Asutosh Jena

Others

4  

Asutosh Jena

Others

ଦୁଇଟି ଖଣ୍ଡି ଇଙ୍ଗ୍ଲିସ୍

ଦୁଇଟି ଖଣ୍ଡି ଇଙ୍ଗ୍ଲିସ୍

1 min
376


ଲିଫ୍ଟ୍


କାଗଜ ଭର୍ତ୍ତି ଫାଇଲଟିଏ ହାତରେ ଧରି, ଜାତୀୟ ରାଜରାସ୍ତା ଉପରେ "ଲିଫ୍ଟ୍ ପ୍ଲିଜ୍" ବୋଲି କହୁଥିବା କୁଖ୍ୟାତ ଅପରାଧୀଟିଏକୁ, ଆରାମରେ ମିଳି ଯାଇଥିଲା କୌଣସି ଏକ ବାଇକ୍ ର ପଛସିଟ୍ ମାତ୍ର ଦାଆଟିଏ ଧରି "ଆଜ୍ଞା ମୋତେ ଟିକେ ନେଇଯାଅ" ବୋଲି ଗୁହାରୀ କରୁଥିବା ଚାଷୀଟିଏକୁ ଦେଖି ସବୁ ଗାଡିର ବେଗ, ତାକୁ ଅତିକ୍ରମ କରିବାର ଯଥେଷ୍ଟ ପୂର୍ବରୁ ଯେମିତି ବଢିଯାଉ ଥିଲା।


.......


ପାର୍ସଲ


ଭିକମୁଣି ଝାଡିଦେଲା ଭିକାରୀଟିଏ। ଗଣିଲା, ସାରାଦିନରେ ମିଳିଛି ପନ୍ଦର ଟଙ୍କା। ସେତକ ନେଇଗଲା ହୋଟେଲକୁ ଆଉ ମାଗିଲା ପନ୍ଦର ଟଙ୍କାର ଭାତ ଓ ଡାଲି। ମିଳିଲାନି, ବରଂ ଶୁଣିବାକୁ ମିଳିଲା- "ଏଇଟା ଆହାର କେନ୍ଦ୍ର ଭାବିଲୁ କି ! ଇଏ ହୋଟେଲ, ଏଠି ମିଲ୍ ଗୋଟେ ସତୁରି, ଖାଲି ଡାଲିଭାତ ହବନି, ଯା ଭାଗ୍, ଭିଡ କରନି।"

ଏତିକିବେଳେ କାର୍ ଟିଏ ହର୍ଣ୍ଣ ଦେଇ ଆସି ହୋଟେଲ ସାମ୍ନାରେ ଅଟକିଲା; ଭିତରୁ ଜଣେ ଭିଆଇପି ବାହାରି କହିଲେ,- "ଭାତ ହାଫ୍ ଡାଲି ହାଫ୍ ପାର୍ସଲ କରିଦେ।"

ପାର୍ସଲ ଆସିଲା। ଭିଆଇପି ଜଣକ ପଚାରିଲେ, -"କେତେ ?"

ହୋଟେଲବାଲା କହିଲା,- "ପନ୍ଦର ଟଙ୍କା ସାର୍।"

ଭିଆଇପି ଜଣକ ଦେଲେ ଓ ଶୁଣିଲେ "ଥ୍ଯାଙ୍କ ୟୁ।"

ଦିଓଳା ଖାଇନଥିବା ଭିକାରୀଟିଏ କିନ୍ତୁ ବୁଝି ପାରିଲାନି, ଶାସ୍ତ୍ରୀୟ ମାନ୍ୟତା ପାଇଥିବା ଓଡିଆ ଭାଷା କହି, ଓଡ଼ିଶା ରାଜଧାନୀର କୌଣସି ଏକ ହୋଟେଲରୁ ପନ୍ଦର ଟଙ୍କାରେ ମିଳୁନଥିବା ଭାତ ଓ ଡାଲି, ଭିଆଇପି ଜଣକୁ କେମିତି ମିଳିଗଲା କେବଳ ଖଣ୍ଡି ଇଙ୍ଗ୍ଲିସ୍ ପ୍ରୟୋଗରେ।


Rate this content
Log in