STORYMIRROR

Eli Mohanty

Others

3  

Eli Mohanty

Others

ଚିତ୍ର ଆଖିର ବାଘ :୧୩

ଚିତ୍ର ଆଖିର ବାଘ :୧୩

1 min
14.8K


ଚୁଲୀ ଜଳୁଛି

ଚହଟୁଛି ନିଆଁ ରଂଗ.....

ଜଳାବାଟ ଫାଙ୍କରୁ

ଉଙ୍କି ମାରୁଛି ବାଘ....

ଯେତେ ପିଠଉ ବାଟିଲେବି

ସେଇ ଖଣ୍ଡିକ ପିଠା....

ପ୍ରାର୍ଥନା ପରି ଝୁ୍ଙ୍କି ପଡୁଛି ନିଃଶ୍ୱାସ...!

କଣିକାଏ ଖୁଦ ଭିତରେ

ଘୂରି ଘୂରି ନୟାନ୍ତ ପୃଥିବୀ ।

ଅଟକିବାର ଯୁ' ନାହିଁ..

ଦୁଆର ଜଗିଛି ବାଘ.....!

ଜାଳ ଖୋଜିବା ବାହାନାଟି

ସାରା ଜଂଗଲକୁ ପିଠିରେ ସାଉଁଟି

ସଞରେ ଘରମୁହାଁ ........

ବାଘର କଣ୍ଟ ଠୁ ବି ବେଶୀ ଭୟଂକର

ପିଠା ବାସ୍ନା.....!!

ଏବେ,

ସନ୍ଧି କି ସର୍ତ୍ତ .....

କେଜାଣି କଣ ଚାହିଁବ ବାଘ....??

ହାରିଯିବା ବି ବେଳେ ବେଳେ

ଖୁବ ଲୋଭନୀୟ

ଯେତେବେଳେ ବାଲିଟିଏର ଷଡଯନ୍ତ୍ର

ଦାନ୍ତକୁ କରେ ରକ୍ତାକ୍ତ ।

ବାଲିର ପିଠା

ଉତ୍କ୍ଷିପ୍ତ ବାଘ.....

ରକ୍ତାକ୍ତ ଚିତ୍କାର ଭିତରୁ

ଲିଭିଯାଉଛି ପିଠାର ମୋହ....!!

ରାତିକ ପାଇଁ ବାଘକୁ ଠକି

ଓଦା ଜାଳ ଓ ଦାନାଏ ଶସ୍ୟର ସାମ୍ରାଜ୍ୟରୁ

ପର ଦିନ ପୁଣି ନିଜକୁ ଖୋଜିବାକୁ

ଦୈାଡୁଛି ଗୋଟିଏ ପିଠା ବାସ୍ନା....!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍