ତଥାପି ତୁମକୁ ଖୋଜେ
ତଥାପି ତୁମକୁ ଖୋଜେ
1 min
2
ତଥାପି ତୁମକୁ ଖୋଜେ
ସାଥୀ ତୁମେ ଆସ ଥରେ
ମନ ମୋ ତୁମକୁ ଝୁରେ
ପ୍ରତି ପଲକରେ ମୋର
ତୁମ ସ୍ମୃତି ବାଲିଘର
ଆସିବନି ତୁମେ ଜାଣିଛି ଏ ମନ
ତଥାପି ତୁମକୁ ଖୋଜେ...
ବାକି ଅଛି ପଥ କେତେ ତୁମ ସାଥେ ଚାଲିବାକୁ
ଅଧା ରହିଗଲା ସ୍ୱପ୍ନ ତୁମ ପ୍ରେମେ ଭିଜିବାକୁ
ଆସିବନି ତୁମେ ଜାଣିଛି ଏ ମନ
ତଥାପି ତୁମକୁ ଖୋଜେ...
ମନ କଥା ମନେ ରହେ ବୁଝିବାକୁ ନାହିଁ କେହି
ଆଖି ଲୁହ ଓଠ ପିଏ ନୀରବରେ ତୁମପାଇଁ
ଆସିବନି ତୁମେ ଜାଣିଛି ଏ ମନ
ତଥାପି ତୁମକୁ ଖୋଜେ....
