କଲଗାର୍ଲ
କଲଗାର୍ଲ
ଆଜିକୁ ପ୍ରାୟ ୭ବର୍ଷ ହେବ, ବଦଳି ଯାଇଛି ସେଦିନ ଗାଉଁଲି ଝିଅ ସୁନାର ପରିଚୟ । ସୁନାରୁ ପାଲଟି ଯାଇଛି ଆଜି ସେ ମିସ ସୋନମ । ଆଜି ସେ "କଲଗାର୍ଲ"ର ଆଖ୍ୟା ପାଇଛି ସତ ହେଲେ ଶହ ଶହ କୁଷ୍ଠ ରୋଗୀଙ୍କର ପାଲଟିଛି ନୂତନ ଆଶା, ଆଉ ଜୀବନ ରାସ୍ତାରେ ଝୁଣ୍ଟିଥିବା ଝିଅମାନଙ୍କର ପଥପ୍ରଦର୍ଶକ । ଏବେ ପ୍ରଶ୍ନ ଉଠିପାରେ ମନରେ ଲେଖିକା କାହିଁକି ଏପରି ନାରୀକୁକୁ "କଲଗାର୍ଲ"ର ଆଖ୍ୟା ଦେଲେ, ତେବେ ପଢନ୍ତୁ ଏହା ପଛେ ଲୁଚି ରହିଥିବା କାହାଣୀ ।
ସାତ ବର୍ଷ ପୂର୍ବେ କଟକ ସହରରେ କାଁ ଭାଁ ହେଲ୍ପ ଗ୍ରୁପ ଗଢି ଉଠିଥାଏ । ଆଉ ସୁରଜ ଥିଲା ଗୋଟେ ଗ୍ରୁପର ପ୍ରତିଷ୍ଠାତା । ଗ୍ରୁପ ତରଫରୁ ରେଭେନ୍ସା କଲେଜରେ ରକ୍ତଦାନ ଶିବିର କରିବା ପାଇଁ ସୁରଜ ଆସିଥିଲେ କଲେଜକୁ । ଆଉ ସୁନା ସେବେ +୩ ଶେଷବର୍ଷ ଛାତ୍ରୀ ଆଉ ମନିଟର ଥିଲା । କାରଣ ବ୍ୟବହାର ଆଉ ଶିକ୍ଷାରେ ସୁନା ସବୁ କ୍ଷେତ୍ରରେ ଟପ୍ପର ଥିଲା । ରକ୍ତଶିବିର ଆୟୋଜନର ଦାୟିତ୍ୱ ପ୍ରିନ୍ସିପାଲ୍ ସାର ସୁନାକୁ ଦେଲେ । ଏହା ବେଶ୍ ସୁରୁଖୁରୁରେରେ ହୋଇଗଲା । ଆଉ ସେଇ ପ୍ରୋଗ୍ରାମ ପରଠୁଁ ସୁନା ଆଉ ସୁରଜ ବେଶ ମିଶିଗଲେ । ଆଉ ସୁନା ସୁରଜର ହେଲ୍ପ ଗ୍ରୁପରେ ଯୋଗ ଦେଇ ସୁରଜ ସହ ମିଶି ଅସହାୟଙ୍କ ସେବା କଲା । ଏକଦା ସୁଦୂର ପୁରୀରେ ଏକ ପ୍ରୋଗ୍ରାମ ଥିଲା, ସବୁ ସଦସ୍ୟ ମିଶିକରି ଯାଇଥିଲେ । ପ୍ରୋଗ୍ରାମ ସରୁ ସରୁ ସନ୍ଧ୍ୟା ହେଇ ଆସୁଥିଲା । ଫେରିଲା ବେଳକୁ ପ୍ରବଳ ବର୍ଷା, ସୁରଜ ଆଉ ସୁନା ଟିକେ ଗୋଟେ ଦୋକାନ ପାଖେ ଅଟକି ଗଲେ ବର୍ଷା ଥମିଲେ ଫେରିବେ ବୋଲି । କାରଣ ସୁରଜକୁ ପ୍ରବଳ ଥଣ୍ଡା ହୋଇଯାଇଥିଲା ଗତ କାଲି । ଚାହୁଁ ଚାହୁଁ ରାତି ହେଲା ଆଠଟା । କିନ୍ତୁ ବର୍ଷା କମିଲାନି । ଏତେ ରାତିରେ ପୁରୀରୁ କଟକ ଆସିବା ସମ୍ଭବ ନଥିଲା ତେଣୁ ରାତିଟା ପୁରୀରେ ରହିଯିବେ ସ୍ଥିର କଲେ । ଦୁହେଁ ହୋଟେଲ ଯାଇ ରୁମ ଠିକ କଲେ । ଯେହେତୁ ଦୁହେଁ ଭଲ ସାଙ୍ଗ ଥିଲେ ଗୋଟେ ରୁମରେ ରହିବାକୁ ଅସୁବିଧା ହେବନି ମଧ୍ୟ ଭାବିଥିଲେ । ରୁମକୁ ଯାଇକି ରାତ୍ରିଭୋଜନ ଅର୍ଡର କଲେ ଆଉ ଖାଇକି ଶୋଇଲେ । ହଠାତ ରାତିର ମଧ୍ୟ ଭାଗରେ ସୁରଜର ସ୍ପର୍ଶରେ ସୁନାର ନିଦ ଭାଙ୍ଗିଗଲା । ଆଉ ଦେଖିଲା ସୁରଜ ପୁରା ଥରୁଛି । ଯୌବନ ନିଆଁରେ ଜଳି ସୁରଜ ବାଧ୍ୟ କଲା ସୁନାକୁ ଶାରୀରିକ ସମ୍ପର୍କ ପାଇଁ । ଗୋଟେ ପୁଅଠୁଁ ନିଜର ତାରିଫ ଆଉ କଥାରୁ ଓହରି ନପାରି ସୁନା ସୁରଜ ସହ ଦେହରେ ଦେହ ମିଶାଇବା ଆଗରୁ ପଚାରି ଦେଲା ଯଦି ମୁଁ ଗର୍ଭବତୀ ହୋଇଯାଏ ତେବେ କଣ ହେବ ସୁରଜ । ବାହାଘର ଆଗରୁ ଏସବୁ ପାପ ସଦୃଶ । ସୁରଜ ସୁନାକୁ ବୁଝାଇ ଦେଲା ଯେ ସେ ସୁନାକୁ ବାହା ହିଁ ହେବ ତ ଏଠି ପାପ ଆଉ କଣ? ଏତିକିରେ ନିଜକୁ ବୁଝାଇ ନିଜକୁ ସମର୍ପି ଦେଲା ସୁରଜ ପାଖେ ସୁନା । ତାପରେ ସେଦିନର କାଳ ରାତ୍ରି ପାହିଲା । ଦୁହେଁ କଟକ ଫେରିଲେ । ଏପଟେ ମାସିକ ଋତୁସ୍ରାବ ଗଡୁଥିବାର ଚିନ୍ତା ବେଳେ ଶେଷ ବର୍ଷ ପରୀକ୍ଷାର ବୋଝ ମୁଣ୍ଡରେ । ଦୁଇ ମାସ ବିଳମ୍ବ ଯୋଗୁଁ ସୁରଜକୁ ସୁନା କହିବାରୁ ସୁରଜ ଡାକ୍ତର ପାଖକୁ ନେଇ ଜାଣିଲା ଯେ ସୁନା ଗର୍ଭବତୀ ଅଛି । କ୍ୟାରିୟର ଆଉ ପରୀକ୍ଷା ସମ୍ବନ୍ଧରେ କହି ସୁରଜ ବାଧ୍ୟ କଲା ସୁନାକୁ ଆବରସନ ପାଇଁ । କିନ୍ତୁ ନିଜ ପ୍ରେମର ସନ୍ତକକୁ ବଞ୍ଚିବାକୁ ଦେବାକୁ ସୁନା ଚାହୁଁଥିଲା । ହେଲେ ସେ ଥିଲା ନିରୂପାୟ । ଆବରସନ କରି ଆସିବା ପରେ ସୁନାର ଦେହ ଅଧିକ ଖରାପ ହେଲା ଆଉ ପରୀକ୍ଷା ବି । କଲେଜର ଟପ୍ପର ଅଳ୍ପ ମାର୍କ ରଖି ଜଷ୍ଟ ପାସ କଲା । ଆଉ ସୁନା ସୁରଜକୁ ବାହାଘର ପାଇଁ କହିବାରୁ ସ୍ୱାର୍ଥପର ସୁରଜ ସୁନାକୁ ବାରମ୍ବାର ଅଣଦେଖା କଲା । ଆଉ ଶେଷରେ କହିଲ,"ତୁମେ ଜଣେ ଚରିତ୍ରହୀନା ନାରୀ, ବିବାହ ପୂର୍ବରୁ ଯଦି ମୋ ସହ ଶୋଇପାରିଲ, ତେବେ ଆଉ କାହା ସହ କାହିଁକି ଶୋଇ ନଥିବ? ଏ ଛୁଆ ମୋର ବୋଲି ପ୍ରମାଣ କଣ?" ଏ ସବୁ ସୁରଜ ଠୁଁ ଶୁଣି ସୁନା ଏକୋଇଶି ବର୍ଷ ଯେଉଁ ଇଜ୍ଜତକୁ ସୁରକ୍ଷିତ ରଖିଥିଲା ତାହା ଗୋଟେ ରାତି ପାଇଁ "ଚରିତ୍ରହୀନା"ର ଆଖ୍ୟା ପାଲଟି ଯିବାର ଯନ୍ତ୍ରଣା ସହ୍ୟ କରି ନପାରି ପୁନର୍ବାର ବାଧ୍ୟ କଲା ସୁରଜକୁ ବାହାଘର ପାଇଁ । ସୁରଜ ରାଜି ନହେବାରୁ ସୁନା ଦୁରେଇ ଗଲା ସୁରଜଠୁଁ । ପରୀକ୍ଷା ରେଜଲ୍ଟ ଆସିଲା ପରେ କମ୍ପିଟେଟିଭ ପାଇଁ ପଢ଼ିବ ସ୍ଥିର କରିଥିବା ଝିଅ ଫେରିଗଲା ନିଜ ଲକ୍ଷ୍ୟକୁ ଭୁଲି ନିଜ ଗାଆଁକୁ । ଘରକୁ ଗଲାପରେ ଘରେ ଖାଲି"ବାହାଘର" ଶବ୍ଦଟା ଖାଇ ଉଠିଲା ତାକୁ । କାରଣ ସେ ଥିଲା ଘରର ବଡଝିଅ ଆଉ ତାପରେ ଦୁଇଟି ଭଉଣୀ ଥିଲେ । ତେଣୁ ବାହାଘରକୁ କେତେ ଦିନ ଆଉ ପ୍ରତ୍ୟାଖ୍ୟାନ କରିଥାନ୍ତା, କିପରି ମିଛ ସାକ୍ଷୀ ରଖି ଆଉ କୋଉ ପୁଅକୁ ନିଜର କରିଥାନ୍ତା? ତେଣୁ ବାଧ୍ୟ ହୋଇ ସେ ତା ମାଆକୁ ସୁରଜ ସହ ଘଟିଥିବା ସବୁ ଘଟଣା କହିଦେଲା । ତା ମାଆ ପ୍ରତ୍ୟୁତ୍ତରରେ ସୁନାକୁ ଗାଳି ଦେଇ କହିଲେ,"ତତେ ବଡ କରି ବାହାରେ ପାଠ ପଢ଼ାଇବା ଭୁଲ ଥିଲା, ତୁ କୋଉ ମୁହଁ ନେଇ ଆଉ ଗାଆଁକୁ ଆସିଲୁ ତତେ ନଈ କି ବିଷ ଟିକେ ମିଳିଲାନି ନା? କଳଙ୍କ ନେଇ ଆସିଲୁ" ନିଜ ଜନ୍ମ କଲା ମାଆଠୁଁ ଏତିକି ଶୁଣି ସେଦିନ ରାତିରେ କଲା କର୍ମର ଶାସ୍ତିପାଇଁ ନଦୀକୁ ଡେଇଁ ଆତ୍ମହତ୍ୟା କରିବାକୁ ଗଲାବେଳେ କେଇ ଜଣେ ତାକୁ ଭିଡି ଆଣିବାର ଜାଣିଲା । ଅନ୍ଧାରରେ କିଏ ବୋଲି ଜାଣିପାରିଲାନି ।
ପରେ ଜାଣିଲା ସେ ଥିଲେ ସରିତା ଦିଦି । ଆତ୍ମହତ୍ୟାର କାରଣ ସୁନାଠୁଁ ଶୁଣି ସେ ବୁଝି କହିଲେ ସେ ସେଇ ରାସ୍ତା ଦେଇ ଆସିଛନ୍ତି ଆଉ ଆଜିର ସମାଜରେ ସେ ଦେହଜୀବୀ ନାରୀ । ସମାଜସେବା ଛାଡି ସେ ଏବେ ପୁରୁଷସେବା କରୁଛନ୍ତି ହୋଟେଲରେ । ନିଜ ଜୀବନକୁ ଅନ୍ୟ ଏକ ସୋପାନରେ ନେଇ ଅନ୍ୟ କେଇ ଝିଅ ପୃରୁଷ କବଳରେ ପଡି ନିଜ ଇଜ୍ଜତଦାନ ନକରୁ ଏପରି ଶପଥ ନେଇ ସେ ପାଲଟି ଗଲା "କଲଗାର୍ଲ" ସେଇ ସମାନ ହୋଟେଲର । କାରଣ ତା ପ୍ରିୟ ପୁରୀ ହିଁ ତାକୁ ଚରିତ୍ରହୀନାର ଆଖ୍ୟା ଦେଇ ସାରିଥିଲା । ତିଳ ତିଳ କରି ବାଣ୍ଟି ଚାଲିଲା ସେ ଶରୀରକୁ । ଆଉ ତା ହାବୁଡ଼ରେ ଯଦି କେଇ ଝିଅ ଏମିତି ନଜରରେ ଆସିଲେ ସେ ବଞ୍ଚିବାକୁ ସାହାସ ଦେଇ ପାଠ ପଢ଼ାଇ ଚାକିରୀ ଯୋଗ୍ୟ ବନାଇ ବାହା କଲା । ନିଜ ପେଶା ଆଉ କଷ୍ଟ ଆଉ କେଇ ତା ଆଗରେ ପାଇଲେନି । ଗୋଟେ ସନ୍ତାନକୁ ବଳି ଦେଇ ବହୁ ଝିଅଙ୍କ ମାଆ ସାଜିଲା । ହେଲେ କେବେ ଜଣାଇ ନଥିଲା କାହାକୁ ନିଜ କର୍ମ । ସେଇ ହୋଟେଲ ପାଇଁ ସେ ଥିଲା କଲଗାର୍ଲ ସତ କିନ୍ତୁ ତା ଯୋଗାଯୋଗ ନମ୍ବର ହୋଟେଲ ବ୍ୟତୀତ ଆଉ କେଉଁଠି ନଥିଲା । ବାହାରେ ଥିଲା ସେ ବିବାହିତା ନାରୀ । ନିଜେ ପିନ୍ଧିଥିଲା ସୁରଜ ନାମରେ ସିନ୍ଦୁର । ଅନ୍ୟ ଝିଅମାନଙ୍କ ନବଜୀବନ ପାଇଁ । କୁଷ୍ଠ ରୋଗୀଙ୍କ ସେବା କଲା ବାକି ସମୟରେ । ସଭିଙ୍କ ପ୍ରିୟ ପାଲଟିଗଲା ହୋଟେଲର ଗ୍ରାହକଠାରୁ ବାହାରର ଅସହାୟ ଲୋକ ପାଇଁ । ଦିନରେ ନର ସେବା ଆଉ ରାତିରେ କଲଗାର୍ଲ କର୍ତ୍ତବ୍ୟ କଲା । ଥକି ପଡିଲା ନାହିଁ ଆଉ ଜୀବନରେ । ସେଇ ଭିତରେ ଥରେ ଦେଖା ହେଲା ତା ଗାଆଁର ସମ୍ପର୍କୀୟ ମାଉସୀଙ୍କ ସହ । ଘର ଖବର ବୁଝିବାରୁ ଜାଣିଲା ଘରେ ତାକୁ ଶୁଦ୍ଧି ହୋଇ ଯାଇଛନ୍ତି । ଗାଆଁ ଲୋକ ତାକୁ ଗାଆଁକୁ ପୁରାଇଦେବେନି ବୋଲି ସଭା କରିଥିଲେ । ଆଉ ତା ଭଉଣୀ ଦୁଇ ଜଣ ବାହା ହୋଇ ସାରିଲେଣି । ଆଉ ସୁନା ମଧ୍ୟ ସୁରଜକୁ ବାହାହୋଇ ଖୁସିରେ ଅଛି ବୋଲି ମିଛରେ ଲୁହକୁ ଲୁଚାଇ ଜଣାଇ ଦେଲା ସେ ମାଉସୀଙ୍କୁ । ଆଉ ମଉଳିଗଲା ଏସବୁ ଶୁଣି ଗାଆଁକୁ ଫେରିବାର ଆଶା ଆଉ ବାପମାଆଙ୍କୁ ସାହାଯ୍ୟ ହେବ ବୋଲି ଯେଉଁ ଆଶା ଟିକେ ବାନ୍ଧିଥିଲା । ଗୋଟେ ପୁରୁଷ ଆଉ ରାତି ପାଇଁ ବଦଳିଗଲା ତା ପରିଚୟ ।
ଏପରି ବିତିଗଲା ଛଅ ବର୍ଷ । ୨୦୨୦ ମସିହାରେ କୋଭିଡ ପାଇଁ ପୁରୀ ହୋଟେଲ ବନ୍ଦହେଲା ସବୁ । ସୋନମର ଅୟପନ୍ଥା ବନ୍ଦ ହେଲା ସତ କିନ୍ତୁ ପ୍ରଚୁର ଟଙ୍କା ଥିଲା ତା ପାଖେ । ସବୁ ସମୟ କୁଷ୍ଠ ରୋଗୀ ଠୁଁ ଆରମ୍ଭ କରି ଅସହାୟ ଲୋକଙ୍କ ସହ ପାଳିଲା । ପରେ ହଟିଗଲା କୋଭିଡ କଟକଣା, ଖୋଲିଲା ହୋଟେଲ । ଯେହେତୁ ସୋନମ ଅଳ୍ପ ଟଙ୍କାରେ ଗ୍ରାହକକୁ ଆକୃଷ୍ଟ କରୁଥିଲା ତେଣୁ ପୁରୀ ସହରରେ ସେଇ ସମାନ ହୋଟେଲରେ ଗ୍ରାହକଙ୍କ ଚାହିଦା ଅଧିକା ଥିଲା । ପୁଣି ଚାଲିଲା ତାର ଦେହ ବିକା ବ୍ୟବସାୟ । ଏଇ ଡ଼ିସେମ୍ବରରେ ଖୋଲିଲା ପୁରୀ ଜଗନ୍ନାଥ ମନ୍ଦିର ଆଉ ଗୋଲଡେନ ବିଚ । ବହୁତ ଲୋକ ହେଲେ ପୁରୀରେ । ପୁଣି ଚାଲିଲା ଏକ୍ସ-ମାସ ପର୍ବ । ବହୁତ ଥକି ଯାଉଥିଲା ସେ ଏବେ ଏବେ । ଆଗରୁ ରାତିରେ ହୋଟେଲରେ ତା କାମ କରୁଥିଲା ମାତ୍ର ଏବେ ଦିନରେ ବି କଲ ଆସୁଛି ତାକୁ ।
ନୂଆବର୍ଷ ଆଉ ଦୁଇ ଦିନ ରହିଲା ପ୍ରବଳ ଦେହ ରାକ୍ଷସଙ୍କ ଭିଡ ତା ହୋଟେଲରେ । ସେଦିନ ସନ୍ଧ୍ୟା ପରେ ଦୁଇଟା ଗ୍ରାହକ ସହ ସାଲିସ କରି ଥକି ଯାଇଥାଏ ରୁମକୁ ଫେରି ଟିକେ ଗଡୁଥାଏ ବେଡ଼ରେ । ହୋଟେଲରୁ ପୁଣି କଲ ଆସିଲା ଜଣେ ବଡଲୋକ ଯିଏ ନୂଆବର୍ଷ ପାଇଁ ଆସିଛନ୍ତି । ଯାହା ବି ହେଲେ ସୋନମକୁ ଯିବାକୁ ହେବ । କ୍ଳାନ୍ତ ମୁହଁରେ ଆଉ ଟିକେ ପାଉଡର ମାଖି ବାହାରିଗଲା ପୁଣି ହୋଟେଲ । ହୋଟେଲ ରେକର୍ଡ ଲିଷ୍ଟ୍ ଚେକ କରି ନାମ ଦେଖି ହଠାତ୍ କିପରି ତା ଦେହ କଣ ହୋଇଗଲା । ଆଉ ନିଜକୁ ସମ୍ଭାଳି ନେଇ ଯାଇ ୧୫ ନମ୍ବର ରୁମରେ ପହଁଚିଲା ସୋନମ । ଗୁଡ଼ ଇଭିନଙ୍ଗ କହି ପଛ ପଟୁ ସେ ପୁରୁଷକୁ ଜାବୁଡି ଧରିବାରୁ । ପୁରୁଷଟି ବୁଲି ପଡି ହଠାତ୍ ଠେଲି ଦେଲା ସୋନମକୁ । ଆଉ କହିଲା,"ବା! ସେଦିନ ତୁମକୁ ଚରିତ୍ରହୀନା କହିଥିଲି ଆଜି ଆଖି ଆଗରେ ଦେଖୁଛି । ଛିଃ । ଆଥୁ"
ଏହି ଛିଃ ଶବ୍ଦ ଶୁଣି ସୋନମ ଠୋ କରି ଚଟକଣା ଲଗାଇ ଦେଲା ସୁରଜ ଗାଲରେ । ଆଉ କହିଲା, "ସାର ଆଜି ମୁଁ ତୁମ ସୁନା ନୁହଁ ସୋନମ, ହଁ ମୁଁ ଚରିତ୍ରହୀନା ଆଜି । ହେଲେ ସେବେ ନଥିଲି । ଆଉ ଆପଣ ଯଦି ଚରିତ୍ରଵାନ, ସେଦିନ ମୋତେ ଉଲଗ୍ନ କରି ନଥାନ୍ତେ ଆଉ ଆଜି ଜଣେ କଲଗାର୍ଲକୁ ଏ ରୁମରେ ଅପେକ୍ଷା କରି ନଥାନ୍ତେ । ମୁଁ ପ୍ରଥମେ ହୋଟେଲ୍ ରେକର୍ଡରୁ ତୁମ ନାମ ଦେଖି ତୁମେ ଦେଇଥିବା ଚରିତ୍ରହୀନାର ଜବାବ ଦେବାକୁ ଆସିଥିଲି । ଦୁଇ ଘଣ୍ଟା ପାଇଁ ଦଶ ହଜାର ଦେଇଥିଲେ ନା । ନିଅ ସେ ଟଙ୍କା ଆଉ ଆଜି ମୁଁ ତୁମ ପରି ବିଶିଷ୍ଟସମାଜସେବୀ ଆଗରେ ନିଜକୁ ସମର୍ପି ଦେଉଛି ବିନା ମୂଲ୍ୟରେ । ସେଦିନ ତୁମେ ବାଧ୍ୟ କରି ମୋ ଡ୍ରେସ ଖୋଲିଦେଇଥିଲ ଆଉ ମୁଁ ଆଜି ନିଜେ ଶାଢ଼ୀ ଖୋଲି ଦେଉଛି । ଆଉ ଏ ଶରୀରକୁ କଣ ଟଙ୍କା ଦେଇ କିଣିବ ନିଅ ଉପଭୋଗ କର ।" କହି ଖସାଇ ଦେଲା ନିଜ ପିନ୍ଧା ଶାଢ଼ୀ କାନିକୁ । ସେଇ ଦୁଇ ଘଣ୍ଟାରେ ସାତ ବର୍ଷର ଦେହସୁଖକୁ ପାନ କରୁଥିଲା ସୋନମ ନିଜ ପ୍ରିୟ ପୁରୁଷର ଶରୀରର ମିଳନରେ । ଆଉ ସୁରଜ ଅନୁତାପ କରି ଭୁଲ ମାଗିଲା ସୋନମକୁ ।
ହେଲେ ଆଉ କଣ ବାକି ରଖିଥିଲା ସମୟ, ସାତ ବର୍ଷ ଭିତରେ ବଦଳି ଯାଇଥିଲା ବହୁତ କିଛି । ସୁରଜ ଥିଲା ବିବାହିତ ଆଉ ବିଶିଷ୍ଟ ସମାଜସେବୀ । ଆଉ ସୋନମ ଥିଲା କଲଗାର୍ଲ ଆଉ ଅସହାୟଙ୍କ ଜୀବନ ।
ସୋନମ ସବୁ ପରେ ନିଜ ପ୍ରିୟ ସୁରଜକୁ ମୁଣ୍ଡିଆ ମାରି ଫେରି ଆସୁଥିବା ଆଗରୁ କହିଥିଲା,"ଆଜି ବି ସମୟ ଅଛି, ସେବେ ବି ସମୟ ଥିଲା ଆଉ ଉପଯୁକ୍ତ ପ୍ରମାଣ ବି ତୁମ ମୁଖା ଖୋଲିବାକୁ ସମାଜ ଆଗରେ । ହେଲେ ଏସବୁରେ ମୋର ଫାଇଦା କଣ? ବାଧ୍ୟ କରି କେବେ ପ୍ରେମ କରାହୁଏ ନାହିଁ । ଏବେ ତୁମେ ବିବାହିତ, ଘରେ ଜଣେ ନାରୀ କାନ୍ଦୁଥିବ ତୁମ ସାନ୍ନିଧ୍ୟ ପାଇଁ, ଆଉ ଜଣେ ଶିଶୁ ଖୋଜୁଥିବ ତୁମ ସ୍ନେହ । ଆଉ ଏଠି ତୁମେ ଗୋଟେ ଚରିତ୍ରହୀନା କଲଗାର୍ଲର ଦୁଇ ଘଣ୍ଟିଆ ପ୍ରେମରେ ବ୍ୟସ୍ତ । ବା! ସମାଜସେବୀ । ସମାଜ ଆଜି ତୁମକୁ ବିଶିଷ୍ଟ ସମାଜସେବୀର ମାନପତ୍ର ଦେଉଛି, ମୁଁ ବି ଦେଇପାରିବି ଆଉ କଣ?"
ଏତିକି ଶୁଣି ସୁରଜ କହିଲା,"ସୁନା, ତୁମେ କଣ ବିବାହ କରିନ?ନା ବିବାହ ପରେ ଏପରି କାର୍ଯ୍ୟରେ ମଧ୍ୟ ଲିପ୍ତ ଅଛ?"
ଫେରି ଆସୁ ଆସୁ କବାଟ ପାଖରୁ ସୋନମ ଜବାବ ଦେଇ କହିଲା,"ଦେହର ଭୋକ ମେଣ୍ଟିଗଲା ପରେ ଗୋଟେ ପୁଅର ଇଜ୍ଜତର ଇଜ୍ଜତ ଯାଏନି, ଯାଏ ଏକ ଝିଅର ଇଜ୍ଜତ । ଆଉ ନିଜ ପ୍ରିୟ ମଣିଷ ପାଖେ ଯଦି ମୁଁ ଚରିତ୍ରହୀନା ସାଜିଥିଲି ଆଉ କୋଉ ପୁଅ ପାଇଁ ସ୍ତ୍ରୀ ପାଲଟି ପରିଥାନ୍ତି । ସେଇ ଆଖ୍ୟା ପାଇ ଆଉ କାହାଠୁଁ ସିନ୍ଦୂର ପିନ୍ଧିବାକୁ ସାହସ କରି ପାରିଲିନି । ଆସୁଛି ଧନ୍ୟବାଦ । "
ଏତିକି କହି ବାହାରିଗଲା ସୋନମ ରୁମରୁ । ଆଉ ତିନି ମହଲା ବିଶିଷ୍ଟ ସେଇ ହୋଟେଲର ଛାତରୁ ତଳକୁ ଡେଇଁ ପଡିଲା । ଆଉ ପରଦିନ ସକାଳେ ସୋନମର ହାତ ଟାଟୁ (କଲଗାର୍ଲ ସୋନମ) ଲେଖାକୁ ଦେଖି ସମ୍ବାଦପତ୍ରରେ ଛପା ଯାଇଥିଲା "ତିନି ମହଲା ବିଶିଷ୍ଟ ଛାତରୁ ଡେଇଁ କଲଗାର୍ଲ ସୋନମଙ୍କ ଆତ୍ମହତ୍ୟା" ।
(ବି.ଦ୍ର.- ସିନ୍ଦୂର ଦେବାର ଔକାତ୍ ନଥିଲେ କାହାକୁ ନିଜର କରିବାର ଭରସା ବି ଦିଅନି କାରଣ ଭଲ ପାଇବାର ଲକ୍ଷ୍ୟ ହିଁ ବିବାହ ହୋଇଥାଏ ଶରୀର ସହ ଖେଳିବା ନୁହେଁ । ) ଇଂରାଜୀ ନବବର୍ଷର ଅଭିନନ୍ଦନ । ୨୦୨୧ରେ ଲିଖିତ ଏହା ମୋର ପ୍ରଥମ କାହାଣୀ, ପଢ଼ିକରି ମତାମତ ଦେବେ ।
