Sunanda B Mohapatra

Others

2  

Sunanda B Mohapatra

Others

ଲେଖକ

ଲେଖକ

1 min
7.3K


- ତମେ କେବେ ମୋ ଲେଖା ପଢିଛ ?

- ନା ମାମ୍ ।

- ମୁଁ ତୁମ ଲେଖା ପଢ଼େ କି ନାହିଁ ?

- ହଁ ମାମ୍ ।

- ମୁଁ ତୁମ ଲେଖାରେ ଲାଇକ, କମେଣ୍ଟସ୍ ଦିଏ କି ନାହିଁ ?

- ହଁ ମାମ୍, ଖୁବ ସୁନ୍ଦର, ଉପାଦେୟ ଏବଂ ପ୍ରେରଣାପୂର୍ଣ୍ଣ

ମତାମତ ଦିଅନ୍ତି ।

- କେତେ ଦିନ ହେଲା ?

- ଦିନ କଣ ମାମ୍, ବର୍ଷ କୁହନ୍ତୁ । - ତୁମେ ଫେସବୁକ୍ ରେ କ'ଣ କର ?

- ଲେଖାଲେଖି ମାମ୍ ।

- ମୁଁ କଣ କରେ ?

- ଆପଣ ବି ଲେଖନ୍ତି ମାମ୍ ।

- ଆମେ ଦୁଇଜଣ ତାହେଲେ ସମାନ ଗୋଷ୍ଠୀର ?

- ନିଶ୍ଚିତ ମାମ୍ ।

- ଆଛା,ମୁଁ କେବେ ତୁମକୁ ଟ୍ୟାଗ୍ କରିଛି ?

- ନା ମାମ୍, କେବେ ବି ନୁହେଁ ।

- ତେବେ ତୁମେ ଦିନକୁ ଏକାଧିକ ବାର୍ ଟ୍ୟାଗ୍

କାହିଁକି କର ମୋତେ ?

ପୁଣି ପ୍ରତି ଫଟୋଗ୍ରାଫ୍ ରେ !!

- ଆପଣ ପଢ଼ିବେ ବୋଲି ।

- ମୁଁ ବି ସେଇଆ ଚାହେଁ ।

- ଲେଖକଟେ କାହିଁକି ଲେଖା ପୋଷ୍ଟ୍ କରେ ?

- କେହି ପଢୁ ବୋଲି ମାମ୍ ।

- ତେବେ ?

- ବୁଝି ପାରିଲିନି ମାମ୍ !

- ଲେଖକ କଣ ପାଠକ ନୁହେଁ ?

- ବିଲକୁଲ ମାମ୍ ।

- ତାହେଲେ ତୁମେ କେଉଁ ଶ୍ରେଣୀର ?

- ବୁଝି ଗଲି ମାମ୍ । ସରି ।

- ଦେହକୁ ନେବନି ପ୍ଲିଜ୍ ।

- ପ୍ରାଣାମ ମାମ୍ ।

- ଗଡ୍ ବ୍ଲେସ୍ ।


Rate this content
Log in