STORYMIRROR

Chandan Kumar

Others

4  

Chandan Kumar

Others

ଜେଜେ ତମେ ବି

ଜେଜେ ତମେ ବି

1 min
304


ଜେଜେଙ୍କର ନାତି ନାତୁଣୀ ଭିତରେ

ମୁହିଁ ଅଟେ ସବା ସାନ,

ଜେଜେ ମୋର ଭାରି ମଜାଳିଆ ଲୋକ

ବୁଝନ୍ତି ମୋହର ମନ l


ବୟସ ମୋହର ଏକୋଇଶି ପୁରି

ହୋଇଲା ପରା ବାଇଶି,

ଜେଜେ କହୁଛନ୍ତି ବୋହୂ ଟେ ଆଣିବା

ଖାଇବା ଦବସେ ପରସି l


ମୁହିଁ ମନା କଲି ମୁଣ୍ଡକୁ ଆଉଁସି

ପାଖରେ ତାଙ୍କର ବସି,

ବାହାଘର ମୋର କର ନାହିଁ ଜେଜେ

ମୁଁ ଏମିତି ରହିଛି ଖୁସି l


ଜେଜେ ମୋ କହିଲେ ଜାଣିନାହୁଁ କିଛି

ପୀରତିରେ ଥରେ ପଡ଼,

ପୀରତିରେ ଥରେ ପଡ଼ିଗଲେ ନାତି

ମାନିବୁନି ବନ୍ଧ ବାଡ଼ l


ତୋ ପାଇଁ ଗୋଟେ ସୁନ୍ଦରୀ ଝିଅଟେ

ଦେଖିକି ଆସିଛି ଆଜି,

ତାର ସଙ୍ଗେ ତୋର ବାହାଘର ହବ

ହୋଇଯାଆ ଥରେ ରାଜି l


ଦେଖିବାକୁ ସିଏ କାଚ ମାର୍କା ପରି

ଦେହରୁ ଝରୁଛି ମହୁ,

ଥରେ ଖାଲି ତୁହିଁ ରାଜି ହୋଇଗଲେ

କରିବି ତାକୁ ମୁଁ ବୋହୂ l


ଜେଜେ କଥା ଶୁଣି କହିଦେଲି ତାଙ୍କୁ 

ତମେ ବି ନା ଦୁଷ୍ଟ ଜେଜେ,

ରାଜି ହେବି ବୋଲି କହୁଅଛ ଖାଲି

ସବୁକଥା ଗୁଡା ବାଜେ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍