STORYMIRROR

Aparna Tripathy

Others

2  

Aparna Tripathy

Others

ଆତଙ୍କ

ଆତଙ୍କ

2 mins
801


ପଛରେ କିଏ ଜଣେ ଧାଇଁବାର ଶୁଭିଲା ବୁଲିଚାହିଁଲା ବେଳକୁ ହାତରେ ଆଉ ଗୋଟିଏ ହାତର ଥଣ୍ଡା ଛୁଆଁ ଚିଂଆ ପରି ଲାଗିଲା. ସେ ଲୋକଟାକୁ ନିରେଖି ଦେଖିଲା ବେଳକୁ ସେ ହାତଛାଡି କଉଁଆଡ଼େ ଯାଇସାରିଥିଲା.

ଏବେ ଏବେ କିଛି କାକର ବୁନ୍ଦା, ସାଇଁ ସାଇଁ ନିଶ୍ୱାସ, ଚାତିଭିତରେ କିଛି ଅଭାବ ଆଉ ଦୁଇଟା ଶୁଖିଲା ଆଖି ତା ପରଠୁ ଖୁବ ସକ୍ରିୟ ହୋଇଉଠିଲା ଗୋଟେ ଅସ୍ପଷ୍ଟ ଆଶାକୁ ନେଇ.

ଜଣେ ସେ ଫେରିବନି ବୋଲି ମନସ୍ତ କରି ଯାଇଥିଲା. ଆଶା ତଥାପି ମାରିବାକୁ ନାରାଜ ଥିଲା, ମନ ଖୋଜି ଚାଲିଥିଲା ତା ଉପସ୍ଥିତିକୁ ଆଉ ହୃଦୟଟା କେବେଠୁ ସେମିତି କାଠ ପଡି ରହିଥିଲା ସେଇ ଜାଗାରେ. ସମୟ ସବୁକିଛିକୁ ସ୍ୱାଭାବିକ କରିବାର ଚେଷ୍ଟାରେ ଲାଗିଥିଲା ବେଳେ ହଠାତ ସେ ଝଡ଼ ଭଳି ଫେରିଲା ମୁହଁରେ ତାଜା ହସ ଓ ଚେହେରାରେ ସତେଜପଣ ନେଇ.

ଅଭାବ ସବୁ ଆଶା ପାଲୋଟିବାକୁ ଗଜୁରି ଆସିଲା ବେଳକୁ ସେ ବିଦୃପ କଲା. ମୋ ଆଶା କୁ ମୂର୍ଖାମୀ କହି ହସିଲା ଆଉ ଏକଥା ବି କହିଲା ଯେ ଜୀବନରେ ଅନେକ କଥା ଏମିତି ଅକସ୍ମାତ ଘଟିଯାଏ ତାକୁ ସେଇଠି ଛାଡି ଆଗକୁ ଚାଲିବା ଦରକାର କେହି କାହାକୁ ଅପେକ୍ଷା..

.....ତୁଚ୍ଛା ଭାବପ୍ରବଣତା. ସେସବୁ କୁ ନେଇ ଜୀବନ ଜୀଇବ ମୁଁ ଶିଖିନି. ମୋର ବେଶୀ ଭାବିବାର ଅଭ୍ୟାସ ନାହିଁ କି ଛାଡିଥିବା ଚି଼ହ୍ନକୁ ବୁଲି ଚାହିଁବା ମୁଁ ପସନ୍ଦ କରେନି

ଏବେ ସବୁକିଛି ତୁନି ପଡିଯାଇଥିଲା ସେଠି. ଛାତିର କୋହ ବି ଆପଣା ଚାଁଏ ସେଇ ଛାତି ଭିତରେ କେତେବେଳେ ଲେସିହୋଇଗଲା ଜଣାପଡିଲାନି. ଆଖି ତଥାପି ତା ଆଡେ ଅନାଇ ରହିଲା କାହିଁକି କେଜାଣି ମୁଁ ଜାଣିପାରିଲିନି. ତା ମୁହଁଟା ଏବେ ମୋତେ କୋଉ ଆତଙ୍କବାଦୀର ମୁହଁ ଠୁ ବି ବେଶୀ ଭଁୟକର ଦେଖା ଯାଉଥିଲା. ସେତେବେଳେ ଅନୁଭବ ହେଲା ଆତଙ୍କ କେବଳ ଆତଙ୍କବାଦୀ କରନ୍ତିନି, ବରଂ ମଣିଷ ଖୋଳଭିତରେ ତା ଭଳି ଆତଙ୍କବାଦୀ ବିନାଅସ୍ତ୍ରରେ ଘୁରିବୁଲୁଥାନ୍ତି !ଆଉ ସେମାନଙ୍କ ଚେହେରା ଅବିକଳ ତାରି ପରି.

ଆଣିକି ତା ଅପେକ୍ଷା ଆଉ ଏକଲାପଣ ଭିତରେ ଜୀବନ ପ୍ରସ୍ତୁତ ହଉଥିଲା ଗୋଟେ ଶେଷ ହଉ ନଥିବା ସମୟକୁ ଭୋଗିବାକୁ କାରଣ ନିଜ ଅଜାଣତରେ ମୁଁ ତାକୁ ଯେ ଭଲପାଇ ବସିଥିଲି. ତଥାପି........


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from Aparna Tripathy

ଆତଙ୍କ

ଆତଙ୍କ

2 mins ପଢ଼ନ୍ତୁ