STORYMIRROR

Tapan Ku Basantia

Others

4.3  

Tapan Ku Basantia

Others

ଭଉଣୀ ଦେଇଗଲା ଆଖିରେ ଲୁହ।

ଭଉଣୀ ଦେଇଗଲା ଆଖିରେ ଲୁହ।

8 mins
151

ଏ କାହାଣୀ ହଉଛି  ସପନ ଆଊ ମିଯା ର । ଏ ଦୁଇଜଣ ଭାଇ ଭଉଣୀ ଥିଲେ | 
ସପନ ର ମାଉସୀ ଙ୍କ ଝିଅ ହଉଛି  ମିଯା...
ସପନ ,ମିଯା କୁ ଚିହ୍ନି ନଥାଏ ... ୨୦୨୧ ମସିହା ଶେଷ ଶେଷ ସମୟ, ସପନ କୁ ସେତେବେଳେ ୨୨ ବର୍ଷ ଚାଲିଥାଏ | ୧୦ ବର୍ଷ ହେବ ସେ ମାମୁଁ ଘରକୁ ଯାଇ ନଥାଏ , ସେଦିନ ତାର ମାମୁଁ ଘର ଅଜା ଙ୍କ ଦେହ ଖରାପ ଥାଏ | ତାର ସବୁ ମାଉସୀ ଆଊ ସମସ୍ତେ ତାର ଅଜାଙ୍କୁ ଦେଖିବାକୁ ଆସିଥାନ୍ତି.
ସେଥିରେ ତାର ମାଉସୀ ଙ୍କ ଝିଅ  ମିଯା ବି ଆସିଥାଏ ଅଜା ଙ୍କୁ ଦେଖିବାକୁ || ୧୦ ବର୍ଷ ପରେ ସେଦିନ  ସପନ ବି ଯାଇଥାଏ ତ। ମାମୁଁ ଘର ଅଜାଙ୍କୁ ଦେଖିବାକୁ || 

ପ୍ରଥମ ଦେଖା ଭଉଣୀ ସହ ....

ପ୍ରଥମ ଥର ସେଦିନ ମାମୁଁ ଘରେ ସପନ ତା ମାଉସୀ ଙ୍କ ଝିଅ ମିଯା କୁ ଚିହ୍ନିଲା ଆଊ ମିଯା ଆସି ତା ସହିତ କଥା ହେଲା ଆଊ ତା ନମ୍ବର ନେଲା ।। 

ସମସ୍ତେ ଅଜାଙ୍କୁ ଦେଖି ଚାଲିଗଲେ ଘରକୁ ସପନ ବି ଘରକୁ ଆସିଲା , ସେଇଦିନ ରାତି ୭.୦୦ ସମୟ ରେ ମିଯା ର Call  ଆସିଲା ସପନ ପାଖକୁ ।। ସପନ କୁ  କଥା ହେବାକୁ ଭଲ ଲାଗୁ ନଥାଏ ତା ବାପା,  ବୋଉ  କଥା ହେଲେ ମିଯା ସହିତ , ତା ପରେ ବାପା ବୋଉ ବାଧ୍ୟ କରିବାରୁ ସପନ ବି କଥା ହେଲା || 

ଧିରେ ଧିରେ ମିଯା ଆଊ ସପନ ସବୁଦିନ କଥା ହଲେ

ମିଯା ସପନ କୁ ପୁଅ ବୋଲି ଡାକେ ଆଉ ସପନ ମିଯା କୁ ଦେଇ ବୋଲି ଡାକେ , କାରଣ ମିଯା ସପନ ଠାରୁ ବଡ଼ ଥିଲା.

 ଏମତି କଥା ବାର୍ତ୍ତା ହୁଅନ୍ତି phone ରେ , ଦୁଇ ଜଣଙ୍କ ଭିତରେ ବହୁତ୍ ସ୍ନେହ ଆଊ ଭଲ ପାଇବା ବଢ଼ିଗଲା , ଦୁହେଁ ଦୁହିଁଙ୍କୁ ଏତେ ଭଲ ପାଇଗଲେ ଯେ ,

  • ଜଣେ ଜଣଙ୍କୁ ନଦେଖିଲେ ରହି ପରାନ୍ତିନି
  • ଜଣେ ଜଣଙ୍କ ସହିତ କଥା ନହେଲେ ଗୋଟେ ଦିନ ବି ରହି ପରନ୍ତିନୀ 
  • ଦୁଇ ଜଣ ଦୁଇ ଜଣଙ୍କ ର ସବୁ କିଛି କଥା Share  କରୁଥିଲେ , 
  • ଜଣେ ନଖାଇଲେ ଆଊ ଜଣ କୁ ଭୋକ ହୁଏନି 
  • ଜଣେ ନ ଶୋଇଲେ ଆଊ ଜଣେ ବି ସୁଏନି 
  • ମିଯା କାନ୍ଦିଲେ ସପନ ର ବି ଆଖିରୁ ଆପେ ଆପେ ଲୁହ ଆସିଯାଉଥିଲା 
ମିଯା ସବୁବେଳେ କୁହେ ପୁଅ ମୁଁ ତୋତେ ଛାଡ଼ି କୁଆଡେ ଯିବିନି , ତୁ ମୋର ଜୀବନ , ଆଊ ମିଯା ସପନ କୁ ଗେଲ୍ଲୁ, ସୁନା , ଧନ , କହି ସବୁବେଳେ ବୁଝେଇ ଦଉଥିଲା , ସପନ ଯେତେ ରାଗିଲେ ବି ମିଯା ସବୁଦିନ ତା ସହିତ କଥା ହୁଏ ଯେମିତି ହେଲେ ବି , ସପନ ଙ୍କ ଘରକୁ ଫୋନ୍ କରି ହଉ କି ତା ସାଙ୍ଗ ପାଖକୁ ଫୋନ୍ କରି ହଉ ଯେମିତି ହେଲେ ବି ମିଯା ତା ଭାଇ ସପନ ସହିତ କଥା ହେଉଥିଲା 

ମିଯା ତା ଭାଇ କୁ ଦେଇଥିବା ପ୍ରତିଶ୍ରୁତି....
ମୁଁ କେବେ ତୋତେ ଛାଡ଼ି ଯିବିନି , ପୁଅ ତୋତେ ଯିଏ ଘୃଣା କି ଖରାପ କହିବ ମୁ ତା ସହିତ କଥା ହେବିନି , ମୁ ପଛେ ଖରାପ ହେବି କିନ୍ତୁ ତୋତେ କେହିବି ଖରାପ କହିଲେ ମୁ ସହିପାରିବିନି , ମୁ ତୋ ସହିତ ସବୁଦିନ କଥା ହେବି , ତୋତେ ସବୁଦିନ ଦେଖିବି ଯେମିତି ବି ହଉ , ମୁ ତୋତେ କାହା ଲଗିବି ଦୂରେଇ ଦେବିନି ପୁଅ , ବାପା ବୋଉ କହିଲେ ବି ମୁ ତୋତେ ଛାଡ଼ି ରହିପରିବିନି , ଯିଏ ବି ମନା କରନ୍ତୁ ତୋ ସହିତ କଥା ହେବାକୁ ମୁ କିନ୍ତୁ କଥା ହେବି  , ପୁଅ ମୁଁ ଯାହାକୁ ବାହା ହେବି ସେ ବି ଯଦି ମନା କଲେ ତୋ ସହିତ କଥା ହେବାକୁ ମୁ ତୋ ସହିତ କଥା ହେବି .. ମୁ କଥା ଦଉଛି ପୁଅ ମୁଁ ତୋତେ ଛାଡ଼ି କେବେ ବଞ୍ଚି ପାରିବିନି , ଏ ଦେହରେ ଜୀବନ ଥିବା ପର୍ଯ୍ୟନ୍ତ ତୋ ଦେଇ ସବୁବେଳେ ତୋର କେବେ ତୋ ଠାରୁ ଅଲଗା ହେବିନି ।।। 🥹


ରକ୍ଷା ବନ୍ଧନ ଦିନ.....
ମିଯା ତା ଭାଇ ସପନ କୁ ୩ ବର୍ଷ ରାକ୍ଷୀ ବନ୍ଧିଛି .. 
୨୦୨୨ ରେ ରାକ୍ଷୀ ପୂର୍ଣ୍ଣୀମା ଦିନ ବର୍ଷା ପବନ ହେଉଥିବାରୁ ସେ ରାକ୍ଷୀ ପଠେଇଲା ଆଊ ରାଣ ପକେଇ କହିଲା ପୁଅ ତୁ ରାକ୍ଷୀ ଆଣି ବାନ୍ଧି ମୋତେ ଫୋନ୍ ରେ ଭିଡିଓ କଲ କରି ଦେଖେଇବୁ , 
୨୦୨୩ ରେ ରାକ୍ଷୀ ଆଣି ନିଜେ ବାନ୍ଧିଲା ସପନ ହାତରେ , 
୨୦୨୪ ରେ ବି ନିଜେ ଆସି ରାକ୍ଷୀ ବାନ୍ଧିଥିଲା ତା ଭାଇ ହାତରେ 


ସପନ ର ତା ଦେଇ ପ୍ରତି ଥିବା ଭଲ ପାଇବା .....
ସପନ  ତା ଦେଇ କୁ ଏତେ ଭଲ ପାଉଥିଲା ଯେ ତା ଦେଇ ତାକୁ ଯାହା କହୁଥିଲା ସେ ସେଇଆ ହିଁ କରୁଥିଲା , ସମସ୍ତ ଙ୍କ ଠାରୁ ଅଧିକା ଭଲ ସେ ତା ଦେଇ କୁ ପାଉଥିଲା , ନିଜେ ପଛେ ତା ଦେଇକୁ କନ୍ଦେଇବ ଆଡୁ ସାଡୁ କହି କିନ୍ତୁ ଯଦି ଆଊ କାହା ପାଇଁ ତା ଦେଇ କାନ୍ଦିଲା ସେ ଜମା ସହି ପାରେନି ,

ସପନ ର ଇଛଥିଲା... 
ସପନ ଚାହୁଁଥିଲା ତା ଦେଇ ସବୁଦିନ ତା ଆଖ ପାଖରେ ରହୁ , ସେ ସବୁଦିନ ତା ଦେଇ କୁ ଦେଖିବାକୁ ପାଉ , ତା ଦେଇ କୁ କେହିବି ପୁରୁଷ Touch ନ କରନ୍ତୁ କି ନ ଦେଖନ୍ତୁ , ସବୁ ବେଳେ ତା ଦେଇ କୁ Safe ରଖିବାକୁ ସେ ଚାହୁଁଥିଲା , କାହା ସହିତ ବି ତା ଦେଇ କୁ କୋଉଠିକି ଛାଡ଼ୁ ନଥିଲା . 


୨୦୨୫ ମସିହା ଆସି ପହଞ୍ଚିଲା ...
ତା ଦେଇ ର ବାହାଘର ଖୋଜା ହଉଥାଏ ., ସପନ ତା ଦେଇ ର Marriage କଥା ଶୁଣିଲେ ଭାବେ ତା ଦେଇ ତାକୁ ଭୂଳିଯିବ , ଦୁରେଇଯିବ ତା ଠାରୁ , ଆଊ କଥା ହବନି , ଏସବୁ ଭାବି ସେ ବହୁତ୍ କନ୍ଦେ କିନ୍ତୁ ତା ଦେଇ କୁ କିଛି କୁହେନି , ଯେତେବେଳେ ବି ସେ ତା ଦେଇ କୁ ଦେଖେ ଜମା ତାକୁ ଛାଡ଼ି ଆସିପାରେନି , ଭାବୁଥାଏ ମୋ ଦେଇ କୋଳରେ ମୁ ସବୁଦିନ ପାଇଁ ଶୋଇ ପଡ଼ନ୍ତିକି , ତା ଦେଇ ପାଖରେ ସବୁ  ଖୁସି ତାକୁ ମିଳିଗଲା ବୋଲି ଲାଗେ, ଖାଇବା ପିଇବା ବି ଭୁଲି ଯାଏ ତା ଦେଇ ପାଖରେ ଥିଲେ . 

ଭଉଣୀ ର ବିବାହ ...
ବାହାଘର ଖୋଜା ହଉଥାଏ  , ସପନ ବି ଛାତିକି ପଥର କରି  ଖୋଜିବା ଅରମ୍ଭ କଲା ତା ଦେଇ  ପାଇଁ  ଭଲ ରାଜ କୁମାର ପରି ବର୍ , ତାର ଇଚ୍ଛା ଥିଲା ପାଖାପାଖି ଗାଁ ରେ ତା ଦେଇ ବାହା ହଉ ଆଊ ରାଜ କୁମାର ପରି ପିଲା କୁ ସେ ତା "ପରି " ଭଳି ଦେଇ କୁ ଦବାକୁ ଚାହୁଁଥିଲା.
ସେପଟେ ତା ମଉସା ଆଊ ତାଙ୍କ ପୁଅ ବି ଦେଖା ଦେଖି କରୁଥିଲେ , ଯୋଉ ପ୍ରସ୍ତାବ ଭଲ ଲାଗୁଥିଲା ସପନ କୁ ସେ ତା ମଉସା ଆଊ ତା ଭାଇ  ପାଖକୁ ପଠାଉଥିଲା , କିଛି ଦିନ ଗଲା ପରେ ମଉସା ଆଊ ନନା ଗୋଟେ ଦୂର ପ୍ରସ୍ତାବ କହିଲେ ଭଲ ଆଊ ସେ ପିଲା ଟା ର ବି ଫଟୋ ପଠେଇଲେ ସପନ ପାଖକୁ ,
ତାକୁ ଭଲ ଲାଗିଲାନି ତା ଦେଇ ସାଙ୍ଗକୁ ସେ ମାନୁ ନଥିଲା ସେଥି ପାଇଁ ସପନ ତାକୁ ମନା କରିଦେଲା ତାର ପସନ୍ଦ ହଉନି ବୋଲି .

କିଛି ଦିନ ଗଲା ତା ମଉସା  ଆଊ ତା ନନା ତା ଦେଇ ର ବାହାଘର ସେଇଠି କରିବାକୁ କହିଲେ ଆଊ କାହାକୁ କିଛି ନ ପଚାରି ତାଙ୍କ ଘର ଲୋକଙ୍କ ସହିତ କଥା ବାର୍ତ୍ତା କଲେ , ମୁ ମନା କଲି ମୋ ଦେଇ ସାଙ୍ଗକୁ ସେ ମୋର ପସନ୍ଦ ନୁହଁ କିନ୍ତୁ ମୁ ତା ନିଜ ଭାଇ ନୁହେଁ ନା ମୋ କଥା ର ମୂଲ୍ୟ କିଛି ବି ରହିଲାନି, ତା ପରେ ସେମାନେ ବିନା ଦେଖଣି ରେ ଦେଇ ର ବାହାଘର ଠିକ୍ କରିଦେଲେ.
 
ଭାଇ ର କର୍ତ୍ତବ୍ୟ...
ଦେଇର ନିର୍ବନ୍ଧ ହେବ ବୋଲି ମୋତେ  କେକ୍ ପାଇଁ କହିଲେ , ନିର୍ବନ୍ଧ ଦିନ ବର୍ଷା ଯୋରେ ହଉଥାଏ ବର୍ଷାରେ ଓଦା ହେଇ ମୁ , ମୋ ସାଙ୍ଗ , ଆଊ ବାପା ପହଞ୍ଚିଲୁ ମନ୍ଦିରରେ , ସେଦିନ ମୋ ଦେଇ ର ଇଚ୍ଛା ନଥାଏ  କେମେରା ବାଲା ବାଧ୍ୟ କରି ଫଟୋ ଉଠାଉ ଥାଆନ୍ତି ମୁ ଦେଇ କୁ ଏକା ଛାଡ଼ି ସେ କ୍ୟାମେରା ବାଲା ଙ୍କ ପାଖରେ ଜମା ଆସୁନଥାଏ, ଫଟୋ ଉଠା ସରିଲା ସମସ୍ତେ ଖାଇ ପି ଖୁସିରେ ଆସିଲେ କିନ୍ତୁ ମୋର ଖାଇବାକୁ ଇଚ୍ଛା ହେଲାନି ମୁଁ ନ ଖାଇ ପଲେଇ ଆସିଲି . 
ଦେଇ ଘରକୁ ଗଲା ପରେ ମନ ଦୁଃଖ କରି କହିଲା ପୁଅ ତୁ ଆ ମୋତେ ଭଲ ଲାଗୁନି ଏକୁଟିଆ , ମୁ ତା ପାଖକୁ ସବୁଦିନ ଗଲି ଦେଖା କରେ ପୁଣି ଆସେ,  ଆଊ ତା ପରେ ନନା ମଉସା ଘରିଆ କହିଲେ ତୁ ବାହାଘର ଦିନ ସକାଳୁ ଆସିବୁ , ଦେଇ ବି କହିଲା .

ବାହାଘର ଦିନ .....
    ସକାଳୁ ସକାଳୁ ଯାଇ ପହଞ୍ଚିଲୁ ମୁ ଆଊ ମୋ ସାଙ୍ଗ ଦେଇ ପାଖରେ , ରୋଷେଇ ପାଖରେ ସବୁ କାମ କଲୁ , କୁକୁଡ଼ା କଟା ପାଖରେ ବି ରହିଲୁ , ଦିନ ୧.୦୦ ସମୟ ହେଇଗଲା ଖାଇ ନଥାଉ , ମାର୍କେଟ କୁ ଯାଉ ଦେଇ ପାଇଁ ଫୁଲ ଆଣିକି ଦେଲୁ , ୩.୦୦ ବେଳେ ଯାଇ ସମସ୍ତେ ଖାଇ ସାରିଲା ପରେ ଖାଇବାକୁ ନଥାଏ ସେମତି ଯାହା ଥିଲା ଖାଇଲୁ , ସବୁ କାମ ସରିଲା ରାତିରେ ସମସ୍ତେ ବୁଲୁଥାନ୍ତି ,ବରଯାତ୍ରୀ ଆସି ପହଞ୍ଚିଲେ ଖାଇବାକୁ କେହି ବଣ୍ଟା ବଣ୍ଟି କରିବାକୁ ନଥାନ୍ତି ମୋ ସାଙ୍ଗ ମୁ ବାଣ୍ଟିଲୁ, ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସବୁ କାମ କଲୁ, ମନରେ ଯେତେ କଷ୍ଟ ଥାଉ ନା କାହିଁକି ସବୁ କୁ ଲୁଚେଇ ସବୁ କାମ କରିଲି , ସମସ୍ତେ ଫଟୋ  ଉଠାଇଥାନ୍ତି କିନ୍ତୁ ଆମେ ସେମିତି ବଣ୍ଟୁ ଥାଉ || 

ସମସ୍ତଙ୍କ ସହିତ ଫଟୋ ଉଠଠେଇଲା କିନ୍ତୁ ବୋଉ ମୁଁ ଯାଇଥିଲୁ ସେ ବୋଉ କୁ କହିଲାନି କିଛି କି ମୋତେ ବି ଡାକିଲାନି , ସେବେ ଠାରୁ ମୋତେ ଲାଗିଲା ଦେଇ ପାଇଁ ମୁ ଆଊ ଆବଶ୍ୟକ ନାହିଁ . 
ମନକୁ ବହୁତ୍ କଷ୍ଟ ଲାଗିଲା ରାତିରେ ସମସ୍ତେ ଥାଆନ୍ତି ମୁ ଏକା ଆସି ଗୋଟେ ଗାଁ ଭିତରେ ମନ୍ଦିର ରେ ରାତି ୨.୦୦  ଟା ରେ ବସିଲି ବହୁତ୍ କଷ୍ଟ ହଉଥାଏ , ଭଗବାନ ଙ୍କୁ ପଚରୁଥାଏ ହେ ପ୍ରଭୁ ମୋ କର୍ତ୍ତବ୍ୟ ରେ କଣ ଭୁଲ୍ ଥିଲା || ମୋ ସହିତ ଏମିତି କଣ ପାଇଁ ବେବହାର ମୋ ଦେଇ ର || ସବୁ ଶେଷ ହେଲା ଦେଇ ତା ଶାଶୁ ଘରକୁ ପଳେଇଲା ମୋତେ ଦେଖା ନ କରି.

ଦେଇ ର ଶାଶୁଘର ଗଲା ପରେ .....
                       ଦେଇ କୁ ଭଲ ରେ ରଖିବ ବୋଲି ସେ ଭାଇ ଙ୍କୁ ଫୋନ୍ କରି କହିଲି , ମେସେଜ କରି ବି ସବୁ କହିଲି , ବହୁତ୍ ନେହୁରା ବି ହେଲି ସେ ଭାଇଙ୍କୁ ମୋ ଦେଇ କୁ ଭଲ ରେ ରଖିବ ବୋଲି, ଦେଇ କୁ ଭଲ ଲାଗୁନଥିବ  ବୋଲି ମୁ ସବୁ ଦିନ ତାକୁ କଲ କରେ କେମିତି ଲାଗୁଛି ତୋତେ ପଚାରେ ଖାଇଛୁ କି ନାହିଁ ବି ପଚାରେ , ବୁଝାଏ ତାକୁ ହସେଇବା ପାଇଁ ଚେଷ୍ଟା କରେ , ଦେଇ Reception ରେ ଯିବାର ଇଚ୍ଛା ନଥିଲା ତାଙ୍କ ଘରକୁ କିନ୍ତୁ ଦେଇ କାନ୍ଦିବ,  ମନ ଦୁଃଖ କରିବ ବୋଲି ଯାଇ ପହଞ୍ଚିଲି ରାତିରେ ,ଦେଇ କୁ ଦେଖା କରି ନ ଖାଇ ପିଇ ପଳେଇ ଆସିଲି .
Reception ସରିଲା ୧୧ ରେ , ତା ପରେ  ମୁଁ ତାଙ୍କୁ କାହାକୁ ଆଊ କଲ କଳିନି ,କି ମେସେଜ କଲିନି,  କି ସେମାନେ କଲ କଲେ ବି ଉଠେଇଲିନି , ଦେଇ ସବୁଦିନ କଲ କରେ , କିନ୍ତୁ ମୁ ଉଠାଏନି || ମୋତେ ଭାରି କଷ୍ଟ ହଉଥାଏ କିଛି ବି କରିବାକୁ ଈଛା ନଥାଏ , ଏକୁଟିଆ ଏକୁଟିଆ ଲାଗୁଥାଏ , ଦେଇ ଗଲା ଦିନ ଠାରୁ କୋଉ ଗୋଟେ ବି ଦିନ ନାହିଁ ଯୋଉ ଦିନ ମୋ ଆଖିରୁ ଲୁହ ଝରିନି , ୧୯ ତାରିଖ ହେଲା ଦେଇ ମୋତେ କଲ କଲା ଭାଇ ଦେଖା କରିବାକୁ ଯାଇଛନ୍ତି  ମୋତେ କହିବା ପାଇଁ  କିନ୍ତୁ ମୁ ଫୋନ୍ ଉଠେଇଲିନି , ଦେଇ ମୋ ସାଙ୍ଗକୁ ଫୋନ୍ କରି କହିଲା ମୋ ସାଙ୍ଗ ମୋତେ କହିଲା କିନ୍ତୁ ମୁ ଗୋଟେ କାମରେ ଯାଇଥିଲି ଆସିଲା ପରେ ବୋଉ ବାପା ପାଟି କଲେ ସେ ଏତେ ବାଟରୁ ଆସିଲେ ଦେଖା କରିବା ପାଇଁ ତୁ ଦେଖା କଲୁନି, ବୋଉ କହିଲା କଥା ହ  କାହ ତୁ କାମରେ ପାଲେଇଥିଲୁ ବୋଲି , ସେଇଠୁ ମୁ ଫୋନ୍ କଲି ଦେଇ ପାଖକୁ କହିଲି ସବୁ , ଦେଇ ସହିତ କଥା ହଉଥାଏ ଯେମତି ଆଗରୁ ମଜା ମସ୍ତି ରେ କଥା ହୁଏ ସେମିତି, ମୁ ଜାଣିନି ତାଙ୍କ ଘରେ କଣ ଝଗଡା ହେଲା କୋଉଥି ପାଇଁ କିନ୍ତୁ ମୋ ଦେଇ ମଉସା ଆଊ ନନା କୁ ଫୋନ୍ କରି କଣ କହିଲା ମୁ ବି ଜାଣିନି , କିନ୍ତୁ ମଉସା ମୋ ବାପା କୁ ଫୋନ୍ କରି କହିଲେ ସପନ ତା ପାଖକୁ କାଇଁ ଫୋନ୍ କରୁଛି ବାର୍ ବାର୍ , ଆଊ ତା ଶଶୁର କୁ କହୁଛି ଜମି ବଡି ନାହିଁ ତାଙ୍କର  , ମୁ ନଥାଏ ମାର୍କେଟ ରୁ ଆସି ପହଞ୍ଚିଲି ମୋ ସାଙ୍ଗ ଫୋନ୍ କଲା କହିଲା ତୁ କଣ ଦେଇ କୁ କହିଛି ତୋ ମଉସା ଙ୍କ ପୁଅ ଫୋନ୍ କରି କହିଛନ୍ତି,
ତୋ ଲାଗି ତୋ ଦେଇ ର ଘର ଭାଙ୍ଗୁଛି, ତୁ ସପନ କୁ କାହ ଦେଇ ସହିତ କଥା ହବନି , ଏପଟେ ବାପା ବି କହିଲେ ସେଇ କଥା ମଉସା କହିଲେ ବୋଲି  ମୋ ନା ରେ .

ସବୁ କଲା ପରେ ମିଳିଥିବା ପୁରସ୍କାର...
    ମୁଁ କିଛି ବୁଝି ପାରିଲିନି ମୁ କଣ କହିଲି ଯେ ମୋ ଦେଇ ତା ବାପ ଆଊ ଭାଇ ଙ୍କୁ କହିଲା , ଆଊ ମୋର ଯଦି ମୋ ଦେଇ ର ଘର ଭାଙ୍ଗି ବାର ଉଦେଶ୍ୟ ଥିଲା ତେବେ ମୁ ଏତେ ମୋ ଦେଇ ଲାଗି କଣ ପାଇଁ ଦୌଡୁଥିଲି, ମୁ ବୁଝି ନଥିଲି ମୁ ସିନା ମୋ ଦେଇ ବୋଲି ବହୁତ୍ ଭଲ ପାଉଛି କିନ୍ତୁ ତାର ମୋ ପାଇଁ ଭଲ ପାଇବା ନଥିଲା ଖାଲି ଲୋକ ଦେଖାନିଆ ଛଳନା ଥିଲା , ନିଜର ଭାଇ ଭାବିଥିଲେ କିଏ କେବେ କାହା ଲାଗି ତା ଭାଇ କୁ ଘର ଭଙ୍ଗା କହିନଥନ୍ତା, ଲାଟିନ ଚପଲ ଆଊ ଘରେ ପିନ୍ଧିଥିବା ଚପଲ ଭିତରେ ବହୁତ୍ ଫରକ୍ ନା , ସବୁ କଲା ପରେ ଶେଷରେ ଏମିତି ଚମତ୍କାର ପୁରସ୍କର ମିଳେ ଯେ ... ନା ତାକୁ ସହି ହୁଏ ନା ତାକୁ କହି ହୁଏ , ଭାବିଲେ କଷ୍ଟ ଲାଗୁଛି ୫ ବର୍ଷ ର ସ୍ନେହ ଆଊ ଭଲ ପାଇବା କୁ ୫ ମିନିଟ ରେ ଭୁଲି ଯାଆନ୍ତି , ନିଜ ଖୁସି ପାଇବା ପାଇଁ ସିନା ମୋତେ ଭୂଳିଗଲୁ କିନ୍ତୁ ମୁ ତୋତେ କେବେ ଭୁଲିନି କି ଭୁଲି ପାରୁନି, ତୁ ଖୁସିରେ ରହ ଆଊ କିଛି ଦରକାର୍ ନାହିଁ ମୋର 
ଗଭୀର ଯନ୍ତ୍ରଣା ପାଇ ଲେଖିଲି ମୁ ଗପ ।।  ଭଲ ଲାଗୁଥିଲେ ମୋତେ ମେସେଜ ରେ କରିବ ଆସୋସ୍ତ..

                                           .... . .......ସମାପ୍ତ






 


































Rate this content
Log in