STORYMIRROR

Manoj Pattnaik

Others

3  

Manoj Pattnaik

Others

ଆଧୁନିକତା

ଆଧୁନିକତା

3 mins
258

            ଏଇତ ଜୀବନ ଚମତ୍କାର ଚମତ୍କାର ଚମତ୍କାର। ପ୍ରକୃତରେ ଭଗବାନଙ୍କ ପରି କଳ୍ପନା ର ବଡ ଚମତ୍କାର ହେଉଛି ଏହି ଜୀବଜଗତ । ତା ମଧ୍ୟରେ କୋଟି କୋଟି ଜୀବର ସମାଗମ । ଶ୍ରେଷ୍ଠତ୍ୱ ପାଇଥିବା ମଣିଷ ଜୀବନ ହିଁ ଜୀବିକା ଅର୍ଜନ କରିବାରେ ସକ୍ଷମ ଅଟେ । ଅନ୍ୟ ମାନେ ଭୋକ ମେଣ୍ଟାଇବା ପାଇଁ ଅନ୍ୟ କୁ ଶିକାର କରନ୍ତି ବା ଅନ୍ୟ ପନ୍ଥାକୁ ଆପଣାନ୍ତି । ଯେହେତୁ ସେମାନଙ୍କ ମତିଷ୍କରେ ବିଚାର ଶକ୍ତିର ଅଭାବ ପରିଲକ୍ଷିତ ହୋଇଥାଏ । ସେମାନଙ୍କ ଜୀବନ ଶୈଳୀ ଓ ମାନବ ର ଜୀବନ ଶୈଳୀ ମଧ୍ୟରେ ବହୁ ତାରତମ୍ୟ ଦେଖାଯାଏ । ଧନ - ଯୌବନ, ଇଛା - ଅନିଚ୍ଛା, ରାଗ - ରୋଷ, ମାନ - ଅଭିମାନ, ଦୁଃଖ - ସୁଖ, ଲୁହ - ଲହୁ, ଭାଗବତ ପ୍ରେମୀ ଓ ନାସ୍ତିବାଦ ଇତ୍ୟାଦି ର ଭାଗିଦାରୀ ମଣିଷ ହିଁ ହୋଇଥାଏ । ଅନ୍ୟ ମାନେ ପଶୁ ,ପକ୍ଷୀ ଓ କୀଟ, ପତଙ୍ଗରେ ପରିଗଣିତ ହୋଇ ଦୁନିଆଁ କୁ ଆସି ଚାଲିଯାଆନ୍ତି ।


ମଣିଷ ଜୀବନ ଏମିତି ଗୋଟିଏ ଦୁର୍ଲଭ ଜୀବନ ସବୁ କ୍ଷେତ୍ରରେ ପାରଦର୍ଶିତା ଥାଇ ମଧ୍ୟ ଅଜ୍ଞାନତା ରେ ପଡି ପର ଛିଦ୍ର ଗଣି, ଲୁଣ୍ଠନ କରି, ନାରୀ ନିର୍ଯାତନା ରେ ସାମିଲ ହେଉଛି । ପ୍ରକୃତରେ ଭଗବାନ ଦେଇଥିବା ଅମୂଲ୍ୟ ଜୀବନକୁ ଛାର ଜୀବନ ବୋଲି ଭାବି ସେସବୁ କରି ଚାଲିଛି । ନିଜର ସ୍ଵାର୍ଥ ପୂରଣ ନହେଲେ, ଅନ୍ୟକୁ ମାରୁଛି ନଚେତ୍ ନିଜେ କେଉଁଠି ଝୁଲୁଛି । ବିଚାରକୁ ନେଲେ ଦୁଇଟି ଯାକ ଜୀବନ ଏକ ଓ ଗୋଟିଏ ସତ୍ତ୍ଵ ଅଟେ । ଆଧୁନିକ ସମାଜରେ ମାଆ, ଭଉଣୀ ମାନେ ନିଜ ନିଜ ଦାୟିତ୍ଵ ମଧ୍ୟ ଠିକ୍ ରୂପେ ତୁଲାଉ ନାହାନ୍ତି । ସେମାନେ ଆଧୁନିକତା ର ଚାଦର ଘୋଡାଇ ହୋଇ ନିଜ ଜନ୍ମ କଲା ପିଲାକୁ ଯେତେବେଳେ ଅବହେଳା କରି ପାରୁଛନ୍ତି , ଶାଶୁ ଶ୍ୱଶୁର କଥା ନ କହିଲେ ଭଲ । ସ୍ଵାମୀକୁ ଅଣଦେଖା କରି ସବୁ କିଛି ମନ ମୁତାବକ କରି ଚାଲନ୍ତି । ସେହି ପରିପ୍ରେକ୍ଷୀରେ ପିଲାମାନେ ମଧ୍ୟ ସେହି ବାଟ ଅନୁକରଣ କରି ଚାଲନ୍ତି । ଦୟା - ଧର୍ମ, ବଡ - ସାନ ର ବିଚାର କରିବା ଭଳି ସୁ ବିଚାର ଧାରା ସେ ପିଲା ମାନଙ୍କ ପାଖରେ ଆଦୌ ନଥାଏ । ରାସ୍ତା ରେ ବୁଲୁଥିବା ଭିକାରୀ ଓ ଅସହାୟ ଜୀବ ଟିକୁ ଅଣଦେଖା କରି ଚାଲିଯାଆନ୍ତି । ଭାବି ପାରନ୍ତି ନାହିଁ, ଇଏ ତ ଗୋଟିଏ ଜୀବନ ଯେଉଁ ଜୀବନ କୁ ଆମେ ବି ଦେହରେ ଧାରଣ କରି ବଞ୍ଚି ରହିଛନ୍ତି । କେବଳ ଖରାପ ସମୟ ଚାଲିଥିବା ଯୋଗୁଁ ସେ ଆଜି ଅବହେଳିତ । ନଚେତ୍ ସେ ମଧ୍ୟ ଆମରି ଜାଗାରେ ରହି ଖୁସିରେ ଜୀବନ ଯାପନ କରିଥାନ୍ତା ।


ଅନେକ ଜୀବନ କୁ ନେଇ ଅନେକ ଚରିତ୍ର ସଂସାର କୁ ଆସି ଚାଲିଯାଇଛନ୍ତି ଓ ଆସି ଚାଲିଯିବେ। କିନ୍ତୁ, ଏମିତି କିଛି ଜୀବନ କୁ ନେଇ ଆସିଥିବା ଚରିତ୍ର ମାନଙ୍କ ମଧ୍ୟରୁ ଯଦି ପାଟେଳୀ ପୁତ୍ର ରାଜକୁମାର ସିଦ୍ଧାର୍ଥ ଙ୍କ କଥା ବିଚାରକୁ ନେବା ତେବେ ତାହା ଏକ ନିଆରା ଓ ଅଦ୍ଵିତୀୟ ଚରିତ୍ର ଅଟେ । ଏଇ ଜୀବନକୁ ନେଇ ସେ ଯେଉଁ ପ୍ରଶ୍ନ ମନକୁ ଆଣିଥିଲେ ତାର ଅନ୍ୱେଷଣ ରେ ରାଜ ପ୍ରାସାଦରେ ସୁନ୍ଦରୀ ସ୍ତ୍ରୀ ଓ ପୁଅ କୁ ଛାଡ଼ି ସାଂସାରିକ ମୋହ ଠାରୁ ନିବୃତ ହୋଇ ସଂସାରେ ଗୌତମ ବୁଦ୍ଧ ନାମରେ ଖ୍ୟାତି ଅର୍ଜୁନ କଲେ । ଶେଷରେ ନିର୍ବାଣ ପ୍ରାପ୍ତି ହୋଇ ଜୀବନ କୁ ସ୍ୱ ଇଚ୍ଛାରେ ତ୍ୟାଗ କରିଥିଲେ । ତାଙ୍କର ମହତ ବାଣୀ ମଧ୍ୟରେ ଶ୍ରେଷ୍ଠ ବାଣୀ ହେଉଛି " କାମନାର ବିନାଶରେ ଦୁଃଖ ର ବିନାଶ " । ତେଣୁ ମାୟା ମୋହ ର ବଶବର୍ତ୍ତୀ ହୋଇ ମନରେ କାମନାକୁ ଆଶ୍ରୟ ଦେଇ ଦୁଃଖ ପାଇବା ଠିକ୍ ନୁହେଁ । ଏହା ଥିଲା ଗୋଟେ ଶ୍ରେଷ୍ଠ ଜୀବନ ଚରିତ୍ରର ସତ୍ୟାସତ୍ୟ । କିନ୍ତୁ, ଅଧୁନା ସମାଜ ର ଓସାମା ବିନ୍ ଲାଡେନ୍ ଜୀବନ ଚରିତ୍ର କୁ ଯଦି ବିଚାରକୁ ନେବା କେବଳ ଧ୍ଵଂସ ବିଧ୍ଵଂସ ପରିଲିଖିତ ହେଉଛି । ତାର ଜୀବନ ଗଲା ବେଳକୁ ଅପନିନ୍ଦା ହିଁ ତାକୁ ପ୍ରାପ୍ତି ହୋଇଥିଲା, ନିର୍ବାଣ ନୁହେଁ । ପୌରାଣିକ ଚରିତ୍ର ମଧ୍ୟରେ ସେଭଳି ମନ୍ଥରା ଏକ ଚରିତ୍ର ଯିଏ କି ରାମଚନ୍ଦ୍ର ଙ୍କୁ ବନବାସ ପଠାଇବାରେ ମୁଖ୍ୟ ସୂତ୍ରଧାର ଥିଲେ । ଯାହା ପାଇଁ ଆଜି ପର୍ଯ୍ୟନ୍ତ ସମାଜରେ ନିନ୍ଦିତ ହେଉଛନ୍ତି ଓ ଆଗକୁ ମଧ୍ୟ ନିନ୍ଦା ପାଇବେ । ଆଉ ସେହି ନାରୀ ମାନଙ୍କ ମଧ୍ୟରୁ ରାଣୀ ଲକ୍ଷ୍ମୀ ବାଇ ଦେଶ ସ୍ଵାଧୀନତା ପାଇଁ ଜୀବନକୁ ଉତ୍ସର୍ଗ କରି ଯୁଦ୍ଧରେ ଲଢି ଜୀବନ ଦେଇ ତାଙ୍କ ବୀରତ୍ଵର କୀର୍ତ୍ତି ବଜାୟ ରଖିଲେ । ତେଣୁ ସବୁ ଗୋଟିଏ ଗୋଟିଏ ଚରିତ୍ର ରେ ଏଇ ଜୀବନ ହିଁ କରିଚାଲେ, ଅନ୍ୟ କେହି ନୁହେଁ । ତାକୁ ଆଦର୍ଶବାଦି କରି ଗଢି ତୋଳିବା ଓ ଦେଶ ଜାତି ପାଇଁ ଉତ୍ସର୍ଗ କରିବା ଆମ ମାନଙ୍କ ଚିନ୍ତାଧାରା ଉପରେ ନିର୍ଭର କରେ । ଏଇତ ଜୀବନ ଭାବି ଅବହେଳା କଲେ ଲାଡେନ୍ ର ଆଖ୍ୟା ପାଇବା ହିଁ ଶ୍ରେୟ ହେବ ଓ ଜୀବନ ଏକ ଅନ୍ଧକାର ମୟ ଘଡି ସନ୍ଧି ରେ ହଜିଯିବ ।

             

    


Rate this content
Log in