STORYMIRROR

ABADHOOT PANDA

Others

4  

ABADHOOT PANDA

Others

ମାତା ଚରଣାମୃତ ପାନ

ମାତା ଚରଣାମୃତ ପାନ

1 min
173


  ମାତା କଲ୍ୟାଣମୟୀ ସର୍ବ ମଙ୍ଗଳ କର୍ତ୍ତ୍ରି ଆଦିମାତା

  ତୁମ ଚରଣେ କୋଟି କୋଟି ପ୍ରଣାମ ମା ବସୁମତା l

  

  କାହିଁ କେତେ ଜନ୍ମ ପରେ ଆମେ ପାଇଛୁ ମନୁଷ୍ୟ ଜନମ 

  ଜନ୍ମ ଜନ୍ମଜନ୍ମାନ୍ତରେ ଭୃଣ ରୂପେ ମାତା ତୁମରି ଗର୍ଭରେ l


  ତୁମରି ଅମୃତ ସମ ସ୍ତନ୍ୟପାନେ ଲଭିଛୁ ଆଦି ଜୀବନ ସ୍ରୋତ

  ହସାଇ କନ୍ଦାଇ ଖେଳାଇ ଖୁଆଇ ପିଆଇ ବାଲ୍ୟାବସ୍ଥା ଅତିବାହିତ


  କରାଇ ମାତୃପ୍ରେମ ସୂତ୍ରେ ବଢ଼ାଇ ଆଣିଲ ଆମକୁ ଅଦ୍ୟାବଧି

  ଯୌବନ ଗର୍ବେ ଆଜି ଯାଇଛୁ ଭୁଲି ଆମେ ତୁମ ପୁଣ୍ୟ ନିଧି l


  ଯୌବନପୂର୍ଣ୍ଣ ମନ ଆମର ମାନେନାହିଁ ଆଜି ନୀତିମାନ ମହତ

  ଖେଳନା ପରି ଭାବି ଚାଲିଛୁ ଆଧୁନିକ ନାମେ ତୁମ ପୁଣ୍ୟ ଗାତ୍ର l

  

  ଜଡ଼ବାଦୀ ମୋହାଚ୍ଛନ୍ନ ଆମେ ଆତ୍ମାର ମହତ୍ତ୍ୱ ଗଲୁଣି ଭୁଲି

  ପ୍ରବୃତ୍ତିର ଝୁଙ୍କେ ମାତାଭଗ୍ନୀ ପ୍କନ୍ୟାର ମହତ୍ତ୍ୱ ପାରୁନୁ ଜାଣି l


  କଳିଯୁଗର ଵଶତା ଆମେ କରିଛୁ ସ୍ୱୀକାର ନିଜ ସ୍ୱାର୍ଥ ପାଇଁ

  ପ୍ରାର୍ଥନା କରୁଛୁ ମା ଦିଅ ଆମକୁ ସଦଜ୍ଞାନ କଳୁଷ ନାଶନ ପାଇଁ l

  

  ତଵଜାତିଭକ୍ତିଭାବ ସଦା ହେଉ ଉଦିତ ଆମ ଯୁବ ମନପ୍ରାଣେ

  ସୁଧୁରି ଯାଉ ଆମ ଦୁର୍ଗୁଣ ପ୍ରବୃତ୍ତି ବାସନା ତଵ ସୁକଲ୍ୟାଣେ l


  ପାଶବ ପ୍ରକୃତିର ହେଉ ଅବସାନ ମାତୃ ଜାତିକୁ ସମ୍ମାନଦାନେ l

  ଦେବତ୍ୱ ବିରାଜୁ ଆମ ମନ ପ୍ରାଣେ ମର୍ତ୍ତ୍ୟପାଲଟୁ ନନ୍ଦନକାନନେ l

            

  

  


  

  


  


   

 

  

   

  


     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍