ଚତୁର ଠେକୁଆ ନନା
ଚତୁର ଠେକୁଆ ନନା
ଗୋଟେ ଦିନର କଥା:;-
ମୁଁ ବହୁ ଦିନ ପରେ ଟିକେ ଛୁଟି ନେଇ ଯାଇଥିଲି ଆମ ସହର ପାଖ ଜଙ୍ଗଲକୁ ବୁଲି ବାକୁ । ଏମିତି ବୁଲୁ ବୁଲୁ ସେଥି କଣ ଦେଖୁଚି ମୁଁ, ଯେ ସେ ଜଙ୍ଗଲରେ କେତେକ ଜୀବ ଜନ୍ତୁ ଗୋଟେ ବଡ଼ ଗୋଲ ଟେବୁଲ ବୈଠକ କରି ଅଛନ୍ତି,(ଆଉ ସେ ବୈଠକରେ ଲିଡର ହେଉଛି ଆମ ଚତୁର ଠେକୁଆ ନନା) ସବୁ ବସି କଥା ହେଉ ଥିଲେ । ଆଉ ମୁଁ ଲୁଚି ଲୁଚି ସବୁ ଶୁଣୁ ଥିଲି ତାଙ୍କ କଥା !
କଣ କଥା ହେଉ ଥିଲେ ଆସନ୍ତୁ ଦେଖିବା ଏହି ଗପରେସେ ଜଙ୍ଗଲ ଟି ହେଉଛି ଗୋଟେ
ବିରାଟକାୟ ବଡ଼ଝର ଜଙ୍ଗଲରେ ଗୋଟିଏ ଭୟଙ୍କର ହିଂସ୍ର ସିଂଘ ଆଉ ତା ସ୍ତ୍ରୀ ସିଂଘି ଗୋଟେ ବଡ଼ ଗୁମ୍ଫାରେ ରହୁ ଥିଲା । ଜଙ୍ଗଲର ସବୁ ଛୋଟ ବଡ଼ ପଶୁ ସମସ୍ତେ ସିଂଘକୁ ଦେଖି ଡରୁ ଥିଲେ, ସିଂଘ ସବୁ ଦିନ କିଛିନା କିଛି ଭଲ ଭଲ ଶିକାର କରି ସିଂଘି କୁ ଆଣି ଖାଇବାକୁ ଦିଏ । ଏମିତି ଦିନେ ସିଂଘି ର ଇଛା ହେଲା ଗୋଟେ ଛୁଆ ଠେକୁଆ କୁ ଖାଇବାକୁ ଆଉ ସେ ସିଂଘ ଆଣି ମଧ୍ୟ ଦେଲା । ଆଉ ଦିନେ ସିଂଘ ଆଉ ତା ସ୍ତ୍ରୀ ସିଂଘି ରାତିରେ ଖାଇବା ସମୟରେ ସିଂଘି ସିଂଘକୁ କୁହେ- ଏଇ ଶୁଣୁଚ।
ସିଂଘି :- ଶୁଣୁଚ କହୁ ଥିଲି କଣ କି ବହୁ ଦିନ ହେଲା ମୋ ମାଆ କଥା ଭାରି ମନେ ପଡୁଛି, କହୁ ଥିଲି କି ଚାଲୁନ ମୋ ମାଆ ପାଖକୁ ଟିକେ ଯିବା । ତମେ ଆଜି ମୋତେ ମୋ ମାଆ ଙ୍କ ଘରେ ଛାଡ଼ି ଦେଇ ଆସ ଯେ । କଣ କହୁଛ?୍
ସିଂଘ :- ହଁ ହଁ ,ଠିକ୍ ଅଛି ତାହାଲେ ଆମେ ସଂଧ୍ୟା ବେଳେ ତମ ମାଙ୍କ ଘରକୁ ବାହାରିଯିବା । ମୁଁ ବି କେତେ ଦିନ ଟିକେ ଯାଇ ରହିଜିବି । ତମେ ଆସିଲା ଦିନୁ ମୁଁ ବି ମୋ ଶାଶୁ ମାଙ୍କ ପାଖକୁ ଯାଇନି,ଯିବା ଆଜି ।
ସିଂଘି :- (ସିଂଘି ପୁରା ଖୁସି ହେଇ କହିଲା)ହଉ ତାହାଲେ ମୁଁ ଯାଉଛି ସବୁ ଜିନ୍ସ ପତ୍ର ସଜଡ଼ା ସଜଡ଼ି କରିବି। ଆଉ ଆମେ ସଂଧ୍ୟାରେ ବାହାରିବା ।
ବଡଝର ଜଙ୍ଗଲ ଠାରୁ ଚନ୍ଦକା ଜଙ୍ଗଲ ବହୁଦୂରରେ ସିଂଘିର ମାଆ ଘର, ଆଉ ସିଂଘର ଶଶୁର ଘର ଥିଲା । ଠିକ୍ ସଂଧ୍ୟା ହୋଇ ଯେବେ ଆସିଲା ସିଂଘ ଆଉ ସିଂଘି ବାହାରି ପଡିଲେ ମାଆ ଘରକୁ ଚନ୍ଦକା ଜଙ୍ଗଲ ।ଆରପଟ ବଡଝର୍ ଜଙ୍ଗଲରେ ଗୋଟେ ବୁଧିଆ ଠେକୁଆ ଆଉ ତା ସ୍ତ୍ରୀ ଠେକେରୀ ଆଉ ତା ଛୋଟ ଚୁଆ ଗଜୁ ସହ ରହୁ ଥିଲାଠେକୁଆ ଲୁଚିକି ସିଂଘ ଆଉ ସିଂଘିର କଥା ସବୁ ଶୁଣି ନେଇ ଥିଲା ।ଖୁସିରେ ଠେକୁଆ ଡେଇଁ ଡେଇଁ କି ଯାଇ ତା ସ୍ତ୍ରୀ ଠେକେରୀ ପାଖରେ ପହଞ୍ଚିଲା ଆଉ କହିଲ।
ଠେକୁଆ :- ଶୁଣ ଠେକେରୀ ! ଗୋଟେ ଖୁସି ଖବର ଅଛି ।
ଠେକେରୀ :- ମୋତେ କିଛି କୁହନି ତମେ ଯେପର୍ଯ୍ୟନ୍ତ ଗୋଟେ ପକା ଘର ମୋ ପାଇଁ ଆଉ ମୋ ଛୁଆ ପାଇଁ ନଖୋଜିଚ ସେପର୍ଯ୍ୟନ୍ତ ମୋତେ କିଛି କୁହନି ତମେ । ତମେ ଯାଅ ଏଠୁ ଯା
ବର୍ଷା ଋତୁ ଆସିବାର ସମୟ ହେଲାଣି ଆଉ ତମେ ମୋର କି ଆମ ପିଲା କଥା ଚିନ୍ତା ହିଁ ନାହିଁ ପୁରା ଜଙ୍ଗଲରେ ଏ ଜାଗା ସେ ଜାଗା ଖାଲି ଡେଇଁ ଡେଇଁ ଘୁରି ବୁଲୁଥା ଯାଅ କଥା ହେବିନି ତମ ସଙ୍ଗେ..।
ଠେକୁଆ :- ଆହେ ଶୁଣ ଟିକେ ?
ଠେକେରୀ :- କଣ ଶୁଣିବି ନାଇ ନାଇ କଣ ଶୁଣେଇବ ଟିକେ ମୁଁ ଶୁଣେ।
ମୁଁ ବର୍ଷାରେ ଏକୁଟିଆ ଛୁଆକୁ ନେଇ କୁଆଡେ ଯିବି ଆଉ କୋଉଠି ରହିବି କୁହ ତ ଟିକିଏ ।
ଠେକୁଆ :- ଆରେ ଆରେ ,ମୋ ଚନ୍ଦ୍ର ବଦନୀ ,ମୋ ସୁନ୍ଦର୍ ବତି ମୋ ଘର ମଣି ,ମୋ ପାଟରାଣୀ ଆମ ପକା ଘରର ବନ୍ଦବୋସ୍ତ ହେଇ ଯାଇଛି ।
ଠେକେରୀ :- ହେଁ ତମେ ସତ କହୁଚତ ?
ଆଛା କୋଉଠି କୋଉଠି ହେଲା ପକା ଘର ବନ୍ଦବୋସ୍ତ ? (ଖୁସିରେ ପଚାରେ)
ଠେକୁଆ :- ହ୍ନ ମୋ ଗଜୁର ମା ସତ କହୁଛି । ଏଇ ଯୋଉ ଆମ ଜଙ୍ଗଲର ସିଂଘ ଗୁମ୍ଫାରେ ବନ୍ଦବୋସ୍ତ କରିଛି।
ଠେକେରୀ :- ମଲା ମଲା ଆମ ମା ପିଲାଙ୍କୁ ମାରିବ ନା କଣ ବା ନେଇ ସିଂହ ଗୁମ୍ଫାରେ । ତମ ମୁଣ୍ଡ ଫୁଣ୍ଡ ଖରାବ ହୋଇ ଗଲାଣି ଲାଗୁଛି , ସିଂହ ଗୁମ୍ଫାରେ ଆମେ କେମିତି ରହିବା କିଓ ଭଲ କଥା କହୁଛ ତମେ ?
ଠେକୁଆ :- ଓହୋ ଚନ୍ଦ୍ର ବଦନୀ ତମେ ତ କଥା ସମ୍ପୃନ ଶୁଣୁନ ମୋରୋ । ଶୁଣ ସେ ସିଂଘ ଆଉ ସିଂଘି କିଛି ଦିନ ପାଇଁ ସେ ଏଇ ଜଙ୍ଗଲରୁ ବହୁ ଦୂରରେ ଥିବା ଚନ୍ଦକା ଜଙ୍ଗଲ କୁ ସିଂଘର ଶଶୁର ଘରକୁ ଯିବେ ଦୁଇ ଜଣ ଯାକ ବୁଲିବାକୁ । ଆଉ ବିଶେଷ ସୂତ୍ରରୁ ଶୁଣିଛି ଏ ବର୍ଷା ଦିନ ନସରିଲା ପର୍ଯ୍ୟନ ସେ ଆସିବେନି ।
ଠେକେରୀ :- ଆଚ୍ଛା ଆଛା ସେ ଯେବେ ଆସିବେ ଫେରିକି ଆମକୁ ସେ ଗୁମ୍ଫା ଭିତରେ ଦେଖିଲେ ଆମ ମା ପିଲାକୁ ତ ଜିଅନ୍ତା ଖାଇ ଯିବେ ସେ ସିଂଘ ଆଉ ସିଂଘି ।
ଠେକୁଆ କହିଲା ଶୁଣ ସେଥିପାଇଁ ଗୋଟେ ପ୍ଲାନ୍ କରିଛି ତମେ ଶୁଣ ଫୁସ୍ ଫୁସ୍ କରି ଗୋଟେ ପ୍ଲାନ୍ କହିଲା, ଠେକୁଆ ଠେକେରୀ କୁ।
ଠେକେରୀ :- ଶୁଣି କହିଲା ! ଆରେ ବା ଏତ ବଢିଆ କଥା ଟେ କହିଲ ତମେ ମୋ ଠେକୁଆ ରଜା।
ଠେକୁଆ ସେ ପ୍ଲାନ୍ ରେ କଣ କହିଲା ଆସନ୍ତୁ ଆଗକୁ ଦେଖିବା । ଏମିତି ଦିନ ସରିଲା ଆଉ ସଂଧ୍ୟା ହେଲା ସିଂଘ ଆଉ ସିଂଘି ବାହାରି ପଡିଲେ ମାଆ ଘରକୁ ଚନ୍ଦକା ଅଭୟାରଣ୍ୟରେ ଥିବା ମାଙ୍କ ପାଖକୁ ଏମିତି ସମୟ କଟିଲା ରାତି ଯାଇ ସକାଳ ହେଲା ଠେକୁଆ ଯାଇ ଆଗ ଦେଖିଲା ସିଂଘକି ତା ସ୍ତ୍ରୀ ସିଂଘି ନାହାନ୍ତି କେବି ସେ ଗୁମ୍ଫାରେ । ସଙ୍ଗେ ସଙ୍ଗେ ଆସି ଠେକେରୀ କୁ କହିଲା ଆଉ ବାହାରି ପଡ଼ିଲେ ଠେକୁଆ ଆଉ ଠେକେରୀ ଆଉ ଛୁଆ ଗଜୁ ଗଛ କୋରୋଡରୁ ବାହାରି ଗୁମ୍ଫା କୁ ଚାଲି ଚାଲି ଗଲେ ଆଉ ରହିଲେ ।
ଏମିତି କିଛି ଦିନ ବିତି ଚାଲିଲା ,ଠେକୁଆ କୁ ସବୁ ଜଙ୍ଗଲର ଜିବ ଜନ୍ତୁ ମାନେ ଆସି ପ୍ରଂଶନସା କଲେ ଆଉ କହିଲେ ।ଯେ ଯାହା ହେଉ ଠେକୁଆ ଭାଇ ତମେ ସିଂଘର ଗୁମ୍ଫାରେ ଆସି ରହି ପାରିଲ ହେଲେ ଜଙ୍ଗଲ ରେ ଏତେ ଜିବ ଜନ୍ତୁ ଅଛନ୍ତି ହେଲେ କେହି ସାହାସ କରି ପାରନ୍ତି ନାହିଁ ହେଲେ ତମେ କରି ଦେଖେଇ ଦେଲ ଯେ । ତମେ ହେଉଛ ଏ ଜଙ୍ଗଲର ସବୁଠୁ ଚତୁର ଆଉ ବୁଦ୍ଧିଆ ଠେକୁଆ ଭାଇ ।
ଏମିତି କିଛି ଦିନ ଯିବା ପରେ ବର୍ଷା ଦିନ ଆସିଲା ଆଉ ବର୍ଷା ଦିନ ସରି ସରି ଆସିଲା ଠେକୁଆ ଠେକେରୀ ରହି ବହୁ ହସ ଖୁସିରେ ଜୀବନ ଜାପାନ କରି ରହି ଚାଲିଥିଲେ ।
ଏମିତି କିଛି ଦିନ ଚାଲିଲା ଆଉ ସିଂଘ ଚନ୍ଦକା ଜଙ୍ଗରୁ ,ନିଜ ବଡଝର ଜଙ୍ଗଲ କୁ ଫେରି ଆସିଲା ଏକଥା କାଉ ଜାଣି ପାରି ,ବଡ଼ଝର ଜଙ୍ଗଲ ସାରା କା କା କା ହୋଇ କହି ଚାଲିଲା ଯେ ସିଂଘ୍ ଆସୁଛି ସିଂଘ ଆସୁଛି ।
ସବୁ ଜୀବ ଜନ୍ତୁ ସିଂଘ ଆସିବାର ଖବର ପାଇ ସବୁ ଡରିବାରେ ଲାଗିଲେ ଆଉ କିଚିରୀ ମିଚିରୀ ,ଯେ ଯାହା ସ୍ୱୋରେ ବୋବାଇବାକୁ ଲାଗିଲେ ଆଉ ସବୁ ଯେ ଯୁଆଡେ ପାଇଲେ ଦୌଡ଼ା ଦୌଡ଼ି କରିବାରେ ଲାଗିଲେ ।
ସେପଟେ ସିଂଘ ଆସିବାର ଖବର ପାଇ ଠେକେରୀ ଆଉ ଛୁଆ ଗଜୁ ବହୁ ଡରି ଯାଇଛନ୍ତି ଆଉ ତାଙ୍କ ପାଖରେ ଠେକୁଆ ନଥିବା ହେତୁ ଠେକେରୀ ପୁରା ଡରି ଡରି ରହି ଥିଲା ।
ଠେକୁଆ ବୁଲା ବୁଲି କରି କିଛି ସମୟ ପରେ ଆସି ପହଞ୍ଚିଲା ଠେକେରୀ ଆଉ ଚୁଆ ପାଖରେ ।
ସେହି ସମୟରେ ଗୁମ୍ଫା ସମୁଖରେ ସିଂଘ ଆସି ପହଞ୍ଚିଲା ବେଳକୁ ଠେକୁଆ ଆଉ ଠେକେରୀ ପୂର୍ବ ପ୍ଲାନିଙ୍ଗ ଯୋଜନା ଅନୁସାରେ ଠେକେରୀ ଠେକୁଆକୁ କୁହେ ଚିଲେଇ ଚିଲେଇ କହିଲା ହୋଇଓ ଶୁଣୁଚ ମୋ ଚୁଆ କେତେ ଦିନ ହେବ ସିଂଘର ରକ୍ତ ପିଇନି ବୋଲି ମୋ ଚୁଆ କାନ୍ଦୁଛି ,ତମେ ଟିକେ କୋଉ ଗୋଟେ ସିଂଘ କୁ ମାରି ତାର ରକ୍ତ ଆଣି ଆମ ଛୁଆକୁ ଦିଅନ୍ତନୀ।
ଠେକୁଆ ଆଉ ଠେକେରୀ କଥା ସିଂଘ ଆଉ ସିଂଘି ଶୁଣି ପୁରା ଛାନିଆଁ , ସିଂଘ ଭାବିଲା ଯେ ମୋଠୁ ଆଉ କୋଉ ବଡ଼ ଯିବ ବୋଧେ ଏଇ ଗୁମ୍ଫାରେ ଅଛି ବୋଧେ ,ଏଠୁ ଯଥା ଶୀଘ୍ର ପଳେଇ ଗଲେ ଭଲ ହେବ, ଯଥା ଶୀଘ୍ରଉଁ ଯଥା ପରମ୍ କଥା ଭାବି ଚାଲି ଗଲେ ସିଂଘ ଆଉ ସିଂଘି
ଯାଉ ଯାଉ ଅଧା ଜଙ୍ଗଲର ବାଟରେ ପହଞ୍ଚିଲେ ଆଉ ସେହି ବାଟରେ ଗୋଟେ ଶୃଗାଳ ଦେଖା ହେଲା ଆଉ କହିଲା ସିଂଘ ସାହେବ୍ କୁଆଡେ଼ ଏତେ ତର ତର ହୋଇ ଚାଲି ଯାଉଛ।
ସିଂଘ କହିଲା ଆହେ ଶୃଗାଳ ମହାଶୟ କଥା କଣ କି ମୋ ଗୁମ୍ଫାରେ କିଏ ଗୋଟେ ବଡ଼ ଜୀବ ଆସି ରହିଛି ଆଉ ତାଙ୍କ ଛୁଆ କୁଆଡେ ମୋ ରକ୍ତ ପିଇବ ବୋଲି କହୁଛି ।
ସବୁ କଥା ଶୃଗାଳ କହିଲା ଆରେ ସିଂଘ ମହାରାଜ ସେମିତି କେହି ନାହାନ୍ତି ଆମ ଜଙ୍ଗଲରେ ଆଉ ଆପଣଙ୍କ ଗୁମ୍ଫାରେ ସେ ହେଉଛି ଠେକୁଆ ଅଛି ସେହି ଗୁମ୍ଫାରେ ସବୁ ସତ କଥା କହି ଦେଲା ଶୃଗାଳ ସିଂହ କୁ।
ସିଂହ କହିଲା ତମେ ସତ କହୁଚ ନା ମିଛ କହୁଛ,ନା ମୋତେ ମାରିବାକୁ କୋଉ ଉପାୟ କହୁଛ ।
ଶୃଗାଳ କହିଲା ନାହି ହେ ମହାଶୟ ମୁଁ ସତ କହୁଛି, ଯଦି ମିଛ ଲାଗୁଛି ତାହାଲେ ଆପଣଙ୍କ ଲାଞ୍ଜ ସଙ୍ଗେ ମୋ ଲାଞ୍ଜ କୁ ବାଂନ୍ଧିଦିଅନ୍ତୁ । ଏ କଥା ଶୁଣି ସିଂହ ଆଉ ଶୃଗାଳ ଲାଞ୍ଜ ବଂନ୍ଧା ବଂନ୍ଧି ହୋଇ ଗଲେ ଗୁମ୍ଫା ନିକଟକୁ ।
ଶୃଗାଳ ଆଉ ସିଂଘ କୁ ଦେଖି ଶୁଆ ଯାଇ କହିଲା ଠେକୁଆ ଭାଇ ଠେକୁଆ ଭାଇ ଶୃଗାଳ ଆଉ ସିଂହ ଆସୁଛନ୍ତି ଗୁମ୍ଫା ଭିତରକୁ ।ଠେକୁଆ ଶୁଣି କହିଲା ହଉ ଆସନ୍ତୁ ଆସନ୍ତୁ ସେ।
ଯେମିତି ପହଞ୍ଚି ଛନ୍ତି ଶୃଗାଳ ଆଉ ସିଂଘ୍ ଗୁମ୍ଫା ପାଖରେ ଠେକେରୀ ପୁଣି କହିଲା ହଇଓ ଶୁଣୁଚ କେତେ ଥର କହିବି ଯେ ସେ ସିଂହ ରକ୍ତ ଆଣିଲେ ମୋ ପିଲା ପିଇବ ।
ଠେକୁଆ କହିଲା ଓହୋ ମୁଁ ପା ସେ ଶୃଗାଳ କୁ ପଠେଇଛି ସେ ସିଂହ କୁ ଦେଖି ତାକୁ ଧରିକି ଆଣିବାକୁ ଏଇ ତ ଆସୁଥିବେ ବୋଧେ।
ଏ କଥା ସିଂହ ଶୁଣି ଶୃଗାଳ ଉପରେ ରାଗି ଯାଇ ତାକୁ କହିଲା ଯେ ମୋତେ ମାରିବାକୁ ଭଲ ପ୍ଲାନ୍ କରିଛ ଶୃଗାଳ ମହାଶୟ ଏମିତି କହି ଶୃଗାଳ କୁ ଭିଡ଼ି ନେଇଗଲା ଜୋର୍ ରେ ଆଉ ଘୋଷାଡି ଘୋଷାଡି ନେଇ ଗଲା ସିଂଘ, ଯେତେ କହିଲା ଶୃଗାଳ ଯେ ମିଛ କଥା ବୋଲି ମୁଁ କିଛି ଜାଣିନି ସିଂହ ଜମା ଶୁଣିଲାନାହିଁ ଆଉ ସେ ଶୃଗାଳ ମୃତୁ ମୁଖରେ ପଡ଼ି ମରଣ ଶଯ୍ୟାରେ ସୋଇ ରହିଲା ।
ସିଂହ ସେ ବଡ଼ଝର ଜଙ୍ଗଲ ଛାଡ଼ି ସବୁ ଦିନ ପାଇଁ ଚାଲି ଗଲା ଆଉ ସବୁ ଜୀବ ଜନ୍ତୁ ମାନେ ପୁରା ଖୁସି ଖୁସି ରେ ଜୀବନ ଯାପନ କଲେ ଜଙ୍ଗଲ ରେ।ଆଉ ଠେକୁଆ ଏବଂ ଠେକେରୀ ସେହି ଗୁମ୍ଫାରେ ହସ ଖୁସି ରେ ରହିବାକୁ ଲାଗିଲେ ଆଉ ଠେକୁଆ ତା ବଂଶର ଛୋଟ ଛୁଆ ର ପ୍ରତିଶୋଧ ନେଲା ସେ ସିଂହ ପାଖରୁ ଜଙ୍ଗଲରୁ ବାହାର କରି ।
