ଗଳ୍ପ ନୁହେଁ ଅଳ୍ପ ଦିନର
ଗଳ୍ପ ନୁହେଁ ଅଳ୍ପ ଦିନର
କାହାଣୀ ଏ ଗୋଟେ ବିଚିତ୍ର ପ୍ରେମର ♥️ଯେତେ ପଢୁଥିଲେ ସେତେ ଲଗାଇ ମଧୁର...
ସତରେ ପ୍ରେମର ଆରମ୍ଭ ଆଊ ଶେଷ କିଛି ବି ବୁଝାପଡେନି , ଦୁନିଆ ରେ ସେ ହିଁ ଜାଣିଛି ପ୍ରେମ ର ମଧୁରତା କେତେ ... ଯିଏ ସଚା ପ୍ରେମ କରିଛି.
ପରିଚୟ....
ଏ କାହାଣୀ ହଉଛି ଗୋଟେ ମଧ୍ୟମିତ ପରିବାର ର ସାନ ପୁଅ ର , ଯିଏ କି ଗୋଟେ ଛୋଟିଆ ମୋବାଇଲ ଦୋକାନ କରି ଜୀବନ ଜାପାନ କରେ ,ନା ହେଉଛି ତାର ଦିବ୍ୟ ।।
କାହାଣୀ ର ଆରମ୍ଭ ହେଲା ୨୦୧୯ ମସିହା ରେ, ସେଇ ମୋବାଇଲ ଦୋକାନ ରୁ ,ଦିବ୍ୟ ତା ମୋବାଇଲ ଦୋକାନ ରେ ଥାଏ ଗୋଟେ ଝିଅ ମୋବାଇଲ ଆଣି ଆସିଲା ସଜାଡ଼ିବା ପାଇଁ , ତା ନା ହଉଛି ଯୋତ୍ରିମୟୀ.
ପ୍ରଥମ ଦେଖା...
ପ୍ରଥମ ଥର ଦେଖା ହେଲା ଦିବ୍ୟ ଆଊ ଯୋତ୍ରିମୟି ର ସେଇ ମୋବାଇଲ ଦୋକାନ ରେ , ଯୋତ୍ରୀମୟୀ ର ମୋବଇଲ୍ କୁ ସଜାଡି କି ଦେଲା ପରେ ପୁଣି ମୋବାଇଲ ଖରାପ ହେଲା , ପୁଣି ସେ ଆସିଲା ଦିବ୍ୟ ପାଖକୁ ମୋବାଇଲ ସଜାଡ଼ିବା ପାଇଁ ସେଇଠୁ ଦିବ୍ୟ_ଜ୍ୟତିମୟୀ ନମ୍ବର ପାଇଲା , ଏବଂ ସେଇ ଦିନ ଠାରୁ ଦିବ୍ୟ_ଯୋତ୍ରିମୟି କୁ ଏକତରଫା ଭଲ ପାଇ ବସିଲା,
ଦିବ୍ୟ ( ମୋ ପ୍ରେମ ର ଆରମ୍ଭ )....
ଯେତେବେଳେ ଯ୍ୟୋତିମୟୀ କଲେଜ ଆସେ ମୁ ଯାଇ ତାକୁ ଦେଖା କରେ ଆଊ କଥା ହୁଏ ,ତା ପରେ, ଦିନ କର କଥା ମୁ ତାକୁ କଲ କଲି ସେ ଉଠେଇଲାନି ,ବହୁତ୍ ବାର୍ କଲ କଲି ଜମା ଉଠେଇଲାନି ସେ , ସେଇଠୁ ମୁଁ ତା ସାଙ୍ଗକୁ କଲ କଲି, ତା ସାଙ୍ଗକୁ ବାର୍ ବାର୍ କଲ କରିବାରୁ ଆଊ ଯୋତ୍ରିମୟି କଥା ପଚାରିବାରୁ ତା ସଙ୍ଗ ମୋତେ କହିଲା ଦିବ୍ୟ ଭାଇ କଣ ପାଇଁ ତାକୁ ଏତେ ଖୋଜୁଛ କଣ ତାକୁ ଭଲ ପାଇ ଗଲାଣି କି , ସେଉଠୁ ମୁ କହିଲି ହଁ , ସେ ଯୋତ୍ରୀମାୟୀ କୁ କହିଦେଲା ତା ପରେ ଆଊ ମୋ ସହିତ ଯୋତ୍ରୀମୟି କଥା ହେଲାନି ||
ଗୋଟେ ଦିନ Exam ଥାଏ ଯ୍ୟୋତ୍ରିମୟୀ ର , ମୁ ତା ସାଙ୍ଗକୁ ପଚାରିଲି ଯୋତ୍ରିମାୟୀ ର exam ଅଛି କି ସେ କହିଲା ହଁ Exam ଅଛି ଆଊ ଜଗା ବି କହିଲା କୋଉଠି ଅଛି ବୋଲି , ସେଇଠୁ ତାର exam ସାରିଲା ପରେ ତା ପଛେ ପଛେ ମୁ ଗଲି.
ପ୍ରେମର ପ୍ରଥମ ବିରହ.....
ତାକୁ ଟ୍ରେନ ଓଭର୍ ବ୍ରିଜ ପାଖରେ ଅଟକେଇ କହିଲି ଫୋନ୍ କାଇଁ ଉଠାଉନ , ଯଦି କଥା ହେବାକୁ ଚାହୁଁନ ନ ହୁଅ କିନ୍ତୁ ଜେମତୀ ମୋ Charector ଉପରେ କିଛି ବି ଆଞ୍ଚ ନ ଆସିବ, ଏଇଠୁ ପ୍ରଥମ୍ ବିରହ ହେଲା ଆମ ପ୍ରେମ ର.
କିଛି ଦିନ ପରେ...
ବିଗତ ୬ମାସ ପରେ ନୂଆ ବର୍ଷ ହେଇଥାଏ ସାଙ୍ଗ ସାଥୀ ଙ୍କ ସହିତ ମୁ ଫିଷ୍ଟି କରୁଥାଏ ଜ୍ୟତିମୟି ରାତି ୨ ଟାରେ କଲ କଲା happy new year କହିବ ପାଇଁ , ମୁ ଉଠେଇଲି ଫୋନ୍ ଆଊ ସେ ମୋତେ happy new year କହିଲା ମୁଁ ତା ଫୋନ୍ ଦେଖି ବହୁତ୍ ଖୁସୀ ହେଇଗଲି ଆଊ ନୂଆ ବର୍ଷ ର ଖୁସି ଟା ମୋର ୨ ଗୁଣ ହୋଇଗଲା.
ତା ପର ଦିନ ମୋର ମାରାଥନ ଥାଏ ପାରାଦୀପ ଯାଇଥାଏ Running ପାଇଁ ଲାଇନ ରେ ଠିଆ ହୋଇଥାଏ , ତାର ଫୋନ୍ ଆସିଲା ତା ସହିତ କଥା ହେଇ ହେଇ ଏତେ ଭୋର୍ ହେଇଗଲି ଯେ ଆଊ ମାରାଥନ ଅଛି ବୋଲି ମାନେ ନାହିଁ ନେହୁର ବଙ୍ଗଳା ରେ ଯାଇ ପହଞ୍ଚି ଗଲି .ଏମିତି କଥା ବାର୍ତ୍ତା ଚାଲିଲା ସବୁଦିନ.
ଆମ ଘରକୁ ପ୍ରଥମ ଥର ଆସିବା....
ଏମତି କଥା ହଉ ହଉ ଭାବିଲି ତାକୁ ଘରକୁ ଆଣିବି ଆମ ସନିମେଳା ଦିନ , ସେଇଠୁ ଘରେ ଜନେଇଲି ମୋ ସାଙ୍ଗ ଗୋଟେ ଆସିବ ମେଳା ରେ ସେଇଠୁ ଘରେ ହଁ କହିବାରୁ ତାକୁ ଘରକୁ ଆଣିଲି ସନିମେଳା ଦିନ ,
ମୁଁ ତାଙ୍କ ଘାରକୁ ପ୍ରଥମ ଥର ଯିବା.....
ବହୁତ୍ ଥର ତାଙ୍କ ଘର ଲୋକ ମୋତେ ଡାକିଲେ ଆଊ ସେ ବି କହିଲା ଯିବା ପାଇଁ , ସେଇଠୁ ମୁ ଦିନେ ମିଠା ନେଇ ପ୍ରଥମ ଥର ତାଙ୍କ ଘରେ ଯାଇ ପହଞ୍ଚିଲି, ଆଊ ଘରେ ସମସ୍ତଙ୍କୁ ଦେଖା କରି ପୁଣି ଫେରି ଆସିଲି.
ପ୍ରଥମ ଥର ତାକୁ ନେଇ କୋଉଠିକି ଯିବା ....
ଗୋଟେ exam ଥାଏ ଭୁବନେଶ୍ୱର ରେ ଜ୍ୟୋତ୍ରିମୟୀ ର ତାକୁ ନବାକୁ କେହି ନଥାନ୍ତି ତା ବାପା କହିଲେ ମୋତେ ଫୋନ୍ କରି ଯ୍ୟାତ୍ରିମୟୀ କୁ ନେଇ ଯିବାକୁ Exam କୁ ମୁ ଆଊ ତାଙ୍କ କଥା କାଟି ନ ପାରି କହିଲି ହଉ ନେବି , ତା ପର... ଦିନ ତାକୁ ନେଇ ଭୁବନେଶ୍ବର ଗଲି exam ଦେଇ ଭଲରେ ଭଲରେ ଆଣି ଘରେ ଛାଡିଲି.
ଜ୍ୟତ୍ରିମୟୀ କୁ ନେଇ ଯାଇଥିବା ସବୁ ଜାଗା.....
ସେ କହିଲା ପୁରୀ ଯିବ ବୋଲି ତାକୁ ପୁରୀ ନେଲି ପ୍ରଥମ ଥର, ଘଟଗାଁ ନେଲି, ଯାଜପୁର ବିରଜା ପାଖକୁ ନେଲି ବହୁତ୍ ତ୍ରିଥ ସ୍ଥଳୀ ବୁଲେଇବାକୁ ନେଲି .
ବିରହ ର ୨ୟ ସୋପାନ...
ଏମତି ସବୁ ଭଲ ଚାଲୁଥାଏ ୩ ବର୍ଷ ହେଇଗଲା, ପ୍ରତି ବର୍ଷ ଆମ ସନିମେଳା କୁ ଆସେ.. ପୁଣି ଯାଏ. ଗୋଟେ ବର୍ଷ ସନି ମେଳା କୁ ଆସିଥାଏ ଆଊ ଗୋଟେ ପିଲା ସହିତ କଥା ହଉଥାଏ , ମୁ ତାକୁ ମନ କଲି ଆମ ଘରେ କଥା ହବୁନି ତା ସହିତ ବାପା ବୋଉ ଘରିଆ ଖରାପ ଭାବିବେ, କିନ୍ତୁ କହିଲା ପରେ ବି ଆମ ଘରେ ସେ ପିଲା ସହିତ କଥା ହେଲା ଫୋନ୍ ରେ ,ଆଊ ମୋର ବହୁତ୍ ରାଗ ଆସିଲା ତାକୁ ଛାଡ଼ିବାକୁ ନେଲା ବେଳେ ତାକୁ କହିଲି ତୁ ଆଊ କିଛି କହିବୁନି ମୋତେ କି ମୁ ତୋତେ କିଛି କହିବିନି ,ସେଇଠୁ ତାକୁ ନେଇ ଛାଡ଼ିଦେଇ ଆସିଲି, ତା ପରେ ତା ନମ୍ବର କୁ ରାଗି block କରିଦେଲି.
ତାଙ୍କ ଘର ଲୋକ କୁହନ୍ତି ତାଙ୍କ ଘରକୁ ଯିବାକୁ ମୁ ଯାଏ କିନ୍ତୁ ତା ସହିତ କଥା ହୁଏନି ତାଙ୍କ ଘର ଲୋକଙ୍କୁ ଦେଖା କରି ପଳେଇ ଆସେ ।।
୨ ବର୍ଷ ପରେ.....
ଏମତ୍ତି ମୁ କଥା ହଉ ନଥାଏ ତା ନମ୍ୱର କୁ Block କରି ରଖିଥାଏ , ଦିନ କର କଥା ତାର Exam ଥାଏ କଟକ ରେ, ତାଙ୍କ ଘର ନମ୍ବର ରୁ କଲ କଲା ମୁ ଭାବିଲି ତାଙ୍କ ଘର ଲୋକ କିଏ କଲ କରିଛନ୍ତି ବୋଲି ଉଠେଇଲି , ତା ପରେ ମୋତେ ବହୁତ୍ Request କଲା ତାର Exam ଅଛି ତାକୁ ନେଇକି କେହି ଯାଉ ନାହାଁନ୍ତି , ନେଇକି ଯିବାକୁ , ସେ ବହୁତ୍ request କରିବାରୁ ମୁ ତାକୁ ନେଇକି ଗଲି କଟକ Exam ଦବାକୁ, ତା ପରେ ସବୁକିଛି କହିଲା ଆଊ ତାର କିଛି ଭୁଲ୍ ନଥିଲା ସବୁ ଭୁଲ୍ ସମୟ ଆଊ ବୁଝବଣା ର ଥିଲା , ବୁଝାବଣା ଅଭାବ ରୁ ଭଲ ପାଇବା ରେ ବହୁତ୍ ଦୂରତା ଆସିଲା.ଭଗବାନ ଙ୍କ ଦୟ ରୁ ସବୁ କିଛି ଠିକ୍ ଠାକ୍ ହେଇଗଲା.
ପ୍ରେମର ସଂଜ୍ଞା ଯାହା ଶିଖିଲେ...
ସତରେ ଯୋଉ ପ୍ରେମ ରେ ବିରହ ନାହିଁ ସେ କି ପ୍ରେମ, ଭଲପାଇବା ରେ ଝଗଡା ହବାଟା ସୋଭାବିକ କଥା କିନ୍ତୁ ଝଗଡା ପରେ ଦୁହେଁ ଦୁହିଁଙ୍କ ପାଇଁ ବ୍ୟାକୁଳ ହେବା କୁ ହିଁ ଅସଲି ଭଲ ପାଇବା କୁହାଯାଏ , ଶଚା ପ୍ରେମ ରେ ବିରହ ତ ଆସେ କିନ୍ତୁ ଦୂରେଇ ଦବାକୁ ନୁହେଁ ସମ୍ପର୍କ କୁ ମଜଭୁତ କରିବା କୁ ଆସିଥାଏ, ଯୋଉ ମଣିଷ ଛଳନା ପୂର୍ଣ୍ଣ ଭଲ ପାଇଥାଏ ସେ ମଣିଷ କେବଳ ନିଜର ଫାଇଦା କୁ ହିଁ ଦେଖେ ଫାଇଦା ସରିଗଲେ ହାତ ଛାଡ଼ି ଚାଲିଯାଏ ,
ଘଣ୍ଟା ଘଣ୍ଟା କଥା ହେବା , ଦାମିକା ଗିଫ୍ଟ ଦବା ,ଭଲ ଭଲ ଜଗା ସବୁବେଳେ ବୁଲେଇବାକୁ ନବାକୁ ସଚ୍ଚା ପ୍ରେମ କୁହାଯାଏ ନାହିଁ ସଚା ପ୍ରେମ ତ ତାକୁ କୁହାଯାଏ ଯେତେ ଦୁଃଖ କଷ୍ଟ ଆସୁନା କାହିଁକି ସବୁବେଳେ ପାଖେ ପାଖେ ଛାଇ ପରି ରହୁଥିବା,
ଯୋଉ ପ୍ରେମ ରେ ସବୁକିଛି ତ୍ୟାଗ କରି ମଧ୍ୟ କିଛି ପାଇବା ର ଆଶା ନଥାଏ ତା ଠାରୁ ଆଊ ସଚ଼ା ପ୍ରେମ କିଛି ନାହିଁ।।
୧* ନୁହେଁ ସେ କାଲିର ନୁହେଁ ସେ ଆଜିର ପ୍ରେମ ଇତିହାସ କାହିଁ କେତେ ଯୁଗର...
ଯିଏ ସେ ପଢ଼ିଛି ସେ ହିଁ ଜାଣିଛି ପ୍ରମ ର ସମୁଦ୍ର କେତେ ଯେ ଗଭୀର....
୨* ଯେତେ ଭାବୁଥିଲେ ସେତେ ଲାଗେ ନୂଆ ନୂଆ ଏ ପ୍ରେମ ....
ଥରେ ଭାଙ୍ଗି ଗଲେ ଜୀବନ ସାରା କରାଏ ଆମକୁ ହୀନିମାନ...
ସମାପ୍ତ....
