STORYMIRROR
ତୁଠ...
ତୁଠ ଶିଉଳିର ଧାରେ...
ତୁଠ ଶିଉଳିର...
“
ତୁଠ ଶିଉଳିର ଧାରେ
ନବବଧୂ ଆଙ୍କେ ପାଦ ଅଳତାର ଛବି,
ସକାଳର ସ୍ନିଗ୍ଧ ଜଳେ
ହସି ଉଠେ ପଦ୍ମ ଆକାଶରେ ଦେଖି ରବି ।
ରାଜହଂସଙ୍କର ମେଳ
ଲହରୀ ଭାଙ୍ଗୁଛି ଆଜି ପୋଖରୀ ତୁଠ,
ଧାଡ଼ି ଧାଡ଼ି ତାଳଗଛ
ଚାରିପାଖେ ଜଗିରହିଛନ୍ତି ଘାଟ ।
ପଦ୍ମ ପତରରେ ଜଳ
ହୁଏ ଖାଲି ଢଳଢଳ ସଂଜ ସକାଳେ,
ଚଢ଼େଇବସାର ଛାଇ
ଚିତ୍ର ଆଙ୍କୁଅଛି ଏବେ ପୋଖରୀ ଜଳେ ।
”
188
More oriya quote from KANHU CHARAN GOUDA
Download StoryMirror App