Dr.Tanmayee Mohanty

Others

3  

Dr.Tanmayee Mohanty

Others

ଝରକାର ଆରପାଖେ

ଝରକାର ଆରପାଖେ

3 mins
203


  ତୁମର ଏଇ ଯେଉଁ ଗୁଣ ନାଁ ସେଥିପାଇଁ କାହାରି ସହିତ ସମ୍ପର୍କ ଭଲରଖି ପାରିନାହଁ । ମୁଁ ସଫା ସଫା କହିଦେଉଛି,  ସେ ରୁମରେ ଅତି କମରେ ଦୁଇଟି ଝରକା ରଖାଯିବ । ମୋ ବେଡ୍ ସେ ପାଖ ଝରକା ତଳକୁ ପଡ଼ିବ । ନହେଲେ ଠିକ୍ ହବନି ବୁଝିଲ ନାଁ ନାହିଁ । ଏତେ ଗୁଡା କଥା ଏକାବେଳେ କହି ଦେଖିଲା ବେଳକୁ ମୋ କଥା ଶୁଣି ବା ପାଇଁ କେହି ସେଠି ନାହାନ୍ତି। କାହାକୁ ମୁଁ କହୁଥିଲି ସିନା ଛିଃ ଛିଃ ହେଇ ନିଜ କାମରେ ମନଦେଲି ।

ଭାରି ସିଧା ସାଧା ମଣିଷ ସେ । କୌଣସି କଥାରେ ଜମାରୁ ଧ୍ୟାନ ଦିଅନ୍ତି ନାହିଁ ।ଅଥଚ ଆମ ନିଜର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଘରଟିଏ ତିଆରି କରୁଛୁ, ଯେ ଏକା ଯିଦ୍ ଘରେ ବେଶୀ ଝରକା ରହିବ ନାହିଁ ତାଙ୍କୁ କିଏ ଶିଖେଇ ଦେଲା କି ? ଇଏ ଯେଉଁ ଭଳି ମଣିଷ ନାଁ ମୋକଥା କ'ଣ ଶୁଣିବେ । କମ୍ ପାଠ ପଢିଛି ବୋଲି ସବୁ ସମୟରେ ଦୋଷାରୋପ କରିବାକୁ ସେ କ'ଣ ତାଙ୍କ ପୁରା ଖାନଦାନୀ ମୋ ପଛରେ ପଡ଼ିଯାଆନ୍ତି । ଓ ମୁଁ ନୂଆ କରି ଯେତେବେଳେ ଆମଘର ଛାଡି ତାଙ୍କ ଘରକୁ ଆସିଲି ସେତେବେଳକୁ ମୋ ଠାରୁ ଚାରି ବର୍ଷ ସାନ ନଣନ୍ଦ ବି ମୋ ଉପରେ ରାଜା।

   ସହରର କ୍ଵାର୍ଟର୍ସ ଘରର ଚାରିକାନ୍ଥ ମଧ୍ୟରେ ବଢ଼ିଥିବା ମଣିଷଟା ସତକୁ ସତ ଭାରୀ ନିର୍ବୋଧ । ଗାଁ ଟା ଯେଏତେ   ମନମୁଗ୍ଧକର ଆଉ ଅନୁଭବ୍ଯ । ମୁଁ ଏଠିକୁ ଆସିଲା ପରେ ଜାଣିଲି । ଗାଁ ରେ ଦିର୍ଘ କୋଡ଼ିଏ ବର୍ଷ ରହିବା ପରେ ଏଇ ଛୋଟିଆ ସହରକୁ ବଦଳି ହୋଇ ଆସିଛୁ । ଚାକିରି ଆଉ ଅଳ୍ପଦିନ ଅଛି, ଆଜି କାଲି ଦେହପା ଭଲ ମନ୍ଦ ସବୁ ପାଇଁ ଏ ସହରଟି ଆମକୁ ଏକ ପ୍ରକାରର ଭଲ ଲାଗୁଛି । ସେଇଥିପାଇଁ ତ ଏହି ଘରର ପ୍ରସ୍ତୁତି ଆରମ୍ଭ ହୋଇଛି । ମାତ୍ର ଚାରି ଡିସିମିଲର ଛୋଟିଆ ଯାଗାଟିଏ । ଯାହା ହେଉ ଭଲରେ ଭଲରେ ଘରଟା ହୋଇଗଲା । ତାଙ୍କରି ଯିଦ୍ ରହିଲା । ସେପାଖ ରୁମରେ ଗୋଟିଏ ଝରକା ରହିଲା । ସତକୁ ସତ ଆମ ବେଡ୍ ଝରକା ତଳକୁ ରହିଲା ସବୁଠାରୁ ବଡ଼ କଥା ହେଲା ମୁଁ ସେ ଝରକା ପାଖରେ ପ୍ରାୟ ଦୁଇ ତିନି ଘଣ୍ଟା ସମୟ କାଟୁଥିଲି । ସେ ଅଫିସକୁ ଗଲାପରେ ମୁଁ ପୁରା ହାଲୁକା ହୋଇଯାଏ । ପାଖ ଘରେ ରହୁଥିବା ଘରଣୀ ବି ବୋଧହୁଏ ମୋହରି ପରି ସିଏ ମଧ୍ୟ ତାଙ୍କ ଝରକା ପାଖରେ ଠିଆହୋଇଥାଏ। ଏମିତି ରେ ଆମ ଭିତରେ ଏକ ମଧୁର ସମ୍ପର୍କ ଗଢ଼ି ଉଠିଥାଏ ।ୟା ଭିତରେ ସେ ମୋତେ ନାନୀ ନାନୀ ବୋଲି ସମ୍ବୋଧନ କରି ଗୋଟେ ପ୍ରକାର ମୋ ସାନ ଭଉଣୀ ପାଲଟି ଯାଇଥାଏ । ମୋ ନାତୁଣୀ ଟି ତାକୁ ଝରକା ଆଣ୍ଟି ବୋଲି ସମ୍ବୋଧନ କରେ । ଯୋଗକୁ ତା ନାଆଁଟା ହେଲି ଝରଣା । ଭାରି ହସଖୁସିଆ ଝିଅ, ଯେମିତି ମେଳାପି ସେମିତି କାମିକା ଦୋକାନ ବଜାର ଠାରୁ ଆରମ୍ଭ କରି ଘରର ଯାବତୀୟ ପ୍ରକାରର କାମ ବହୁତ ଭଲ ଭାବରେ କରିପାରେ ସେ । ମୁଁ ଏ ବୁଢ଼ୀ ବୟସରେ ବି ତା ଠାରୁ କେତେ ଜିନିଷ ଶିଖିଲି । ବର୍ଷ ଦୁଇଟାରେ ଆମେ ପରସ୍ପରର ବହୁତ ନିକଟତର ହୋଇ ଯାଇଥିଲୁ । ଝରଣାର ପିଲାପିଲି ହେବାକୁ ଥାଏ ।ତା ଶାଶୁ ଆସି ରହିଲେ ।ସେ ଆଉ ଆଗଭଳି ଝରକା ପାଖରେ ଗପସପ କଲାନାହିଁ । ଚଳଚଂଚଳ ଝରଣା ଯେମିତି ନିଃଶବ୍ଦ । କିଛି ଦିନ ପରେ ତାଙ୍କ ଘରର ଝରକା ଆଉ ଖୋଲା ହେଲାନି । ମୋ କଥା ଛାଡ ମୋ ନାତୁଣୀ ତା ଝରକା ଆଣ୍ଟିକୁ ଖୋଜିବାକୁ ଲାଗିଲା କିଛି ଦିନ ପରେ ମୁଁ ମାଡ଼ ମାଡ ହୋଇ ତାଙ୍କ ଘରକୁ ଗଲି । ତା ଶାଶୁ କବାଟ ଖୋଲି ଲେ ସେ ଡାକ୍ତରଙ୍କ ପାଖକୁ ଯାଇଛି ବୋଲି କହିଲେ । ମୁଁ ଭିତରକୁ ନଯାଇ ସେଇଠୁ ଫେରି ଆସିଲି । ତା'ର ମନପସନ୍ଦର ସୁଜି କାକରା ପିଠା କରି ତା ପରଦିନ ପୁଣି ଥରେ ତାଙ୍କ ଘରକୁ ଗଲି ଏଥର ମଧ୍ୟ ଝରଣା ସହିତ ଦେଖା ହେଲା ନାହିଁ । ଏଥର ଝରଣା ତା ନଣନ୍ଦ ଘରକୁ ଯାଇଥାଏ । ମନଟା ମୋର ଖଟା ହେଇଗଲା । ତା ଶାଶୁ ଟା ଭିତରକୁ ଡାକେ ନାହିଁ, କେତେ ଅଭଦ୍ର । ଛିଃ ଛିଃ । ତା'ପରେ ସପ୍ତାହେ ଧରି ଆଉ ଝରଣା କଥା ଜାଣି ବାକୁ ମୁଁ ବେଳ ପାରିଲିନି । ହଠାତ୍ ମୋ ନାତୁଣୀ ଝରକା ଝରକା ରଡ଼ି ପକାଇ ବେହୋସ୍ ହୋଇ ଗଲା ।ତା ଚିକିତ୍ସା କରିବା ସଙ୍ଗେ ସଙ୍ଗେ ସମସ୍ତେ ଝରକାକୁ ଦେଖିବାକୁ ଲାଗିଲେ କ'ଣ ହେଲା ମୁଁ 

ଝରକା ସେପାଖକୁ ଅନେଇ ଦେଖେ ତ ଝରଣା ଜଳୁଛି ଆକୁଳ ଚିତ୍କାର କରି । ଦଉଡ଼ି ଗଲୁ ଆମେ ଯେମିତି ହେଉ ତାକୁ ବଞ୍ଚାଇବାକୁ ପଡିବ । ଘରେ ତ ତାଲା ପଡିଛି । କ'ଣ କରାଯାଇପାରେ ସାହିଟା ସାରା ସେତେବେଳେ କୁ ଚହଳ ପକାଇଥିଲେ । ବହୁତ କଷ୍ଟରେ ସେ ଝରକା ଭାଙ୍ଗି ଝରଣାକୁ ନେଇଗଲେ ଡାକ୍ତର ଖାନା । ଅନେକ ଚେଷ୍ଟା ସତ୍ତ୍ୱେ ଝରଣାକୁ ତା ଛୁଆକୁ ବଞ୍ଚାଇ ପାରିଲେ ନାହିଁ ଡାକ୍ତର । ଭାରି ଦୁଃଖ ଲାଗିଲା ମୋତେ । ଝରଣାର ମୃତ୍ୟୁ ରହସ୍ୟ କିଛି ଜଣା ପଡ଼ିଲା ନାହିଁ । ସେଦିନ ଠାରୁ ମୋ ନାତୁଣୀଟି ମୁକ ହୋଇ ଗଲା । ବହୁତ ଯାଗାରେ ତାର ଚିକିତ୍ସା କରାଇ ଆମେ ଥକି ପଡିଲୁଣି । କେବଳ ଝରକା ଆଣ୍ଟି ଛଡ଼ା ଆଉ କୌଣସି କଥା ସେ କହିପାରେନା । ସେ ବେଠୁ ମୁଁ ଆଉ ସେପାଖ ଝରକା ଖୋଲି ନାହିଁ ।



Rate this content
Log in