STORYMIRROR

Mama Acharya

Others Children

4  

Mama Acharya

Others Children

ବାପା

ବାପା

2 mins
250


ବହୁତ କଷ୍ଟ ପଡି ପୁଅକୁ ପାଠ ପଢେଇଲେ

ପୁଅ ବି ଭଲ ପାଠ ପଡ଼ିଲା ଶେଷରେ IAS ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲା ବଡ଼ ଅଫିସର ହେଲା । ଦିନେ

ବାପା ପୁଅକୁ ସାକ୍ଷାତ କରିବାକୁ ଅଫିସକୁ ଗଲେ

ଦେଖିଲେ ଅଫିସରେ ତାଙ୍କ ପୁଅର ବହୁତ ଖାତିରି ଅଛି

ଅଫିସ ଭିତରକୁ ଚାଲିଗଲେ ପୁଅ ହଠାତ ବାପାଙ୍କୁ ଦେଖି ବସିବା ସ୍ଥାନ ରୁ ଉଠି ଆସି ବାପାଙ୍କୁ ଭୂମିଷ୍ଠ ପ୍ରଣାମ କଲା ଓ ଅଫିସର ସମସ୍ତଂକୁ ପରିଚିତ କରାଇଲା

ଇଏ ମୋର ବାପା ବୋଲି।


ହଠାତ ବାପା ପୁଅର କାନ୍ଧରେ ହାତ ରଖି ପଚାରିଲେ

ଆଛା ବାପ କହିଲୁ ତୁ ଓ ମୁଁ ମଧ୍ୟରେ କିଏ ବଡ଼..?


ପୁଅ ସଙ୍ଗେ ସଙ୍ଗେ ଉତ୍ତର ଦେଲା ବାପା ମୁଁ ବଡ଼

ସମସ୍ତେ ଏକଥା ଶୁଣୁଥିଲେ ବାପା ଙ୍କୁ ପୁଅର ଉତ୍ତର ଶୁଣି

ମନରେ ଅସନ୍ତୁଷ୍ଟ ଜାତ ହେଲା ପୁଅ ଅଫିସର ହେଇଗଲା ବୋଲି ବାପ ଠାରୁ ବଡ଼ ହେଇଗଲାକି ?

ମନରେ ପ୍ରଶ୍ନ ଆସିଲା


ବାପା ବିରସ ମନରେ ଫେରିବା ବେଳେ ପୁଣି ଥରେ ପୁଅକୁ ପଚାରିଲେ ବାପପୁଣି ଥରେ ଭାବିଚିନ୍ତି କହିଲୁ

ତୁ ଆଉ ମୁଁ ମଧ୍ୟରେ କିଏ ବଡ଼?


ପୁଅ ସଙ୍ଗେ ସଙ୍ଗେ ଉତ୍ତର ଦେଲା ବାପା ତୁମେ ବଡ଼

ବାପା ପ୍ରଶ୍ନ କଲେ କିଛି ସମୟ ପୂର୍ବରୁ ନିଜକୁ ବଡ଼ କହୁଥିଲୁ ବର୍ତ୍ତମାନ ମୋତେ ବଡ଼ କହୁଛୁ କାରଣ କଣ ?


ପୁଅ ସୁନ୍ଦର ଓ ଭକ୍ତିପୂର୍ଣ ଉତ୍ତର ଟିଏ ଦେଲା

ବାପା କିଛି ସମୟ ପୂର୍ବରୁ ତୁମେ ମୋ କାନ୍ଧରେ ହାତ ରଖି ପ୍ରଶ୍ନ କରିଥିଲ କିଏ ବଡ଼ ବୋଲି ମୁଁ ସେତେବେଳେ କହିଥିଲି ମୁଁ ବଡ଼ ବୋଲି କାରଣ ସେତେବେଳେ ମୋ କାନ୍ଧରେ ଆପଣଙ୍କ ହାତ ଥିଲା ବାପାଙ୍କର ହାତ ଯଦି ପୁଅ କାନ୍ଧରେ ଥିବ ସେ ପୁଅ ଠାରୁ ଆଉ କିଏ ବଡ଼ ହେବ?


ପୁଣି ବର୍ତ୍ତମାନ ତୁମେ ମୋ କାନ୍ଧରୁ ହାତ ବାହାର କରିଦେଇଛ ପ୍ରଶ୍ନ କରୁଛ କିଏ ବଡ଼ ତେଣୁ

ମୁଁ ଉତ୍ତର ଦେଲି ଆପଣ ବଡ଼ କାରଣ ବାପା ଠାରୁ  ଆଉ ବା କିଏ ବଡ଼ ହେବ !


ବାପା ପୁଅର ଉତ୍ତର ଶୁଣି ନିଜକୁ ଗର୍ବିତ ମନେକଲେ

ଓ ଭଗବାନ ଙ୍କୁ ଧନ୍ୟବାଦ ଦେଲେ ଏମିତି କା ପୁଅ ଟିଏ ଦେଇଥିବାରୁ । ଅଫିସରେ ଯେଉଁ ମାନେ ଶୁଣୁଥିଲେ

ସମସ୍ତେ ଅଫିସର ଙ୍କୁ ପ୍ରଶଂସା କଲେ ତାଙ୍କର ସୁନ୍ଦର ବିଚାରଧାରା ପାଇଁ ।


Rate this content
Log in

More oriya story from Mama Acharya