ଫାଲଗୁନି ରଣା

Others

4.7  

ଫାଲଗୁନି ରଣା

Others

କୋଶଳି ଭାଷା

କୋଶଳି ଭାଷା

2 mins
330


  1. ଏ ଅକଳ୍ପନୀୟ, ଅବିଶ୍ବସନୀୟ ତଥା ଚିର ଘୂର୍ଣ୍ଣାୟମାନ ସଂସାର ହେଉଛି ଅନନ୍ତ କୋଟି ଜୀଵଜନ୍ତୁଙ୍କର ଆଶ୍ରୟସ୍ଥଳୀ। କେଉଁ ଆବହମାନ କାଳରୁ ଏ ଅଖିଳ ବ୍ରହ୍ମାଣ୍ତର ସମୁଦ୍‌ଗତ ତାର ଯଥାଯଥ ତଥ୍ୟ ନିରୂପଣ କରିବା ପାଇଁ ବୈଜ୍ଞାନିକ ମାନଙ୍କ ଯେଉଁ ଅକ୍ଲାନ୍ତ ପ୍ରଚେଷ୍ଟା ଚାଲିଛି, ସେ ସଂକ୍ରାନ୍ତରେ ସାଧାରଣ ଜନତାମାନେ ସୁଦ୍ଧା ଅବଗତ ଅଛନ୍ତି। ମନୁଷ୍ୟର ନିତ୍ୟ ବ୍ୟବହାର୍ଯ୍ୟ ଉପାଦାନ ଗୁଡିକ ମଧ୍ୟରେ ପ୍ରମୁଖ ହେଉଛି- ଖାଦ୍ୟ, ବସ୍ତ୍ର, ଅନ୍ନ,ଜଳ, ଗୃହ ତଥା ଆସବାବ ପ୍ରଭୃତି। କିନ୍ତୁ ଏସବୁ ଠାରୁ ବି ସର୍ବୋତ୍କୃଷ୍ଟ ପ୍ରୟୋଜନୀୟ ଜିନିଷ ହେଲା ତା'ର ନିଜସ୍ଵ ମାତୃଭାଷା। ମନୁଷ୍ୟ ନିଜ ଜନ୍ମଦାତ୍ରୀଙ୍କ ଅନ୍ତଃସତ୍ତ୍ଵାରୁ ଯେତେବେଳେ ଉତ୍ପତ୍ତି ଲାଭ କରେ, ସେତେବେଳଠୁ ସେ ନିଜ ମାତାଙ୍କୁ ଗୁରୁରୂପେ ସ୍ବୀକାର କରି ଭାଷା ପ୍ରଶିକ୍ଷଣର ଧାରା ଆରମ୍ଭ କରି ଦେଇଥାଏ। ନିଜ ମାଆଙ୍କ ମୁଖନିଃସୃତ ବାଣୀକୁ କର୍ଣ୍ଣପାତ କରି ସେ ଭାଷା ପ୍ରଶିକ୍ଷଣର ପ୍ରାରମ୍ଭିକ ସୋପାନରେ ଉପନୀତ ହୁଏ। ତାର ସକଳ ପ୍ରକାର ଜିଜ୍ଞାସା ଅବ୍ୟାହତ ରହେ। ସେ କ୍ରମାଗତ ଭାବରେ ଯେପରି ଶୈଶବାଵସ୍ଥାରୁ ବାଲ୍ୟାବସ୍ଥାକୁ ପଦାର୍ପଣ କରେ, ତାର ବୈଷୟିକ,ଶୈକ୍ଷିକ ତଥା ଅନ୍ୟାନ୍ୟ କ୍ଷେତ୍ରରେ ଏପରି ଭାବରେ ନିପୁଣତା ପରିଲକ୍ଷିତ ହୁଏ ଯେ,ତା ସମକ୍ଷରେ ବଡ଼ବଡ଼ ବିଵେକଶୀଳ ବ୍ୟକ୍ତି ମାନେ ମଧ୍ୟ ପରାଜୟତ୍ବ ସ୍ଵୀକାର କରନ୍ତି। ଏଣୁ ଭାଷା ହେଉଛି ମାନବୀୟ ସମାଜର ମୂୂଳମନ୍ତ୍ର। ଭାଷା କ୍ଷ୍ଷେତ୍ରର ଯିଏ ଯେଉଁ ପରିମାଣରେ ଅଭିିଜ୍ଞ ସେ ସେହି ପରିମାଣରେ ଭାଷାବିଦ୍। ଯେତେଵେଳେ କେହିଜଣେ ମୋତେ ପ୍ରଶ୍ନକରେ ତୋର ମାତୃଭାଷା କଣ? ତେେବେ ନିିଶ୍ଚିିତ ରୂପେ ଉତ୍ତର ଆସିିବ କୋଶଳୀ। ପଶ୍ଚିମ ଓଡ଼ିଶାର ଜନସାଧାରଣ ଙ୍କ ମୁଖରେ ଯେଉଁ ଭାଷାର ଆବିର୍ଭାବ ଘଟେ ତାାାହା ହିଁ କୋଶଳୀ ଭାଷା। ବିଦ୍ୟାଳୟର ଚାରିକାନ୍ଥରେ ଓଡ଼ିଆ ଭାଷାରେ ଶିିକ୍ଷାଲାଭ କରୁଛୁ ସିିନା, କିନ୍ତୁ ପ୍ରକୃତ ଶିକ୍ଷା ଆରମ୍ଭ ହୋଇଥାଏ ନିଜ ଗ୍ରାମ ରେ ପ୍ରଚଳିତ ଥିବା ନିଜସ୍ବ ଭାଷାାରୁ। ଭାଷା କୁ ନେଇ ଵ୍ୟାକରଣର ଜନ୍ମ , ବ୍ୟାକରଣ କୁ ନେଇ ନୁହେଁ। ଓଡ଼ିଆ ଯେପରି ଏକ ପ୍ରକାର ଭାଷା କୋଶଳୀ ମଧ୍ୟ ଏକ ପ୍ରକାର ଭାଷା। ଏଣୁ ଆମକୁ କୋୖଣସି ଭାଷାକୁ ନୀଚଦୃଷ୍ଟିରେ ଅବଲୋକନ ନ କରି ପ୍ରତ୍ୟେକ ଭାଷାକୁ ସମଦୃୃଷ୍ଟିରେ ନିରୀକ୍ଷଣ କରିଵା ଅପରିହାର୍ଯ୍ୟ 


Rate this content
Log in