Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Disambar Meher

Others

3  

Disambar Meher

Others

ଆଏଁଖ୍ ଥି ଅସଲ୍ ଦୁନିଆଁର୍

ଆଏଁଖ୍ ଥି ଅସଲ୍ ଦୁନିଆଁର୍

2 mins
317


ବେଲ୍ ବୁଡିଗଲେ ଗହଁଟିଆ ବୁଢାର୍ ଆଏଁଖ୍ ଖଣେ ନେଇ ଦିସେ ଟାମୁଡୁ ଗୁମୁଡ୍ ହେଇ ବୁଲସି । ପୋ କେ କେତେ ଦିନ୍ କହେଲା ନା ବୁଆ ରେ ମକେ ଛନେକ୍ ଭାନିପାଟନା ନେ ପୁତା ଆଏଁଖ୍ ଅପରେସନ୍ ହେମି ଇ କିରା ହେଲା ଆଏଁଖ୍ ନେ ତ କିଛି ନାଇଁ ଦିସୁଛେ । ବୁଢାର୍ ପୋ ରିସ୍ମି ହେଇ କରି କହେଲା ଆଏଖଁ ବନେ ହେଲେ ଆର୍ ମକେ କମେଇ ଦେବୁ ତେଲ୍ କି ?ଘରେ ବସି ବସି ଖାଁ ନା କହେଲା ଆର୍ ଅଫିସ୍ ପଲାଲା । ବୁଢା ର ଦିହେ ଭି ଲେଙ୍ଗଲେଙ୍ଗା ,ଅଁଟା ନେ ବଲ୍ ନେଇ ଥେଇ ଖଣେକ୍ ମାଛି ଅନ୍ଧରିଆ ହେଲେ ବୁଢାର୍ କାଲ୍ ହେସି ।କବାଟ୍ , ଦୁଆର୍ ବଂଧ୍,କାଁଥିକେ ଥାପି ଥାପି କରି ଗୁଟେ ଠାନୁନ୍ ଅଲଗା ଠାନ୍ କେ ଆଏସି ।

ଖରା ଛୁଟିନେ ତାର୍ ଝି ନାତି ଆଇଥେ ତାକେ ଗହଁଟିଆ ବୁଢା ତାର୍ ହାତର୍ ଆଙ୍ଗଠିନୁ ମୁଦି ଗୁଟେ ବାହାର୍ କଲା ଆର୍ ବିକି ଆନବୁ କହେଲା । ସେ ଟଁକାକେ ଧରିକରି ଗହଁଟିଆ ବୁଢା ଆର୍ ତାର୍ ଝି ନାତି ଭାନିପାଟନା ଗଲେ । ବୁଢାର୍ ଆଏଁଖ୍ ଅପରେସନ୍ ହେଲା କେତେ ଦିନ୍ ଉତାରୁ ବୁଢାର୍ ଆଏଁଖ୍ ବନେ ଦିସ୍ଲା । ରାଏତ୍ ନେ ଭି ଚଲାବୁଲା ଝାଡା ,ପିସାବ୍ ବାହାରି ପାର୍ଲା ।


ଗହଁଟିଆ ବୁଢା ସବୁ ଦିନ୍ ତାର୍ ପୋ ନାତିକେ ବେଲବୁଢା କଥାନି କହିଦେସି । ଦିନେକ୍ ନାତି ସନେ ଲାଡ୍ ଗେଲ୍ ହେବାର୍ ସମିଆଁନେ ହାତ୍ ପେଇକରି ଚସମା ଭାଙ୍ଗି ଗଲା । ବୁଢାର୍ ଆଏଖଁ କେ ଆଉ ନି ଦିସ୍ଲା । ଫେର୍ ସେ ଦିନୁନ୍ ବେଲ୍ ବୁଢ୍ଲେ ଟାମୁଡ୍ ଗୁମୁଡ୍ ହେଉଥାଏ । ପୋ କେ ଚସମା ଲାଗି କହେଲା କେ ପୋ ଭି କଥାକେ ସୁନି ନାଇଁ ଦେଖ୍ଲା ।ହାତେ ଅନେକ୍ ନାଇଁ, କାଏଁ କରବା ବଡା କଷ୍ଟେ ମଷ୍ଟେ ରହୁଥିଲା ।ଗହଁଟିଆ ବୁଢା ଚସମା ଗୁଟେ ଘିନବାକେ ତିନ୍ ମାସ୍ ତାର୍ ଭତା ଟଁକାକେ ଠୁଲ୍ କରିକରି କଣି ଗୁଟେନେ ରଖିଥିଲା । ମିତା ଗହଁଟିଆ ବୁଢାର୍ ପୋ ନାତେନ୍ ,କଲେଜ୍ ନେ ପାଠ୍ ପଢସି ବୁଢାର୍ ସୁଏବାର୍ ବସାକେ ବୁଲି ଆଏଲା ଆର୍ ବୁଢାର୍ ପଏସା କଣିକେ ଦେଖିକରି ଲୁଭେ ହେଲା ଆର୍ କହେଲା - ବୁଢା ଦୋଦା ଗୋ ମୋର୍ ଜନମ୍ ଦିନ୍ ପରଦିନ୍ ଆଏ ମୁଇଁ ମୋର୍ ସାଙ୍ଗ ମାନଙ୍କର୍ ସନେ ଜନମ୍ ଦିନ୍ ମନାମି ଇ ପଏସା ନେଉଛେ କେକ୍ ଘିନମି । ବୁଢା ତୁମ୍ ପରି ଦେଲା ମିତା ପଏସା ନେଇକରି ଜନମ୍ ଦିନ୍ ମନାଲା । ବୁଢା ଖୁବ୍ ଦୁଖ୍ ମନା ହେଲା ଫିର୍ ଭି ନାତେନ୍ କେ କିଛି କହି ନି ପାରି ।


ଚଷମା ନାଇଁ ଥିଲେ ବୁଢା ଖୁବ୍ ଗୁଲଗୁଲା ହେସି ,ରାଏତ୍ ନେ ଘରୁନ୍ ଭଁଟାକେ ଭି ବାହାର୍ ବାକେ ଡରୁଥିସି ଭେଲ୍ ହିଟି ହୁଟା ପର୍ମି ବୋଲି । ଦିନେକ୍ ବେଲ୍ ବସା ତାର୍ ଖଟ୍ ତଲେ ସାଁପ୍ ଗୁଟେ ପରିଥିଲା ବୁଢା ପାଏନ୍ ପାଇପ୍ ଖଣେ ଭାବ୍ଲା ଆର୍ ଇ ସଳା ନାତି ଭି ବଡା ଖୁଜ୍ ଖୁଜିଆ ହେଉଛେ ନଲା ମାନ୍କେ ଭି ଏନେ ତେନେ ଫିକି ଫୁକା ବଲୁଛେ ବଏଲା ଆର୍ ସାଁପ୍ କେ ହାତେ ଧରିକରି ଭଁଟାନେ ଫିକି ଦେଲା ।ଭୂଇଁନେ ସଁପ୍ ପର୍ଲାକେ ସଁ କଲା ବୁଢା ଚମକି ଗଲା ଆର୍ ଜାନି ପାର୍ଲା ସଁପ୍ ଆଏ ବୋଲି । ମୁଡେ ହାତ୍ ଦେଲା ଆଖିନୁ ଲୁହୁ ଗଦେଇ ହେଇଗଲା କାନ୍ଦି କାନ୍ଦି ମହାପୁରୁ କେ ଡାକ୍ଲା- ନେବୁ ବେଲେ ନେ ନାଁ ହୋ ମକେ ଆର୍ କେତେ ଗୁଲଗୁଲା କର୍ସୁ ଜେ ।


Rate this content
Log in