ଆପଣା ର ହୁଏ ତ ପର ,ପୁଣି ପର ହୁଏ ଆପଣାର ।
ଆପଣା ର ହୁଏ ତ ପର ,ପୁଣି ପର ହୁଏ ଆପଣାର ।
ସୌମ୍ୟରଂଜନ ଵାବୁ ଜଣେ ଶିକ୍ଷକ । ପେଶାରେ ସେ ଶିକ୍ଷକ ଥିଲେ ମଧ୍ୟ ନିଶା ତାଙ୍କର ସମାଜ ସେବା । କାହା ଦୁଃଖ ଦେଖି ସୌମ୍ୟରଞ୍ଜନ ବାବୁ ସହ୍ୟ କରିପାରୁ ନଥିଲେ, ସାହାଯ୍ୟ ପାଇଁ କିଛି ନା କିଛି ସମସ୍ତଙ୍କ ପାଇଁ କରିବାକୁ ଚେଷ୍ଟା କରୁଥିଲେ । ଏମିତି ଦିନକର କଥା ସେ ଟୁନା ର ସାହଯ୍ୟ କରିବା ପାଇଁ ଆଗେଇ ଆସିଲେ । ଟୁନା ଆର୍ଥିକ ଅବସ୍ଥା ଠିକ୍ ନଥିଲେ ମଧ୍ୟ ସେ ପାଠ ପଢିବା ପାଇଁ ଖୁବ୍ ଆଗ୍ରହ ରହିଥାଏ । ସୌମ୍ୟରଞ୍ଜନ ବାବୁ ଟୁନା କୁ ସମସ୍ତ ଭଲମନ୍ଦ ବିଷୟରେ ପଚାରିଥିଲେ ଏବଂ ଜାଣିବାକୁ ପାଇଁ ଥିଲେ ଯେ,ପରିବାର ରେ ତାର ଚାରି ଭାଇ ଭଉଣୀ ଓ ସେ ସମସ୍ତଙ୍କ ଠାରୁ ସାନ । ପରିବାର ରେ କେହି ବି ପାଠ ପଢି ନ ଥାଆନ୍ତି ,କେବଳ ଟୁନା ହିଁ ପାଠ ପଢୁଥାଏ। ଯେହେତୁ ପରିବାର ରେ ସମସ୍ତ ଅଶିକ୍ଷିତ ତେଣୁ ଟୁନା କୁ ପାଠ ରେ ସାହାଯ୍ୟ କରିବା ପାଇଁ କି ଦିଗ୍ ଦର୍ଶନ ଦେବା ପାଇଁ କେହି ନ ଥାଆନ୍ତି। ସୌମ୍ୟରଞ୍ଜନ ବାବୁ ଟୁନା କୁ ପାଠ ପଢିବାରେ ସାହାଯ୍ୟ କରିଲେ ଏବଂ ତାହାର ଭଲମନ୍ଦ ସଂପର୍କରେ ବୁଝା ସୁଝା କରୁଥିଲେ । ସମୟ କ୍ରମେ ସୌମ୍ୟରଞ୍ଜନ ବାବୁ ଟୁନା କୁ ନିଜର ପୁଅ ବୋଲି ସମସ୍ତଙ୍କ ସାମ୍ନା ରେ ପରିଚୟ ପ୍ରଦାନ କରୁଥିଲେ ।
ସୌମ୍ୟରଂଜନ ବାବୁ ପରିବାରରେ ଯେକୌଣସି ପର୍ଵ ପର୍ବାଣୀ ,ହସ ଖୁସି,ଯାନିଯାତ୍ରା ହେଉନା କାହିଁକି ଟୁନା ର ଉପସ୍ଥିତି ନ ହେଲେ ନ ଚଲେ । ଠିକ୍ ଗୋଟିଏ ପିତା ପରି ଟୁନା ମଧ୍ୟ ସୌମ୍ୟରଂଜନ ବାବୁ ଙ୍କ କଥା ଅକ୍ଷର ଅକ୍ଷର ରେ ପାଳନ କରୁଥାଏ । ଦିନ ପରେ ଦିନ ବିତି ଚାଲିଥାଏ ଏବଂ ଟୁନା ର ବ୍ଯବହାର ରେ ମଧ୍ୟ ପରିବର୍ତ୍ତନ ଦେଖାଯାଉଥାଏ । ଟୁନା ର ବ୍ୟବହାର ରେ ପରିବର୍ତ୍ତନ ହେବା ସହ ଏବେ ଟୁନା ସୌମ୍ୟରଂଜନ ବାବୁ ଙ୍କୁ ପ୍ରତିଟି କଥା ରେ ପ୍ରତିଉତ୍ତର ଦେଉଥାଏ , କିନ୍ତୁ ସୌମ୍ୟରଂଜନ ବାବୁ ସେ ସବୁକୁ ଦୃଷ୍ଟିଗୋଚର ନ କରି ନିଜର ସନ୍ତାନ ମନେ କରି ଭୂଳିଯାଉଥାନ୍ତି ଏବଂ ଟୁନା କୁ ପାଖକୁ ଡାକି ଭଲମନ୍ଦ ସଂପର୍କରେ ବୁଝାଇଥାନ୍ତିି । ଦିନକର କଥା ସୌମ୍ୟରଂଜନ ବାବୁ ଟୁନା ସହ କିଛି କଥା କୁ ନେଇ ବୁଝାଇବା ସମୟରେ ଟୁନା ସୌମ୍ୟରଂଜନ ବାବୁ ଙ୍କୁ ଏମିତି କିଛି ପ୍ରତିଉତ୍ତର (ଜବାବ୍) ଦେଉଅଛି ଯାହା କେବେ ବି ଗୋଟିଏ ପୁଅ ନିଜ ପିତା କୁ ଦେଇ ପାରିବନାହିଁ । ଏପରି ବ୍ୟବହାର ଏବଂ ସେହି ପ୍ରତିଉତ୍ତର କଥା ଶୁଣି ସୌମ୍ୟରଂଜନ ବାବୁ ବହୁତ୍ ଭାଙ୍ଗି ପଡିଲେ , କାରଣ କେବେ ବି ଟୁନା ଏପରି କିଛି କରିବ ବୋଲି ସ୍ବପ୍ନ ରେ ସୁଦ୍ଧା ଚିନ୍ତା କରି ପାରିନଥିଲେ ।
ଟୁନା କୁ ସୌମ୍ୟରଂଜନ ବାବୁ ନିଜର ପୁତ୍ର ପରି ସ୍ନେହ , ଆଦର କରୁଥିଲେ । ।।
କଣ ଟୁନା ନିଜର ଭୁଲ୍ ବୁଝିପାରି ସୌମ୍ୟରଂଜନ ବାବୁ ଙ୍କ ନିକଟକୁ ଯାଇ ନିଜର ଭୁଲ୍ ପାଇଁ କ୍ଷମା ପ୍ରାର୍ଥନା କରିବ ?
କଣ ସୌମ୍ୟରଂଜନ ବାବୁ ଟୁନା କୁ କ୍ଷମା କରିଦେବେ?