STORYMIRROR

Dillan Biswal

Others

4  

Dillan Biswal

Others

ମୃତ ପ୍ରେମିକର ଚିଠି

ମୃତ ପ୍ରେମିକର ଚିଠି

1 min
28.7K


ଏ କି ପ୍ରକାର ସର୍ତ୍ତ !! ସମୟ କଣ କେବେ ଅଟକି ଯାଏ।ସମୟ ଅଟକି ଗଲେ ଯେ ତୁମେ ମୋତେ ଭଲପାଇବ;କଥାଟା ହଜମ ହେଲାନି। ଛାତିରେ ପଥର ରଖି ଆଖିରୁ ଦୁଇବୁନ୍ଦା ଅଶ୍ରୁ ନିଗାଡି ମୁଁ ଫେରିଯାଉ ଥିଲି।କିନ୍ତୁ ଆଜି ବୁଝୁଛି, ତୁମ ପାଖରେ ବୋଧହୁଏ ଭବିଷ୍ୟ କହିପାରୁଥିବା କଥାକୁହା କଣ୍ଢେଇ ଟେ ଥିଲା। ଏଇ ଦେଖୁନ ସୁଲଗ୍ନା... ଏବେ ଏଇଠି ସମୟ ମୋ ପାଇଁ ଅଟକି ଯାଇଛି;ସମୁଦ୍ର ପତ୍ତନଠୁ ପାଞ୍ଚ ହଜାର ଚାରିସହ ମିଟର ଉର୍ଧରେ ଥିବା ସିଆଚିନ୍ ଗ୍ଲାସିଅର ପୃଷ୍ଠ ରେ।ଛାତିରେ କଲିଜା ପାଖକୁ ମାତ୍ର ଦୁଇଟି କଣା। ସମସ୍ତେ ମୋତେ ଭଲପାଇ ବସିଛନ୍ତି ବିନା ସର୍ତ୍ତରେ। ଦେହରେ ତ୍ରିରଙ୍ଗା ଘୋଡାଇ ନେଇ ଯାଉଛନ୍ତି। ମୁଁ ଜାଣିନି ତୁମେ ମୋ ଶବ କୁ କୁଣ୍ଢେଇ କାନ୍ଦିବ କି ନାଇଁ,ଭଲପାଇବ କି ନାଇଁ। କିନ୍ତୁ ଏତିକି ଜାଣିଛି,କେଇ ମୁହୁର୍ତ୍ତ ହେଉ ପଛେ ଏ ଦେଶ ତ ମୋ ପାଇଁ କାନ୍ଦିବ।


Rate this content
Log in