STORYMIRROR

Abhisek Mohanty

Others

4  

Abhisek Mohanty

Others

ଜନ୍ମରୁ ଜୀବନ ଯାତ୍ରା

ଜନ୍ମରୁ ଜୀବନ ଯାତ୍ରା

2 mins
272

କପିଳାସ ଜଙ୍ଗଲରେ ବୁଲୁ ବୁଲୁ ଦେଖିଲି କୃଷ୍ଣ ରଙ୍ଗର ଗୋଟେ ପିଲା। ଯାହା ହାତରେ ଗୋଟେ ବାଡି ଥିଲା। ବୋଧ ହୁଏ ଗାଇ ଚରାଉଥିଲା। ଇଚ୍ଛା ହେଲା ତାକୁ ପାଖରୁ ଦେଖିବାକୁ। ତା ପାଖକୁ ଯେତେ ଗଲେ ବି ସେ ଦୂରେଇ ଯାଉଥିଲା। ବୋଧେ ମୋତେ ଦେଖି ରାକ୍ଷସ ବୋଲି ଭାବିନେଲା। ହେଲେ ମୁଁ କୋଉ ମାନିବା ପିଲା। ତା ପଛେ ପଛେ ଯାଇ ପହଞ୍ଚିଲି ୧୦ ,୧୨ ଟି ଘର ଥିବା ଗାଁ ରେ। ସେଠି ପହଞ୍ଚି ଦେଖେ ତା ମାଆ ପଣତରେ ତା ଦେହ ମୁହଁ ପୋଛି ହାତ ଇଙ୍ଗିତରେ କିଛି କହିଲେ। ପୁଅ ଚୁପ୍ ଚାପ୍ ଘର ବାହାର ମାଟି ଅଗଣାରେ ବସିପଡ଼ିଲା। ମାଆ ଜଣକ ତା ପାଇଁ କିଛି ଖାଇବା ଆଣି ଖୁଆଇଦେଲେ ଓ ନିଜେ ମଧ୍ୟ କିଛି ଖାଇଲେ। ପିଲାଟି ଖାଇସାରି ଭିତରକୁ ଗଲା। ମୋ ଜିଜ୍ଞାସା ବଢ଼ିବାକୁ ଲାଗିଲା , ନିଜକୁ ଅଟକାଇ ନ ପାରି ତା ମାଆ ପାଖକୁ ଗଲି। ସେ ପିଲା ବିଷୟରେ ପଚାରିଲି। ମାଆ ଜଣକ କହେ ' ସେ କୁଆଡେ ଏ ପିଲାକୁ ୮ ବର୍ଷ ତଳେ ଏହି ରାସ୍ତା କଡ଼ରୁ ପାଇଥିଲା। ତାର ବୟସ ସେତେବେଳେ ୬ କିମ୍ବା ୭ ମାସ ହୋଇଥିବ। ପିଲାଟି ଯେଉଁଠି ଥିଲା ତା ଠାରୁ କିଛି ଦୂରରେ କିଛି ପୋଲିସ ବାବୁ ଗୋଟେ ଗାଡ଼ିରେ ଦୁଇ ଜଣ ରକ୍ତାକ୍ତ ଲୋକଙ୍କୁ ଗାଡ଼ିରେ ପୁରାଇ ନେଇ ଗଲେ। ମୁଁ ସେ ପିଲାକୁ ନେଇ ଘରକୁ ଆସିଲି। ହେଲେ ସେ ପିଲା ନା କାନ୍ଦୁଥିଲା ନା ହସୁଥିଲା। ସବୁବେଳେ ନୀରବ। ବଡ ହେଲା ପରେ ଜାଣିଲି ନା ସେ କିଛି କହିପାରେ ନା କିଛି ଶୁଣି ପାରେ। ସେ କେବଳ ଵୁଝେ ମୋ ଠାର। ସବୁ ଶୁଣିଲା ପରେ ମନରେ ସେ ପିଲା ପ୍ରତି କାଇଁ କେମିତି ଟିକେ ଭାବ ପ୍ରକଟିତ ହେଲା। ଭାବିଲି ସତରେ ସେ କୃଷ୍ଣ ନୁହେଁତ। ଜଣକ କୋଳରୁ ଜନ୍ମ ପୁଣି ଜଣକ ପାଖରେ ଲାଳନ। ପ୍ରକୃତି କୋଳରେ ଖେଳି ବଡ ହେବାକୁ ଲାଗିଛି। ସତେ ଯେମିତି ସବୁ ଗଛ ଲତା ତାକୁ ଚିହ୍ନନ୍ତି। ତା ସହ କଥା ହୁଅନ୍ତି। ସେ ଯେମିତି ପ୍ରକୃତି ସହ ଏକାକାର। ତା ସହ କଟେଇଥିବା କିଛି ସମୟ ମୋତେ ତାକୁ ଭଲ ପାଇବାକୁ ବାଧ୍ୟ କରିଥିଲା। ସହର ପିଲାଙ୍କ ଠାରୁ ସେ ଭିନ୍ନ ଥିଲା ସତ। ପାଠ ସିନା ପଢ଼ିନି ହେଲେ ପଶୁପକ୍ଷୀ ଙ୍କ ମନ ପଢ଼ିପାରେ। ସେ ଶୁଣି ସିନା ପାରେନା ହେଲେ ହେଲେ ମୋ ମନର ସବୁ କଥା ମୋ ଇଙ୍ଗିତ ମାଧ୍ୟମରେ ଯେମିତି ସେ ଶୁଣି ବୁଝି ପାରିଲା। କହି ନ ପାରି ମଧ୍ୟ ବହୁତ କିଛି କହି ଗଲା ତା ନିରୀହ ଆଖି। ମନେ ମନେ ଭାବିଲି ଭଗବାନ ଙ୍କର ଯଦି ମଣିଷ ରୂପ ଥାନ୍ତା ତେବେ ଅବିକଳ ତାରି ପରି ଦିଶିଥାନ୍ତେ। ମୁଁ ଫେରିବା ବେଳେ ତାକୁ ମନରୁ ପୁଣି ଦେଖା ହେବାର ପ୍ରତିଶୃତି ଦେଇ ଫେରିଲି।


Rate this content
Log in