STORYMIRROR

Basanta Kumar Bindhani

Others

3  

Basanta Kumar Bindhani

Others

ବନ୍ଦ୍

ବନ୍ଦ୍

1 min
542

କିଛି ରାଜନେତା, କୁଜିନେତା ଓ ମଦ୍ୟପ ପଛରେ "ମୁଁ" ଅଂଶଗ୍ରହଣ କରିଛି 'ଭାରତ ବନ୍ଦ୍' କୁ ସଫଳ କରିବାକୁ। ମୁଁ..."ମୁଁ" କିଏ?- ମୁଁ ଦିନମଜୁରିଆଟିଏ, ଶ୍ରମିକଟିଏ, କ୍ଷୁଦ୍ର ଚାଷୀଟିଏ ଅବା ଗରିବ ରିକ୍ସାବାଲାଟେ। ସର୍ବପରେ "ମୁଁ"- ଜଣେ ସାଧାରଣ ନାଗରିକ; ଯିଏ ଦୈନନ୍ଦିନର ତେଲ ଲୁଣ ର ଜୀବନ ନିର୍ବାହ ପାଇଁ ସଂଘର୍ଷ କରିଚାଲିଛି, "ମୁଁ" ସମାଜର ହିତରେ ସେବା ଦେଇ ଚାଲିଛି, "ମୁଁ" ଦେଶର ଅର୍ଥନୈତିକ ଉନ୍ନତି ପାଇଁ କର ବି ଭରି ଚାଲିଛି। ରାଜନୀତିର ଫାନ୍ଦରେ ଆଜି "ମୁଁ" ନିରୀହଟିଏ ଅଶଃହାୟ ହୋଇ କୁଟା ଖଣ୍ଡିଏକୁ ଆଶ୍ରା କଲାଭଳି 'ଭାରତ ବନ୍ଦ' ରେ ନିଜକୁ ସାମିଲ୍ କରିଛି; ଗୋଟିଏ ମାତ୍ର ଆଶାରେ...- ଦରଦାମ୍ ହ୍ରାସ ହବ, ମାେ ପରିବାର ଜଞ୍ଜାଳ ଟିକେ ଭଲରେ ଚାଲିବ। 


   ସଞ୍ଜ ନଇଁଆସିଲା। 'ଭାରତ ବନ୍ଦ' ବି ବନ୍ଦ୍ ହୋଇଗଲା। ଭିଡ଼ ମଧ୍ୟରୁ ପ୍ରତ୍ୟେକଟି "ମୁଁ" ନିଜ ନିଜ ଘରକୁ ଫେରିଗଲେ। ଯଦି "ମୁଁ" ଦିନମଜୁରିଆଟିଏ ଅଥବା ରିକ୍ସାବାଲାଟେ ତେବେ ଆଜିର ବନ୍ଦ ଯୋଗୁଁ ମୋର ପକେଟ ଶୁନ୍ୟ । ମୋ ପରିବାର ଖାଇବ କ'ଣ? ଯଦିବା "ମୁଁ" ନିମ୍ନ ମଧ୍ୟବିତ୍ତ କିମ୍ବା ମଧ୍ୟବିତ୍ତ ସାଧାରଣ ନାଗରିକ ଟିଏ, ତେବେ ପେଟରୁ କାଟି ରଖିଥିବା କିଛି ସଂଚୟକୁ ନେଇ ବଜାରକୁ ବାହାରିଯିବି ନିଜର ଗୁଜୁରାଣ ମଣ୍ଟାଇବା କିଛି ଦ୍ରବ୍ୟ କିଣିବା ପାଇଁ। କିନ୍ତୁ ଏ କ'ଣ? ବନ୍ଦ୍ ଯୋଗୁଁ ଯୋଗାଣରେ ବ୍ୟାଘାତ ହୋଇ ସବୁ ଜିନିଷର ଦର ବଢ଼ିଯାଇଛି! "ମୁଁ" ଏବେ ଏହି ସ୍ଵିଳ୍ପ ସଞ୍ଚୟରେ ପିଲାମାନଙ୍କର କ୍ଷ୍ୟୁଧା ଓ ପରିବାରର ଚାହିଦା କିପରି ମେଣ୍ଟାଇବି? ହେଲେ "ଭାରତ ବନ୍ଦ୍" ତ ଦର ଦାମ୍ ହ୍ରାସ ପାଇଁ ହୋଇଥିଲା, ହେଲେ ସବୁ ବିପରୀତ କିପରି ହେଲା?


 ସମୟ ଗତିରେ ପୁଣି ଏକ ନୂତନ କାଲି ଆସିବ। ପୁଣି ସବୁଦିନ ପରି ସଂସାର ସମାନ ଚାଲିବ। ଆଜିର 'ବନ୍ଦ' କ୍ଷୟକ୍ଷତି ର ଭରଣା ବି ମୋ'ପରି ପ୍ରତ୍ୟେକ "ମୁଁ" ଠାରୁ ହିଁ ଭିନ୍ନ ଭିନ୍ନ ରୂପରେ ସରକାର ଓ ବ୍ୟବସ୍ଥା ଦ୍ଵାରା ଆଦାୟ ହବ। ଏବଂ ମୋ ପରି ପ୍ରତ୍ୟେକ "ମୁଁ" ଲାଭ ଓ କ୍ଷତିର ପ୍ରଶ୍ନବାଚୀକୁ ଦେହସୁହା କରିନେବେ। ©ବସଂତ୍


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍