STORYMIRROR

Sumitra Nayak

Children Stories Classics Inspirational

3  

Sumitra Nayak

Children Stories Classics Inspirational

"ବିଦ୍ୟାଳୟ ରୁ ପ୍ରେମ"

"ବିଦ୍ୟାଳୟ ରୁ ପ୍ରେମ"

6 mins
232

ବିଷାଦ ପୂର୍ଣ୍ଣ ଭାବରେ ସେଦିନ " ଅଚିନ୍ତ୍ୟ" ମଉସା ବାପାଙ୍କ ପାଖକୁ ଆସିଥିଲେ। ଦୁର୍ଭାଗ୍ଯ ବସତଃ ବାପା ଘରେ ନଥିଲେ। ମଉସାଙ୍କୁ ମୁଁ ଚୌକି ରେ ବସିବାକୁ କହି ଚୌକି ଟେ ଦେଲି। ମଉସା ବସିଲେ । ମଉସାଙ୍କ ମୁଖ ମଣ୍ଡଳରୁ ସମ୍ପୂର୍ଣ୍ଣ ଜ୍ଞାତ ହେଇଯାଉଥିଲା କି......ମଉସା କୌଣସି ନା କୌଣସି କାରଣରୁ ଅନ୍ତରରୁ ଭାଙ୍ଗି ପଡିଛନ୍ତି ...... !! ମୁଁ ପାଣି ପାତ୍ରରେ ମଉସାଙ୍କୁ ମୃଦଜଳ ପାତ୍ରେ ବଢେଇ ଦେଲି। ମଉସା ଜଳପାନ ପରେ ଆତ୍ମ ସନ୍ତୋଷ ଜନକ ଏକ ଦୀର୍ଘ ନିଶ୍ଵାସ ଟେ ଛାଡି ପଚାରିଲେ...... ରେ ମା.... ବାପା କୁଆଡେ ଯାଇଛନ୍ତି କି....? ଆଉ ତୁ କିପରି ଅଛୁ.....?ମୁଁ:- .... ହଁ ମଉସା ମୁଁ ବହୁତ୍ ଭଲ ଅଛି..। ବାପା ଏଇ ବଜାର କୁ ଯାଇଛନ୍ତି।

       ଆପଣ ଏତେ ଉଦାସ କାହିଁକି ଅଛନ୍ତି ଯେ....? କିଛି କଥା ଅଛି ଯଦି କୁହନ୍ତୁ ମୁଁ ବାପାଙ୍କୁ ଜାଣଇ ଦେବି।

ବିଷାଦଭର ମଉସା ସ୍ମିତ ହାସ୍ୟେ କହିଲେ ମା ରେ ଏ କି ଅଜବ ପ୍ରକାରର ଦୁନିଆ..! ଆଜି କାଲି ପିଲାଙ୍କର ସ୍ଵତନ୍ତ୍ର ଚିନ୍ତା - ଚେତନା ଏତେ ଅନନ୍ୟ ଆଉ ନୀଚ୍ଚ ଗାମୀ ଯେ, ସେ ସବୁ ଦେଖି ମୁଁ ଏକଦମ୍ ମ୍ରିୟମାଣ ରେ ମା...! ତୁ ମଧ୍ଯ ଏହି ଉନ୍ନତ ପୀଢ଼ିର ଝିଅ ଟେ। ତୋ ସଂସ୍କାର, ଆଚାର, ବ୍ୟବହାର, ଓ ସମ୍ମାନ ଦେଖିଲେ ଯେ କେହିବି ମନୁଷ୍ୟ ଆତ୍ମ ବିଭୋର ହୋଇଯିବ। କିନ୍ତୁ ବଡ ଦୁଃଖର ବାର୍ତ୍ତା...... ଯାହା ମୋ ଝିଅ ମୋତେ କ୍ଷଣେ କ୍ଷଣେ ଘାତ କରି ଚାଲିଛି...!

            ଏମିତି ରେ ମୋର ସଂସ୍କାର, ପରିବେଶ, ଶିକ୍ଷା ଦବାରେ ବୋଧହୁଏ କୋଉଠି ନା କୋଉଠି ତ୍ରୁଟି ରହିଯାଇଛି ରେ ମା.....! (ବିଷାଦ ପୂର୍ଣ୍ଣ ରେ ମୁହଁ କୁ ତଳକୁ ହାଣି ଦେଲେ )। ମଉସା କଣ ହୋଇଛି ଆପଣ "ରିୟା" ବିଷୟ ରେ କହୁ ନାହାନ୍ତି ତ...?ତାର କିଛି ପିଲାଳିଆମି ଆପଣ ଙ୍କୁ କଷ୍ଟ ଦେଇଛି ବୋଧହୁଏ। ଆପଣ ଙ୍କୁ ଏତେ ଭାଙ୍ଗି ପଡିବାର ପ୍ରଥମେ କେବେ ଦେଖିନି ମୁଁ। ମଉସା ରିୟା ତ ଏବେ ଛୋଟ ପିଲା କହିଲେ ଚଳେ। ସେ ତ ଅଷ୍ଟମ ଶ୍ରେଣୀ ରେ ଅଧ୍ୟୟନ କରୁଛି ଏତେ ଛୋଟ ଛୁଆ ସେ ତାର ଅଜଣାତରେ କିଛି ଭୁଲ୍ ବସତଃ ଭୁଲ୍ କରିଦେଇଥିବ। ଆପଣ ତାର ଏତେ ସବୁ ଛୋଟ ଛୋଟ ଭୁଲ୍ କୁ ଧରିକି ବସନ୍ତୁ ନାହିଁ କି ମନ କଷ୍ଟ କରନ୍ତୁ ନାହିଁ..।

           ନା ରେ ମା "ସୁମିତ୍ରା".....! ଏଇଟା ଛୋଟ କଥା କିଛି ହୋଇଥିଲେ ମୁଁ ମନ କଷ୍ଟ କରିନଥାନ୍ତି। ଏଇଟା ସେହିପରି ବଡ ଧରଣର ଶୋଚନୀୟ ଓ ଜଟିଳ କଥା ରେ ମା । ମଉସା ଏ କଣ କହୁଛନ୍ତି ଆପଣ, କଣ ସବୁ ହୋଇଛି ?କଣ ମୋତେ କଥା ଟା ସମ୍ପୂର୍ଣ୍ଣ ଖୋଲି କି କୁହନ୍ତୁ..। ମୁଁ ଜାଣିବାକୁ ଚାହୁଁଛି ରିୟା କଣ କରିଛି...? ଏମିତି କି ଯାହା ଶୋଚନୀୟ ଓ ଜଟିଳ ଆପଣ ଙ୍କ ପାଇଁ.....! ଦେଖ୍ ମା ତୁ ଆସିକି ୩ ଦ୍ଵିତୀୟ ବର୍ଷ ରେ ଅଧ୍ୟୟନ କରିଲୁଣ କିନ୍ତୁ ତୋ ବାପା ଙ୍କ ସମ୍ମାନ ରେ କ୍ଷତି ପହଞ୍ଚିଲା ଭଳି କିଛି ଭି ଛୋଟ ମୋଟ ଭୁଲ୍ କରିନାହୁଁ। ସେ ଭଲପାଇବା ହେଉ କିମ୍ବା ଅନ୍ୟ ଯେ କୌଣସି କାର୍ଯ୍ୟ ହେଉ। କିନ୍ତୁ ରିୟା ଅଷ୍ଟମ ରେ ପଢୁଛି ହେଲେ ସେ ତା ବିଦ୍ୟାଳୟ ର ଜଣେ ଦଶମ ଶ୍ରେଣୀ ର ପୁଅ ପ୍ରେମ କରି ବସିଛି ! ଏ ମୋ ପାଇଁ ଗୋଟେ ଦୁଃଖଦ ପୂର୍ଣ୍ଣ କଥାରେ ମା। ଯୋଉ ସମୟ ନିଜକୁ ଗଢି ତୋଳିବା ର ବୟସ, ନିଜ ସ୍ଵପ୍ନ କୁ ସାକାର କରିବାର ପ୍ରୟାସ ର ସମୟ, ସେ ଏହି ସମୟ ରେ ପ୍ରେମ କରୁଛି। ପ୍ରେମ ଯେ ଭୁଲ୍ ମୁଁ ପ୍ରେମ ର ବିରୋଧୀ ତାହା ନୁହେ। କିନ୍ତୁ ସ୍ଵତନ୍ତ୍ର ସମୟ, ସ୍ଥିତି ପରିସ୍ଥିତି ଅଛି। କିନ୍ତୁ ଏବେ ସେ ସମୟ ନୁହେ। ସେ ପୁଅ ଅବଶ୍ୟ ରିୟା କୁ ତା ଜାଲ ରେ ଫଶେଇ ଚାଲିଛି। କିନ୍ତୁ ରିୟା ମଧ୍ୟ ଏ ସବୁକୁ ନାହିଁ କରି, ମୁଣ୍ଡରୁ ଏ ପରି କଳୁଷିତ ଚିନ୍ତା ବାହାର କରିବାର ଥିଲା..। କିନ୍ତୁ ରିୟା ଆଜି ସେ ପିଲା ସହ ଫୋନ୍ ରେ କଥା ହବା ସମୟ ରେ ମୁଁ ଜାଣିନେଲି। ଆଉ ସେ ଫୋନ୍ କୁ ଛଡେଇ ଆଣି ଗୋଟେ ଶକ୍ତ ଚାପୁଡ଼ା ଟେ ମାରିଲି। ଆଉ ସେ ମୋ ମୁହଁ ଉପରେ ଜାବାବ ଦେଇ କହିଲା ମୁଁ ସେଇ ପିଲା କୁ ଭଲ ପାଉଛି ଆଉ ତାକୁ ହିଁ ବିବାହ କରିବି। (ଅଶ୍ରୁ ର ଧାର ଝରି ପଡୁଥାଏ) । ମଉସା ଏ କଣ ହେଉଛି ଆପଣ କାନ୍ଦୁଛନ୍ତି ! ଏଇଟା ଠିକ୍ କରୁନାହାନ୍ତି ଆପଣ । (ଏହା କହି ମୁଁ ମଧ୍ୟ କାନ୍ଦି ପକାଏ। କିଏ ବା ଝିଅ ଗୋଟେ ପିତା ଆଖିର ଲୁହ ଦେଖି ସହି ପାରିବ...) । ମଉସା ଏ ସବୁ କୁ ନେଇ ଦୁଃଖ ପ୍ରକାଶ କରିବା ଛାଡନ୍ତୁ। ଉପାୟ ତ ଭାବ..। ରିୟା ମୋ ଛୋଟ ଭଉଣୀ ଯାହା କୁ ମୁଁ ଅତ୍ୟନ୍ତ ହୃଦୟରୁ ସ୍ନେହ କରେ। ତାର ପିଲାଳିଆମୀ ବୁଦ୍ଧି କୁ ଠିକ୍ ରାସ୍ତା କୁ ଆଣିବା ମୋ ଦାୟିତ୍ଵ। ଆପଣ ତା ସହ ଭଲ ବ୍ୟବହାର କରିବେ ତା ମନରେ କଷ୍ଟ ହେଲା ପରି କିଛି କହିବେ ନାହିଁ । ହଁ... ରେ ମା ମୁଁ ତା ଉପରେ କେବେ ହାତ ଉଠେଇନି ଆଜି ପ୍ରଥମେ ତାକୁ ଶକ୍ତ ଚାପୁଡ଼ା ଟେ ମାରିଛି ମୋ ମନ ମଧ୍ୟ ଅତ୍ୟନ୍ତ କଷ୍ଟ ହେଉଛି ରେ ମା। ଏମିତି ରେ ମୁଁ ତାକୁ ଆଗରୁ ଅନେକେ ଥର ବୁଝିବା ପାଇଁ ଚେଷ୍ଟା କରିଛି କିନ୍ତୁ ସେ ଛୋଟ ପିଲା ହୋଇ ମଧ୍ଯ ତାର ଏପରି ବଦ କାର୍ଯ୍ୟ କୁ ମୁଁ ସହ୍ୟ କରିପାରୁନାହିଁ ରେ ମା। ଆଜି ତ ସେ ପୁଣି ସୀମା ପାର କରିଦେଲା। ଫୋନ୍ ଆଣିକି ସେ ପିଲା ଠାରୁ ଲୁଚେଇକି ରଖିକି କଥା ହେଉଅଛି। ତୁ ତ ଜାଣିଛୁ ମା....... ରିୟା ମୋର ଜୀବନ ମୋର ଆଉ କେହି ପୁଅ କି ଝିଅ ନାହାନ୍ତି। ମୁଁ ତାକୁ ପାଠ ପଢ଼େଇ ସମାଜ ରେ ଗୋଟେ ଉଦାହରଣ ସୃଷ୍ଠି କରେଇବି ଭାବୁଥିଲି। କିନ୍ତୁ ସେ ସବୁ ସ୍ଵପ୍ନ ମୋର ଭାଙ୍ଗି ଚୁର୍ ମାର କରିଦେଲା। ମୋ ରିୟା ମୋ ଝିଅ ରିୟା ଏମିତି ହେଇଯିବ କେବେ ସୁଦ୍ଧା ଭୁଲ୍ ବଶତଃ ମଧ୍ୟ ଭାବି ନାହିଁ। ମୋ ସଂସ୍କାର ଓ ଶିକ୍ଷା ଦବା ରେ ହିଁ ଭୁଲ ରହିଛି। ନହେଲେ ସେ ଏମିତି କଦା କ୍ଵଚିତ୍ ହୋଇନଥାନ୍ତା।

         ନାହିଁ ମଉସା ଆପଣ ଙ୍କ ଭାବିବା ଭୁଲ୍। ଆପଣ ଏତେ ଭଲ ଆଉ ସଂସ୍କାରୀ , ମାଉସୀ ତ ବହୁତ୍ ନୀରହ ଆଉ ସରଳ ମଧ୍ୟ। ରିୟା ଆପଣ ଙ୍କ ଭୁଲ୍ ପାଇଁ ଏ ଶିକ୍ଷା କେବେ ପାଇନଥିବ। ତୁମ ଚାରିପାଖ ପରିବେଶ ବୋଧେ ସେମିତି କିଛି ଥିବ ଯାହା ଦ୍ଵରା ତାର ପ୍ରଭାବ ରିୟା ଉପରେ ପଢିଛି। ଯେମିତିକି ଗୋଟେ ପିଲା ସେ ତା ପରିବାର, ପରିବେଶ, ସମାଜ, ବିଦ୍ୟାଳୟ, ସାଙ୍ଗ-ସାଥୀ ଓ ତା ପିତା, ମାତା, ସମସ୍ତ ଙ୍କ ଠାରୁ କିଛି ନା କିଛି ଶିକ୍ଷା ଗ୍ରହଣ କରୁଥିବ। ଏହାର ଅର୍ଥ ଆପଣଙ୍କ ତ୍ରୁଟି ପାଇଁ ନୁହେ। ସେ ଅନ୍ୟ କାହା ପ୍ରଭାବରେ ପ୍ରଭାବିତ ହୋଇଥିବ। ହଁ ରେ ମା ଆମ ପଡ଼ୋଶୀ ରେ ମଧ୍ୟ ଛୁଆ ଗୁଡାକ ଏ ସବୁ କଥା ଉପରେ ଅଧିକ ଗୁରୁତ୍ୱ ଦିଅନ୍ତି। ବୋଧେ ମୋ ଚାରିପାଖ ପରିବେଶ ରୁ ହିଁ ସେ ଏମିତି ହୋଇଯାଇଛି। ମୁଁ ରିୟା ର ପ୍ରଧାନ ଶିକ୍ଷକଙ୍କ ଠୁ ବୁଝିଲି ରିୟା ର ବିଦ୍ୟାଳୟ ରେ ବାର୍ତ୍ତାଳାପ, ବ୍ୟବହାର, ଚାଲିଚଳନ କିପରି ରହୁଛି........? ତାଙ୍କ ପ୍ରଧାନ ଶିକ୍ଷକ ମଧ୍ୟ ମୋତେ ଗୋଟେ କଥା କହିଲେ ରେ ମା...!! ସେ ଦୁଷ୍ଟ ପିଲା ଙ୍କ ସହ ପଡି ଦିଗହରା ହେଉଛି ତୁମେ ତାକୁ ରାସ୍ତାକୁ ଆଣ। ଏହା ଶୁଣି ତ ମୁଁ ସମ୍ପୂର୍ଣ୍ଣ ମ୍ରିୟମାଣ ଆଉ ଭାଙ୍ଗି ପଡ଼ିଛି। ମଉସା ତୁମେ ମନ କଷ୍ଟ କରନାହିଁ ରିୟା କୁ ମୋ ପାଖରେ କିଛି ଦିନ ଛାଡିଦିଅ ମୁଁ ତାର ଯତ୍ନ ନେବି। ସେ ଅସୁବିଧାରୁ ମୁଁ ତାକୁ ବାହାରକୁ ଆଣିବା ପାଇଁ ଚେଷ୍ଟା କରିବି। ହଉ ରେ ମା ମୁଁ ଆଣି ତୋ ପାଖରେ ଛାଡି ଦେଇକି ଯିବି। ଏବେ ମୁଁ ଘରକୁ ଯାଉଛି "ମହେଶ୍" ଏ ଯାଏଁ ମଧ୍ୟ ଫେରିଲା ନାହିଁ। ଆଉ ଅପେକ୍ଷା ବି କରିହେବନି ବିଳମ୍ବ ହୋଇଆସିଲାଣି।

   

        (ପରବର୍ତ୍ତୀ ଦିନ ରିୟା ଉଚ୍ଚ ସ୍ଵରରେ ଦିଦି ଡାକିକି କୁଣ୍ଢାଇ ପକାଇଲା)

        ଆରେ ମୋ ହିରୋଇନ ଆସିଗଲୁ।( ଏହା କହି ଏତେ ଦିନ ପରେ ଦେଖିକି ମୁଁ ମଧ୍ୟ ତାକୁ ଗେଲ କରି ପକାଏ) ଆସେ ଭିତରକୁ ଆସେ..... ମାଉସ ଆପଣ ମଧ୍ୟ ଆସନ୍ତୁ...। ନା.... ରେ.... ମା ଏ.. ପାଗିଳି କୁ ଛାଡିବା ପାଇଁ ଆସିଥିଲି। ତତେ ଲାଗିଲା ମୋର ସେପଟେ କେତେ କାମ। ମୋର କାର୍ଯ୍ୟାଳୟ କୁ ଯିବାକୁ ବିଳମ୍ବ ହେଇଗଲାଣି ଆଉ କେବେ ଆସିବି ରେ ମା। ଆଜ୍ଞା ମଉସା...... । 

          ରିୟା ର ମୋର ରାତ୍ରି ର ଶୋଇବା ସମୟ ରେ ତାର ପ୍ରେମ ବିଷୟ ରେ ମୁଁ ପଚାରିଲି...। ଆଉ ସେ ମଧ୍ୟ ନିର୍ଭୟରେ ସବୁ ସାଙ୍ଗ ପରି କହିଦେଲା। ମୁଁ ବୁଝାଇବା ପାଇଁ ଚେଷ୍ଟା କରିଲି ଦେଖ୍ ତୁ ଏବେ ମଧ୍ୟ ଛୋଟ ଏ ସବୁ କୁ ପ୍ରେମ କୁହଯାଏନା... ।ଏସବୁ ଗୋଟେ ପ୍ରକାରର ପିଲାଳିଆମୀ। ଗୋଟେ ପ୍ରକାରର ଆକର୍ଷଣ। ଏ ବୟସ ରେ ତତେ ସବୁ କିଛି ଭଲ ହିଁ ଲାଗିବ। କିଏ ପୁଅ ଯଦି ତତେ ଟିକେ ଅନେଇକି ହସିଦେଲା। ତାହେଲେ ତତେ ସେ ସବୁ ଭଲ ହିଁ ଲାଗିବ। କିନ୍ତୁ ତୁ ତୋ ଭାବିବା ଶକ୍ତି କୁ ନିଜ ଆୟତ ରେ ରଖିବା କଥା। ତୋ ଜୀବନର ଲକ୍ଷ୍ୟ କୁ ତୋ ସ୍ଵପ୍ନକୁ ସାକାର କରିବା ପାଇଁ ପ୍ରୟାସ କରିବା କଥା। ମଉସା, ମାଉସୀଙ୍କ କଥା ଭାବିବା କଥା। ଏ ସବୁ କାହା ବୁଦ୍ଧି ରେ କରୁଛୁ ତୁ। ନାହିଁ ଦିଦି ସେ ପିଲା ମତେ ବହୁତ୍ ହି ଭଲପାଉଛି। ଆଉ ମୁଁ ମଧ୍ୟ। ଆଉ ମୁଁ ତାକୁ ହିଁ ବିବାହ କରିବି। ଆରେ ତୁ ଛୋଟ ପିଲା ତୋ ମୁଣ୍ଡ ରେ ୟାଡ଼ୁ ସ୍ୟାଡୁ ଚିନ୍ତା ଧାରା କିଏ ଭର୍ତି କରିଛି....?? ତୁ ପାଠ ଉପରେ ଧ୍ୟାନ ଦେବା ଦରକାର। ଦିଦି ବାପା ମୋତେ ବିଦ୍ୟାଳୟ କୁ ଛାଡୁନାହାନ୍ତି କି ଟିଉସନ୍ କୁ ମଧ୍ୟ ଛାଡୁ ନାହାନ୍ତି। ଏମିତି ରେ ମୁଁ ଘରେ କଣ କରିବି ? ମୁଁ ଯେତେ ବୁଝେଇଲେ ମଧ୍ୟ ତା ପିଲାଳିଆମୀ ଜିଦି ଛାଡିଲାନି। ପରେ ଘରକୁ ଗଲା ପରେ ମଉସା ତା ହରକତ ଦେଖିକି ତାକୁ ଜଗିକି ରଖିଲେ। ସେ କିଛି ଭୁଲ୍ ପଦକ୍ଷେପମାନ ନେବନାହିଁ ତ ? ବିଦ୍ୟାଳୟ ଯିବା, ପାଠ ପଢା ମଧ୍ୟ ବନ୍ଦ କରିଦେଲେ।ଦୁଇବର୍ଷ ପରେ ରିୟା ଏ ସବୁ ରୁ ବାହାରକୁ ଯିବାକୁ ଚାହିଁଥିଲା। ତା ସାଙ୍ଗ ତନୁ ମାଧ୍ୟମରେ ଫୋନ୍ ଆଣିକି ପୁନଶ୍ଚ କଥା ହୁଏ । ମିଛରେ ସେ ପିଲା କୁ ଭୁଲିଯିବା ର ବାହାନା କରି ମଉସା ଙ୍କୁ ବିଶ୍ବାସ ଦେଇ ଦେଲା କି ସେ ପିଲା କୁ ସେ ଭୁଲିଯାଇଛି ବୋଲି । ମଉସା ବିଶ୍ଵାସ ର ସହ ସେଦିନ ତାଙ୍କ ଗାଁ ର ମେଳା କୁ ଛାଡିଥିଲେ। ପରେ ରିୟା ସେ ପିଲା ସହ ପଳେଇଲା..। ଏତେ ଛୋଟ ବେଳୁ ଏପରି ଚିନ୍ତା ଧାରା ଆସିବା ରେ ଦାୟୀ କିଏ.... ।

       ପରିବାର ନା ପରିବେଶ, ସାଙ୍ଗ, ସାଥୀ ନା ସେ ବାପା, ମା, ଯିଏ ଚାହେଁ କି ତା ସନ୍ତାନ ଏ ସାମାଜ ରେ ନା କରୁ ନିଜର ନା ସହ ପିତା ମାତା ଙ୍କ ନା ଉଚ୍ଚ କରୁ ?

         

               

    

     



Rate this content
Log in