STORYMIRROR

Namita Mishra

Children Stories Inspirational

4  

Namita Mishra

Children Stories Inspirational

ମାଉସୀ ଝିଆରୀ ସାଙ୍ଗ

ମାଉସୀ ଝିଆରୀ ସାଙ୍ଗ

2 mins
289

ସେତେବେଳେ ମୁଁ ଦଶମ ଶ୍ରେଣୀ ରେ ପଢୁଥାଏ 

ମୋ ମାଉସୀ ଆଉ ମୁଁ ଗୋଟିଏ ଶ୍ରେଣୀରେ ପଢୁଥାଉ 

ଆପଣ ଭାବିବେ ମାଉସୀ ଝିଆରୀ ଗୋଟିଏ ଶ୍ରେଣୀରେ କେମିତି 

ସେ ପ୍ରକୃତରେ ମୋ ମଝିଆ ଅଜା ଙ୍କ ଝିଅ। ମୋ ଅଜା ମାନେ ହେଲେ ୩ ଭାଇ। ଆଉ ମୋର ଜନ୍ମ ବି ମୋ ଅଜା ଙ୍କ ଘରେ। ମୋ ନନା (ବାପା) ଙ୍କର ବାପା ମା କେହି ନଥିଲେ। ବୋଉ କୁ ବାହା ହେଇ ସାରିବା ପରେ ନନା ବାହାରେ ରହୁ ଥିଲେ ଘର ଭଡ଼ା ନେଇ। ବାପା ଙ୍କର ସେତେବେଳେ tuition ପଇସା ଭଲ ହେଉ ଥିଲା। ଧିରେ ଧିରେ ବାପା ଆସି ମାମୁଁ ଘରେ ରହିଲେ। ସେତେବେଳେ ମୋ ମାମୁଁ ବହୁତ ଛୋଟ ଥିଲେ। ବାପା ଯାହା କୁହନ୍ତି। ସେ ଘର ର ପୁଅ ହୋଇ ବିଲ ବାଡି ସବୁ ବୁଝିଲେ। ମୋ ଅଜା ଶିକ୍ଷକ ଥିଲେ। ଆଉ ମଝିଆଁ ଅଜା ଥିଲେ କଣ୍ଟ୍ରୋଲ ଡିଲର୍। ସାନ ଅଜା ଥିଲେ ବିଡ଼ିଓ। ଘର ବହୁତ ଖୁସି ରେ ଚାଲୁ ଥିଲା। ଦିନ ଆସିଲା ଆମ ଘର ଖୁସି ରେ କାହାର ନଜର ଲାଗି ଗଲା। ମଝିଆଁ ଅଜା, ମାମୁଁ ମାଇଁ, ମୋ ଆଈ, ଅଜା ସମସ୍ତେ ଚାଲିଗଲେ। ବର୍ଷକୁ ଥରେ କାହା ଘରେ ଜନ୍ମ ଦିନ ପାଳନ ହୁଏ ହେଲେ ଆମ ଘରେ ବର୍ଷେ ଛାଡି ବର୍ଷେ ସୁଧଘର ବାର୍ଷିକୀ ପାଳନ ହେଉ ଥିଲା। ତାପରେ ପୁଣି କିଛି ଦିନ ଆମେ ସେଇ ଭଙ୍ଗା ଦଦରା ଘରେ ଏକାଠି ରହିଲୁ ଦୁଃଖ ଭିତରେ ସୁଖକୁ ପ୍ରତି ମୁହୂର୍ତ୍ତ ରେ ଖୋଜୁ। କେବେ ମିଳେ। କେବେ ବୋଝ ଉପରେ ନଳିତା ବିଡା ପରି ଦୁଃଖ ମାଡ଼ି ବସେ। ସବୁ ମଣିଷ ଜିବନ ସମାନ ନଥାଏ। ମୋ ଜୀବନ ବି ସେମିତି କିଛି।

 ପିଲାବେଳୁ ମୋ ମାଉସୀ ଆଉ ମୁଁ ବହୁତ ଭଲ ସାଙ୍ଗ। ମୁଁ ଜାଣିନି ସେ ମୋତେ କଣ ଭାବେ ହେଲେ ତାକୁ ଥରେ ନ ଦେଖିଲେ ମୋ ଦିନ ଆରମ୍ଭ ହୁଏନି। ସବୁ ସାଙ୍ଗ ସାଥିରେ ଝଗଡା ହୁଏ। ହେଲେ ଆମେ ଦି ଜଣ ସବୁବେଳେ ଏକ

ମୁଁ ତା ପାଇଁ କିଛି କରେ କି ନ କରେ ସେ ମୋ ପାଇଁ ବହୁତ ଭାବେ। ପିଲାବେଳୁ ଆଜି ଯାଏଁ ମୁଁ ତାର ସବୁ କଥା ଶୁଣେ। ବୟସ ସିନା ଏକା ହେଲେ ବୁଦ୍ଧି ତାର ମୋ ଠୁ ଅଧିକା। Graduation ପୁରା କରି ପାରିଛି କେବଳ ତା ପାଇଁ।

ଆଜି ପାଠ ପଢିବା ପାଇଁ କେତେ କଣ ସୁବିଧା ମିଳି ଯାଉଚି ହେଲେ ଆମେ କେତେ ଯେ କଷ୍ଟ କରୁ ଥିଲୁ ଦିନକୁ ୩କି.ମି. ଚାଲି ବାକୁ ପଡେ । କଲେଜ୍ ରୁ ଫେରିବା ବାଟରେ ବର୍ଷାରେ କେତେ ଯେ ଭିଜିଚୁ। ବୋଉ ପଚାରିଲେ କହେ ଛତା ଉଡେଇ ନେଲା

ସେସବୁ ଦିନ ଆଜିବି ଆଖିରେ ନାଚି ଉଠେ।

 ମୋ ଗୁରୁ କୁହନ୍ତି କେବେ କାହାକୁ ଧନ୍ୟବାଦ୍ ଦବାରେ ଉଣା କରନି। ତୋତେ ଅଶେଷ ଅଶେଷ ଧନ୍ୟବାଦ୍। ତୋ ସାହାଯ୍ୟ ଆଉ ମୋ ଚେଷ୍ଟା ଶକ୍ତି ମୋତେ ଆଜି ବହୁତ୍ ଉପରକୁ ଆଣିଛି। ତୁ ସବୁବେଳେ ଭଲରେ ଥା । ଏଇ ଫୋଟୋ ସେଇ ଦିନର ଯେବେ ଆମେ ଆଈ ଙ୍କ ବାପ ଘରକୁ ବୁଲି ଯାଉ ଥିଲୁ। ଆଉ ବାଟରେ ଗାଡ଼ି ରଖେଇ ଫୋଟୋ ବି ଉଠେଇଲୁ 

ଦିନ ସିନା ସବୁ ଚାଲି ଯାଇଛି ହେଲେ ଆଜି ବି ସେ ସ୍ମୃତି ମନରେ ଘର କରି ରହିଛି.…...


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍