Sukadeva Panda

Others

3  

Sukadeva Panda

Others

ବିଜ୍ଞାନ,ବିଶ୍ୱାସ ଓ ଅନ୍ଧବିଶ୍ୱାସ

ବିଜ୍ଞାନ,ବିଶ୍ୱାସ ଓ ଅନ୍ଧବିଶ୍ୱାସ

5 mins
128


ବିଜ୍ଞାନ ବିଷୟରେ ଜାଣିବା ଆଗରୁ ଆମେ ଶିକ୍ଷା ବିଷୟରେ ଜାଣିବା କାରଣ ବିଜ୍ଞାନ ପାଇଁ ଶିକ୍ଷାର ଆବଶ୍ୟକତା ଅଛି । ଶିକ୍ଷା କୁ ଆମେ ସରଳ ଭାଷା ରେ ଶିଖିବା ବୋଲି ଧରିନେବା କିନ୍ତୁ ଶିକ୍ଷା ଅଧିକ ଶିଖିବାକୁ ବୁଝାଇଥାଏ । ଯାହା ଆମର କାର୍ଯ୍ୟଶୈଳୀ କୁ ମାର୍ଜିତ କରେ ଓ ସମାଜ ଗ୍ରହଣୀୟ ହୋଇଥାଏ । ଅନ୍ୟ ଅର୍ଥରେ ଶିକ୍ଷା ଆମେ ଆମର କାର୍ଯ୍ୟଶୈଳୀରେ କରୁଥିବା ଭୁଲ କୁ ସୁଧାରିବାରେ ସୁଯୋଗ ଦିଏ । ଯେପରି ରାଜା ରଣଜିତ ସିଂହ ଙ୍କ ମୁଣ୍ଡରେ ଯେତେବେଳେ ପଥର ବାଜିଲା ସେତେବେଳେ ବୁଢୀକୁ ରଣଜିତ ସିଂହ ଦେଳୁମୋତେ ମହାଶିକ୍ଷା ବୋଲି କହିଥିଲେ । ବୁଢ଼ୀ ଜଣକ କିନ୍ତୁ ରଣଜିତ ସିଂହ ଙ୍କ ଠାରୁ ଅଧିକ ଶିକ୍ଷିତ ବା ଜ୍ଞାନୀ ମଧ୍ୟ ନଥିଲା ।

ବର୍ତ୍ତମାନ ବିଜ୍ଞାନ ଶିକ୍ଷା ଓ ତାର ବିଭିନ୍ନ ଦିଗ ଉପରେ ଆଲୋଚନା କରିବା । ବିଜ୍ଞାନ ମଧ୍ୟ

 ଦ୍ବି ଅର୍ଥବୋଧକ । ବିଜ୍ଞାନ ଅର୍ଥ ବିଶେଷ ଜ୍ଞାନର ଅଧିକାରୀ ଯିଏ ପ୍ରକୁତ ସତ୍ୟ ଉନ୍ମୋଚନ କରେ , ସେ ଜଣେ ଦାର୍ଶନିକ ଏବଂ ମନରେ ଉଙ୍କି ମାରୁଥିବା ପ୍ରଶ୍ନ ସମୂହର ଉତ୍ତର ସରଳ ଭାବରେ ବୁଝାଇଥାଏ ।ଯେତେଗୁଡ଼ିଏ ପ୍ରାକୃତିକ ପ୍ରକ୍ରିୟା ଚାଲିଛି ତା ସାଧାରଣ ମନୁଷ୍ୟ ମନରେ କୌତୁହଳ ସୃଷ୍ଟି କରେ ଯେପରି ଗୋଟିଏ ଗଛ ରେ ବିଭିନ୍ନ ରଙ୍ଗ ର ଫୁଲ ଏବଂ ଗୋଟିଏ ବସ୍ତୁରେ ଅନେକ ପ୍ରକାର ମୌଳିକର ସମାହାର ଏହା କୌଣସି ଦୈବୀ ଶକ୍ତି ର ଆଶୀର୍ବାଦ ନୁହେଁ । ଏହା ଏକ ନିରନ୍ତର ବିବର୍ତ୍ତନ ପ୍ରକ୍ରିୟାର ଫଳ । ଅନ୍ୟ ଅର୍ଥରେ ବିଜ୍ଞାନ ଅଜ୍ଞାନକୁ ମଧ୍ୟ ବୁଝାଇଥାଏ । ଏଣୁ ରାମାୟଣରେ ଏକ ବିଜ୍ଞାନୀ କୈବର୍ତ୍ତ ଧୋଇଥିଲା ବିଶ୍ୱେ ପତିତ ପାବନ ନାମ ରଖିଲା । ଏଥିରୁ କୈବର୍ତ୍ତ ରାମଚନ୍ଦ୍ରଙ୍କର ଗୋଡ ଧୋଇବାକୁ ଚାହୁଁଥିଲା ବା ରାମଚନ୍ଦ୍ରଙ୍କର ପାଦର ସ୍ପର୍ଶରେ ତାର ଡଙ୍ଗା ନାରୀ ପାଲଟିଯିବାର ଅଜ୍ଞାନତା ଥିଲା ତାହା ସ୍ପଷ୍ଟଭାବରେ ଜଣ ପଡୁନାହିଁ ।

 

ସେ ଯାହାବିହେଉ ଅଜ୍ଞତା ହି ବିଜ୍ଞାନର ମୂଳ ଉତ୍ସ । ଉଦାହରଣ ସ୍ୱରୂପ ଯାଦୁଗର ଯେତେବେଳେ ଯାଦୁଦେଖାଏ ସେଥିରେ ବିଜ୍ଞାନ ନିହିତ ଥାଏ, କିନ୍ତୁ ଆମେ ଆମର ବିଜ୍ଞତା ପ୍ରଦର୍ଶନ ପୂର୍ବକ ଯାଦୁଗର 


ସବୁତାର ସାର୍ଟ ପକେଟରେ ରଖିଥିଲା ବୋଲି ହସର ଉଡେଇଦେବା ଏବଂ ଯାଦୁଗରର ବିଜ୍ଞାନକୁ ମୋଟେ ପ୍ରାଧାନ୍ୟ ଦେବା ନାହିଁ ଏହା ଆମର ଅଜ୍ଞତା ଛଡା ଆଉ କିଛି ନୁହେଁ । ଏହି ଭଳି ଅଜ୍ଞତାକୁ ଆମକୁ ଦୂର କରିବାକୁ ପଡିବ । ବିଜ୍ଞାନର ଦ୍ୱାହି ଦେଇ ଯଦି ଆମେ ସମାଜର ନୀତି , ଆଦର୍ଶ ପ୍ରଥା ଓ ବିଶ୍ୱାସ କୁ ଯଦି ଚକଟି ଦେବା ତାହା ଏକ ସୁସ୍ଥ ସମାଜର କେତେଦୂର ପରିପନ୍ଥୀ ।


ଗୁଣି ଲୋକମାନେ କହନ୍ତି ବିଶ୍ୱାସରେ ବିଷ ଅଛି, ବାସ୍ତବିକ ଥାଇପାରେ , ବିଶ୍ୱାସ ଯୋଗ୍ୟ କଥାକୁ ହିଁ ଆମେ ବିଶ୍ୱାସ କରିବା ଅନ୍ଧବିଶ୍ୱାସ କୁ ନୁହେଁ । ବିଜ୍ଞାନ ଅନେକ ଅନ୍ଧବିଶ୍ୱାସ କୁ ଆଜି ସମାଜଠାରୁ ବହୁଦୂର କୁ ଠେଲି ଦେଇଛି । ପଛରୁ ଡାକିଲେ , ଖୋଲା ବାଲଟି ବା ଗରା ଦେଖିଲେ , ବିଲେଇ ଡେଇଁଲେ ଯାତ୍ରା ବନ୍ଦ କରିବା , ରୋଗ ହେଲେ ଝାଡଫୁଙ୍କ କରିବା , ଡାହାଣୀ ଛଡ଼ାଇବା ଆଦି ଲକ୍ଷଣ ଗୁଡିକ କୁହାଯାଇ ପାରେ ।ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଯାତ୍ରା ରୋକିଦେବା ଓ ଅନ୍ୟକୁ ଗାଳିଦେବା ଏହା ଆଧୁନିକ ସମାଜରେ ଗ୍ରହଣୀୟ ନୁହେଁ ।


ଦେଖାଯାଉଛି ବଡ ବଡ଼ ଡାକ୍ତର , ଇଞ୍ଜିନିଅର, ରାଜନେତା ଶୁଭକାର୍ଯ୍ୟ ପାଇଁ ଭଗବାନଙ୍କର ଦର୍ଶନ କରନ୍ତି ଓ ସୁସ୍ଥ ମନରେ କାର୍ଯ୍ୟ ଆରମ୍ଭ କରନ୍ତି । ବଡ ଅପେରସନ କରିବା ଆଗରୁ ଡାକ୍ତର ଜଣ ଭଗବାନଙ୍କ ଠାରେ ମୁଣ୍ଡ ନୁଆଇଁ ଅପରେସନ ଥିଏଟର ମଧ୍ୟରେ ପ୍ରବେଶ କରନ୍ତି । ତାହା ବୋଲି ଆମେ ଏହାକୁ କହିବା ଦୁର୍ବଳ ମନର ବିକାର ଓ ଅନ୍ଧବିଶ୍ୱାସ କିନ୍ତୁ ଏ ଧାରଣା ଭୁଲ ହୋଇ ଥାଇପାରେ କାରଣ ଏହାଦ୍ୱାରା ମାନସିକ ଏକାଗ୍ରତା ଆସିଥାଏ । ଏବଂ କେବଳ କାର୍ଯ୍ୟ ଉପରେ ମନ ନିବେଶ ରହେ । କିନ୍ତୁ ଯେତେବେଳେ ମନୁଷ୍ୟ ଭଗବାନଙ୍କ ଉପରେ ସମ୍ପୁର୍ଣ୍ଣ ସମର୍ପିତ ହୁଏ ଏବଂ ନିଜ କର୍ମର ଗୁରୁତ୍ୱ କୁ ଅଣଦେଖା କରେ ସେତେବେଳେ ଆମେ ନିଶ୍ଚିତ କହିବା ଏହା ଦୁର୍ବଳ ମନର ବିକାର ।ବର୍ତ୍ତମାନ ସମାଜରେ ତଥା କଥିତ ଅନେକ ବାବାଙ୍କର ଆବିର୍ଭାବ ବଂ ସେମାନଙ୍କର ଅଳ୍ପ ସମୟ ମଧ୍ୟରେ ଲକ୍ଷ୍ୟ ଲକ୍ଷ୍ୟ ଅନୁଗାମୀ ସୃଷ୍ଟି ହେଉଛନ୍ତି । ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ବାବାଙ୍କ ଉପରେ ସମ୍ପୁର୍ଣ୍ଣ ଆସ୍ଥା ରଖନ୍ତି । ଏହା ଉତ୍ତମ ସଭ୍ୟ ସମାଜର ଲକ୍ଷଣ ହୋଇନପାରେ । ଏଣୁ ବିଜ୍ଞାନ ହିଁ ଏକ ମାତ୍ର ଅସ୍ତ୍ର ଅନ୍ଧବିଶ୍ୱାସ , କୁସଂସ୍କାର ଓ କୁପ୍ରଥା ଉପରେ ଭାରି ପଡିପାରେ ।


କେତେକ ପ୍ରଥା ସମାଜରେ ସଂସ୍କାର ଆଣିଦେଇଥାଏ । ଯେତେବେଳେ ସେଗୁଡିକର ସୃଷ୍ଟି ହୋଇଥିଲା ସେତେବେଳେ ବିଜ୍ଞାନ ନଥିଲା, ସୁପ୍ରଥା ଗୁଡିକ ସାମାଜିକ ପରମ୍ପରା ନାଁ ରେ ଧର୍ମ ସହିତ ଯୋଡି ଦିଆ ଯାଇଥିଲା । ଯଦ୍ୱାରା ସାଧାରଣ ଲୋକଙ୍କର ବୁଝିବାରେ ଅସୁବିଧା ନ ହେବ ପାଇଁ ଏବଂ ସେଇ ପ୍ରଥା ଗୁଡିକୁ ବର୍ତ୍ତମାନ ବିଜ୍ଞାନ ମଧ୍ୟ ଗ୍ରହଣ କରୁଛି । ଯଥା ଗୁରୁଜନ ମାନଙ୍କୁ ଭକ୍ତି କରିବା , ପାରିବାରିକ ସମ୍ପର୍କ ରକ୍ଷା କରିବା , ନିଜ ଗୋତ୍ର ରେ ବାହା ନ ଦେବା , ଘରକୁ ପ୍ରବେଶ ପୂର୍ବରୁ ବାହାରେ ଜୋତା ରଖିବା , ପ୍ରତ୍ୟୋକ ଘରେ ଠାକୁର ଘର ରଖିବା , ଗ୍ରାମରେ ଗ୍ରାମଦେବୀ ଙ୍କୁ ପୂଜା କରିବା , ପୂଜା ଦିନ ଉପବାସ ରହିବ , ନଖ ରାତିରେ ନ କାଟିବା , ରାତିରେ ହୁଇସିଲ ନ ମାରିବା , ଅନ୍ଧାରରେ ନ ଖାଇବା ,ଗୁରୁ ଶିଷ୍ୟ ସମ୍ପର୍କ ବଜାୟ ରଖିବା , ଦୁଃଖୀ ରଙ୍କୀଙ୍କ ଦାନ କରିବା କିମ୍ବା ମନ୍ଦିର ମସଜିଦ ଖୋଲିବା , ପୂର୍ବ ପୁରୁଷ ମାନଙ୍କୁ ମନେପକେଇବା ସେମାନଙ୍କର ଶ୍ରାଦ୍ଧ ଦେବା , ମୃତ ବ୍ୟକ୍ତିଙ୍କୁ ସମ୍ମାନର ସହ ବିଦା ଦେବା , ଇତ୍ୟାଦି ପରମ୍ପରା ଗୁଡିକ ବର୍ତ୍ତମାନ ମଧ୍ୟ ସମାଜକୁ ଉନ୍ନତ ଓ ରୁଦ୍ଧିମନ୍ତ କରି ଗଢି ତୋଳିଛି । ଏ ସମସ୍ତ ପରମ୍ପରା ବିଶେଷତଃ ପରିବାର ମଧ୍ୟରେ ପାଳନ କରାଯାଇଥାଏ । ପରିବାର ଏକ ଅନନ୍ୟ ସଂସ୍ଥା । ଏହାର ବିକଳ୍ପ ନାହିଁ । ରାମାୟଣ ଓ ମହାଭାରତ ରେ ପାରିବାରିକ ସମ୍ପର୍କ ଉପରେ ପର୍ଯ୍ୟବେଷିତ କଥାବସ୍ତୁ ଆଜି ଆମକୁ ପଥ ପ୍ରଦର୍ଶନ କରୁଛି । ରାମଙ୍କର ପିତୃସତ୍ୟ ପାଳନ , ଶ୍ରବଣକୁମାରଙ୍କର ପିତୃ ମାତୃ ଭକ୍ତି ଆଜି ଆମ ପାଇଁ ପ୍ରେରଣାର ଉତ୍ସ । କିନ୍ତୁ ଆମର ଯୌଥ ପରିବାର ବର୍ତ୍ତମାନ ସଙ୍କୁଚିତ ହେବାକୁ ଯାଉଛି । ବର୍ତ୍ତମାନ ପରିବାର ପିତୃ କେନ୍ଦ୍ରିକ ବା ମାତୃ କେନ୍ଦ୍ରିକ ନୁହଁ । ଯାହାର ଉପାର୍ଜନ ଅଧିକ ସେ ନିଜକୁ ପରିବାର ମୁଖ୍ୟ ମାନେ କରୁଛି । ଛୋଟ ପରିବାର ସୁଖୀ ପରିବାର ନାରା କୁ ଆପଣେଇ ପିତାମାତାଙ୍କୁ ଅନ୍ୟ ବୟସ୍କ ମାନଙ୍କୁ ପରିବାର ଠାରୁ ଦୁରେଇ ଦେବାକୁ ଚେଷ୍ଟା ଚାଲିଛି ।


ଆଜିକାଲି ଯାନିଯାତ୍ରା , ନାଟ କୀର୍ତ୍ତନ , ଟିଭି ସିରିଏଲ ସାମାଜିକ ପରମ୍ପରା ର ନିଦର୍ଶନ ବଦଳରେ ବିକୃତ ମାନସିକତାର ନିଦର୍ଶନ ମିଳୁଛି । ଏବଂ ସେଗୁଡିକ ଦିନକୁଦିନ ଲୋକପ୍ରିୟ ହେବାକୁ ଯାଉଛି । ପରିବାରରେ ଏକାଠି ବସି ସିରିଏଲ ଟିଏ ଦେଖିବା ବା ଯାତ୍ରା ଦେଖିବା ଆଉ ସମ୍ଭବ ହେଉନାହିଁ । ପୂର୍ବପୁରୁଷ ମାନଙ୍କର ନୀତି ଆଦର୍ଶ , ସ୍ୱାଧୀନତା ସଂଗ୍ରାମୀ ମାନଙ୍କର ତ୍ୟାଗ ଓ ବଳିଦାନ ଆଜିକାଲ ପୁରାଣର କାହାଣୀ ପରି ମାନେ ହେଉଛି । ଏହାକୁ ଗ୍ରହଣ କରିବା ଯୁବ ପିଢ଼ି ମାନଙ୍କର ଆଗ୍ରହ ନାହିଁ । ସେ ଯାହାବି ହେଉ ପୁରାତନ ସୁସ୍ଥ ପରମ୍ପରା ଯାହା ସମାଜକୁ ଏକତା ସୂତ୍ରରେ ବାନ୍ଧି ରଖିଛି ତାକୁ ବଜାୟ ରଖିବାକୁ ପଡିବ । ପରିବାର ଉପରେ ଜୋର ଦେବାକୁ ପଡିବ । ଯେଉଁଦିନ ବିଶ୍ୱରୁ ପାରିବାରିକ ସମ୍ପର୍କ ଲୋପ ପାଇଯିବ , ମନୁଷ୍ୟ ମନରେ ବିକୃତ ମାନସିକତା ଦେଖାଦେବ । ସେତେବେଳେ ଜାତିବାଦ , ଗୋଷ୍ଟିବାଦ, ଧର୍ମବାଦ ଇତ୍ୟାଦି ବିକୃତ ଓ ବିବତ୍ସ ରୂପ ଧାରଣ କରିବ । ମନୁଷ୍ୟ ବ୍ୟକ୍ତି କେଦ୍ରିକ ହୋଇଯିବ । ଭୁଲ ଠିକ ବାଛିବାର କ୍ଷମତା ହରାଇ ବସିବ ଓ ଅନ୍ୟ ଦ୍ୱାରା ପରିଚାଳିତ ହେବ । ଏବଂ ଏକ ବିକୃତ ସମାଜ ସୃଷ୍ଟି କରିବ ।


ପରିବାର ରୁ ସୁସ୍ଥ ସମାଜର ସୃଷ୍ଟି , ଯଦି ପରିବାର ବଞ୍ଚି ନାହିଁ ସୁସ୍ଥ ସମାଜ ଆସିବା କୁଆଡୁ । ଏହା ମଧ୍ୟ ହୋଇପାରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (A .I ) ର ସାହାଯ୍ୟରେ ମନୁଷ୍ୟ ମାନସ ପୁତ୍ର ତିଆରି କରିପାରେ ଯେଉଁ ଯନ୍ତ୍ର ନିଜର ଆଦେଶ ମୁତାବକ କାମ କରିଥାଏ । ଯାଦ୍ୱାରା ସମାଜ ଧ୍ବଂସ ମୁଖ କୁ ଚାଲିଯିବା । ଏଥିପାଇଁ ଆମେ ବିଜ୍ଞାନକୁ ଦେଇ କରିପାରିବା ନାହିଁ । ସଭ୍ୟ ସମାଜ ମନ୍ତ୍ର ପରେ ତନ୍ତ୍ର ଓ ତାପରେ ଯନ୍ତ୍ର ଯୁଗରେ ପଦାର୍ପଣ କରିଛି । ଯନ୍ତ୍ର ର ଅପବ୍ୟବହାର ମନୁଷ୍ୟ ସମାଜକୁ ଧ୍ବଂସ ମୁଖ କୁ ଟାଣିନେଇପାରେ । ସମୟ ଦିନ ବାରଟା ପରେ ରାତି ବାରଟା ଆସିବା ନିଶ୍ଚିତ । ଆଲୋକ ପରେ ଅନ୍ଧାର ଆସିବା ନିଶ୍ଚିତ । ଏଣୁ ଆମକୁ ସତର୍କ ହେବାକୁ ପଡିବ । ବାଡ଼ି ଏକ ଅନ୍ଧର ଲଉଡ଼ି ହୋଇପାରେ ଏବଂ ଦୁଷ୍ଟ ଲୋକ ର ଅସ୍ତ ମଧ୍ୟ ହୋଇପାରେ ସେଥିପାଇଁ ବାଡ଼ି ଦାୟୀ ନୁହେଁ । ବାଡ଼ି କୁ ଯିଏ ରଖିଛି ସିଏଦାୟୀ । ଏଣୁ ବୈଜ୍ଞାନିକ ତଥ୍ୟ କୁ ଆଧାର କରି ପରମ୍ପରା ଓ ସଂସ୍କୃତିକୁ ବିଶ୍ୱାସ କରିବା ଏବଂ ଯାହା ଅନ୍ଧ ବିଶ୍ୱାସ ଯଥା ଶିଶୁ ବିବାହ ଓ ସତୀ ଦାହ ପ୍ରଥା ଆଦିକୁ ତ୍ୟାଗ କରିବା ।






Rate this content
Log in