ABADHOOT PANDA

Others

3  

ABADHOOT PANDA

Others

ବୁଦ୍ଧିଆ କୁଆ

ବୁଦ୍ଧିଆ କୁଆ

2 mins
158


ଏକ ପାହାଡ଼ ତଳି ଗାଆଁରେ ଗୋଟିଏ ମାଈ କୋକିଶିଆଳି ରହିଥାଏ l ରାତିରେ ଲୁଚି ଛପି ଶିକାର କରି ପିଲାମାନଙ୍କୁ ପିଲାମାନଙ୍କୁ ଖାଇବାକୁ ଦିଏ l ଅଣ୍ଡିରା କୋକି ଦୂର ଜଙ୍ଗଲ ଭିତରକୁ ଯାଇ ଛୋଟ ଛୋଟ ଜୀବ ଜନ୍ତୁ ଶିକାର କରି ଆଣେ l ସେମାନଙ୍କ ପରିବାର ଏକ ଝଙ୍କାଳିଆ ବରଗଛ ତଳେ ଥିବା ଏକ ସୁଡ଼ଙ୍ଗ ଭିତରେ ରହୁଥିଲେ l


ଦିନେ ଗୋଟିଏ ଗାଡ଼ ଭାଲୁ ବୁଲି ବୁଲି ନିଜ ପରିବାର ରହିବା ପାଇଁ ସୁଡ଼ଙ୍ଗ ଖୋଜୁଥାଏ l କୋକି ଶିଆଳିର ସୁଡ଼ଙ୍ଗ ତା ନଜରରେ ପଡ଼ିଲା l ସେହି ସୁଡ଼ଙ୍ଗ ଦେଖି ଭାଲୁ ମନରେ ଲୋଭ ଆସିଲା l କଳେ ବଳେ କୌଶଳେ ସେଇଟିକୁ ହାତେଇ ବାକୁ ଚାହିଁଲା l ଏ କଥା ଅଣ୍ଡିରା କୋକିକୁ କହିଲା l କିନ୍ତୁ ସେ ରାଜି ହେଲାନି l ଏମିତି କିଛି ଦିନ ବିତିଗଲା l ଭାଲୁ ବୁଦ୍ଧି ଖୋଜୁ ଥାଏ l ହଠାତ ଦିନେ ଦେଖିଲା ଗୋଟିଏ ଚିତା ବାଘ ଶିକାର ନ ମିଳିବାରୁ ମୁହଁ ଶୁଖେଇ ବସିଛି l ଗାଡ଼ ଭାଲୁ ପଚାରିଲା, " କି ଚିତା ଭାଇ ତୁମର ହସକୁରା ମୁହଁଟା କଣ ଆଜି ଭେରେଙ୍ଗା ଦିଶୁଛି l କଣ ହେଲାକି? " ଚିତା ଉତ୍ତର ଦେଲା, " କଣ କରିବି ଭାଲୁ ଭାଇ ଆଜି ବୁଲି ବୁଲି ଥକି ଗଲି l କିନ୍ତୁ ଶିକାର ମିଳିଲାନି l ଗୋଟାଏ ହରିଣ ପଛରେ ଦୌଡ଼ୁ ଥିଲି l ହଠାତ ଗୋଟାଏ ମହାବଳ ବାଘ କୋଉଠି ଥିଲା କେଜାଣି ହଠାତ ବୁଦା ଭିତରୁ ବାହାରି ହରିଣକୁ ଝାମ୍ପି ନେଇ ପଳେଇଲା l ମୁଁ ଭକୁଆ ହେଇ ଚାହିଁଛି l " ତାପରେ ଭାଲୁ କହିଲା, " ବ୍ୟସ୍ତ ହେବା ଦରକାର ନାହିଁ l ମୁଁ ତମ ପାଇଁ ଭଲ କଅଁଳିଆ ଶିକାର ଖୋଜି ରଖିଛି l ମୋ ସାଙ୍ଗରେ ଆସ l ଭଲ ଜଳଖିଆ କାମ ଦବ l "


ଚିତା ବାଘ ପଚାରିଲା, " କି ଶିକାର? " କୋକି ଜବାବ ଦେଲା, " ଚାରିଟା କୋକି ଶିଆଳି ଛୁଆ ଭାରି ଗୁଲୁଗୁଳିଆ l " ଆଛା ଠିକ ଅଛି ଚାଲ " ଚିତା କହିଲା l ଅତି ଭୋକିଲା ଥିବାରୁ ଚିତା ଆସ୍ତେ ଆସ୍ତେ ଭାଲୁ ପଛେ ପଛେ ଚାଲିଲା l ସେମାନଙ୍କ କଥା ବାର୍ତ୍ତା ଗୋଟାଏ କୁଆ ଗଛ ଉପରେ ବସି ଶୁଣୁ ଥାଏ l ସେହି କୁଆ କୋକି ଶିଆଳିର ଘନିଷ୍ଠ ବନ୍ଧୁ l ତେଣୁ ଜଲଦି ଉଡ଼ି ଯାଇ ଖବର ଦେଇଦେଲା l ଏହି ବିପଦ ଜନକ ଖବର ପାଇ କୋକି ତାର ପିଲାଛୁଆଙ୍କୁ ଧରି ଅନ୍ୟ ଜାଗାରେ ଯାଇ ରହିଲା l ସେଇ ଜାଗାଟି କୁଆ ତା ପାଇଁ ଖୋଜି ଦେଲା l


ଏଣେ ଭାଲୁ ଆଉ ଚିତା ବାଘ କୋକି ସୁଡ଼ଙ୍ଗ ନିକଟରେ ପହଞ୍ଚି ଗଲେ l ମାତ୍ର ଗାଡ଼ ଭାଲୁ ସୁଡ଼ଙ୍ଗ ଖୋଜି ଖୋଜି ହାଲିଆ ହୋଇ ଗଲା l ସୁଡ଼ଙ୍ଗ ଭିତର ଖାଲି l ଚିତା ବାଘର ପେଟ ଭୋକରେ ଆଉଟୁ ପାଉଟୁ l ତେଣୁ ସେ ଭାଲୁ ଉପରେ ଭୀଷଣ ରାଗି ଯାଇ କହିଲା," ଭାଲୁ ଭାଇ ତୁ ଗୋଟାଏ ନିହାତି ଠକଙ୍କ ଗୁରୁ l ମୋତେ ମିଛ କହିଲୁ l " ଭାଲୁ ଚିତାକୁ ଯେତେ ବୁଝାଇଲେ ବି ଚିତା ବୁଝିଲାନି l ଦିଜଣଙ୍କ ଭିତରେ ଜୋର ସୋର ଲଢ଼େଇ ଚାଲିଲା l ଦିଜଣଙ୍କ ଦେହରୁ ପିଚ ପିଚ ରକ୍ତ ବୋହିବାକୁ ଲାଗିଲା l ହେଲେ କେହି କାହାକୁ ଛାଡ଼ୁ ନ ଥିଲେ l ଜଣେ ଶିକାରୀ ଲୋକ ସେଇ ବାଟେ ଯାଉଥିଲା l ତାଙ୍କ ଯିବା ପାଇଁ ବାଟ ନଥିଲା l ସେଇ ଗୋଟିଏ ପାଦ ଚଲା ବଣୁଆ ରାସ୍ତା l ପୁଣି ଗାଆଁ ପାଖ l ଶିକାରୀଙ୍କ ଘର ସେଇ ଗାଆଁରେ l ତେଣୁ ନିଜ ଗାଆଁ ବାଲାଙ୍କୁ ବିପଦରୁ ବଞ୍ଚେଇବା ସକାଶେ ସେ ବାଧ୍ୟ ହୋଇ ଭାଲୁ ଓ ଚିତା ବାଘ ଉପରେ ଗୁଳି ଚଳାଇ ଦେଇ ସେମାନଙ୍କୁ ମାରିଦେଲେ l କୁଆର ବୁଦ୍ଧି ଗାଡ଼ ଭାଲୁର ବୁଦ୍ଧିକୁ ଟପିଗଲା l କୁଆ ସାଙ୍ଗର ବୁଦ୍ଧି ବଳରେ କୋକି ଶିଆଳିର ପରିବାର ଶାନ୍ତିରେ ରହିଲେ l 

       **************



Rate this content
Log in