ଯାତ୍ରା ସଙ୍ଗୀତ
ଯାତ୍ରା ସଙ୍ଗୀତ
1 min
133
ଜୀବନ ପାତ୍ର ମୋ ଭରିଥିଲ ପ୍ରଭୁ
ସବୁ ନେଲ ତାକୁ କାଢ଼ି,
ସବୁ ନେଲ ବୋଲି କିମ୍ପାଇ କି ଆଉ
ତୁମ ହାତ ଦେବି ଛାଡ଼ି l
ଜୀବନ ପଥରେ ଅନେକ ଯାତନା
ସହୁଛି ଆଜି ମୁଁ ବସି,
ଯାହା ଦେଉଅଛ ଖୁସିରେ ନେଇକି
ଉପରେ ଦେଉଛି ହସି l
ଭାଗ୍ୟରେ ଯଦି ମୋ ଏତେ ଦୁଃଖ ଦେଲ
ସହିବାକୁ ଦିଅ ଶକ୍ତି,
ଆଉ ପ୍ରଭୁ ମତେ ନିରାଶ କରନି
ଦେଇଦିଅ ଥରେ ମୁକ୍ତି l
ଜୀବନ ସଙ୍ଗୀତ ମୋ ପାଇଁ ଆହତ
ପାରୁନାହିଁ କିଛି ଲେଖି,
ଜୀବନ ଯାତ୍ରା ମୋ ସଫଳ କର ହେ
ଆହେ ପ୍ରଭୁ ଚକା ଆଖି l
ଜୀବନ ଯାତ୍ରା ମୋ ସରିଆସିଲାଣି
ତଥାପି ରହିଛି ବାକି,
ଶେଷ ବେଳେ ପ୍ରଭୁ ଦୟା କରିଦେବ
ଧର୍ମ ଏକା ମୋର ସାକ୍ଷୀ l
