ABADHOOT PANDA

Children Stories Classics

4  

ABADHOOT PANDA

Children Stories Classics

ଘନିଷ୍ଠ ବନ୍ଧୁତା

ଘନିଷ୍ଠ ବନ୍ଧୁତା

2 mins
133


ଏକଦା ଗୋଟିଏ ଗାଁରେ ରାମ ଓ ଶ୍ୟାମ ଦୁଇ ଜଣ ଘନିଷ୍ଠ ବନ୍ଧୁ ଥିଲେ l ସେମାନେ ଦିନେ ତାଙ୍କ ଗାଁ ପାଖ ଜଙ୍ଗଲ ରାସ୍ତାରେ ଯାଉଥିଲେ l କାରଣ ଜଙ୍ଗଲ ସେପାଖରେ ସେମାନଙ୍କ ଆଉଜଣେ ବନ୍ଧୁଙ୍କ ଘର ପ୍ରତିଷ୍ଠା ନିମନ୍ତ୍ରଣ ଥିଲା l ଘଞ୍ଚ ଜଙ୍ଗଲ ରାସ୍ତାରେ ଯାଉ ଯାଉ ହଠାତ ଗୋଟାଏ ବଣୁଆ ଭାଲୁ ସେମାନଙ୍କ ଆଗରେ ହାବୁଡ଼ିଲା l ଭାଲୁ କୁ ଦେଖି ରାମ ଗୋଟାଏ ଗଛ ଉପରକୁ ଚଢ଼ିଗଲା l କିନ୍ତୁ ଶାମ ଗଛ ଚଢ଼ା ଜାଣି ନଥିବାରୁ ନିଶ୍ୱାସ ବନ୍ଦ କରି ତଳେ ମଲା ପରି ଶୋଇ ରହିଲା l


କିଛି ସମୟ ପରେ ଭାଲୁଟି ଶାମକୁ ଶୁଙ୍ଘିବାକୁ ଲାଗିଲା l କିଛି ସମୟ ପରେ ଭାଲୁଟି ତା ବାଟରେ ଫେରି ଗଲା l ଭାଲୁ ଚାଲିଗଲା ପରେ ରାମ ଗଛରୁ ଓହ୍ଲାଇ ଶାମକୁ ପଚାରିଲା, " ଆରେ ସାଙ୍ଗ ଭାଲୁ ତୋ କାନରେ କଣ କହୁଥିଲା କି? " ରାମର ଥଟାଳିଆ କଥା ଶାମକୁ ଅଡ଼ୁଆ ଲାଗିଲା l ସେ ସଙ୍ଗେ ସଙ୍ଗେ ଜବାବ ଦେଲା, " ହଁ ରେ ସାଙ୍ଗ, ଭାଲୁ କହିଲା ଯେ ଯେଉଁ ବନ୍ଧୁ ବିପଦ ବେଳେ ପାଖରେ ନରହି ଖାପ ଛଡ଼ା ଦିଏ ସିଏ ପ୍ରକୃତ ବନ୍ଧୁ ପଦ ବାଚ୍ୟ ନୁହେଁ l ତେଣୁ ସେପରି ବନ୍ଧୁତା ଭାଙ୍ଗି ଦେବା ଉଚିତ l ତେଣୁ ବିପଦ ବେଳେ ଯେଉଁ ବନ୍ଧୁ ପାଖରେ ରହେ ସେ ହିଁ ଅସଲି ବନ୍ଧୁ l ଆଉ ସେହି ବନ୍ଧୁତା ଚିରସ୍ଥାୟୀ l ଜଙ୍ଗଲୀ ଭାଲୁଟି ମତେ ଏହି ଉପଦେଶ ଦେଲା l


ଶାମର ପରୋକ୍ଷ ଦୋଷାରୋପ ରାମକୁ ଭୀଷଣ ବାଧିଲା l ପ୍ରକୃତ ବନ୍ଧୁତାର ମୁଲ୍ୟ କଣ ରାମ ବୁଝି ପାରିଲା ଆଉ ସେ ମଧ୍ୟ ଅନୁତାପ କଲା l ତାପରେ ଶାମକୁ କହିଲା, " ହଁ ସାଙ୍ଗ ମୋତେ କ୍ଷମା କରିଦେ l ମୋର ଭୁଲ ମୁଁ ବୁଝି ପାରିଲି l ଏଣିକି ଏପରି ସ୍ୱାର୍ଥପର ବ୍ୟବହାର ଆଉ କରିବିନି l ମନ ଦୁଃଖ କରନା l " ଶାମ ନିଜ ଗୁଣରେ ରାମକୁ କ୍ଷମା ଦେଇ କହିଲା, " ଚାଲ ସାଙ୍ଗ କଣ ପେଟରେ ପକାଇବା l ସକାଳୁ ଘରୁ ଖାଇ ଆସିଥିଲେ ହଜମ ହେଇ ଗଲାଣି l ଦିନ ବାରଟା ହେଲାଣି l ଭାରି ଭୋକ ଲାଗିଲାଣି l ପାଖ ଆମ୍ଭ ଗଛରେ ପାଚିଲା ଆମ୍ବ ଝୁଲୁଛି l ଚାଲ ତୋଳି ଖାଇବା l " ଶାମ ଉତ୍ତର ଦେଲା, " ବଡ଼ ଖୁସିର କଥା ଚାଲ ଯିବା ପେଟ ଥଣ୍ଡା କରିବା l "


ରାମ ନିଜର ଭୁଲ ସୁଧାରିବା ପାଇଁ କହିଲା, " ଠିକ ଅଛି ମୁଁ ଗଛରେ ଚଢ଼ି ଆମ୍ବ ତୋଳି ତଳେ ପକେଇବି l ତୁମେ ସବୁ ଗୋଟେଇ ତୁମ ଥଳିରେ ଭର୍ତ୍ତି କର l ବେଶୀ ତୋଳି ଦେବି l ଖାଇ ସାରି ବଳକା ଆମ୍ବକୁ ଗୋବିନ୍ଦ ଘରକୁ ନେଇଯିବା l " ରାମ ତାପରେ ଗଛ ଚଢ଼ି କେବଳ ପାଚିଲା ଆମ୍ବ ଗୁଡି଼କୁ ଛିଣ୍ଡାଇ ତଳେ ପକେଇଲା l ଶାମ ସବୁ ଗୁଡ଼ିକ ନିଜ ଥଳିରେ ଭର୍ତ୍ତି କଲା l ଶାମ ଆମ୍ବ ଗଣିଲା l ମୋଟରେ ପଚାଶଟା ପାଚିଲା ଆମ୍ବ l ଶାମ ଗଣୁ ଗଣୁ ରାମ ତଳକୁ ଓଲ୍ହାଇ ଆସି ତା ପାଖରେ ପହଞ୍ଚିଲା l ଦୁଇ ବନ୍ଧୁ ଯାକ ସେଥିରୁ ଚାଳିଶଟି ପାଚିଲା ଆମ୍ବ ଖାଇ ଭୋକ ମେଣ୍ଟେଇଲେ l ଝରଣା ପାଣିରେ ହାତ ମୁହଁ ଧୋଇ ବାକି ଷାଠିଏଟି ଆମ୍ବ ଥଳିରେ ରଖି ଜଙ୍ଗଲ ରାସ୍ତାରେ ଆଗେଇ ଚାଲିଲେ l ସନ୍ଧ୍ୟା ସୁଦ୍ଧା ଗୋବିନ୍ଦ ଘରେ ପହଞ୍ଚି ଗୋବିନ୍ଦର ସ୍ତ୍ରୀ ହାତକୁ ଆମ୍ବ ଥଳିଟି ବଢ଼ାଇ ଦେଲେ l ରାମ ଓ ଶାମ, ଗୋବିନ୍ଦର ଘର ପ୍ରତିଷ୍ଠା ମାଙ୍ଗଳିକ କର୍ମରେ ଯୋଗ ଦେଲେ l ରାତିରେ ଅନ୍ନ ପ୍ରସାଦ ସେବନ କରି ପରଦିନ ସକାଳୁ ଜଳଖିଆ ଖାଇ ଓ ଦହି ସରବତ ପିଇ ଗୋବିନ୍ଦ ଘରୁ ବିଦାୟ ନେଇ ଗୋବିନ୍ଦର ଶଗଡ଼ରେ ନିଜ ଘରେ ପହଞ୍ଚିଲେ l ସେହି ଦିନଠାରୁ କ୍ଷୀର ନୀର ପରି ଦୁଇ ବନ୍ଧୁଙ୍କ ମଧ୍ୟରେ ବନ୍ଧୁତା ଆହୁରି ମଜବୁତ ହୋଇ ପଡ଼ିଲା l

              


Rate this content
Log in