STORYMIRROR

Umasankara Behera

Children Stories

3  

Umasankara Behera

Children Stories

*** ନିଜ ଭୁଲ ନିଜକୁ ଦିଶେନା***

*** ନିଜ ଭୁଲ ନିଜକୁ ଦିଶେନା***

2 mins
209

      

 ନୀଳସାଗରର ବେଳାଭୂମିକୂଳେ ସୁଲୁସୁଲୁଆ ପବନରେ ବୁଲିବାକୁ କାହିଁକି କେଜାଣି ସେଦିନ ଭାରିଇଛା ଲାଗିଲା। ମୁଁ ରହୁଥିବା ଘରୁ ତରବରହୋଇ ବାହାରି ପଳାଇଲି ବେଳାଭୂମିକୂଳକୁ ଆଉ ମନରେ ଭାବୁଥାଏ ସେଦିନର କାର୍ଯ୍ୟବ୍ୟସ୍ଥତା ଯୋଗୁଁ ଯେତିକି ଥକାଅନୁଭବ କରୁଥିଲି କିଛି ସମୟ ବସିବି। ଆଉ ଅସାନ୍ତ ନୀଳସାଗରର ଢେଉରେ ସାଥେ ସୁଲୁସୁଲୁଆ ପବନରେ ମୋ ନିଜକୁ ହଜେଇ ଦେବି। ମୁଁ ଘରଭଡା ନେଇ ରହୁଥିବା ଜାଗାଠାରୁ ବେଳାଭୂମିର ଦୂରତା

ମାତ୍ର ଦୁଇ କିଲୋମିଟରର।


  ମୁଁ ଚାଲିଚାଲି ଯାଉଥାଏ ବେଳାଭୂମି ଅଭିମୁଖେ, ମନରୁ ଭୁଲି ଯାଉଥାଏ ପିଇବା ପାଣି ବୋତଲା ସାଥିରେ ନେବାଲାଗି। ବାଟରେ ଯାଉଯାଉ ଦେଖିଲି ଏକ ସୁନ୍ଦର ଗୋଲାପ ବଗିଚା ଦେଖିବାକୁ ବହୁତ ସୁନ୍ଦର ଲାଗୁଥାଏ। ଫୁ ବଗିଚାରେ ନାନା ପ୍ରକାରର ଫୁଲ,ମନକୁ ବେଶ୍ ଆନନ୍ଦିତ କରୁଥାଏ। ତାଠାରୁ ବେଶି ଖୁସିରେ ବିଭୋର

ହେଇଯାଉଥାଏ ଭମଁର ଓ ଗୋଲାପ ଫୁଲର ନିବିଡ ସମ୍ପର୍କ ଦେଖି। ଯେମିତି ଦୁହେଁ ଦୁହେଁଙ୍କଲାଗି ଗଢା।


ଗୋଲାପ ଫୁଲର ସୋନ୍ଦଯ୍ୟ ଦେଖି ମନକୁ ଆଉ ଅଟକାଇ ପାରିଲିନି। ସଙ୍ଗେସଙ୍ଗେ ଯାଇ ଗୋଟେ ଗୋଲାପ ଫୁଲଟେ ତୋଳିବାକୁ ଲାଗିଲି।ତା ସୋନ୍ଦଯ୍ୟରେ ମୁଁ ଏମିତି ହଜିଯାଇଥାଏ ଯେ ତା ହେଦରେ ଥିବାକଣ୍ଟା କଥା ମନରୁ ଭୁଲିଯାଇଥାଏ।

ହଠାତ୍ ହାତରେ କଣ୍ଟାଟିଏ ଫୋଡିହେଇଗଲା ଓ ମୁଁ ରାଗରେ ଜଳିଉଠି ଗୋଲାପ ଫୁଲକୁ କହିଲି,ତୁ ନିଜକୁ ଏତେ ସୁନ୍ଦର ଭାବୁଚୁ ହେଲେ କଣହେବ ତୋ ଦେହରେ ତ କଣ୍ଟାରେ ଭରିଅଛି। 


  ମୁଁ ରାଗରେ ଥମଥମ ହୋଇ ଆଗକୁ ଆଗକୁ ଗିଲିଥାଏ। ଠିକ୍ ସେତିକ ବେଳେ ଗୋଟେ କୋଇଲି କୁହୁକୁହୁ ରାବି ମୋ ଚାରିପାଖେ ଉଡୁଥାଏ। ମୁଁ ଭାବିଲି ମୋ ହାତରେ ଗୋଲାପ ଫୁଲର କଣ୍ଟା ଫୋଡିହେବା ଦେଖି ସେ ଖୁସିରେ ରାବୁଛି। ମୋର୍ ବି ରାଗ ପଞ୍ଚମରେ

ବୃହଷ୍ପତି,ତାକୁ କହିଉଠିଲି ତୋର୍ ଏ କଳା ଦେହକୁ କର୍କଷ ସ୍ବର ଭଗବାନ କାହିଁକି ଦେଲେ କେଯାଣି,ଲୋକ ଦେଖିଲେ ଘୃଣା କରୁଛନ୍ତି। 

  ମୁଁ ଚାଲି ଆସୁଆସୁ ଆସି ବେଳାଭୂମିରେ କେତେବେଳେ ପହଞ୍ଚଗଲି ଜାଣିପାରିଲିନି। ହାତ ରକ୍ତ ଜୁଡୁବୁଡୁ,ସେପଟେ କୋଇଲି ସାଥିରେ ଝଗଡା ଓ ଏଣେ ଶୋଷରେ ଆଉଟୁ ପାଉଟୁ ବି ହେଲିଣି। ଅସାନ୍ତ ନୀଳସାଗରର ଢେଉ ଓ ଶିତଳ ସୁଲୁସୁଲୁଆ ପବନରେ ମନ ଆଉ ନଥାଏ। ପାଖରେ ବି ପାଣି ଟୋପେନାହିଁ,କଣ କରିବି। ଔଷଧ ରାଗରେ ଟାଟିଆ କାମୁଡିବା ସଦୃଶ୍ୟ ମୁଁ ସମୁଦ୍ରକୁ କହିଉଠିଲି ତୁମେ ସୃଷ୍ଟିକୁ ସବୁତ ଦେଲ କଣ ତୁମରି ଅସୁବିଧା ହେଲିକି ସମୁଦ୍ରପାଣିକୁ ଲୁଣିଆ କରିଦେଇଛ,କାଳେ ସମସ୍ତେ ତୋ ପାଣି ପିଇ ସାରିଦେବେ ବୋଲି ।


   ଠିକ୍ ଏତିକି ବେଳେ ବେଳାଭୂମିରେ ଗୋଲାପ ଫୁଲ,କୋଇଲି ଓ ସମୁଦ୍ର ମିଶି ମୋତେ ପ୍ରଶ୍ନକଲେ ତମେ ଜଗତର ଶ୍ରେଷ୍ଠ ପ୍ରାଣୀ,ହେଲେ ନିଜ ଏତେ ସ୍ବାର୍ଥପର ମନବୃତ୍ତି ରଖିପାରୁଚ କେମିତି। ନିଜେ ନିଜର ଭୁଲ ଦେଖି ନପାରି ଅନ୍ୟ ଉପରେ ଦୋଷଆରପ ଲଗାଉଛ କାହିଁକି,ଧିକ୍ ତମ ଜୀବନ।


ମଣିଷ ହୋଇ ମଣିଷ ପଣିଆ ଟିକିଏ ବି ନାହିଁ ତମର।ଏତିକି କହି ନିଜେ ନିଜ ରାସ୍ତାରେ ଚାଲିଗଲେ। ମନରେ ଗଭିର ଆଘାତ ହେଲା ,ମନକୁ ଯେବେ ପଚାରିଲେ ତାର ଉତ୍ତର ମୋତେ ମିଳିଗଲା। ଅନ୍ୟକୁ ଭୁଲ ଦେବା ଆଗରୁ ନିଜେ ନିଜ ଭୁଲ ଦେଖି ସୁଧାରିବା ନିହାତି ଦରକାର।



Rate this content
Log in