STORYMIRROR

BM Mitrabhanu

Children Stories Tragedy Inspirational

2  

BM Mitrabhanu

Children Stories Tragedy Inspirational

ଗଜ ଉଦ୍ଧାରଣ

ଗଜ ଉଦ୍ଧାରଣ

2 mins
48

ତମେ ପରା କହୁଥିଲ ମଣିଷ ବହୁତ ଭଲ, ଆମେ ଯେତେବେଳେ ଭୋକିଲା ଥିଲୁ, ଖାଦ୍ୟ ଟିକିଏ ପାଇଁ ଗାଁ ଗାଁ ବୁଲୁଥିଲୁ ସେ ବା ଆମକୁ ଖାଇବାକୁ ଦେଇଥିଲା। ହଁ ହଁ"ସପୁରୀ"।ମାଁ.. ମୁଁ ଯେବେ ଏ ଦୁନିଆକୁ ଆସିବି, ତମେ ମୋତେ ଚିହ୍ନେଇ ଦବ କିଏ ଏ ମଣିଷ ଯିଏ ଆମକୁ ଏତେ ସାହାଯ୍ୟ କରିଛି।

ନିଶ୍ଚୟ ଧନ ତୁ ଜାଣିଚୁ ଆମେ ଏମିତି ଗୋଟିଏ ରାଜ୍ୟରେ ଅଛୁ ଯୋଉଠି ସମସ୍ତେ ଉଚ୍ଚଶିକ୍ଷିତ, ବହୁତ ବୁଦ୍ଧି ସେମାନଙ୍କର। ସେଥିପାଇଁ ପରା ସେମାନେ ଆମ ମନ କଥା ଜାଣି ଆମକୁ ଖାଇବାକୁ ଦେଇଛନ୍ତି।......ହଁ ମା ମୋତେ ଭୋକ କଲାଣି......ରହ ମୁଁ ସେ ସପୁରୀ ପାଖକୁ ଯାଏ।

***

ଧନ୍ୟବାଦ ମଣିଷ ଏମିତି ଖାଦ୍ୟ ଦେଇଥିବାରୁ......

ମାଁ ତମେ କହୁନ କିଛି ମୋ ତଣ୍ଟି ଶୁଖି ଯାଉଛି, ବହୁତ ଗରମ ଲାଗୁଚି, କିଛି କୁହ ତ ମାଆ ।

***

ଧନରେ ମତେ କ୍ଷମା କରି ଦଵୁ ଏ ମହାନ ସାହାଯ୍ୟକାରୀ ଉଚ୍ଚଶିକ୍ଷିତ ମଣିଷ ମୁହଁ ଦେଖି ବାକୁ ତୁ ଯୋଗ୍ୟ ନୁହେଁ। ଖାଦ୍ୟ ବିନା ଆମେ ମରି ଯାଇଥିଲେ ଭଲ ହେଇଥାନ୍ତାରେ,ହେଲେ ଏ ମାୟାବୀ ମଣିଷର ଛଳନା ବହୁତ କଷ୍ଟ ଦେଲା ।

ଗୋଟିଏ ମା'କୁ ତା ଛୁଆ ଠାରୁ ଅଲଗା କରି ଦେଲା। ଦୁନିଆଁ ଦେଖି ବା ଆଗରୁ ତା ଛୁଆ ଆଜି ଆଖିବୁଜି ଦେଲା।

***

ହେ ନାରାୟଣ, ଭୁଲ୍ କରି ଦେଲୁ ଆମେ ମାଆ ଛୁଆ ଦିଜଣ ଭୋକ ବିକଳରେ ଏ ଧୋକାବାଜ୍ ମଣିଷକୁ ଭରଷି ବସିଲୁ, ନେଇ ଯାଅ ତୁମ ପାଖକୁ ପ୍ରଭୁ।ମୋ ପିଲା ଆଖିଖୋଲିଲେ ପ୍ରଥମେ ତୁମ କୁ ହିଁ ଦେଖୁ। ମୋ ତଣ୍ଟି ଭିତରେ ଅନଳ ବର୍ଷୁଛି ପ୍ରଭୁ।ଏ ଛୁଆ ଛେଉଣ୍ଡ ମାା ର ଲୁହ ପଡିଯାଉ ଏ ଶିକ୍ଷିତ ପରୋପକାରୀ ମଣିଷ ଉପରେ। ନେଇ ଯାଅ ନାରାୟଣ ତୁମ ପାଖକୁ ।

**

ଗଜ,..... ତୁ ଚିନ୍ତା କରନି। ମୁଁ ଏ ମଣିଷ ମାୟା ଜାଲ ରୁ ତତେ ସିନା ଉଦ୍ଧାର କରିପାରିଲିନି ହେଲେ ତତେ କଥା ଦଉଛି,ନିିଶ୍ଚୟ ଦିନେ ଚକ୍ର ପେଶି ନକ୍ର ନାଶିବି।ଖଣ୍ଡନ କରିବି ଏ ମୁୁ ମାନବ ର ଉଚ୍ଚଶିକ୍ଷିତ ଗର୍ବ ଅହଙ୍କାର। ତୋ ଛୁଆ ସେହି ଦିନ ଦେଖି ବ ବେଇମାନ ମଣିଷ ର ନରସଂହାର। ପାଣି ଟିକିଏ ପାଇଁ ଏ ଲୋଭି ମଣିଷର ଗଳା ଶୁୁଖିଯିବ। ଆକାଶରୁ ସୂର୍ଯ୍ୟଙ୍କ ପ୍ରଖର କିରଣ ଜାଳିଦେବ ଏ ମଣିଷ ର ପରିଚୟ। ମନ ଦୁଃଖ କରନି ଗଜ।


ମୁଁ ନାରାୟଣ, ତତେ କଥା ଦଉଛି ନିଶ୍ଚୟ ନ୍ୟାୟ ଦେବି, ଆଉ ସେହିଦିନ ହିଁ ହବ ପ୍ରକୃତ "ଗଜଃ ଉ‌ଦ୍ଧାରଣ"…..............

        ॐ नमः नारायणः



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍