Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Panchanan Jena

Children Stories

4  

Panchanan Jena

Children Stories

ତତଲା ଗଡ଼ରେ ତାଣ୍ଡବ

ତତଲା ଗଡ଼ରେ ତାଣ୍ଡବ

1 min
378



ପାରଦ ଆଜି ବୟାଳିସ୍ ଉପରେ

   ବୋଧେ ସହର ଜଳୁଛି

ଟାଆଁସିଆ ଖରା ଗିଳିଦେବ ଆଁରେ

  ପବନରେ ନିଆଁ ବିସ୍ତାରୁଛି ।


ଗଛ ବୁଚ୍ଛ ଝାଉଁଳି ଓହଳି ନୟାନ୍ତ

 ବୋଧେ ବୈଶାଖ ରୁଷିଛି

ପଶୁପକ୍ଷୀ ଧେନୁ ମଣିଷ ସରବେ 

  ତତଲା ଖରାରେ ସିଝୁଛି ।


ଦଣ୍ଡ ଝାମୁ ଚଡ଼କ ଯାତ୍ରା ଗଲା

  ଖୋଜିଲେନି କେହି ବଞ୍ଚିଛି

 ମହା ବିଷ୍ଣୁବ ସଂକ୍ରାନ୍ତି ପଳେଇଲା

  ପଣା ଗ୍ଲାସେ ବି ନାହିଁ ରାଗିଛି ।


ଆମ୍ବ ଝଡିପଡ଼େ ତମ୍ପଡ଼ା ଚେମେଡ଼ା

  ଖରା ପିଠିରେ ସହୁ ନି ଯମା

ଅସହ୍ୟ ଗୁଳୁଗୁଳି କଦଳୀ ପତ୍ର କଅଁଳି

   ଜଳି ଗଲାଣି ପଣତକାନି ଜାମା ।


ବାହାରେ ନିଆଁ ଖାଣ୍ଡବ ଭିତରେ ତାଣ୍ଡବ

   ପାୱାର କଟ୍ ଘନକୁ ଘନ

ହାତ ବିଞ୍ଚଣା ଘୁରେଇ ହାତ ଗଞ୍ଜଣା

    ଗାଳି ବାହାରେ ମନକୁ ମନ ।


ତତଲା ଗଡ଼ରେ ହାଉଁଳି ଜାଉଁଳି ସର୍ବେ

   ଦେହ ହାତ ଗନ୍ଧେ ଝାଳୁଆ

ଖାଇ ହେଉନି କି ଶୋଇ ହେଉନି 

  ଖଟ ଗଦି ବିଛଣା ଗରମ ତାୱା ।


କି ହେବ ଆବାସ କେଉଁଠି ନିବାସ

  ନଡ଼ା କୁଡିଆ ହିଁ ଆନନ୍ଦଦାୟୀ

ସପ ମସିଣା ରେ ତଳେ ଗତିଗଲେ

 ପୋଖରୀ କୂଳିଆ ଶାନ୍ତିପ୍ରଦାୟୀ ।


ଗଛର ବଳୟ ହେଲାଣି କ୍ଷୀଣକାୟ

  ଓଜୋନ କଣିକା କରୁଛି ଖେଳ

ନିର୍ବୋଧ ମଣିଷ କରୁଛି ଅଟ୍ଟହାସ୍ୟ

  ମୁଠାରେ ବାନ୍ଧିଛି ସୃଷ୍ଟି ସକଳ ।


ପ୍ରକୃତି ରାଗିଛି ପରିସ୍ଥିତିତନ୍ତ୍ର ରୋଷିଛି

   ବୁଝି ବି ଅବୁଝା ମୂର୍ଖ ବିଜ୍ଞାନୀ

ନୂଆ ଆବିଷ୍କାର ନୋବେଲ୍‌ ପୁରସ୍କାର

   ବୃଥା ଆସ୍ଫାଳନ ଜଳବାୟୁ ଜ୍ଞାନି ।


ଉତ୍ତପ୍ତ ସୌରମଣ୍ଡଳ ସବୁ ଗଣ୍ଡଗୋଳ

    ଚେଇଁ ଶୋଇ ଆମେ ଭକୁଆ

ପରିବେଶ ଅସନ୍ତୁଳନ କରିଛେ ଭିଆଣ

    ଭୋଗିବାକୁ ହେବ ଚାରି ଆଖିଆ ।


 ସମସ୍ୟା ଇନ୍ଧନ ଦହନ ସଂଯମତା ଉଭାନ

   ସବୁଜ ବଳୟ ଗଛ ରୋପଣ

ଭୋଗ ବଦଳେ ଯୋଗ ଅଳ୍ପରେ ସନ୍ତୁଷ୍ଟ ମନ 

  ସଂସାଧନ ଅପଚୟ ଅବକ୍ଷୟ ଦମନ ।


Rate this content
Log in