ମା ଓ ମାତୃତ୍ଵ
ମା ଓ ମାତୃତ୍ଵ
ସକାଳ ସମୟ ୬ ଟା।ଶାନ୍ତି ଦେବୀ ଟିକେ ପରେ ଟିକେ ହସ୍ପିଟାଲ କାନ୍ଥରେ ଟଙ୍ଗା ଯାଇଥିବା ଘଣ୍ଟା ଉପରେ ବାରମ୍ବାର ନଜର ପକାଇ ନିଅନ୍ତି। ପରେ ୦୬.୦୫ରେ ଡାକ୍ତର ପ୍ରସୂତି କୋଠରୀ ରୁ ବାହାରି ଆସି କହିଲେ. "ମାଡାମ, କଂଗ୍ରଟୁଲସନ ଝିଅ ଟେ ହୋଇଛି।ମା ଓ ଝିଅ ଉଭୟ ଠିକ ଅଛନ୍ତି ପନ୍ଦର ମିନିଟ ପରେ ଆପଣ ଯାଇ ଉଭୟଙ୍କୁ ଦେଖା କରିପାରିବେ."କହି ଡାକ୍ତର ଚାଲିଗଲେ।ଝିଅ ହେବା କଥା ଶୁଣି ଖୁସିରେ ଶାନ୍ତିଦେବୀଙ୍କ ଆଖିରେ ଖୁସିର ଲୁହ ଆସିଗଲା।ପାଖରେ ଥିବା ଚେୟାରରେ ବସି କ୍ଷଣିକ ପାଇଁ ଅତୀତରେ ହଜିଗଲେ.।
ଶାନ୍ତିଦେବୀଙ୍କର ଏକମାତ୍ର ଝିଅ ବର୍ଷା।ପୁଣି ତୃତୀୟ ଗର୍ଭରେ ଜନ୍ମ। ପ୍ରଥମ ଦୁଇଟି ଗର୍ଭରେ ପୁତ୍ର ସନ୍ତାନ ହୋଇ ସଂଗେ ସଂଗେ ମରିଯାନ୍ତି। ତୃତୀୟ ଗର୍ଭରେ ବର୍ଷାର ଆବିର୍ଭାବ।ବର୍ଷା ଜନ୍ମ ହେବା ଦିନ ତାର ଆଗମନେ ପୃଥିବୀ ମାତା ମଧ୍ୟ ବାହାରେ ଭିଜୁଥିଲା ବର୍ଷା ରେ।ତେଣୁ ସୁଧୀର ବାବୁ ଓର ଅଫ ଶାନ୍ତିଙ୍କ ସ୍ୱାମୀ ଝିଅର ନାମ ବର୍ଷା ରଖି କହିଥିଲେ ଯୋଉଠି ଦୁଇଟା ପୁଅ ଆମର ନହୋଇ ସେଠି ବର୍ଷା ମା ଆମ ସହ ରହିଲା।ତେଣୁ ସେ ଆମପାଇଁ ଉଭୟ ପୁଅ ଓ ଝିଅ। ସେବେ ଠୁ ସୁଧୀର ବାବୁ ଓ ଶାନ୍ତିଦେବୀ ବର୍ଷାକୁ ଉଭୟ ପୁଅ ଓ ଝିଅ ରୂପେ ଦେଖି ଆସିଛନ୍ତି। ଏମତି ଭାବନା ଭିତରେ ଶାନ୍ତିଦେବୀଙ୍କ ଫୋନ ବାଜି ଉଠିଲା। ଚମକି ଉଠି ଦେଖନ୍ତି ତାଙ୍କ ସ୍ୱାମୀ ସୁଧୀରଙ୍କ ଫୋନ। ଉଠାଇ କରି କୁହନ୍ତି "ହେଲୋ, ଝିଅଟେ ହୋଇଛି ୦୬.୦୫ ରେ।ପରେ କଥା ହେବି ମୁଁ ଯାଏ ଟିକେ ଦେଖି ଆସେ ବର୍ଷାକୁ।"ଫୋନ ରଖି ଭିତରକୁ ଯାଇ ଦେଖନ୍ତି ,ବର୍ଷା ଅପଲକ ନୟନେ ତା ଝିଅକୁ ଚାହିଁ କଣ ଭାବୁଛି। ଶାନ୍ତିଦେବୀଙ୍କ ଆସିବା ଦେଖି ବର୍ଷା ଭୋ ଭୋ କରି କାନ୍ଦି ଉଠିଲା। ଶାନ୍ତିଦେବୀ ଝିଅକୁ ତୁନି କରି ପଚାରିଲେ "କାନ୍ଦୁଛୁ କାହିଁକି ଲୋ ମା ଝିଅ ହେଲା ବୋଲି କି? ଦେଖ ତୋ ବାପା ଆଉ ମୋର ତୁ ବି ଗୋଟେ ଝିଅ ଆମେ କେବେ ମନ ଦୁଃଖ କରୁ କି ? ତୁ ଆଜି ଗୋଟେ ଝିଅର ମା ହୋଇକି ଗର୍ବ କରିବା କଥା ମା। ଛି ମା ଗୋଟେ ଶିକ୍ଷୟତ୍ରୀ ଆଖିରେ ଏ ଲୁହ ଶୋଭା ପାଉନି। "
ବର୍ଷା ଶୋଇଥିବା ବିଛଣାରୁ ଆସ୍ତେ ଉଠି ତୁନି ହୋଇ କହିଲା'ନାଇଁ ମମି ମୁଁ ଝିଅ ହେବା ପାଇଁ କାନ୍ଦୁନି।"
ଶାନ୍ତିଦେବୀ :-ତାହେଲେ କାଇଁ କାନ୍ଦୁଛି ମୋ ମା??
ବର୍ଷା :-ମମି ଝିଅ ହେବାର କୋଡିଏ ମିନିଟ ପରେ ଜାଣିଲି ମାତୃତ୍ୱର ବୋଝ କେତେ କଷ୍ଟ।ମୋ ଝିଅ ଟିକେ କାନ୍ଦିଲେ ମୋ ଛାତି କଣ ହେଇଯାଉଛି। କିନ୍ତୁ ମୁଁ ଆଜି ଯାଏ ଜୀବନର ୨୪ ବର୍ଷ ଯାଏ ତତେ କନ୍ଦାଇଛି।ମୋ ଝିଅ ସେତିକି କନ୍ଦାଇବନି ତ ମୋତେ।
ଶାନ୍ତିଦେବୀ :- ପାଗଳି,ତୁ ପରା କହୁ ମମି ତୁ ହୃଦୟହୀନା ମୋତେ ଛାଡିକି ହଷ୍ଟେଲରେ ତୁ ଘରେ ରହି ପାରୁଛୁ। କିନ୍ତୁ ମୁଁ ମୋ ଝିଅକୁ ମୋ ଠୁ କେବେ ଅଲଗା ହେବାକୁ ଦେବିନି।ଆଜି କାନ୍ଦୁଛୁ କାହିଁକି? ତୋ ସ୍ବପ୍ନ ଏବେ ତୋ ହାତରେ।ତୋ ପରିବାରର ତୁ ମାଳି।ଫୁଲ ପରି ତୋ ଝିଅର ଯତ୍ନ ନେଇ ଆକାଶ ଓ ତାଙ୍କ ପରିବାର ସହ ଆମ ପରିବାରକୁ ଖୁସି ଦେବା ଦାଇତ୍ୱ ଏବେ ତୋର। ମୁଁ ଜାଣେ ତୁ ତୋ ମାତୃତ୍ୱ ଆଗେ କେବେ ହାର ମାନିବୁନି, କାରଣ ତୁ ମୋ ସଂସ୍କାରରେ ପ୍ରତିପାଳିତ।
ବର୍ଷା :-ମମି,ଝିଅ ହେବା ଖବର ତୁ ଆକାଶଙ୍କୁ ଦେଇଛୁ??
ଶାନ୍ତିଦେବୀ :- ନାହିଁ, କାଇଁ ତୁ କହିନୁ କି? ଝିଅ ହେବା ପରେ ଆକାଶକୁ ଭୁଲିଗଲୁ ନା??
ବର୍ଷା :- ରହ ଏବେ କହୁଛି କହି ଫୋନ କରେ (ଆକାଶ ଉଠାଇବା ପରେ ),"ହେଲୋ ମିଷ୍ଟର ଆପଣଙ୍କର ଝିଅ ହୋଇଛି।ଝିଅ ଖୋଜୁଛି ଜଲଦି ଆସି ପହଞ୍ଚନ୍ତୁ।".
ଆକାଶ :-ମାଡାମ ହସ୍ପିଟାଲ ଗେଟ ପାଖେ ହୋଇଗଲି। ପହଁଚୁଛି ଏବେ କହି ଆସି ପହଂଚିଯାନ୍ତି ଏବଂ ଶାନ୍ତିଦେବୀକୁ କୁହନ୍ତି"ମମି ଝିଅ କେତେବେଳେ ହେଲା? "
ଶାନ୍ତିଦେବୀ :-୦୬.୦୫ ରେ ବାବା।
ଆକାଶ : (ବର୍ଷା କୁ ) ମାଡାମ ମୋତେ ୦୬.୪୦ ରେ ଜଣାଇଲେ.. କେତେବେଳ ବିମାନ ବନ୍ଦରରେ ପହଞ୍ଚିଲି ଓ ଆସିଲି ବୁଝା ହଉନି ବି।ହାୟ ହାୟ ରେ ଭାଗ୍ୟ !ଜଣା ନାହିଁ ଆଗକୁ ମାଡାମ ମୋ ଛାଇ ମାଡିବେ କି ନାହିଁ ।
ବର୍ଷା - (ପୁଣି କାନ୍ଦିକି ) ନିଅ ତୁମ ଛୁଆକୁ ସବୁ କହୁଛ ମୋତେ ଏମିତି।ସେ ଛୁଆ ମୋର କିଛି ନୁହଁ ହେଲା।
ଆକାଶ -କିଏ କହିଲା ସେ ତୁମର ବୋଲି, ସେ ତ ଆକାଶ ଓ ବର୍ଷା ର ଅମୁଲ୍ୟ ରତ୍ନ।
ବର୍ଷା - ହେୟ ମୋତେ ବି ଭୁଲିଗଲ ନା କଣ? ମମି ଦେଖୁଛୁ ତ? ଏ ଆକାଶ ପାଇଁ କେତେ କାନ୍ଦି ନଥିଲି ମୁଁ.!କିନ୍ତୁ ସେ କହିଲେ ମୁଁ କିଛି ନୁହଁ!
ଆକାଶ - ହେଲୋ ଚଣ୍ଡୀ କେବେ କନ୍ଦାଇଥିଲି ତୁମକୁ? ମୋ ନାମ ରେ ମମି ଙ୍କୁ ମିଛ!ବାହାଘର ପରେ ଆଜି ଯାଏ ତୁମ ଇଛା ବିରୁଦ୍ଧରେ କେବେ ଯାଇଛି?
ବର୍ଷା -ନାଇଁ ବାହାଘର ପୂର୍ବରୁ,ଏଇ ମମି ତ ମୁକ ସାକ୍ଷୀ।ଯେବେ ସେ ତୁମକୁ ବାହା ହେବାକୁ ମନା କରି କହିଥିଲା ମୋ ଇଛା ବିରୁଦ୍ଧରେ ବାହାଘର ହୋଇପାରିବନି।ମନେ ଅଛି ଆକାଶ ସେଦିନ କଥା।ମୁଁ ତୁମକୁ କହିଥିଲି ଭୁଲିଯିବ ଆକାଶ ବର୍ଷା ବୋଲି ଗୋଟେ ଝିଅ କୁ ଜାଣିଥିଲା ବୋଲି। ଆଉ ତୁମେ ମୋଠୁ ଏସବୁ ଶୁଣି ଆଖିରେ ର ଲୁହରେ ମୋ ପାଦ ଭିଜାଇ ଦେଇଥିଲ ଅଜାଣତରେ।
ଶାନ୍ତଦେବୀ -ଆଛା,ତୋ ଶ୍ରୀଚରଣେ ପବିତ୍ର ହୋଇଯାଇଥିଲା ସେଦିନ ଆଉ।
ବର୍ଷା - ମମି, ସେଦିନ ମୁଁ ସ୍ଥିର କରିନେଇଥିଲି ଜୀବନରେ ଏକାକୀ ବଞ୍ଚିବି ବୋଲି।
ଆକାଶ -ବଞ୍ଚୁନା କିଏ ମନା କଲା କି? ମୋ ଝିଅ କୁ କାଲି ମୁଁ ଦିଲ୍ଲୀ ନେଇ ପଳାଇବି।ତୁମେ ଭୁବନେଶ୍ୱରରେ ଏକା ର
ୁହ। ଏକା ବଞ୍ଚ ।
ବର୍ଷା - କାହିଁକି ମ?ମୋ ଝିଅ କେବଳ ମୋର।
ଆକାଶ -ମମି ସୁଣୁଛ ତ,ଏବେ କିଏ ଜଣେ କହୁଥିଲା ସେ ଛୁଆ ମୋର କିଛି ନୁହଁ ବୋଲି।
ଶାନ୍ତିଦେବୀ -ଆକାଶ, ତୁମେ ଆସିନଥିଲ।ବର୍ଷା କାନ୍ଦି କରି କହୁଥିଲା ମୋ ଝିଅକୁ କେମିତି ପାଳିବି?
ଆକାଶ -(ବର୍ଷା କାନରେ)ନିଜେ ନିଜକୁ ସମ୍ଭାଳି ପାରୁନ।ପୁଣି ଝିଅକୁ ସମାଳିବ। ଓ ଓ।
ବର୍ଷା(ଆକାଶ କୁ ) -ଭାକ, ଚାଲ ହଟ।
ବର୍ଷା -ମମି କେତେ କନ୍ଦାଇ ନଥିଲୁ ମୋତେ ଏ ଆକାଶ ପାଇଁ ।
ଆକାଶ (ବର୍ଷା କୁ ଲକ୍ଷ୍ୟ କରି )-ଯୁଦ୍ଧ ପରେ ଶାନ୍ତି ଆସେ ଜାଣିନ କି??
ବର୍ଷା -ଆଜ୍ଞା ଜାଣିଥିଲି.. କିନ୍ତୁ ମୋ ଜୀବନରେ ଶାନ୍ତି (ମମି )ପରେ ଯୁଦ୍ଧ ଆସିଛି।ବୁଝି ପାରିଲ କି ନାଇଁ??
ଶାନ୍ତିଦେବୀ - ନାହଁ ରେ ମା,ତୋ ଇଛା ବିରୁଦ୍ଧରେ ଯିବାର ସାହସ ନଥିଲା ମୋର.. ବାକି ମୁଁ ଅବରୋଧ କଲା ପରେ ତୋ ପ୍ରତିକ୍ରିୟା କଣ ଆସୁଛି ମୋ ପ୍ରତି ଦେଖୁ ଥିଲି।
ବର୍ଷା - ତୁ ଆଉ ଏତେ ପରୀକ୍ଷା ନେନି ମୋର।ମୋତେ ଏବେ ପରୀକ୍ଷା ନେବାର କୌଶଳ ଶିଖା।କହନା ମମି ତୁ ଆକାଶ କୁ ତୋ ପସନ୍ଦ ରେ ଜ୍ୱାଇଁ କରିଥିଲୁ କି ମୋ ପସନ୍ଦ ରେ??
ଶାନ୍ତିଦେବୀ -ଆକାଶ ସହ ତୋର ମୀଳା ମିଶା ବହୁତ ଆଗରୁ ଜାଣିଥିଲି। ମୁଁ ସେବେଠୁ ଆକାଶଙ୍କ ଉପରେ ଖବର ରଖିବା ଆରମ୍ଭ କରିଥିଲି।ପରେ ଯେବେ ମୁଁ ତତେ କହିଥିଲି ଆକାଶ ନୁହଁ ମୁଁ ଯାହାକୁ କହିବି ମୋ ପସନ୍ଦ ରେ ତୋର ବାହାଘର ହେବ।ଆଉ ତୁ ସେଦିନ ସ୍କୁଲ ନଯାଇ ଆକାଶ କୁ ଫରେଷ୍ଟ ପାର୍କ ରେ ଭେଟିବାକୁ କହିଲୁ ଫୋନ କରି। ତତେ ମୁଁ ରାଗି କରି କହିଥିଲି ସତ କିନ୍ତୁ କାଳେ ଦୁଃଚିନ୍ତାରେ ତୁ କିଛି ଭୁଲ କାମ କରି ବସିବୁ ବୋଲି ମୁଁ ତୋ ପାଖେ ପାଖେ ରହୂଥୁଲି.।ମୁଁ ବି ଦେଖିଥିଲି ତୁ ଆକାଶ କୁ ଆଭଏଡ କରି ଆମ ସପକ୍ଷରେ ମତ ଦେଉଥିଲୁ ଆକାଶଙ୍କୁ। ସେବେ ଭାବିଥିଲି ତୁ ଯଦି ଆମ ଖୁସୀ ପାଇଁ ଆକାଶ କୁ ଭୁଲି ପାରୁ ତେବେ ଆମେ କାଇଁ ତୋ ଖୁସି ପାଇଁ ଆକାଶ ଙ୍କୁ ଜ୍ୱାଇଁ କରିପାରିବୁନି।ତୁ ଶେଷରେ ଆକାଶ କୁ ଅବରୋଧ କରି ତାଙ୍କର ହାତ ଛାଟି ଦେଇ ପଳାଇ ଆସିଲୁ।ଆଉ ଆକାଶ ସେଠି ବସି ରହିଥିଲେ।ମୋ ମାତୃତ୍ଵ ମୋତେ ବାଧା ଦେଲା,ମୁଁ ଆକାଶ ପାଖକୁ ଯାଇ ନିଜ ପରିଚୟ ଦେଲି। ଆକାଶ ଙ୍କ ସହ ତାଙ୍କର ଘରକୁ ଯାଇ ତାଙ୍କ ବାପାମା ଙ୍କ ସହ କଥା ହୋଇ ଆସିଥିଲି ତୁମ ବାହାଘର ପାଇଁ।
ବର୍ଷା -ଏମିତି କେମିତି ତୁ ବଦଳି ଗଲୁ ମମି?
ଶାନ୍ତିଦେବୀ -ମା ର ମାତୃତ୍ବ ପାଖେ ସବୁ ତୁଛ ଲୋ ମା। ଆକାଶ ଙ୍କ ସେଇ କେଇ ପାଦ କଥା ରେ ମୁଁ ତରଳି ଯାଇଥିଲି।
ବର୍ଷା -କି କଥା କହନା ମୋତେ ମମି ଏବେ!
ଶାନ୍ତି ଦେବୀ -ତୁ ଆସିଗଲା ପରେ ମୋ ପରିଚୟ ଦେଲା ପରେ ଆକାଶ ମୋତେ ନମସ୍କାର କରି କହିଥିଲେ "ମାଉସୀ ମୁଁ ମଧ୍ୟ ମୋ ବାପାମା ଙ୍କର ଏକା ମାତ୍ର ପୁତ୍ର ଓ ମୋ ପରେ ମୋର ଗୋଟେ ସାନ ଭଉଣୀ ଅଛି.. ମୁଁ କିପରି ବର୍ଷା କୁ ଆପଣଙ୍କ ବିରୁଦ୍ଧରେ ଯିବାକୁ କହିପାରିବି?? ସବୁ ପରେ ବର୍ଷା ଚାଲି ଗଲା ପରେ ମୁଁ ଏତିକି ଭାବିଥିଲି, ମୁଁ ବର୍ଷା କୁ ଭୁଲିବାକୁ ଚେଷ୍ଟା କରିବି ସତ କିନ୍ତୁ ଆଉ କାହା ଜୀବନସାଥି ହେବିନ.।ମୁଁ ଜାଣେ ମା ଆଖିର ଲୁହ କେତେ କଷ୍ଟ ଦିଏ ତା ଛୁଆ କୁ "ଆକାଶ ଙ୍କ ଏଇ କେତେ ପାଦ କଥାରେ ମୁଁ ଆକାଶ ଉପରେ ଦୀର୍ଘ ଛ ମାସ ଧରି ରଖିଥିବା ତଥ୍ୟ ର ସତ୍ୟତା ପାଇଗଲି।ତତେ ପାଇ କେବେ ପୁଅ ନଥିବାର ଅବଶୋଷ ନଥିଲା ସତ କିନ୍ତୁ ସେଦିନ ଆକାଶ କୁ ପୁଅ ଆଉ ଜ୍ବାଇଁ ରୂପେ ଭଲ ପାଇ ଯାଇଥିଲି, ତାଙ୍କର ସେଇ କେଇ ପଦ କଥା କଥାରେ।
ବର୍ଷା (ଆକାଶ ଛାତିରେ ମଥା ରଖି କାନ୍ଦି କରି କହିଲା )-ମମି ଜାଣିଥିଲି ଆକାଶ ବହୁତ ଭଲ କିନ୍ତୁ ତୁ ଦୁନିଆ ର ସବୁଠୁ ଭଲ ମୋ ପାଇଁ ଜାଣିଥିଲି ମଧ୍ୟ। କିନ୍ତୁ ତୋ ମାତୃତ୍ୱ ପାଖେ ଚିରୠଣୀ ମୁଁ.। ମୋ ଝିଅକୁ ମୋ ଆଦର୍ଶ ରେ ନୁହଁ ବାପା,ତୋ ଆଉ ଆକାଶ ଆଦର୍ଶ ରେ ବଢିବାକୁ ଦେବି। ତୋ ଆଦର୍ଶ ଓ ମାତୃତ୍ୱ ର ମାଧ୍ୟମିକା ମୁଁ ଆଉ ମୋ ଝିଅକୁ ହେବୁ।
ଆକାଶ -ମାଡାମ, ସେତିକି କାନ୍ଦିବା ଥାଉ। ମୋ ଝିଅର ଯତ୍ନ ନେବାକୁ ଭୁଲିଯିବନି। ଆମ୍ଭେମାନେ ବି ତୁମଠୁ ଆଦର୍ଶ ମାତୃତ୍ବ ଆଶାରେ ରହିଛୁ।ଆମ ଝିଅକୁ ଏକ ଆଦର୍ଶ ନାରୀରେ ପରିଣତ କରିବା ଦାଇତ୍ୱ ଏବେ ତୁମ ମାତୃତ୍ବ ଉପରେ ନିର୍ଭର କରେ।
ବର୍ଷା -ଯଥା ଆଜ୍ଞା ମହାଶୟ, ଆପଣ ବି ଟିକେ ସାହାର୍ଯ୍ୟ କରନ୍ତୁ ଓ ଆଦର୍ଶ ମାତୃତ୍ବ ର ପାତ୍ର ପାଲଟି ଯାଆନ୍ତୁ ଆମ ଝିଅ ଲାଗି।ବିବାହ ର 2 ବର୍ଷ ପରେ ମଧ୍ୟ ମୁଁ ତୁମ ଆଦର୍ଶ ରେ ପ୍ରତି ପାଳିତ।ଏବେ ତୁମ ଝିଅ କୁ ମଧ୍ୟ ସ୍ଥାନ ଦିଅନ୍ତୁ।ନା କଣ??
ଆକାଶ -ପାଗିଲି
(ସେତେବେଳେ ଝିଅ କାନ୍ଦି ଉଠେ )
ଆକାଶ ଝିଅକୁ ଆଣି ବର୍ଷା କୁ ଦେଇ କୁହେ ତାକୁ ଭୋକ କଲାଣି।
ବର୍ଷା ଆକାଶ ଠୁ ଝିଅକୁ ନେଇ ତାର ବକ୍ଷ ରୁ ଝରୁ ଥିବା ଅମୃତ ରସ ପିଆଇ ମାତୃତ୍ବ ର ଖୁସି ଅନୁଭବ କରିବା ସହ ଆକାଶ କୁ କୁହେ "ଆଜିଠୁ ମାତୃତ୍ବ ର ଗୁଣ ପ୍ରକାଶ କଲେଣି ଯେ ସାର ଝିଅକୁ ଭୋକ ବୋଲି ଜାଣିଦେଲ।
ଆକାଶ -ପାଗଳୀ ମମି ଅଛନ୍ତି।
ବର୍ଷା -ମମି ବାପାଙ୍କ ଫୋନ ଆସିବାରୁ କହିକି କେତେବେଳୁ ପଳାଇଲାଣି।ତୁମେ ତ ହଜିଯାଇଛ ଆଉ କୋଉ ଦୁନିଆରେ ଜାଣି ପାରୁନ କିଛି।
ଆକାଶ -ହୁଁ ପରା.. ଠିକ ତୁମ ପ୍ରେମ ବର୍ଷାରେ (କହି ବର୍ଷା କୁ କୋଳାନ୍ଵତ କର ନିଏ )
ବର୍ଷା -ଭାକ, ଚାଲ ହଟ..
ଆକାଶ-ନାହିଁ ନାହଁ ହଟିବିନିl
---0---
(ମାତୃ ଦିବସ ଉପଲକ୍ଷେ ସବୁ ମା ମାନଙ୍କୁ ମୋର ପ୍ରଣାମ)