Umasankara Behera

Others

3  

Umasankara Behera

Others

ଭୁଲ କାହାର

ଭୁଲ କାହାର

4 mins
244



ରାଜୁ ମୋ ଜୀବନର ସବୁଠାରୁ ଅନ୍ତରଙ୍ଗ ସାଙ୍ଗ । ଆମ ଘର ଚାଳକୁଲାଗି ରାଜୁ ଘର । ଦୁହେଁ ଦୁହିଁଙ୍କୁ ଘଡିଏ ନଦେଖିଲେ ଅନ୍ଧ ହେଇଯାଉ ।ଏମିତି ବି ସକାଳୁ ଉଠୁ ଉଠୁ ମୁହଁ ଧୋଇଲାପରେ ରାଜୁ ସିଧା ଆମ ଘରକୁ ନହେଲେ ମୁଁ ରାଜୁ ଘରକୁ ଯାଏ । ଗାଁର ସମସ୍ତ ଲୋକ ଆମ ସାଙ୍ଗଦୋସ୍ତିକୁ କୃଷ୍ଣସୁଦାମା ଯୋଡି କୁହନ୍ତି । ରାଜୁର ବାପା ଜଣେ ସରଳ ସଚଟୋ ଭଦ୍ର ନମ୍ର ସ୍ବଭାବ ଲୋକ । ତାଙ୍କ ପାଖରେ ନାଁ ଥାଏ ଆଡ ଅହଙ୍କାର କି ଗର୍ବ, ପେସାରେ ସେ ଜଣେ ତଳକର୍ମଚାରି ସରକାରୀ ଚାକର ହିସାବରେ ଗାଁପାଖରେ ଚାକିରି କରୁଥିଲେ । ରାଜୁର ମାଆ ବହୁତ ରାଗି ସାମାନ୍ୟ ଗର୍ବି ଓ ସମସ୍ତଙ୍କୁ ମୁହଁରେ ରୋକଠୋକ କହିପକାନ୍ତି । ରାଜୁ ତାଙ୍କର ଏକଇକାର ବିଶିକେଷନ ତେଣୁ ତାକୁ ଭାରି ଗେଲ୍ଲାକରନ୍ତି । ରାଜୁ ଯେ କୌଣସି ଜିନିଷଲାଗି ଜିଦକରେ ତାକୁ ତାଗିତ୍ ବଦଳରେ ତା ମାଆ ତାଲାଗି

ତା ବାପାଙ୍କ ପାଖରେ ତାଠାରୁ ଅଧିକ ଜିଦ୍ କରନ୍ତି ।


ରାଜୁର ମାଆ କୁହନ୍ତି ମୋ ପୁଅ ଗାଁର ସମସ୍ତ ଛୁଆଙ୍କଠାରୁ ଭଲ ଡ୍ରେସ ପିନ୍ଧୁଛି,ଭଲ ଖାଉଛି ଇତ୍ୟାଦି ଇତ୍ୟାଦି । ସବୁଦିନେ ରାଜୁର ମାଆ କୁହନ୍ତି ମୋ ରାଜୁକୁ ଏମିତି ମଣିଷଟିଏ କରିବି ଏ ଖଣ୍ଡମଣ୍ଡଳରେ

ସମସ୍ତେ ଯେମିତି ଜାଣିବେ ।


   ଆମେ ଦୁଇ ସାଙ୍ଗ ଏକା ଶ୍ରେଣିରେ ପଡୁଥାଉ । ଏମିତି ବି ଏକାଠି ପଢିବା,ଖାଇବା ବୁଲିବା ଖେଳିବା ଆମ ଦୋସ୍ତିକୁ ଆହୁରି ନିବିଡ କରିଦେଲା । ଆମ ଗାଁ ପୁରା ମଫସଲି ଏରିଆ,ଗାଁରେ ମାତ୍ର ସପ୍ତମ ଶ୍ରେଣି ପର୍ଯ୍ୟନ୍ତ ଥାଏ । ତେଣୁ ଆମକୁ ଅଷ୍ଟମରୁ ଦଶମ ଶ୍ରେଣି

ପର୍ଯ୍ୟନ୍ତ ଗାଁରୁ ତିନି କିଲୋମିଟର ଯିବାକୁ ପଡୁଥାଏ । ରାଜୁ ପାଠପଢାପ୍ରତି ସେତେ ଆଗ୍ରହ ନଥାଏ,ଘରର ବାଧ୍ୟ୍ୟତା ଯୋଗୁଁ ସେ ମୋ ସହ ଟିଉସନ ଯାଉଥିଲା । ଦୁହେଁ ଦଶମ ପାସକଲୁ,ମୁଁ ପାଖ କଲେଜରେ ଯୁକ୍ତଦୁଇ ପଢିଲି । ରାଜୁର ମାଆ ମନ ନଥାଏ ପାଖ କଲେଜରେ ପାଢପଢାଇବା ଲାଗି। ତେଣୁ ତାକୁ ରାଜଧାନୀର ଏକ

ବଡକଲେଜରେ ଆଡ୍ ମିସନ କରେଇଦେଲେ । ଆମ

ଦୁଇସାଙ୍ଗ ଭିତରେ ଛୁଟିରେ ଯାହା ଦେଖାସାକ୍ଷାତହୁଏ।

ଦିନେ ଏମିତି ବସିଥାଉ ସେ କହିଲାଗିଲା ସାଙ୍ଗ ସେଠି

ପାଠପଢାବିଷୟରେ ମୁଁ କିଛି ଧରିପାରୁନି । ଏପଟେ

ଭୁବନେଶ୍ବରୁ ଆସି ପାଖ କଲେଜରେ ନାମଲେଖା କହିଲେ ମାଆ ଭିସଣ ଗାଳିକରିବ,କଣ କରିବି । ଏମିତି ବି ମୋ ମାଆ ସାହିରେ କାହାସହ ଭଲରେଚଳିପାରୁନି,ମୁଁ ଖାଲିଥିଲିବୋଲି ସବୁ ସମ୍ବାଳି ଦେଉଥିଲି । ରାଜୁକୁ ମୁଁ ବହୁତ ବୁଝେଇକହିଲି ସବୁ

 ସବୁଠିକ୍ ହେଇଯିବ ତୁ ଧର୍ଯ୍ୟଧର ଓ ପାଠପଢାରେ

ମନଦେଇଚାଲ ।


   କିଛି ଦିନପରେ ରାଜୁ ବାପାଙ୍କ ଭୁବନେଶ୍ବର ବଦଳି

ଅଡର ଆସିଲା । ତାଙ୍କ ମୁଣ୍ଡରେ ଚଡକ ପଡିଗଲା,ଏଠି

ଚାଷବାଡି କରି ଅଳ୍ପ ପଇସାରେ କଷ୍ଟେମଷ୍ଟେ ଚଳିଯାଉଥିଲେ । ଏଣେ ମାଉସି ଜିଦ୍ ଧରିଲେଣି ସେବି ତାଙ୍କସହ ଭୁବନେଶ୍ବର ଯାଇରହିବେ, ସେୟା ହିଁ ହେଲା । ଭୁବନେଶ୍ବର ଜଳବାୟୁରେ ମାଉସୀ ଓ ମଉସା

କିଛିଦିନ ରହିଲାପରେ ଗାଁ ବେଶଭୁଷା,ଖାଇବା ପିଇବା

ସବୁ ବଦଳିଗଲା। ଏବେ ମଉସା ମାଉସି ଭାବିଲେ ଏ

ସ୍ବଳ୍ପ ରୋଜଗାରେ କେମିତି ଚଳିବା । ସେ ରାଜୁକୁ ତାଙ୍କ

ପାଖକୁ ଆଣିପକାଇଲେ ରାଜୁର କିଛି ଫାଲ୍ତୁ ଖର୍ଚ

ବଞ୍ଚିଯିବଭାବି । ହେଲେ କଣହେବ ଲେଣିଗୁଡ କହୁଣିକୁ ବହିଯାଇସାରିଲାଣି । କୁକୁର ଲାଙ୍ଖୁଡ ବାର ବର୍ଷ ସିଧାକଲେ ଆଉ କି ସିଧାହେବ । ରାଜୁର ଖର୍ଚ ଆଗ ଅପେକ୍ଷା ବଢିଯାଇଥାଏ,କଣ ହେଲେ ତାକୁ ଆଉ କହିବେ । ରାଜୁର ମୁହଁ ନିଜେ ମଉସା ମାଉସି ବଢେଇଛନ୍ତି। ମନେମନେ ମଉସା ମାଉସି ଭାବିଲେ

କଛି ଅଲଗା କାମଧନ୍ଦାକରି ଆଉ ଦୁଇ ପଇସା କମେଇବେ ଓ ସେୟାହିଁ କଲେ ।


  ମୁଁ କିଛି କାମରେ ଭୁବନେଶ୍ବର ଯାଇଥାଏ । ମୋ କାମ ସରିଲାବେଳେ ସନ୍ଧ୍ୟାହେଇଯାଇଥାଏ । ମୁଁ ଘରକୁ ଆସିବି କି ନାହିଁ ବସି ଭାବୁଥାଏ,ଠିକ୍ ସେଇ ସମୟରେ ରାଜୁର କଲ ଟା ମୋ ମୋବାଇଲକୁ ଆସିଲା । ମୋତେ ପଚାରିଲି କଣ କରୁଛୁ,ମୁଁ କଣ କହିବି ଜାଣିପାରିଲିନି । କହୁକହୁ କହିଦେଲି ତତେ ନ ଦେଖି ଭଲଲାଗିଲାନି ତ ସେ ଲାଗି ଭୁବନେଶ୍ବର ଆସିଛି । ରାଜୁ ବିଶ୍ବାସ କରୁନଥାଏ ତଥାପି ଆସି ବସଷ୍ଟାଣ୍ଡରୁ ଆସି ମୋତେ ଘରକୁ ନେଇଗଲା । ଘରେ ଦେଖିଲି ମଉସା ମାଉସୀ ନାହାନ୍ତ,ମୁଁ ପଚାରିଲେ ସେ ମୋତେ କହିଲା କିଛି ଜରୁରୀକାମରେ ବାହାରକୁ ଯାଇଛନ୍ତି । ତୁ ଟିକେ ଜଲ୍ଦି ଗୋଡହାତ ଧୋଇହେଉପଡ ବାହାରକୁ ଯିବା, ବାପା ମାଆ ଘରକୁ ଫେରୁଫେରୁ ରାତିପ୍ରାୟ ଏଗାରଟା ହେଇଯିବ । ଠିକ୍ ଏତିକିକହି ରାଜୁ ତା ମୋନିପୋର୍ସଟା ବାହାରକରି କେତେ ପଇସାଅଛି କହି ଗଣିବାକୁ ଲାଗିଲା । ମୁଁ ରାଜୁ ହାତରେ ହଠାତ୍ ଏତେ ପଇସା ଦେଖି

ପଚାରିଲି ତୁ ତ କିଛି କରୁନୁ କଣ କରିବୁ ଏତେ ପଇସା,ଘରକାମଲାଗି ଦେଇଛନ୍ତି କି ତତେ । ତାର ଉତ୍ତରରେ ରାଜୁ କହିଲା ସ୍ମାର୍ଟସିଟିରେ ରହି ସ୍ମାର୍ଟ ହେବାକୁହେଲେ ପଇସାକୁ ପାଣିଭଳି ଖର୍ଚକରିବାକୁ

ପଡେରେ ସାଙ୍ଗ । ମୁଁ ତାକୁ ବିରୋଧ କରୁଥାଏ ହେଲେ

ସେ କିଛି ଶୁଣିବାକୁ ନାରାଜ କାରଣ ସ୍ମାର୍ଟସିଟିରେ ରହି

ସ୍ମାର୍ଟସାଙ୍ଗମାନଙ୍କୁପାଇ ମଫସଲି ଢାଞ୍ଚା ପୁରାପୁରି

ଭୁଲିଯାଇଛି,ମଫସଲି ସାଙ୍ଗକଥା ବା କେମିତି ରଖିବ ।


   ମୋତେ ସାଙ୍ଗରେଧରି ଚାଲିଲା ଏକ ବଡ ହୋଟେଲକୁ,ଆଉ ସେଠି ଦୁଇ ଜଣ ଝିଅ ଅପେକ୍ଷା କରିଥାନ୍ତି ଆମ ଆସିବା ବାଟକୁ । ରାଜୁ ସେମାନଙ୍କୁ ମୋର ପରିଚୟ ବିଷୟରେ କହିଲା ଏ ମୋ ଜୀବନର 

ସବୁଠାରୁ ବେଷ୍ଟ୍ଫ୍ରେଣ୍ଡ ପ୍ରିୟା ଯାହା କଥା ମୁଁ ତୁମକୁ

କାଲି କହୁଥିଲି । ମୁଁ ତାଙ୍କ କଥାରୁ ଜାଣିପାରିଲି ନିଶ୍ଚେ

ଏ ରାଜୁର ଗାଲଫ୍ରେଣ୍ଡ ହେଇଥିବ,ଅବଶ୍ୟ ରାଜୁ ଆଉ

ଏବେ ତ ଛୋଟପିଲା ନୁହଁ ସେ ବଡ ହେଇଗଲାଣି । ତା

ସାଙ୍ଗଙ୍କୁ ସ୍ମାର୍ଟସିଟିର ପରିବେଶରେ ସେ ଏବେ ବଢୁଛି,

ସେଲାଗି ଆଗଭଳି ଆଉ ମୋତେ ସବୁକଥାକହୁନି

ବୋଧହୁଏ ଭାବିଲି । ଗାଲଫ୍ରେଣ୍ଡ ଆଗରେ ରାଜୁ ସ୍ମାର୍ଟ

ଦେଖେଇହେଇ ଖାଇବା ଗୋଟେପରେ ଗୋଟେ ଅଡର

ଦେଇଚାଲିଥାଏ । ତାପରେ ଯାହା ଆଖିରେ ଦେଖିଲି 

ମୁଁ ବିଶ୍ବାସ କରିପାରିଲିନି । ଦିଆଯାଇଥିବା ଅଡର ନେଇଆସିଲେ ରାଜୁର ବାପା ମୁଁ ପୁରା ଆବାକ୍ । ମୋ ମୁହଁରୁ କିଛିଆଉ କଥା ବାହାରିଲାନି,ପାଦଛୁଇଁ ପ୍ରଣିପାତ କଲି । କେତେବେଳୁ ଆସିଲୁ ପୁଅ ଆଉ ଘରେ ସମସ୍ତେ ଭଲକି କହି ଚାଲିଗଲେ । ରାଜୁର ଗାଲଫ୍ରେଣ୍ଡ

ରାଜୁକୁ ପଚାରିଲେ ସେ କିଏ କି ତମ ସାଙ୍ଗ ତାଙ୍କର ପାଦଧୂଳି ନେଲେ । ରାଜୁ ସେମାନଙ୍କୁ କହିବାକୁ ଲାଗିଲା ସେ ମୋ ସାଙ୍ଗର ବାପା,ମୁଁ ଜାଣିପାରୁନଥାଏ ମୋସହ ଏ କଣ ଘଟୁଛି । ଆଖିରୁ ଲୁହ ଧାରଧାର ହୋଇ ଝରିପଡୁଥାଏ,ମୋ ଆତ୍ମା କାନ୍ଦିଉଠୁଥାଏ । ତଥାପି

କୋହଭରାରେ ଖାଇବାକୁ ମନଲାଗୁନଥାଏ ସେମାନଙ୍କ

ଅନୁରୋଧରକ୍ଷାକରି କିଛି ଖାଇଲି । ଖାଇବାକୁ ମୋଟେ

ଭଲଲାଗିଲାନି ତେଣୁ ଫୁଲବଚିଚାପାଖକୁ ଗଲି,ସେଠିଯାହା ଦେଖିଲି କଟା ଘାରେ ଚୂନ ଦେବା ସଦୃଶ୍ୟ । ରାଜୁର ମାଆ ସେ ଫୁଲ ଗାଲିଚାରେ ମାଳି ହିସାବରେ ପାଣି ଦେଉଥାନ୍ତି । ମୁଁ ଆଉ ଧର୍ଯ୍ୟଧରି

ପାରିଲିନି,କାନ୍ଦିକାନ୍ଦି ମାଉସୀଙ୍କ ପାଖକୁ ଗଲି । ମାଉସୀ

ଦୁଃଖଭରା କାହାଣି ବଖାଣୁଥାନ୍ତି,ସେହି ସମୟରେ ମଉସା ବି କାନ୍ଦିକାନ୍ଦି ସେଠାର ପହଞ୍ଚିଲେ । ସବୁକଥା ମୋତେ ଗୋଟିଗୋଟିକରି କହୁଥାନ୍ତି ।


ଛୋଟବେଳୁ ତାକୁ ଆକଟ ନକରିବାର,ତା ଜିଦ୍କୁ ପୂରଣକରିବା ଫଳ ଏୟାକହି ମଉସା ମାଉସୀକୁ ଗାଳି କରୁଥାନ୍ତି । ଆଉ କହୁଥାନ୍ତି ଗାଁରେ ଆମେଥିଲେ ଭଲଥିଲା, ବେଶ ଦୁଇପଇସା ବଞ୍ଚୁଥିଲା । ତାକୁ ରାଜଧାନୀରେ ପଢାଇବାକହି ଭୁବନେଶ୍ବର ପଠେଇବା ଏବଂ ସ୍ମାର୍ଟସିଟିରେରହି ସ୍ମାର୍ଟହେବା ଜିଦଖୋର ପ୍ରକୃତି ଆଜି

ମୋତେ ଏମିତି ବାଟବଣା କରିଦେଲା । ପୁଅକୁ ପାଠପଢେଇ ବଡ ମଣିଷ କରିବାକହି ସେ ଯେତେ ପଇସା ମାଗୁଥାଏ କିଛି ହିସାବନକରି ଦେବାରୁ ପୁଅଟା ବି ଅବାଟରେ ଚାଲିଗଲା କହି ଭୋଭୋ ହୋଇ କାନ୍ଦିପକାଉଥାନ୍ତି ମଉସା ମାଉସୀ । ଠିକ୍ ଏହି ସମୟରେ ରାଜୁ ଆସି ପହଞ୍ଚିଲା ସେଠାରେ,ସେବି ନିଜକୁ ଆଉ ସମ୍ବାଳି ପାରୁନଥାଏ । କାନ୍ଦିକାନ୍ଦି ମଉସା ମାଉସୀ ଗୋଡତଳେ ପଡିଗଲା,ଏବଂ କହିଲା ମୋଭୁଲ ଲାଗି ଆଜି ତମକୁ ଏମିତି କାମକରିବାକୁ ପଡିଲା । ମୁଁ ଯେବେ ମୋ ବାପା ମାଆଙ୍କୁ ସୁଖଦେବା ବଦଳରେ ଦୁଃଖ,ହସ

ବଦଳରେ ଲୁହଦେଉଛି ମୁଁ ବଞ୍ଚିବା କଣ ଲାଭ କହି

ଆହୁରି ଜୋରରେ କାନ୍ଦିଲା । ଯାହାହେଲେ ବି ବାପା ମାଆଙ୍କ ହୃଦୟ ଛୁଆଙ୍କପାଇଁ ତରଳି ଯାଏ । ରାଜୁ ନିଜ ଭୁଲମାଗି ଜୀବନରେ କେବେ ଭୁଲବାଟରେ ଯିବନିବୋଲି ପ୍ରତିଜ୍ଞାକଲା । ମାଉସୀ ଧନୀ ହେବାଆଶା

ଜିଦଖୋର ପ୍ରକୃତି ରାଗ ଅହଙ୍କାର ଏସବୁ ଭୁଲବୁଝିପାରିଲେ । ନିଜର ଆୟ ଅନୁଯାଇ ଖର୍ଚ ନକଲେ କଣହୁଏ ବୋଲି ମଉସା ମାଉସୀକୁ କହୁଥାନ୍ତି । ସେତେବେଳେ ରାତି ଏଗାର ହେଲାଣି,ହୋଟଲେ ଦୋକାନ ବାଡିସବୁ ବନ୍ଦକରିସାରିଲେଣି । ସମସ୍ତେ ମିଶି ସେଠାରୁ ଘରକୁଆସିଲୁ ।

   

    


Rate this content
Log in