STORYMIRROR

ଅଭିମନ୍ୟୁ ବିଶ୍ବାଳ

Others

3  

ଅଭିମନ୍ୟୁ ବିଶ୍ବାଳ

Others

ତୁମେ ଆସିବ କି !

ତୁମେ ଆସିବ କି !

1 min
171


ଦୋଳଗୋବିନ୍ଦ !

ଦୋଳଗୋବିନ୍ଦ !

କେବେ ପୁଣି ଦେଖାହେବ ?

କହିଥିଲ ତୁମେ ଆସିବ ବୋଲି,

ୟା ଭିତରେ

ଅକଳନ ଫଗୁଣ ଯାଇଛି ଚାଲି

ଛ' ଦିନର କଣ୍ଟକୁ ଚାହିଁ

ଶୁଖିଗଲା ମୋ ଆଶାର ଭରା ନଈ

କହିଥିଲ ପରା

ସେଇ ସନ ଫଗୁଣରେ

ମଦନୋତ୍ସବରେ ମାତିବା ବୋଲି ।

ମୁଁ ଅଲାଜୁକୀ ଗୁଆଳୀ ଯାହା

ତମ ବାଟ ରହିଛି ଚାହିଁ !

x    x    x

ଦୋଳଗୋବିନ୍ଦ !

ଦୋଳଗୋବିନ୍ଦ !

ଆଜି ଆମ ଗାଁରେ ଦୋଳଯାତରା

ତମେ ଆସିବ କି ?

ସଞ୍ଜବେଳେ ବେଶ୍ ଜମିବ

ଗଉଡବାଡି ଖେଳ,

ଗାଁ ଯାକ ପିଠାପଣା,

ଗୋଟିକା, ଅଧାମ,

ଆରିସା, କାକରା କରି

ଭୋଗରାଗ ଲଗାଇବାଠୁ

ଆରମ୍ଭ କରି ବଣ୍ଟାକୁଣ୍ଟାରେ ବ୍ୟସ୍ତ,

ବାପା ମୋର ସକାଳ ପହରୁ

ବଜାରକୁ ଯାଇଛନ୍ତି

କ୍ଷୀର ବିକି,

ଘରେ ମୁଁ ଏକା ଏକା ଅଭିଆଡୀ;

ସଭିଏଁ ଡାକନ୍ତି ମୋତେ

ହେ କ୍ଷୀରବାଲା ଝିଅ !

ଦୋଳଗୋବିନ୍ଦ !

ଦୋଳଗୋବିନ୍ଦ !

ଆଜି ଆମର ଚୁଲି ଜଳିନି,

ମା' ଦି' ଦିନ ତଳେ ଚାଲିଯାଇଛି

ତମ ନାଁଆ ଧରି ତମ ଘର ଆଡେ;

ତମେ ଆସିବ କି ?

ଆମ ବାରିପଟ

କଦମ୍ବ ମୂଳେ

ସଜେଇ ଦେଇଛି

ପତରର ମଖମଲି ଶେଜ,

ରଖିଚି ସାଇତି କାଇଁଚ ମାଳ

ଆଉ ମୋ ଅଯତ୍ନ ବର୍ଦ୍ଧିତ ଅପଘନ

ତା ସାଙ୍ଗେ ନାଲି ନେଳି ଫଗୁ,

ମଧୁର ମିଳନ ଲାଗି

ବ୍ୟାକୁଳ ହୁଏ ପ୍ରାଣ

ଆସିବ କି ପ୍ରାଣଧନ !

ଜୀବନ ପ୍ରିୟତମ !

ତରୁଣୀ-ତରଣୀ ତବ ସିନ୍ଧୁରେ ବୁହାଇ

ହରିନେବ ମୋ କଳ୍ମଷ ।!?

    ---------

ଅଭିମନ୍ୟୁ ବିଶ୍ବାଳ

ଅଧ୍ୟାପକ, ଓଡିଆ ଭାଷା ଓ ସାହିତ୍ୟ ବିଭାଗ

କାମାକ୍ଷାନଗର ମହାବିଦ୍ୟାଳୟ

ଢେଙ୍କାନାଳ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍