ଓଡ଼ିଆ ଗଳ୍ପ ଓ କବିତା - ୩

3  

ଓଡ଼ିଆ ଗଳ୍ପ ଓ କବିତା - ୩

ମାତୃଭାଷା

ମାତୃଭାଷା

2 mins
7.4K


ଶ୍ରୀମତୀ ସୁଜାତା ସିହ୍ନା

ଦିନେ ଆକବର ଦରବାରକୁ ଜଣେ ପଣ୍ଡିତ ଆସି ପହଞ୍ଚିଲେ l ତାଙ୍କର ନିଜ ପାଣ୍ଡିତ୍ୟ ଉପରେ ବହୁତ ଗର୍ବ ଓ ଅଭିମାନ ଥିଲା କାରଣ ସେ ସବୁ ଭାଷାକୁ ପଢ଼ିବା ସହିତ ସ୍ପଷ୍ଟ ଉଚ୍ଛ।ରଣ କରି କହିପାରୁଥିଲେ l ତେଣୁ ସେ ଆକବରଙ୍କୁ ନିଜର ବିଭିନ୍ନ ଭାଷାଜ୍ଞାନ ଉପରେ ପାରଦର୍ଶିତା ଲାଭ କରିଛନ୍ତି ବୋଲି ଗର୍ବର ସହ କହିଲେ l ସେଠାରେ ଉପସ୍ଥିତ ସମସ୍ତ ମନ୍ତ୍ରୀ ପରିଷଦଙ୍କ ସହିତ ଭିନ୍ନ ଭିନ୍ନ ଭାଷାରେ କଥା ହେଲେ l ଦରବାରରେ ଉପସ୍ଥିତ ସମସ୍ତ ବ୍ୟକ୍ତି ପଣ୍ଡିତଙ୍କ ବିଭିନ୍ନ ଭାଷାକୁ ସ୍ପଷ୍ଟ ଉଚ୍ଛାରଣ କରୁଥିବା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ l ଶେଷରେ ପଣ୍ଡିତ କହିଲେ- ଜହାଁପନା ! ମୁଁ ଶୁଣିଛି ଆପଣଙ୍କ ଦରବାରରେ ଅନେକ ପଣ୍ଡିତ, ଜ୍ଞାନୀ, ଗୁଣୀ ଲୋକ ଅଛନ୍ତି l ସେମାନେ ଯଦି ମତେ ମୋର ପ୍ରକୃତ ମାତୃଭାଷା କ’ଣ କହିଦେବେ ମୁଁ ତାଙ୍କୁ ପୁରସ୍କାର ଦେବି l ଆଉ ଯଦି କେହି ନ କହି ପାରିବେ ତେବେ ମୁଁ ଜାଣିବି ପ୍ରକୃତରେ ଆପଣକଙ୍କ ଦରବାରରେ ଅର୍ଥାତ ଏ ରାଜ୍ୟରେ ମୋ ଠାରୁ ବଳି ପଣ୍ଡିତ ଆଉ କେହି ନାହାନ୍ତି l

ଏହା ଶୁଣି ଆକବର ପଣ୍ଡିତଙ୍କ ସର୍ତ୍ତକୁ ସମ୍ମାନ ଦେଇ କହିଲେ ପଣ୍ଡିତ ମହାଶୟ l ଆପଣ ଆଜି ନିଶ୍ଚିନ୍ତରେ ଅତିଥିଘରେ ବିଶ୍ରାମ ନିଅନ୍ତୁ l କାଲିକି ଆପଣଙ୍କୁ ସବୁ ପ୍ରଶ୍ନର ଉତ୍ତର ମିଳିଯିବ l ଏହା ଶୁଣି ପଣ୍ଡିତ କହିଲେ- ‘ ଠିକ୍ ଅଛି ! ଚେଷ୍ଟା କରି ଦେଖନ୍ତୁ l ‘ କହି ସେ ବିଶ୍ରାମାଗାରକୁ ଚାଲିଗଲେ l ସେଠାରେ ଖାଇପିଇ ରାତ୍ରି ଯାପନ କଲେ l

ଆକବର ଏ ବିଷୟରେ ସେଠାରେ ଉପସ୍ଥିତ ସମସ୍ତ ପଣ୍ଡିତମାନଙ୍କ ସହିତ ବିଚାର ବିମର୍ଶ କଲେ ପ୍ରକୃତରେ ପଣ୍ଡିତଙ୍କର ମାତୃଭାଷା କ’ଣ ? ହେଲେ କେହି କହିପାରିଲେ ନାହିଁ l ବୀରବଲ କହିଲେ- ଜହାଁପନା l ମତେ ଗୋଟିଏ ରାତି ସମୟ ଦିଅନ୍ତୁ l ମୁଁ କାଲି ସକାଳେ କହିଦେବି l ଏହା କହି ସେ ଲୁଚି ଲୁଚି ଯାଇ ଅତିଥି ଭବନରେ ପହଞ୍ଚିଲେ l ପଣ୍ଡିତେ ଖାଇ ପିଇ ଆରାମରେ ଘୁଙ୍ଗୁଡ଼ି ମାରୁ ଥାଆନ୍ତି l ଏହି ସମୟରେ ବୀରବଲ ତାଙ୍କ କାନରେ ଗୋଟିଏ ପର ଭର୍ତ୍ତି କରି ଖୁଡ଼୍-ଖାଡ଼୍ କଲେ l ପଣ୍ଡିତ କାନ କୁଣ୍ଡାଇ କରି ଓଲଟି ଶୋଇଲେ l କିଛି ସମୟ ପରେ ବୀରବଲ୍ ଦ୍ଵିତୀୟଟିଏଚଆର ପରକୁ ଆର କାନରେ ଭର୍ତ୍ତି କଲେ l ଏଥର ସେ ‘ଓଃ’ କହି ଆର କର ଲେଉଟାଇ ଶୋଇଲେ l ତୃତୀୟଥର ଯେତେବେଳେ ସେ ପର ପୁରାଇଲେ ସେ ନିଜ ଭାଷାରେ କହି ଉଠିଲେ ଓଃ ! ଏସବୁ କ’ଣ ହେଉଛି ? ଏହା ଶୁଣି ବୀରବଲ ସେଠାରୁ ପଳାଇ ଆସିଲେ l ପଣ୍ଡିତ ମହାଶୟ ପ୍ରକୃତ ମାତୃଭାଷା କ’ଣ ଜାଣିଗଲେ l

ତା’ପରଦିନ ପଣ୍ଡିତ ଦରବାରଙ୍କୁ ଆସି ପୁଣିଥରେ ପଚାରିଲେ- ପ୍ରକୃତରେ ମୋର ମାତୃଭାଷା କ’ଣ ? କିଏ କହି ପାରିବ ? ବୀରବଲ ସଙ୍ଗେ ସଙ୍ଗେ କହି ଉଠିଲେ ଆପଣଙ୍କ ମାତୃଭାଷା ତେଲୁଗୁ l ଏହା ଶୁଣି ପଣ୍ଡିତ ଚମକି ଉଠି କହିଲେ- ପ୍ରକୃତରେ ମୁଁ ତୁମ ନାଆଁ ଆଗରୁ ଶୁଣିଥିଲି ହେଲେ ତୁମେ କିପରି ଜାଣିଲ ? ବୀରବଲ କହିଲେ ପଣ୍ଡିତ ମହାଶୟ ! ମନୁଷ୍ୟ ଯେତେ ଭାଷା ଜାଣିଥାଉ ନା କାହିଁକି ତାକୁ ଯେତେବେଳେ କଷ୍ଟ ହୁଏ ସେ ତାର ଅଜାଣତରେ ତା’ ନିଜ ମାତୃଭାଷା ତା’ ପାତିରୁ ଆପେ ଆପେ ବାହାରି ଆସେ l ଗତ ରାତିର ଘଟଣା କଥା ବୀରବଲ କହି ସାରିବା ପରେ ପଣ୍ଡିତ ତାଙ୍କ ବୁଦ୍ଧିରେ ଚକିତ ହୋଇଯାଇ ତାଙ୍କୁ ଭୁରି ଭୁରି ପ୍ରଶଂସା କରିବା ସହିତ ତାଙ୍କୁ ପୁରସ୍କୃତ କଲେ l


Rate this content
Log in