STORYMIRROR

Kailash Chandra Moharana

Others

2  

Kailash Chandra Moharana

Others

ଝୁଡ଼ିଭର୍ତ୍ତି ଝୁଡଙ୍ଗ

ଝୁଡ଼ିଭର୍ତ୍ତି ଝୁଡଙ୍ଗ

1 min
698


ଗୋଟିଏ ଝୁଡ଼ି ଝୁଡଙ୍ଗ ତୋଳିଦେଲେ ଏକଟଙ୍କା ମିଳିବ।ଏଇ ଟଙ୍କାରେ ଖାତା କିଣିହେବ, ପେନସିଲ କିଣିହେବ, ଜଳଖିଆ ବି ଖାଇହେବ। ଘଡ଼ିରେ ମଧ୍ୟ କିଛି ପଇସା ସଞ୍ଚୟ କରି ହେବ।ଏକଥା ଶୁଣିବା ବେଳଠୁ ମୁଁ ଅଥୟ ହୋଇ ଉଠିଲି।

ନଣ୍ଡା ଏଇ ଖବରର ସୂତ୍ରଧର।ଇତିମଧ୍ୟରେ ଦୁଇ ତିନିଥର ଯାଇ ତା ଘରଠୁ ଫେରିଆସିଲିଣି। ମାତ୍ର ତା ସଙ୍ଗେ ଦେଖାହୋଇ ପାରି ନାହିଁ।କେତେବେଳେ ଯିବାକୁ ହେବ, କିଏ କିଏ ଯିବେ ଇତ୍ୟାଦି ପ୍ରଶ୍ନ ମୋତେ ଅକ୍ତମାକ୍ତା କରିଦେଉଥିଲା।ଏ ମଧ୍ୟରେ ମୁଁ ବୋଉଠୁ ଅନୁମତି ମଧ୍ୟ ନେଇସାରିଥିଲି।ବୋଉ ଖାଲି କହିଲା, ଭଲରେ ଯିବୁ,ଭଲରେ ଆସିବୁ।କାହାସହିତ କଳି କରିବୁନି।


Rate this content
Log in