ ଯୁକ୍ତ ୩ ପଢ଼ିବା ସମୟର। ତାରିଖ ୨୮ ସେପ୍ଟେମ୍ବର ୨୦୧୮ ମଧ୍ୟାନ୍ନ ପରେ ,ସମୟ ପ୍ରାୟ ୩.00 P.M ରୁ ୪.୦୦P.M । ଶିଖା college ରୁ ଆସି ଟିକିଏ ବିଶ୍ରାମ ନେଇଥାଏ।  ମନରେ ଅନେକ ପ୍ରଶ୍ନ ଥାଏ। ମନଟା ଭାରି ଭାରି ଲାଗୁଥାଏ। ସତେ ଯେପରି ; ସେ ସମସ୍ତଙ୍କ ଦୁଃଖର କାରଣ. !

ଶିଖା ଏମିତି ଦୁଃଖ କରିବା ପଛରେ ମଧ୍ୟ କିଛି କାରଣ ରହିଥିଲା ଓ ସେ କାରଣଟି ହେଲା ସେ ରହୁଥିବା ଛାତ୍ରୀ ନିବାସକୁ ରହିବାକୁ ଆସିଥିବା ଜଣଙ୍କ ସହ ଶିଖାର ଝଗଡ଼ା ହୋଇଥିଲା ଓ ସେ ଝଗଡ଼ା ପାଇଁ ଶିଖାକୁ ଛାତ୍ରୀ ନିବାସର ମାଲିକଙ୍କ ଠାରୁ ଗାଳି ଶୁଣିବାକୁ ପଡିଥିଲା।

ଏ ସବୁ ଭାବିବା ଭିତରେ ତା'ର କୋଠରୀକୁ ଜଣେ ନୂଆ ଝିଅଟେ ପ୍ରବେଶ କଲା। ତା'ର କୋଠରୀରେ ଥିବା ଅନ୍ୟ ସହପାଠୀ ମାନେ ନୂଆ ଝିଅ ସହ କଥା ହେଲେ। ଶିଖା ଚୁପହୋଇ ବସିଥିଲା।  ଶିଖାର ପୂର୍ବ ଝଗଡ଼ା ଓ ଚୁପଚାପ ହୋଇ ବସିବାର କାରଣ ହେଉଛି ;- ଛାତ୍ରୀ ନିବାସରେ ଛୋଟିଆ କୋଠରୀ ମଧ୍ୟରେ ଅଧିକ ପିଲାଙ୍କୁ ରଖା ଯାଇଥିଲା। ଯାହା ଫଳରେ ଜିନିଷ ପତ୍ର ଗୁଡ଼ିକ ରଖିବାରେ ସମସ୍ୟା ଦେଖା ଯାଉଥିଲା। କିନ୍ତୁ ଛାତ୍ରୀ ନିବାସର ମାଲିକ ଏହି ସମସ୍ୟାକୁ ସମାଧାନ କରୁନଥଲା, ଓ ନିଜର ଲାଭ ଲାଭ ପାଇଁ ସେ ସବୁ ସମସ୍ୟାକୁ ଅଣଦେଖା କରୁଥିଲା। ଯାହାଦ୍ୱାରା କି ଅନ୍ୟ ଛାତ୍ରୀମାନେ ମଧ୍ୟ ଛାତ୍ରୀ ନିବାସର ମାଲିକ ଉପରେ ରାଗିଥିଲେ। ଏହା ଥିଲା ଶିଖାର ରାଗିବା କାରଣ।

ଶିଖା ନିଜ ଭାଗ୍ୟକୁ ମଧ୍ୟ କୋଶୁ ଥିଲା, ଓ ଭଗବାନଙ୍କୁ ମନେମନେ ପ୍ରଶ୍ନ କରୁଥିଲା ଯେ ସବୁବେଳେ ମୋ ସହ କାଇଁ ଏମିତି ହୁଏ ?

ଏ ସବୁ ଭାବିବା ଭିତରେ ତାଙ୍କ ସହିତ ନୂଆ ରହିବାକୁ ଆସିଥିବା ଝିଅଟି ଶିଖାକୁ ପ୍ରଶ୍ନ କଲା "ଯୁକ୍ତ ତିନି ପ୍ରଥମ ବର୍ଷର ପାଠପଢ଼ା ଆରମ୍ଭ  ହୋଲାଣି କି ନାଇଁ ? ନୂଆ ଝିଅର ନାଁ ମୁକ୍ତି।  ମୁକ୍ତି ଜାଣିନଥିଲା ଶିଖା ତା ଠାରୁ ବଡ଼ ବୋଲି। ମୁକ୍ତିର କଥା ଶୁଣି ନିଜର ଭାବନା ଭିତରେ ବୁଡ଼ି ରହିଥିବା ଶିଖା ରାଗରେ କହିଲା ; ମୁଁ ଯୁକ୍ତ ତିନି ଦ୍ୱିତୀୟ ବର୍ଷର ଛାତ୍ରୀ। ମୁକ୍ତି ଶିଖାର ଏପରି ବ୍ୟବହାର ଦେଖି ଚୁପ ହୋଇଗଲା ଓ ପରେ ଶିଖା କୁ I'm sorry ଦିଦି....କହି ତା ଜୀନିଷ ପତ୍ର ଗୁଡ଼ିକୁ ରଖିଲା, ଓ dairy ରେ କିଛି ଲେଖିଲା ଏବଂ ତା ପରେ ଟିକିଏ ବିଶ୍ରାମ ନେଲା।

ଶିଖା ରାଗିଲା ସିନା ମୁକ୍ତି ଉପରେ କିନ୍ତୁ ସେ ତା ଖରାପ ବ୍ୟବହାର ପାଇଁ ବହୁତ ଲଜ୍ଜିତ ଥିଲା। କିନ୍ତୁ ସେ ମୁକ୍ତିକୁ କ୍ଷମା ମଧ୍ୟ ମାଗି ପାରୁନଥିଲା।

ମୁକ୍ତିର ଛାତ୍ରୀ ନିବାସକୁ ଆସିବାର ୩ ରୁ ୪ ଦିନ ପରେ ତାର ଜନ୍ମଦିନ ଥାଏ ୪ ସେପ୍ଟେମ୍ବର ରେ ।  ୪ ସେପ୍ଟେମ୍ବରରେ ଶିଖାର କଲେଜରେ ତାଙ୍କର ବିଭାଗରେ ନୂଆ ଆସିଥିବା ଛାତ୍ରଛାତ୍ରୀଙ୍କ ସ୍ଵାଗତ ସମାରୋହ  ମଧ୍ୟ ଥିଲା। ଶିଖା ତା ବିଭାଗର ସ୍ଵାଗତ ସମାରୋହ ପାଇଁ ବାହାରୁଥାଏ।  ସେ ସମୟରେ ମୁକ୍ତିର ସାଙ୍ଗ ମିତା ଆସି ମୁକ୍ତିକୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଲା। ଶିଖା  ମୁକ୍ତିର ଜନ୍ମ ଦିନ କଥା ଜାଣି ମୁକ୍ତିକୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଲା। ତା ପରେ ମୁକ୍ତି, ଶିଖାକୁ ଦେଖି ହସି ଦେଲା ଓ କହିଲା thank u.. ଦିଦି। ମୁକ୍ତିର ଏପରି ବ୍ୟବହାର ଦେଖି, ଶିଖାକୁ ଲାଗିଲା ମୁକ୍ତି ତାକୁ କ୍ଷମା କରିଦେଇଛି, ଓ ସେ ମୁକ୍ତି ସାଙ୍ଗରେ କିଛି ସମୟ କଥା ହେଲା ଓ ପରେ ସେ କଲେଜର ସ୍ୱାଗତ ସମାରୋହକୁ ଗଲା।

ସେଦିନ ସନ୍ଧ୍ୟାରେ ଛାତ୍ରୀ ନିବାସର ମଧ୍ୟ ସ୍ୱାଗତ ସମାରୋହ ଥିଲା ,ତେଣୁ ଶିଖା କଲେଜରୁ ଆସି ପୁଣି ଛାତ୍ରୀ ନିବାସର ସ୍ୱାଗତ ସମାରୋହକୁ ଗଲା। ସେଠାରେ ନୂଆ ଛାତ୍ରୀ ମାନଙ୍କୁ ସ୍ୱାଗତ କରାଗଲା। ସେଠାରେ ମୁକ୍ତିକୁ ଗୀତ ଗାଇ ନିଜର ପରିଚୟ ପ୍ରଦାନ କରିବାକୁ କୁହାଗଲା। ମୁକ୍ତି ଗୀତ ଗାଇ

ନିଜର ପରିଚୟ ପ୍ରଦାନ କଲା।

ଶିଖା ଓ ତା’ର ଅନ୍ୟ ସାଙ୍ଗମାନେ ମୁକ୍ତିକୁ ଜନ୍ମ ଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଲେ।

Happy birthday Mukti.. Happy Happy birth day to u...। ପ୍ରାରମ୍ଭିକ ଦିନରେ ଝଗଡ଼ାରୁ ଆରମ୍ଭ ହୋଇଥିବା ସମ୍ପର୍କ କେତେବେଳେ ଯେ ମିତ୍ରତାରେ ବଦଳିଗଲା ତାହା ଜଣା ପଡ଼ିଲାନି। ଶିଖା ଓ ମୁକ୍ତିର ଅନ୍ୟ ଦୁଇଜଣ ସହପାଠୀ ତାଙ୍କର PG ପାଠପଢ଼ା ସାରି ଛାତ୍ରୀ ନିବାସରୁ ବିଦୟ ନେଲେ। ଏତିକି ଦିନ ମଧ୍ୟରେ ଶିଖା ଓ ମୁକ୍ତି ଭଲ ସାଙ୍ଗ ହୋଇ ଯାଇଥିଲେ । ଶିଖା ମୁକ୍ତି ଠାରୁ ବଡ଼। ଶିଖା ମୁକ୍ତିକୁ ନିଜର ସାନ ଭଉଣୀ ପରି ଦେଖୁଥିଲା ଓ ମୁକ୍ତି ମଧ୍ୟ ଶିଖାକୁ ସମ୍ମାନ  ଦିଏ। ଉଭୟେ ସବୁ କାମ ଏକାଠି କରନ୍ତି, ଓ ସେମାନେ ସବୁ ଜିନିଷ ପତ୍ର ମଧ୍ୟ ଏକା ସାଙ୍ଗରେ ରଖନ୍ତି। ଶିଖାର ମନ କଥାକୁ ମୁକ୍ତି ଭଲଭାବରେ ଜାଣିପାରେ ଓ ମୁକ୍ତିର ମନ କଥାକୁ ଶିଖା ମଧ୍ୟ ଭଲ ଭାବେ ଜାଣିପାରେ। ପ୍ରତ୍ୟେକ ସମୟରେ ଉଭୟେ ଉଭୟଙ୍କ ସାହାଯ୍ୟ କରନ୍ତି ।ସେମାନେ ବାହାରକୁ ବୁଲିବାକୁ ଗଲେ ମଧ୍ୟ ଏକା ସାଙ୍ଗରେ ଯାଆନ୍ତି। ଏପରିକି ସେମାନେ F.B ମଧ୍ୟ ଗୋଟିଏ ଦିନରେ ସମାନ ସମୟରେ ଖୋଲିଥିଲେ।

ଶିଖା ତା ଜୀବନରେ ଆଗରୁ କେବେ ଜଣେ ଭଲ ବନ୍ଧୁ ପାଇନଥିବା। ଶିଖାର ପ୍ରାୟ ବନ୍ଧୁ ମାନେ ଶିଖାକୁ ନିଜର ଦରକାର ପାଇଁ ବ୍ୟବହାର କରୁଥିଲେ। ପୂର୍ବରୁ ଏପରି ପରିସ୍ଥିତି ଥିଲା ଶିଖା ଜୀବନରେ। କିନ୍ତୁ ମୁକ୍ତି ଆସିବା ପରେ, ଶିଖା ଜୀବନରେ ଖୁସି ଭରିଯାଇଥିଲା।

କୁହାଯାଏନା କିଛିଟା ସମ୍ପର୍କ ରକ୍ତ ସମ୍ପର୍କର ନହେଲେ ବି ପ୍ରେମ, ସ୍ନେହରେ,ଓ ଆନ୍ତରିକତାର ଡୋରରେ ହୃଦୟକୁ କିଣି ନିଅନ୍ତି। ଏପରି ଥିଲା ଶିଖା ଓ ମୁକ୍ତିର ସମ୍ପର୍କ।

“ Not Sisters by blood...Sisters by heart"...ମୁକ୍ତି ଶିଖାକୁ ସବୁବେଳେ କହେ ଦିଦି ତୁମେ ଏଇ ଛାତ୍ରୀ ନିବାସରୁ ଚାଲିଗଲା ପରେ ମୁଁ ଏଠି ଏକା ହେଇଯିବି। ଏକଥା ଶୁଣି ଶିଖାକୁ ଟିକେ ଦୁଃଖ ଲାଗେ,କିନ୍ତୁ ସେ ମୁକ୍ତି ଆଗରେ ତା ଭାବନାକୁ ବ୍ୟକ୍ତ କରିପାରେନି। ଏପରି ଚାଲିଥାଏ ଉଭୟଙ୍କ ଜୀବନର ଗତିପଥ। ଶିଖାର ଯୁକ୍ତ ୩ ଶେଷ ପରୀକ୍ଷା ଥାଏ। କୋରୋନା ଭୂତାଣୁର ପ୍ରଭାବ ଯୋଗୁଁ ଶିଖାର ଯୁକ୍ତ ୩ ଶେଷ ପରୀକ୍ଷା ବାତିଲ ହେଲା ଓ ମୁକ୍ତି ଆଉ ଶିଖା ଉଭୟେ ନିଜର ଘରକୁ ଚାଲିଗଲେ। ଉଭୟଙ୍କ ଆଉ ଦେଖା ହେବକି ନାଇଁ ତାହା ଭାବି ଉଭୟେ ମନ ଦୁଃଖ କରିଥିଲେ। ଛୁଟିରେ ଶିଖାର ଯୁକ୍ତ ୩ ପରୀକ୍ଷା ଫଳ ପ୍ରକାଶ ପାଇଲା ଓ ସେ ଭଲ ନମ୍ବର ରଖି ଉତ୍ତୀର୍ଣ୍ଣ ମଧ୍ୟ ହେଲା। କିନ୍ତୁ ତାପରେ ସେ ପିଜି ଏକକ ପରୀକ୍ଷା ଦେଇଥିଲା କିନ୍ତୁ ସେ ଉତ୍ତୀର୍ଣ୍ଣ ହୋଇ ପାରିଲାନି। ତେଣୁ ସେ ସବୁବେଳେ ମାନସିକ ଚିନ୍ତା ଓ ଦୁଃଖରେ ରହୁଥିଲା । ମୁକ୍ତି ତାକୁ ସବୁବେଳେ ସାହାସ ଦେଉଥିଲା ଓ ନିରାଶ ନହୋଇ ପୁଣି ପରିଶ୍ରମ କରିବାକୁ କହେ। ଏବଂ ଆଶା ରଖ ଦିଦି ସବୁ ସଠିକ୍ ସମୟ ଆସିଲେ ଠିକ ହେବକହି ଆଶ୍ୱାସନା ଦିଏ ।

ଏମିତି କିଛି ସମୟ ବିତିଯାଇଥିଲା ଓ କୋରୋନା ଭୂତାଣୁର ପ୍ରଭାବ ଟିକିଏ କମିବାରୁ ପୁଣି ବିଦ୍ୟାଳୟ ଓ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ଖୋଲିଥିଲା । ମୁକ୍ତିର ଯୁକ୍ତ ୩ ଶେଷ ପରୀକ୍ଷା ଥିଲା ତେଣୁ ସେ ତା ଘରୁ ଛାତ୍ରୀ ନିବାସକୁ ଆସିଲା। ଶିଖା ଓ ମୁକ୍ତି ପୁଣି ଥରେ ଦେଖାହେଲେ ପ୍ରାୟ ଗୋଟେ ବର୍ଷ ପରେ ତାପରେ ଟିକିଏ ବୁଲାବୁଲି କରି ଶିଖା ତା ଘରକୁ ଫେରିଲା, ଓ ମୁକ୍ତି ଛାତ୍ରୀ ନିବାସକୁ ପୁଣିଥରେ କୋରୋନା ଭୂତାଣୁର ପ୍ରଭାବ ବଢ଼ିବା ଯୋଗୁଁ ଶିକ୍ଷାନୁଷ୍ଠାନ ସବୁ ବନ୍ଦ ହୋଇଗଲା ଓ ମୁକ୍ତି ତା ଘରକୁ ଫେରିଗଲା।

କିଛି ଦିନ ପରେ ଶିଖାର ମାଆଙ୍କ ବଦଳି ହୋଇଥାଏ, ଶିଖା ଯୁକ୍ତ ୩ ପଢ଼ୁଥିବା ସ୍ଥାନକୁ। ପୁଣିଥରେ କୋରୋନା ଭୂତାଣୁର ପ୍ରଭାବ କମିବାରୁ ଶିକ୍ଷାନୁଷ୍ଠାନ ଖୋଲିଲା, ଓ ମୁକ୍ତି ତା ଯୁକ୍ତ ୩ ଶେଷ ବର୍ଷର ପରୀକ୍ଷା ଦେବାପାଇଁ ଛାତ୍ରୀ ନିବାସକୁ ଆସିଲା।

ଭେଟ ନପଡ଼ିବାର ଦୁଃଖରେ ଥିବା ମୁକ୍ତି ତା ପ୍ରିୟ ବନ୍ଧୁ ଶିଖା ସହ ପୁଣି ଥରେ ଦେଖାକଲା। ସେ ଦିନ ପୁଣି ୪ ସେପ୍ଟେମ୍ବର ୨୦୨୧ ମୁକ୍ତିର ଜନ୍ମ ଦିନ ଥିଲା। ଶିଖା ମୁକ୍ତିକୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଲା ଓ କିଛି ଉପହାର ଦେଲା। ପୂର୍ବଦିନ ଗୁଡିକର ସ୍ମୃତି ଉଭୟଙ୍କ ଆଖି ଆଗରେ ନାଚି ଉଠୁଥିଲା। ମୁକ୍ତି ଓ ଶିଖା ଉଭୟେ ଭାବ ବିହୁଳ ହୋଇ ଉଭୟଙ୍କ ଭାବନାକୁ ବ୍ୟକ୍ତ କଲେ। ଉଭୟଙ୍କ ଆଖିରେ ଥିଲା ବିଦାୟର ଦୁଃଖ। ଛଳ ଛଳ ଆଖିରେ ଉଭୟେ ଉଭୟଙ୍କୁ ଚାହିଁ ଏକା ସାଙ୍ଗରେ କହିଲେ ଏଇଟା ବୋଧେ ଆମର ଶେଷ ଦେଖା। ମୁକ୍ତି କହିଲା ଦିଦି ତୁମପରି ବନ୍ଧୁଟେ ପୁଣି ଜୀବନରେ ମିଳିବ ନା ନାଇଁ ମୁଁ ଜାଣିନି। କିନ୍ତୁ ଭଗବାନଙ୍କ ଠାରେ ମୋର ଏତିକି ପ୍ରାର୍ଥନା ଆମର ବନ୍ଧୁତ୍ୱ ଏପରି ସାରା ଜୀବନ ରହିଥାଉ। ମୁକ୍ତିର କଥା ଶୁଣି ଶିଖା ତା ଭାବନା ଯେ କେମିତି ଯେ ପ୍ରକାଶ କରିବ ସେଥିପାଇଁ ଶବ୍ଦ ମଧ୍ୟ ପାଉନଥିଲା। ଉଭୟେ ଉଭୟଙ୍କୁ ଭବିଷ୍ୟତ ଜୀବନ ପାଇଁ ଶୁଭେଚ୍ଛା ଜଣାଇଲେ ଓ ଶେଷରେ ବିଦାୟ ନେଲେ...

 ଝଗଡ଼ାରୁ ଆରମ୍ଭ ହୋଇ ବନ୍ଧୁତ୍ୱରେ ଶେଷ ତାଙ୍କର ସେଇ ସମ୍ପର୍କ। ଆଗକୁ ମଧ୍ୟ ଏମିତି ବଜାୟ ରହିବ ଏହି ବନ୍ଧୁତ୍ୱ। ଏଇ  ସୁନ୍ଦର ବନ୍ଧୁତ୍ୱର ମୂଳଦୁଆ ହେଲା କ୍ଷମା। ପ୍ରାରମ୍ଭ ଦିନର ଝଗଡ଼ା ପାଇଁ ଯଦି ମୁକ୍ତି ଶିଖାକୁ କ୍ଷମା କରି ନଥାନ୍ତା ତେବେ ଏତେ ସୁନ୍ଦର ବନ୍ଧୁତ୍ୱର କାହାଣୀ ମଧ୍ୟ ଲେଖା ହୋଇ ନଥାନ୍ତା।

ଜୀବନରେ ବନ୍ଧୁତ୍ୱକୁ ଟଙ୍କା ପଇସାରେ ତୁଳନା କରି ହୁଏନି। ବରଂ ସ୍ନେହ, ଶ୍ରଦ୍ଧା, ଓ ଭଲ ପାଇବା ଦେଇ ଗଛ ପରି ବଡ଼ କରିବାକୁ ପଡ଼େ। ଜଣେ ପ୍ରକୃତ ବନ୍ଧୁ ତା ବନ୍ଧୁର ଭଲ ସମୟରେ ଥାଉ ଅବା ନଥାଉ କିନ୍ତୁ କଠିନ ସମୟରେ ସାହାଯ୍ୟ କରିବାକୁ ପଛଘୁଞ୍ଚା ନଦେଇ ପତିତ ଅବସ୍ଥାରୁ ଉଠି ଠିଆ ହେବାକୁ ପ୍ରେରଣା ଦିଏ ତା ବନ୍ଧୁକୁ। ଏହାର ଜ୍ୱଳନ୍ତ ଉଦାହରଣ;- ମୁକ୍ତି ଓ ଶିଖା....

 


Rate this content
Log in

More oriya story from Shraddhanjali Dash