STORYMIRROR

Namita Mishra

Others

3  

Namita Mishra

Others

ମୋ ବାପା

ମୋ ବାପା

1 min
196

  ସେଦିନ ବାପାଙ୍କୁ ଥଣ୍ଡାରେ ଥରୁ ଥିବାର ଦେଖି ଭାବିଲି ଏଥର ଯାହା ହଉ ପଛେ ବାପାଙ୍କ ପାଇଁ ସ୍ୱେଟର କିଣିବି ପ୍ରଥମେ। ତାପରେ ଯଉ କଥା । ଦରମା ମିଳିବା ମାତ୍ରେ ବାପାଙ୍କୁ ନେଇ ଦୋକାନରେ ହାଜର । ବାପା ଦେଖ କଉଟା ଭଲ ଲାଗୁଛି। ବାପା କହିଲେ ବୁଢ଼ା ହେଲିଣି ଏସବୁ ମୋର କଣ ହବ । ତୁ ପିଲା ଲୋକ ତୋ ପାଇଁ କିଣି। ମୁ କହିଲି ତମେ ଦେଖିବ ନା ନାହିଁ । ସେ ନିଜ ପସନ୍ଦରେ ଗୋଟେ ଜ୍ୟାକେଟ ପସନ୍ଦ କଲେ । ବାପାଙ୍କ ଆଖିରେ ସେଦିନ ଖୁସିର ଚମକ ଥିଲା । ସେ ଗାଁକୁ ଗଲା ପରେ ଜଣେ ମଉସା ଦେଖି ପଚାରିଲେ ଆରେ ବଢିଆ ହେଇଚି ତ କଉଠୁ କିଣିଲ । ସେଦିନ ବାପା ବହୁତ ଗର୍ବର ସହିତ କହିଥିଲେ ଏଇଟା ମୋ ଝିଅ କିଣି ଦେଇଛି । ତାଙ୍କ ମୁହଁର ସେ ହସ ମୋର ଏବେ ବି ମନେ ଅଛି ।



Rate this content
Log in