STORYMIRROR

Biswaranjan Prusty

Others

3.6  

Biswaranjan Prusty

Others

ମୋ ଗାଁ - ପାଟପୁର

ମୋ ଗାଁ - ପାଟପୁର

2 mins
88

ଖୁବ୍ ପ୍ରସିଦ୍ଧ ନହେଲେ ମଧ୍ୟ ଏକ ଛୋଟ ଏବଂ ସୁନ୍ଦର ଗାଁଟେ ମୋର। ଗାଁର ନାମ ପାଟପୁର, ଯାହା ଆରମ୍ଭ ଗ୍ରାମଦେବତୀ ମା ଚଣ୍ଡୀଙ୍କ ମନ୍ଦିରରୁ ହୋଇ ଶେଷ ପ୍ରଭୁ ମାନେଶ୍ୱର ମନ୍ଦିର ନିକଟରେ ହୁଏ। ମୋର ଗାଁ ସର୍ବଦା ବିଭିନ୍ନତା ମଧ୍ୟରେ ଏକ ଏକତାର ବାର୍ତ୍ତା ଦେଇଆସିଛି। ସମୟର ସ୍ରୋତରେ ବହୁତ୍ କିଛି ବଦଳିଛି, ମୋର ପିଲାବେଳେ ଗାଁରେ ସାଇକେଲ ଚଲେଇବାର ରାସ୍ତା ନଥିଲା ହେଲେ ଏବେତ ଚାରିଚକିଆ ଯାନର ଧ୍ବନିରେ ପ୍ରକମ୍ପିତ ମୋର ଗାଁ।

ପିଲା ଦିନେ ଧୀର ଦାଦାଙ୍କ ଦୋକାନରୁ ୧ ଟଙ୍କାରେ ଚକୋଲେଟ କିଣି ମୋ ସାଙ୍ଗ ମଙ୍ଗୁଳି ସହ ମିଛି ମିଛିକା ଅନେକ ଘର ତିଆରି କରିଛି ଏବଂ ଗାଁ ଅଷ୍ଟପ୍ରହରୀରେ ରାତିସାରା ଅନିଦ୍ରା ହୋଇ ସେଇ ହରି ଧ୍ବନିରେ ହଜିଯାଇଛି।

ବୟସ ବଢିବା ସହ ସେ ପର୍ବ ଏବେ କେବଳ ମିଥ୍ୟା ଆଡମ୍ବର ହୋଇଯାଇଛି। ଆଜି ମଧ୍ୟ ଜାଗରରେ ମାନେଶ୍ୱର ମନ୍ଦିର ଆଲୋକିତ ହେଉଛି ହେଲେ ତାର ପୂର୍ବ ବାସ୍ନା ହରେଇଦେଇଛି। ମୋ ଗାଁ ବିଦ୍ୟାଳୟ ଏବେ କେବଳ ଏକ ଅନୁଷ୍ଠାନ ହେଇକି ରହିଯାଇଛି। ମୋ ଗାଁରେ ଅନେକ ଶିକ୍ଷିତ ଯୁବସମାଜ ରହିଛି ହେଲେ କିଛି ସେମାନଙ୍କ ମଧ୍ୟରୁ ଗାଁପାଇଁ ଅତିଥି ହୋଇଗଲେଣି ତ ଆଉ କିଛି ହେବାକୁ ଯାଉଛନ୍ତି। ଆଜି ମଧ୍ୟ ଚଣ୍ଡୀ ଛକରେ ଭିଡ଼ ହୁଏ ହେଲେ ଏହା ଆଉ କ୍ରିକେଟ ଖେଳପାଇଁ ନୁହେଁ ଏବେ ଏହା ରାଜନୀତିର ମିଥ୍ୟା ଆଡମ୍ବର ପାଇଁ। ଆଜି ମଧୁଭାଇଙ୍କୁ ପଚାରିଲେ ସେ କୁହନ୍ତି ଗାଁ ତ ଧୀରେ ଧୀରେ ସହର ହୋଇଯାଉଛି, ଏ ହଉଛନ୍ତି ସେଇ ମଧୁଭାଇ ଯେ ପ୍ରତିଦିନ ଗାଁର ମୁଖ୍ୟ ରାସ୍ତାକୁ ବିନା ପାରିଶ୍ରମିକରେ ସଫା କରିଆସିଛନ୍ତି।ଗାଁ ଚନ୍ଦନ ପୋଖରୀର ଚନ୍ଦନଯାତ୍ରା ଏବେ ମଧ୍ୟ ଅତୀତର ଏକ ସୁନ୍ଦର ଝଲକ ଦେଇଯାଏ।ଇତିହାସକୁ ସାଇତି ରଖିଥିବା ମୋ ଗାଁ ଏବେ ଇତିହାସରେ ହିଁ ନିଜକୁ ଗାଁ ବୋଲି ସମ୍ବୋଧିତ କରିପାରିବ। ଆଶା କରେ ମୋ ଗାଁ ପୁଣିଥରେ ଆମ ସମସ୍ତଙ୍କ ହସିରେ ହସିବ ଏବଂ କାର୍ତ୍ତିକ ମାସର ଡଙ୍ଗା ଭାସାରେ ପୁଣିଥରେ ମୋ ଗାଁ 'ଅପା ମା ଗୋଇ' ଗାନରେ ନିଜ ପାଇଁ ପୁରୁଣା ଗୌରବ ମାଗିଆଣିବ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍