ଧର୍ମ ଅଧର୍ମ
ଧର୍ମ ଅଧର୍ମ
1 min
109
ଅଧର୍ମର ପଥେ ସର୍ବେ ଆତଯାତ
ଧର୍ମ ପଥେ କେହି ନାହିଁ,
ଧର୍ମର ପଥରେ ଚାଲିବାକୁ ଆଜି
କାହା ମନ ହେଉନାହିଁ l
ପାପର କଳୁଷ ପଙ୍କରେ ସମସ୍ତେ
ବୁଡ଼ି ରହିଛନ୍ତି ସବୁ,
ପୂଣ୍ୟର ବ୍ୟବସ୍ଥା ହେଉଛି ହୀନସ୍ତା
ହେଲାଣି ତ ଉବୁଟୁବୁ l
ଅଧର୍ମୀର ଧନ ବଢ଼ି ଯାଉଅଛି
ପାପ କାର୍ଯ୍ୟମାନ କରି,
ଗରିବ ଲୋକଟି ଧର୍ମକୁ ଆଦରି
ଦୁଃଖେ ଯାଉଅଛି ମରି l
କି ଧର୍ମ ରେ ତୁହିଁ ରଖିଛୁ କାଳିଆ
କଳିଯୁଗ କଳିକାଳେ,
ଥିଲା ଵାଲା ଏଠି ସବୁ ଖାଇଯାଏ
ଗରିବ ପାଏନି ଫାଳେ l
ଧର୍ମର ତରିକା ବଦଳାଇ ଦେରେ
ଅଛି ତୋ ପାଖରେ ଯେତେ,
ଧର୍ମର ସୁଫଳ ପାଆନ୍ତୁ ସଭିଏଁ
ଏତିକି କାମନା ତୋତେ ।
