STORYMIRROR

ଦୁଃ-...

ଦୁଃ- ସ୍ବପ୍ନ ସକାଳର ସୁନେଲି କିରଣ ପରେ ସମୟର ସୂତାରେ ଗୁନ୍ଥା ହୁଏ ବିଜୁଳିମରା ତୋଫା ଖରା , ବିମୋହିତ ବିଳାପରେ ବହ୍ନି ଜଳେ ମନ ମୁକୁରରେ ମୁରୁକି ହସ ଦେଖି ପ୍ରିୟ ପ୍ରତିବିମ୍ବର । ମଧ୍ୟାହ୍ନ ରେ ବି ଆଖି ଘୁମେଇ ପଡ଼ି ସ୍ବପ୍ନ ଦେଖେ , ଅବାସ୍ତବ ପୃଥିବୀର ଝାପସା ଝାପସା ଚିତ୍ର ଆଉ ଚରିତ୍ରକୁ ନେଇ । ଭାବରୁ ଆବେଗ, ଆବେଗରୁ ରୂପାନ୍ତରିତ ହୋଇ ଝରି ଆସେ ନିଦରେ , ନିଃସଙ୍ଗତାରେ ନେସି ଦେଇ ରଙ୍ଗ , ଜହ୍ନ ରେ କଳଙ୍କ ନା କଳ୍ପନା ର ଉତ୍ସ ଟିଏ ଅସମାହିତ ପ୍ରଶ୍ନବାଚୀ ଠିଆ ହୁଏ ପରୋକ୍ଷରେ.

By Hemant Nayak
 637


More oriya quote from Hemant Nayak
0 Likes   0 Comments
1 Likes   0 Comments
17 Likes   0 Comments
11 Likes   0 Comments
25 Likes   0 Comments