Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

SWAGAT MISHRA

Others

3.9  

SWAGAT MISHRA

Others

ଭାଇ ଭଉଣୀ କହ କାହାଣୀ

ଭାଇ ଭଉଣୀ କହ କାହାଣୀ

2 mins
32


                       

ବାପାମାଆ ଛେଉଣ୍ଡ ଭାଇ, ଭଉଣୀ ଦୁହେଁ ଭାଗ୍ୟ ଓ କର୍ମକୁ ଆଦରି ପଡ଼ିରହିଥିଲେ ଭଙ୍ଗା ଚାଳିଆରେ । ଯେଉଁ ଘରେ ଦିନରେ ସୂର୍ଯ୍ୟ ଆଉ ରାତିରେ ଚନ୍ଦ୍ର ଅବାଧରେ ଆତଯାତ କରୁଥିଲେ । ସାନ ଭଉଣୀକୁ ଦୁନିଆର ସବୁ ଖୁସି ଆଣି ପାଦ ତଳେ ଅଜାଡ଼ି ଦେବା ପାଇଁ ଭାଇଟି ଦିନରାତି ଏକ କରି ଖଟୁଥାଏ । ଭଉଣୀକୁ କେବେ ବି ବାପାମାଆଙ୍କ ଅଭାବ ଜଣାଇ ଦେଇନି । ଭଉଣୀ ପାଇଁ ସେ ଜଣେ ହିଁ ବାପାମାଆ ଉଭୟଙ୍କର ଭୁମିକା ତୁଲାଉଥାଏ । ଦିନ ମଜୁରିଆ ଭାବେ ଯେତିକି ମୂଲ ଆଣେ ଦୁଇଟି ମଣିଷର ପେଟ ଚାଖଣ୍ଡକୁ ଦୁଇଓଳି, ଦୁଇମୁଠା ଖାଇବାରେ ବିଶେଷ କରି ଅସୁବିଧା ହେଉନଥାଏ ।


ସମୟକ୍ରମେ ବୟସ ବୃଦ୍ଧି ହୋଇ ଭଉଣୀଟି ବିବାହ ଯୋଗ୍ୟା ହୋଇଯିବାରୁ,ଭାଇ ଭାବୁଥାଏ ଭଲ ଘର ଆଉ ଭଲ ବରପାତ୍ରଟିଏ ଦେଖି ହାତକୁ ଦୁଇହାତ କରିଦେଲେ ନିଜର କର୍ତ୍ତବ୍ୟ ସରିଲା । ହେଲେ ଆଜିକାର ସମୟରେ ଭଲ ବରପାତ୍ରଟିଏ ମିଳିବା କାଠିକର ପାଠ । ସହଜରେ ଗରିବ ଅନାଥ ଝିଅକୁ କିଏ ବା କାହିଁକି ବାହା ହେବାକୁ ରାଜି ହେବ । ପଡିଶା ଘର ଭାଉଜ ତାଙ୍କର ଦୂର ସଂପର୍କୀୟ ଭାଇ ସହିତ ବିବାହ ପ୍ରସ୍ତାବ ପକାଇଲେ । ଶେଷରେ ସେହି ପୁଅଟି ବାହା ହେବାକୁ ରାଜି ହୋଇଗଲା, କିନ୍ତୁ ପୁଅର ବାପା ଯୌତୁକ ବାବଦକୁ ୫ଲକ୍ଷର ଟଙ୍କା ଧରିଲେ ଯାଇ ବିବାହ ପାଇଁ ଅନୁମତି ଦେବେ ତାହା ଆଗରୁ ନୁହେଁ ବୋଲି ସ୍ପଷ୍ଟ ଭାବରେ ଜଣାଇ ଦେଲେ । ଭଉଣୀକୁ ବଡ ଘର ଦେଖି ବାହା ଦେବା ଆଶାରେ ତାଙ୍କୁ ସିନା ହଁ କରିଦେଲା, ଏବେ ଏତେ ଟଙ୍କା ନେଇ ଆସିବ କେଉଁଠୁ ?


ଭଉଣୀକୁ ସାରା ଜୀବନ ଖୁସି ରଖିବା ପାଇଁ ଭାଇ ସବୁକିଛି କରିବାକୁ ପ୍ରସ୍ତୁତ ଥିଲା । ସେଥିପାଇଁ ତ ବାହାଘର ନିମନ୍ତେ ଆବଶ୍ୟକ ହେଉଥିବା ଟଙ୍କା ପାଇଁ ନିଜ ଜୀବନକୁ ବାଜି ଲଗାଇଦେଲା । ଖବରକାଗଜ ବିଜ୍ଞାପନରେ ଲେଖାଥିଲା ଯିଏ ଗୋଟିଏ କିଡନୀ ଦେବ ତାକୁ ୧୦ ଲକ୍ଷ ଟଙ୍କା ପ୍ରଦାନ କରାଯିବ । ବିଜ୍ଞାପନ ଦେଖିବା ପରେ ଆଗପଛ ବିଚାର ନକରି ଭାଇ ପହଞ୍ଚିଗଲା ଲେଖାଥିବା ଠିକଣା ସ୍ଥାନରେ । ଡାକ୍ତରଖାନାରେ ସବୁକାମ ସରିବା ପରେ ୧୦ ଲକ୍ଷ ଧରି ମନ ଖୁସିରେ ଘରକୁ ଫେରୁଥାଏ । ଭଲରେ ଭଲରେ ଭଉଣୀର ବାହାଘର ସାରି ତାକୁ ଶାଶୁଘରକୁ ଛାଡ଼ିବା ପରେ ଭାଇଟି ଏବେ ସଂପୂର୍ଣ୍ଣ ଏକା । ସେ ଜାଣିଛି ଗୋଟିଏ କିଡନୀ ଦେବାପରେ ଆଉ ଗୋଟିଏ କିଡନୀରେ ବେଶୀଦିନ ବଂଚିବା ସଂଭବ ନୁହେଁ । ଭଉଣୀର ଖୁସିପାଇଁ ଯିଏ ନିଜ ଭବିଷ୍ୟତକୁ ଜଳାଞ୍ଜଳି ଦେଇପାରେ, ତାଠାରୁ ବଡ କଥା ଆଉ କଣ ହୋଇପାରେ ? ଖଣ୍ଡିଆ ଚାଳଘରେ ରାତିରେ ଶୋଇବା ବେଳେ ଆକାଶର ତାରା ଗଣି ଗଣି ଅପେକ୍ଷା କରିଥାଏ ଜୀବନର ଶେଷ ମୂହୁର୍ତ୍ତକୁ ।



Rate this content
Log in