Rakesh Panda

Children Stories Others Children

3  

Rakesh Panda

Children Stories Others Children

ମୋ ବାପା

ମୋ ବାପା

1 min
30


ରାଗରେ ଘରୁ ବାହାରି ଆସିଛି । ଏତେ ରାଗିଯାଇଥିଲି ଯେ ଭୁଲରେ ବାପାଙ୍କ ଜୋତାଟା ମାଡି ପଳେଇ ଆସିଛି । ବାଇକ୍ ଯଦି କିଣି ଦେଇ ପାରିବେ ନାହିଁ ତାହେଲେ ଇଞ୍ଜିନିୟରିଂ କାହିଁକି ପଢଉଥିଲ ? ହଠାତ୍ ପାଦରେ କଷ୍ଟ ହେଲା । ଜୋତା ଉଠେଇ ଦେଖିଲି ଗୋଟିଏ କଣ୍ଟା ଫୁଟିଯାଇଛି ଏବଂ ଜୋତାର ଅବସ୍ଥା ବି ଯରାଜୀର୍ଣ୍ଣ, ବସଷ୍ଟାଣ୍ଡ ଆସି ଜାଣିଲି ଘଣ୍ଟାକ ପରେ ବସ୍ । ହଠାତ୍ ବାପାଙ୍କ ମନି ବ୍ୟାଗ କଥା ମନେ ପଡିଲା ଯୋଉଁଟା ଚୋରିକରି ନେଇ ଆସିଥିଲି । ବାପା ଏଇଟାକୁ କାହାକୁ ହାତ ଲଗେଇବାକୁ ଦିଅନ୍ତିନି । ଖୋଲି ଦେଖିଲି ୩ଟା କାଗଜ ମୋଡିମାଡି ହୋଇ ରହିଛି ।

ଗୋଟିଏ କାଗଜ ଖୋଲି ଦେଖିଲି ୪0 ହଜାର ଟଙ୍କାର ଲାପଟପ୍ ଲୋନ୍ । ମୋର ଗୋଟାଏ ଲାପଟପ୍ ଆଛି, ବାପା ଆଣିଦେଇଥିଲେ।

୨ ୟ କାଗଜଟି ପ୍ରେସକ୍ରିପ୍ସନ୍, ନୂଆ ଜୋତା ବ୍ୟବହାର କରିବା ପାଇଁ ଲେଖାଯାଇଥିଲା । ବୋଉ ବାପାଙ୍କୁ କେତେଥର କହିଛି ନୂଆ ଜୋତା ନେବା ପାଇଁ । ବାପା କହନ୍ତି ଆରେ ଏହି ଜୋତାଟା ଆହୁରି ୬ ମାସ ଚାଲିବ।

୩ ୟ କାଗଜଟି ପୁରୁଣା ସ୍କୁଟର ଦେଇ ନୂଆ ବାଇକ୍ ନେଲେ କେତେ ଟଙ୍କା ଲାଗିବ ସେଇ ହିସାବ ଥିଲା, ବୁଝିସାରିବା ପରେ ସାଧା ଘର ଆଡକୁ ଧାଇଁଛି । ଘରେ ଯାଇ ଦେଖେ ବାପା ନାହିଁ । ବୁଝିପାରିଲି ବାପା ବାଇକ୍ ସୋ ରୁମ୍ ଯାଇଥିବେ । ଦେଖିଲି ବାପାଙ୍କ ପୁରୁଣା ସ୍କୁଟରକୁ ନେଇ ଛିଡା ହୋଇଛନ୍ତି । ଯାଇ କାନ୍ଦି କାନ୍ଦି ସିଧା ଗୋଡ ଧରି ପକେଇଲି । ବାପା ମଧ୍ୟ ଆଖିରୁ ଲୁହକୁ ସେଦିନ ଚାପି ପାରିନଥିଲେ । କହିଲି ଆଗ ତୁମେ ଜୋତା କିଣ। ବାପା ଓ ମୁଁ ସେଦିନ ସେଇ ସ୍କୁଟରରେ ବସି ଘରକୁ ଫେରିଥିଲୁ । ସେଦିନ କୁଆଡେ ହଜି ଗଲାଣି । କିନ୍ତୁ ସ୍ମୃତି ଆଜିବି ଜୀବନ୍ତ ।


Rate this content
Log in