STORYMIRROR

ABADHOOT PANDA

Others

3  

ABADHOOT PANDA

Others

ମାଆଙ୍କୁ ବାର୍ତ୍ତା

ମାଆଙ୍କୁ ବାର୍ତ୍ତା

3 mins
245


ପୂଜନୀୟା ମା,

ଭୂମିଷ୍ଠ ପ୍ରଣାମ ଆଶା ଗାଁରେ ତୁ ଭଲ ଥିବୁ ନିଶ୍ଚୟ l ସାନ ପୁଅ ବୋହୁଙ୍କ ସେବାରେ ତୋର ଦିନଗୁଡ଼ିକ ଶାନ୍ତିରେ କଟୁଥିବ l ଆମେ ଏଠି ଦିଲ୍ଲୀରେ ଆମେ ସମସ୍ତେ ତୋର ଆଶୀର୍ବାଦରୁ କୁଶଳରେ ଦିନ ଗୁଡ଼ିକ କାଟୁଛୁ l


ମୋ ପୁଅ ଝିଅମାନେ ସବୁବେଳେ ତୋ ବିଷୟରେ ପଚାରୁଛନ୍ତି l ତତେ ମୁଁ ଏଠିକି ସାଙ୍ଗରେ ନେଇ ଆସନ୍ତି l କିନ୍ତୁ ବାପା ହଇରାଣ ହେବେ l ଆଉ ମଧ୍ୟ ଘରଟିର ରକ୍ଷଣ ବେକ୍ଷଣ କରିବାରେ ଅସୁବିଧା ହେବ l ମୁଁ ଜାଣିଛି ବାପା ତୋ ବିନା ମୁହୂର୍ତ୍ତେ ବି ରହି ପାରିବେ ନାହିଁ l କାରଣ ତୋର ସ୍ଵଭାଵ, ଚରିତ୍ର ଓ ମାନବୀୟ ଗୁଣ ତାଙ୍କୁ ବିଶେଷ

ଭାବେ ପ୍ରଭାବିତ କରୁଛି l ମୋର କାର୍ଯ୍ୟ ବ୍ୟସ୍ତ ଜୀବନ ଭିତରେ ଟିକେ ଅବସର ମିଳିଲେ ମୋ ପିଲାଦିନ କଥା ମନେ ପଡ଼େ l ଆମ ଦୁଇ ଭାଇ ଓ ଗୋଟିଏ ଭଉଣୀଙ୍କୁ କେତେ ଝଡ଼ ଝଞ୍ଜା ମଧ୍ୟରେ ଉଚ୍ଚ ଶିକ୍ଷିତ କରିଛୁ ତାହାର ଟିକି ନିକି ବର୍ଣ୍ଣନା କରିବା ଅସମ୍ଭବ l ବାପାଙ୍କ ସ୍ୱଳ୍ପ ବେତନରେ ଆମକୁ ମଣିଷ କରିଛୁ l ତୁ ନିଜେ ଉଚ୍ଚ ଶିକ୍ଷିତ ହେଲେ ମଧ୍ୟ ନିଜର ସମସ୍ତ ପ୍ରତିଭାକୁ ଜଳାଞ୍ଜଳି ଦେଇ ସମସ୍ତ କଷ୍ଟ ହସି ହସି ଆମର ଭବିଷ୍ୟତ ଗଢ଼ିବା ପାଇଁ ସର୍ବଦା ଉଦ୍ୟମ ରତ ହୋଇ ଆସିଛୁ l ଆମ ପରିବାରଟିକୁ ଗଢ଼ିବା ସକାଶେ ତୋ ନିଜର ସୁଖ ଶାନ୍ତି ତ୍ୟାଗ କରିଛୁ ଯାହାକି ସମସ୍ତ ନାରୀ ଜାତି ପାଇଁ ଏକ ଆଦର୍ଶ l ଯାହା ଫଳରେ ଆମେ ତିନି ଜଣ ଭାଇଭଉଣୀ ଆଜି ସାମାଜିକ ପ୍ରତିଷ୍ଠା ଲାଭ କରିଛୁ ଏବଂ ଗର୍ବିତ ଅନୁଭବ କରୁଛୁ 

ଯାହାବି ହେଉ ଏଣିକି ତୋର ବୟସ ବଢ଼ି ଗଲାଣି l ପଚାଶ ବର୍ଷର ତୁ ବର୍ତ୍ତମାନ ପ୍ରଓଢ l ଏ ବୟସରେ ତୁ ବିଶ୍ରାମ କରିବା ବଦଳରେ ସବୁ ଘର କାମ ତୁ ନିଜେ ବୁଝୁଛୁ l ଯାହା ମୁଁ ଆମ ପଡିଶା ଦାମ କକେଇଙ୍କ ଠାରୁ ଖବର ପାଇଲି l ବାପାଙ୍କ ଉଚ୍ଚ ରକ୍ତ ଚାପ ଥିବାରୁ ତାଙ୍କ ମନରେ ତୁ ଆଦୌ କଷ୍ଟ ଦେବାକୁ ପସନ୍ଦ କରୁନୁ l ପରିବାରର ଆର୍ଥିକ ଅବସ୍ଥାକୁ ତୁ ବେଶୀ ଗୁରୁତ୍ୱ ଦେଉଛୁ l ସେଥିପାଇଁ ତ ମୁଁ ପ୍ରତି ମାସରେ ତିରିଶ ହଜାର ଟଙ୍କା ତୋ ନାଁରେ ପଠାଉଛି l ବାପାଙ୍କ ଔଷଧ ଓ ସୁଷମ ଖାଦ୍ୟ ପାଇଁ ଯଥେଷ୍ଟ l ବୁନୁ ମଧ୍ୟ କିଛି ଟଙ୍କା ପଠାଉଛି l ଏଣୁ ମୁଁ ବଡ଼ ପୁଅ ହିସାବରେ ବିନମ୍ର ପ୍ରାର୍ଥନା କରୁଛି କି ବର୍ତ୍ତମାନ ଯୁଗ ଅନୁସାରେ ତୁ ନିଜକୁ ଟିକେ ଖାପ ଖୁଆଇ ଚାଲେ l ଅତି ରକ୍ଷଣଶୀଳତା ଆଦୌ ଭଲ ନୁହେଁ l ତେଣୁ ମୁଁ ମନସ୍ଥ କରିଛି ଆସନ୍ତା ମାସରେ ଜଣେ ମେଧାବୀ ଗରିବ ଛାତ୍ରକୁ ଗାଁ କୁ ସାଥିରେ ନେଇ ଯିବିି l ସେ ଏଠି ନବମ ଶ୍ରେଣୀରେ ପଢ଼ୁଛି l ତା ନାଁ ସନ୍ତୋଷ ଭାରି ଭଲ ଚରିତ୍ରର ପିଲା l ଆର୍ଥିକ ଅବସ୍ଥା ଦାରିଦ୍ର୍ୟର ସୀମାରେଖା ତଳେ ଥିବାରୁ ତାର ବାପା ମା ମୋ ଜିମା ଛାଡ଼ିଦେଲେ l ମୁଁ ତାକୁ ମଣିଷ କରି ମାନବିକତାର ପରିଚୟ ନିଶ୍ଚୟ ଦେବି l ତୋ ନାଁ ରଖିବି l ତାକୁ ଆମ ଗାଁ ସ୍କୁଲରେ ନାଁ ଲେଖେଇ ଦେବି l ତୁମ ଦୁଇଜଣଙ୍କ ପାଖରେ ନାତି ଭଳିଆ ରହିବ l ଘର କାମ ସବୁ ବୁଝିବ l ତୋର ଶ୍ରମ ଲାଘବ ହେବ l ଆଉ ଏଠି ତାର ବାପାଙ୍କୁ ଆମ ଅଫିସରେ କାମ ଦେଇଛି l ଆଶା କରେ ତୁ ମୋ ବିନତି ନିଶ୍ଚୟ ଶୁଣିବୁ l ତୋର ଋଣ ଆମେ ଭାଇ ଭଉଣୀ ଜନ୍ମାନ୍ତରେ ମଧ୍ୟ୍ୟ ସୁଝି ପାରିବୁ ନାହିଁ l ମୋର ଏତିକି ଟିକେ ଗୁହାରି ରଖି ନିଜକୁ ଆଜିକାଲିର ଦୁନିଆ ସହିତ ମେଳ ଖାଇ ଚାଲିବାକୁ ଚେଷ୍ଟା କର l ମୋ ମନ ପ୍ରାଣରେ ଶାଶ୍ୱତ ଆନନ୍ଦ ଏବଂ ଆତ୍ମିକ ଶାନ୍ତି ମୁଁ ପାଇ ପାରିବି l ମୁଁ ପି ଏଲ ଆପ୍ଲାଇ କରିଛି ପନ୍ଦର ଦିନ ପାଇଁ l ଗାଁକୁ ଗଲେ ସବୁ କହିବି l ବାପାଙ୍କୁ ମୋର ସଭକ୍ତି ସାଷ୍ଟାଙ୍ଗ ପ୍ରଣିପାତ ଜଣାଇ ଦେବୁ l ମୋତେ ଫୋନ କରିବାକୁ କହିବୁ l

                        

                  



Rate this content
Log in